ETV Bharat / state

ଡିଜିଟାଲ ସାର୍ଟିଫିକେଟ ପାଇବେ ମାଟ୍ରିକ ଛାତ୍ରଛାତ୍ରୀ

Matric Exam Results: ଏଥର ମାଟ୍ରିକ ସାର୍ଟିଫିକେଟ ମିଳିବାରେ ହେବନି ବିଳମ୍ବ , ୭ ଦିନ ମଧ୍ୟରେ ଡିଜିଟାଲ ସାର୍ଟିଫିକେଟ ପାଇବେ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ଡିଜିଟାଲ ସାର୍ଟିଫିକେଟ ପାଇବେ ମାଟ୍ରିକ ଛାତ୍ରଛାତ୍ରୀ
ଡିଜିଟାଲ ସାର୍ଟିଫିକେଟ ପାଇବେ ମାଟ୍ରିକ ଛାତ୍ରଛାତ୍ରୀ
author img

By ETV Bharat Odisha Team

Published : Mar 16, 2024, 7:21 PM IST

ଡିଜିଟାଲ ସାର୍ଟିଫିକେଟ ପାଇବେ ମାଟ୍ରିକ ଛାତ୍ରଛାତ୍ରୀ

କଟକ: ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ରେଜଲ୍ଟ ବାହାରିବା ଦିନ ହିଁ ମିଳିଯିବ ସାର୍ଟିଫିକେଟ ।ଦେଶର ପ୍ରଥମ ବୋର୍ଡ ଯିଏକି ଡିଜିଟାଲ ସାର୍ଟିଫିକେଟ ପାଇଁ ଏଭଳି ପଦକ୍ଷେପ ନେଇଛି ।ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଏହି ପଦକ୍ଷେପ ନେଇଛି ।ଏନେଇ ବୋର୍ଡ ଉପସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି ଇଟିଭି ଭାରତକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇଛନ୍ତି ।

ବୋର୍ଡ ଉପସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି କହିବା ଅନୁଯାୟୀ ରେଜଲ୍ଟ ବାହାରିବା ପରେ ଅନେକ ଶିକ୍ଷାନୁଷ୍ଠାନରେ ସାର୍ଟିଫିକେଟ ବାଣ୍ଟିବାରେ ଅନିୟମିତତା ଦେଖା ଯାଉଥିଲା ।ଏପରିକି ଅଭିଯୋଗ ମଧ୍ୟ ଆସିଥିଲା ।ଯାହାକୁ ବୋର୍ଡ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲେ ଏବଂ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରିଛି ବୋର୍ଡ ।ସେହିପରି ହାର୍ଡ କପି ସାର୍ଟିଫିକେଟର ଯେତିକି ମୂଲ୍ୟ ରହିବ ,ଏହି ଡିଜିଟାଲ ସାର୍ଟିଫିକେଟର ମଧ୍ୟ ସେତିକି ମୂଲ୍ୟ ରହିବ ।

କେମିତି ପାଇପାରିବେ ସାର୍ଟିଫିକେଟ !

ରେଜଲ୍ଟ ବାହାରିବା ଦିନ ଏହି ସୁବିଧା ଉପଲବ୍ଧ କରିବାକୁ ସମସ୍ତ ଯୋଜନା ପ୍ରସ୍ତୁତ କରିଛି ବୋର୍ଡ । ଯଦି କୌଣସି ସମସ୍ୟା ଦେଖା ଯାଏ, ତେବେ ଏହି ବ୍ୟବସ୍ଥାରେ ଟିକେ ବିଳମ୍ବ ହୋଇପାରେ । ଅତି ବେଶୀରେ ୭ ଦିନ ମଧ୍ୟରେ ସାର୍ଟିଫିକେଟ ପାଇପାରିବେ କୃତି ଛାତ୍ରଛାତ୍ରୀ । ପୂର୍ବରୁ ସାର୍ଟିଫିକେଟ ପାଇବା ପାଇଁ ଅନେକ ଦିନ ଅପେକ୍ଷା କରିବାକୁ ପଡିଥାଏ ।ଏପରିକି ରେଜଲ୍ଟ ବାହାରିବା ମାସେରୁ ଅଧିକ ଦିନ ପରେ ସାର୍ଟିଫିକେଟ ସ୍କୁଲ ମାନଙ୍କରେ ପହଞ୍ଚିଥାଏ ବୋଲି ନଜିର ରହିଛି । ଯାହାକି ଅନେକ କୃତି ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅବିଭାବକ ଚିନ୍ତିତ ରହିଥାନ୍ତି ।ମାତ୍ର ଚଳିତବର୍ଷ ଠାରୁ ଏହି ଡିଜିଟାଲ ସାର୍ଟିଫିକେଟର ବ୍ୟବସ୍ଥା ସମସ୍ତଙ୍କୁ ବେଶ ସୁବିଧା ହେବ । ତେବେ ଏହା ଦ୍ୱାରା ସାର୍ଟିଫିକେଟ ପାଇବା ପାଇଁ ଆଉ ସ୍କୁଲମାନଙ୍କୁ ଯିବାକୁ ପଡ଼ିବ ନାହିଁ । ନିଜ ଘରେ ବସି ଛାତ୍ରଛାତ୍ରୀ ମାନେ ପାଇପାରିବେ ।

ଏହା ମଧ୍ୟ ପଢନ୍ତୁ........ରାଜ୍ୟରେ ଖୁବଶୀଘ୍ର ପୂରଣ ହେବ ୧୦୬୧ ପିଜିଟି ପଦବୀ, ଜାଣନ୍ତୁ କେବେଠୁ କରିବେ ଆବେଦନ

ପ୍ରଥମେ ନିଜର ମୋବାଇଲ ନମ୍ବର ଦ୍ୱାରା ଛାତ୍ରଛାତ୍ରୀ ମାନେ ରେଜିଷ୍ଟ୍ରେସନ କରିବାକୁ ପଡିବ । ପରେ ଡାଉନଲୋଡ କରି ପାରିବେ ବୋଲି ଡ଼ଃ ମହାନ୍ତି କହିଛନ୍ତି ।କେବଳ ସେତିକି ନୁହେଁ ଏହି ଡିଜିଟାଲ ସାର୍ଟିଫିକେଟ ଦ୍ୱରା କଲେଜର ମଧ୍ୟ ଆଡ଼ମିଶନ କରିହେବ । ଚଳିତବର୍ଷ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା ଲାଗୁ ହୋଇଛି ଏବଂ ସାର୍ଟିଫିକେଟର ହାର୍ଡ କପି ମଧ୍ୟ ପ୍ରଦାନ କରାଯିବ । ଯଦି ଏହା ସଫଳ ହେଲେ ଆସନ୍ତା ବର୍ଷ ଗୁଡିକରେ କେବଳ ଡିଜିଟାଲ ସାର୍ଟିଫିକେଟର ବ୍ୟବସ୍ଥା କରାଯିବ ବୋଲି ବୋର୍ଡ ଉପସଭାପତି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.