ETV Bharat / state

ODISHA BUDGET 2024: ମୋହନ ସରକାରରେ ହଟିଲା ବିଜୁ-ନବୀନ ଛାପ, ବଦଳିଲା ‘କାଳିଆ’ ନାଁ, ଗଲା BSKY ଆସିଲା ଗୋପବନ୍ଧୁ ଜନ ଆରୋଗ୍ୟ, ମହିଳାଙ୍କୁ ସୁଭଦ୍ରା ଭେଟି - Odisha Budget 2024

author img

By ETV Bharat Odisha Team

Published : Jul 25, 2024, 8:17 PM IST

Updated : Jul 25, 2024, 9:04 PM IST

ODISHA BUDGET 2024 HIGHLIGHTS: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଛନ୍ତି । ଅନେକ ନୂଆ ଯୋଜନା ପାଇଁ ବ୍ୟୟବରାଦ ହୋଇଥିବା ବେଳେ ପୂର୍ବ ସରକାରର ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି । ଜାଣନ୍ତୁ ବଜେଟ ହାଇଲାଇଟ୍ସ

ODISHA BUDGET 2024
ODISHA BUDGET 2024 (ETV Bharat Odisha)

ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆଜି ବିଧାନସଭାରେ ଆଗତ ହେଲା ପୂର୍ଣ୍ଣାଙ୍ଗ ବଜେଟ । ଅର୍ଥ ବିଭାଗରେ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିଛନ୍ତି । ଏହା ମୋହନ ସରକାରର ପ୍ରଥମ ବଜେଟ । ମୋଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ଚଳିତ ବଜେଟ ପରିମାଣକୁ ୧୫% ବୃଦ୍ଧି କରାଯାଇଛି। ନୂଆ ନୂଆ ଯୋଜନା ପାଇଁ ମୋହନ ସରକାର ବଜେଟରେ ଅର୍ଥ ବ୍ୟୟବରାଦ କରିଥିବା ବେଳେ ବିଜେଡି ସରକାରର ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତତନ କରିଛନ୍ତି ।

ଓଡ଼ିଶା ବଜେଟ (ETV Bharat Odisha)

ଶ୍ରୀମନ୍ଦିର ପାଇଁ 500କୋଟିର କର୍ପସ ଫଣ୍ଡ:-

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ବଜେଟ ଅଭିଭାଷଣରେ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଶା ଜାତିର ପରିକଳ୍ପନା କରିବା ଅସମ୍ଭବ । ଓଡ଼ିଆ ଅସ୍ମିତା ଆମର ପରିଚୟ । ଏଥିଲାଗି ଶ୍ରୀମନ୍ଦିର ପାଇଁ ରାଜ୍ୟ ସରକାର ପ୍ରଥମ କ୍ୟାବିନେଟ ବୈଠକରେ 500କୋଟିର କର୍ପସ ଫଣ୍ଡ ଘୋଷଣା କରିଛନ୍ତି ।

ହଟିଲା ବିଜୁ ଛାପ:-

ବିଜେପି ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ପୂର୍ବ ସରକାରଙ୍କ ଅନେକ ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି । ପୁରୁଣା ନାଁ ବଦଳରେ ନୂଆ ନାଁ ଘୋଷଣା କରିଛନ୍ତି । ଯେପରିକି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବଦଳରେ 'ଗୋପବନ୍ଧୁ ଜନ ଆରୋଗ୍ୟ' ଯୋଜନା, କାଳିଆ ଯୋଜନା ନାଁ ବଦଳରେ 'ସିଏମ-କିଷାନ' ଯୋଜନା, ବିଜୁ ସେତୁ ବଦଳରେ 'ସେତୁ ବନ୍ଧନ' ଯୋଜନା, ମୋ ସ୍କୁଲ ବଦଳରେ 'ପଞ୍ଚସଖା ଶିକ୍ଷା ସେତୁ' ଯୋଜନା, ଲକ୍ଷ୍ମୀ ଯୋଜନା ବଦଳରେ 'ଗ୍ରାମାଞ୍ଚଳ ପରିବହନ' ଯୋଜନା, ଆମ ଓଡ଼ିଶା ନବୀନ ଓଡ଼ିଶା ବଦଳରେ 'ବିକଶିତ ଗାଁ ବିକଶିତ ଓଡ଼ିଶା' ଯୋଜନା, ବିଜୁ ପକ୍କା ଘର ବଦଳରେ 'ଅନ୍ତ୍ୟୋଦୟ ଗୃହ' ଯୋଜନା, ମେକ୍‌ ଇନ୍‌ ଓଡ଼ିଶା ହେଲା ଉତ୍କର୍ଷ ଉତ୍କଳ ।

ODISHA BUDGET 2024 HIGHLIGHTS
ODISHA BUDGET 2024 HIGHLIGHTS (ETV Bharat Odisha)

କାହା ପାଇଁ କେତେ ?

  • କୃଷି ଓ କୃଷି କ୍ଷେତ୍ର ପାଇଁ 33ହଜାର 919କୋଟି
  • ସିଏମ କିଷାନ ଯୋଜନା ପାଇଁ 1ହଜାର 935 କୋଟି
  • ସମୃଦ୍ଧ କୃଷକ ଯୋଜନା ବାବଦକୁ 5ହଜାର କୋଟି
  • ଶ୍ରୀଅନ୍ନ ଯୋଜନା ପାଇଁ 649କୋଟି ଟଙ୍କା
  • ସୁଭଦ୍ରା ଯୋଜନା ପାଇଁ 10ହଜାର କୋଟି
  • ମହାନଦୀ ନବୀକରଣ ପାଇଁ ବୈଷୟକ କମିଟି ଗଠନ ସହ ସୁରକ୍ଷା ପାଇଁ 200କୋଟି ଟଙ୍କା
  • 2027 ସୁଦ୍ଧା 25ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି
  • ମହିଳା ଓ ଶିଶୁ ବିକାଶ ପାଇଁ 17ହଜାର 942କୋଟି ଟଙ୍କା
  • ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଯଶୋଦା ଯୋଜନାରେ 83କୋଟି ବ୍ୟୟବରାଦ
  • ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ 332କୋଟି
  • ମେଧାବୃତ୍ତି ପାଇଁ 11ଶହ 70କୋଟି ଟଙ୍କା
  • ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ 2462କୋଟି
  • ସାମାଜିକ ସୁରକ୍ଷା ଭତ୍ତା ୩୫୦୦

2027 ସୁଦ୍ଧା ସରିବ ମେଟ୍ରୋ ରେଳ ପ୍ରକଳ୍ପ:-

ଜାରି ରହିବ ମେଟ୍ରୋ ରେଳ ପ୍ରକଳ୍ପ । ଏଥିଲାଗି ଆଜି ବଜେଟରେ ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଭୁବନେଶ୍ବର-ତ୍ରିଶୁଳିଆ ମେଟ୍ରୋ ରେଳ କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୨୦୨୪-୨୫ ବର୍ଷ ଲାଗି ଆଗତ ହୋଇଥିବା ବଜେଟରେ ପୂର୍ବର ବିଜେଡି ସରକାର ସମୟରେ ମେଟ୍ରୋ ପ୍ରକଳ୍ପ ପରିକଳ୍ପନା କରାଯାଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ୍ରିଶୁଳିଆଠାରେ ଏହାର ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକୁ ଆହୁରି ତ୍ବରାନ୍ବତ କରିବା ଲାଗି ବିଜେପି ସରକାର ଗୁରୁତ୍ବ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ପ୍ରକଳ୍ପ ଭୁବନେଶ୍ବର ବିମାନ ବନ୍ଦରଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ଗଡ଼ିବ । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ପୁରୀ ଏବଂ କଟକ ସହରକୁ ସଂପ୍ରସାରଣ କରାଯିବା ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା।

ମୋହନ ସରକାରଙ୍କ 12ଟି ପ୍ରମୁଖ ଘୋଷଣା:-

  • ସିଏମ କିଷାନ ପାଇଁ 1935 କୋଟି ଟଙ୍କା ବ୍ୟୟ ବରାଦ
  • ସମୃଦ୍ଧ କୃଷକ ଯୋଜନା ପାଇଁ 5000 କୋଟି ବ୍ୟୟ ବରାଦ
  • ଓଡ଼ିଆ ଅସ୍ମିତା ପାଇଁ କର୍ପସ ପାଣ୍ଠି 200 କୋଟି ବ୍ୟୟ ବରାଦ
  • ସୁଭଦ୍ରା ଯୋଜନା ପାଇଁ 10ହଜାର କୋଟି ବ୍ୟୟ ବରାଦ
  • ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଆୟୁଷ୍ମାନ ଯୋଜନାରେ 500 କୋଟି ବ୍ୟୟ ବରାଦ
  • ପୁରୀ ଶ୍ରୀମନ୍ଦିର ପାଇଁ କର୍ପସ ପାଣ୍ଠି 500 କୋଟି ବ୍ୟୟ ବରାଦ
  • ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ 100କୋଟି ବ୍ୟୟ ବରାଦ
  • ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ପାଇଁ 200 କୋଟି ବ୍ୟୟ ବରାଦ
  • ପିଏମ ଶ୍ରୀସ୍କୁଲ ପାଇଁ 25 କୋଟି ଟଙ୍କା ବ୍ୟୟ ବରାଦ
  • ମହାନଦୀ ତଟ ଉନ୍ନୟନ ପ୍ରକଳ୍ପ ପାଇଁ 50କୋଟି ଟଙ୍କା ବ୍ୟୟ ବରାଦ
  • ଶିଶୁ କର୍କଟ ଚିକିତ୍ସା ପାଇଁ 25କୋଟି ଟଙ୍କା ବ୍ୟୟ ବରାଦ
  • ଭତ୍ତା ହେଲା 3500 ଟଙ୍କା

ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାରେ ୧୦ହଜାର କୋଟି:-

ବିଜେପି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସୁଭଦ୍ରା ଯୋଜନା ପାଇଁ ସ୍ବତନ୍ତ୍ର ବ୍ୟୟବରାଦ ହୋଇଛି । ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ସରକାର ୧୦ ହଜାର କୋଟି ବ୍ୟୟବରାଦ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗ ବିକାଶ, ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ବାଧୀନତା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢୀଭୂତ କରିବ । ପ୍ରତ୍ୟେକ ମହିଳାଙ୍କୁ ଦୁଇବର୍ଷ ପାଇଁ ୫୦ହଜାର ଟଙ୍କାର ଭାଉଚର ଯୋଗାଇ ଦେବେ ।

ଅନାଥ ଶିଶୁଙ୍କ ପାଇଁ 'ଯଶୋଦା'ଯୋଜନା:-

ଅନାଥ ଶିଶୁଙ୍କ ପାଇଁ ବଜେଟରେ ନୂଆ ଯୋଜନା ‘ଯଶୋଦା’ । ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ‘ଯଶୋଦା’ ଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନା ପାଇଁ ବଜେଟରେ ୮୩ କୋଟିର ପ୍ରାବଧାନ ରହିଛି ।

ଡ୍ରପ୍‌ ଆଉଟ୍‌ ରୋକିବାକୁ 'ମାଧୋ ସିଂହ ହାତ ଖର୍ଚ୍ଚ'

ରାଜ୍ୟରେ ଡ୍ରପ୍‌ ଆଉଟ୍‌ ରୋକିବାକୁ ବଜେଟରେ ନୂଆ ଯୋଜନା 'ମାଧୋ ସିଂହ ହାତ ଖର୍ଚ୍ଚ' ଆଣିଛନ୍ତି ରାଜ୍ୟ ସରକାର । ଏକ ସର୍ଭେ ରିପୋର୍ଟ ଅନୁସାରେ ମାଧ୍ୟମିକ ସ୍ତରରୁ ଅଧାରୁ ପାଠ ଛାଡିବା ହାରରେ ଓଡିଶା ଦେଶରେ ପ୍ରଥମ ବୋଲି ଜଣାପଡିଛି । ଓଡିଶାରେ ଏବେ ମାଧ୍ୟମିକ ସ୍ତରରେ ପାଠ ଛାଡିବା ହାର ୨୭.୨୯ % ରହିଛି । ତେବେ ଡ୍ରପ୍ ଆଉଟ୍ ରୋକିବାକୁ ସ୍କୁଲରେ ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା ଲାଗୁ ହେବ । ନବମ ଓ ଏକାଦଶ ଶ୍ରେଣୀ ପ୍ରତ୍ୟେକ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ମିଳିବ । ଏହି ଯୋଜନା ଦ୍ବାରା ଚଳିତ ବର୍ଷ ପ୍ରାୟ ୩ ଲକ୍ଷ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି।

ସାମାଜିକ ସୁରକ୍ଷା ଭତ୍ତା ୩୫୦୦:- ସାମାଜିକ ସୁରକ୍ଷା ଭତ୍ତା ୩ ହଜାର ୫ଶହ ଟଙ୍କା ହେବ । ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା । ୮୦ ପ୍ରତିଶତରୁ କମ୍‌ ହୋଇନଥିବା ଭିନ୍ନକ୍ଷମ ପାଇବେ ବର୍ଦ୍ଧିତ ଭତ୍ତା ।

ମାଗଣା ବିଜୁଳି ପାଇଁ ସହାୟତା:- ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ପାଇଁ ସହାୟତା 1 କିଲୋୱାଟ ପ୍ରକଳ୍ପ ପାଇଁ କେନ୍ଦ୍ର ଦେବ ୩୦ ହଜାର ରିହାତି । ୨ କିଲୋୱାଟ ପାଇଁ ୬୦ ହଜାର, ୩ କିଲୋୱାଟ ପାଇଁ ୭୮ ହଜାର ରିହାତି ପ୍ରଦାନ କରାଯିବ । ଏଥିରେ ଅତିରିକ୍ତ ସହାୟତା ଦେବାକୁ ରାଜ୍ୟର ସୌରଶକ୍ତି ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ ହେବ ।

ମେକ୍‌ ଇନ୍‌ ଓଡ଼ିଶା ଜାଗାରେ ଉତ୍କର୍ଷ ଉତ୍କଳ:- ବିଜେଡି ସରକାର ଅମଳରେ କାର୍ଯ୍ୟକାରୀ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶା ନାଁ ବଦଳି ହେଲା ଉତ୍କର୍ଷ ଉତ୍କଳ । ଉତ୍କର୍ଷ ଉତ୍କଳ ସମ୍ମିଳନୀ ମାଧ୍ୟମରେ ପୁଞ୍ଜି ଯୋଗାଡ଼ ଲକ୍ଷ୍ୟ । ୨୦୨୯ ସୁଦ୍ଧା ରାଜ୍ୟକୁ ଅଢ଼େଇ ଲକ୍ଷ କୋଟି ଘରୋଇ ପୁଞ୍ଜି ଆଣିବା ଯୋଜନା । ୨ ବିଲିୟନ ଡଲାରରୁ ଅଧିକ ବିଦେଶୀ ପୁଞ୍ଜି ନିବେଶ ପାଇଁ ବି ଲକ୍ଷ୍ୟ ରଖାଯାଇଛି ।

ଏହା ବି ପଢନ୍ତୁ- ରାଜ୍ୟରେ ବନ୍ଦ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଏହି ନୂଆ ସ୍କିମ୍‌ ଆଣିଲେ ମୋହନ ସରକାର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 25, 2024, 9:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.