ETV Bharat / state

ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ଅଭିଳାଷ, ଖଣ୍ତନ କଲେ ଏସସିବି ଅଧିକ୍ଷକ - Medical negligence in SCB

author img

By ETV Bharat Odisha Team

Published : May 31, 2024, 8:19 PM IST

MEDICAL NEGLIGENCE IN SCB: ଏସସିବିରେ ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା । ଏନେଇ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲା ବିଜେପି । ଅଧିକ ପଢନ୍ତୁ

MEDICAL NEGLIGENCE IN SCB
MEDICAL NEGLIGENCE IN SCB (ETV Bharat Odisha)

କଟକ: ଏସସିବି ମେଡିକାଲରେ ଚିକିତ୍ସା ଅବହେଳା ଅଭିଯୋଗ । ହଟାହଟା ହେଲେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା । ଭଦ୍ରକ ଚାନ୍ଦବାଲିରେ ନିର୍ବାଚନୀ ହିଂସାରେ ଶିକାର ହୋଇ ଗତକାଲି ମଧ୍ୟରାତ୍ରିରେ ଏସସିବିରେ ଭର୍ତ୍ତି ହୋଇଥିଲେ ଅଭିଳାଷ ଓ ତାଙ୍କ ସାଥି । ଏସସିବିରେ ଅଭିଳାଷଙ୍କ ଚିକିତ୍ସାରେ ଅବହେଳା ହେବା ଓ ଠିକ୍ ଭାବେ ପରୀକ୍ଷା ନିରୀକ୍ଷା କରାଯାଇ ନଥିବା ନେଇ ଅଭିଯୋଗ କରିଛନ୍ତି ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଗଗନ ଓଝା ।

ଏପରିକି ଏସସିବି ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ବିଜେପି କର୍ମୀ । ଧାରଣାସ୍ଥଳରେ ଏସସିବି ସୁପରିଟେଣ୍ଡେଣ୍ଟ ପ୍ରଫେସର ଡ଼ା. ସୁଧାଂଶୁ ଶେଖର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ବିଜେପି କର୍ମୀଙ୍କ ସହ ଆଲୋଚନା କରି ସମସ୍ତ ଚିକିତ୍ସା ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପଟେ ବିଜେପି କର୍ମୀ ଅଭିଳାଷଙ୍କୁ ଡିସଚାର୍ଜ ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଉନ୍ନତମାନର ଚିକିତ୍ସା କରାଇବା ନେଇ ସ୍ଥାନାନ୍ତର କରାଯାଇଛି ।

ଗଗନ ଓଝାଙ୍କ କହିବାନୁଯାୟୀ 12 ଘଣ୍ଟା ପରେ ମଧ୍ୟ ଏସସିବିରେ ଆହତଙ୍କୁ ଚିକିତ୍ସା ମିଳୁନାହିଁ । ଏପରିକି ସଠିକ ଭାବେ ପରୀକ୍ଷା ମଧ୍ୟ କରାଯାଉ ନାହିଁ । ଫଳରେ ଆହତଙ୍କୁ ଘରୋଇ ହସ୍ପିଟାଲ ସ୍ଥାନାନ୍ତର କରୁଛୁ । ସେହିପରି ଅଭିଳାଷ କହିଛନ୍ତି,"ଏସସିବି ମେଡିକାଲରେ ବହୁ ଅବ୍ୟବସ୍ଥା ରହିଛି । ରୋଗୀକୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାରେ ଏସସିବି ମେଡିକାଲ ଆଜି ମଧ୍ୟ ପଛରେ ରହିଛି । ଏଠାରେ ସିଟି ସ୍କାନ କରିବାକୁ ରୋଗୀ ଛଟପଟ ହେଉଛନ୍ତି ଏବଂ ଗୁରୁତର ଆଘାତ ମୋ ମୁଣ୍ଡରେ ଲାଗିଥିବାବେଳେ ଡାକ୍ତର ସିଟି ସ୍କାନ କରିବା ଆବଶ୍ୟକ କହିବା ପରେ ମଧ୍ୟ ସ୍କାନ ନ କରି ପକାଇ ରଖିଛନ୍ତି ।

ଏହା ମଧ୍ୟ ପଡନ୍ତୁ.... ଚାନ୍ଦବାଲିରେ ନିର୍ବାଚନୀ ହିଂସା, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ - Election Violence

ଅନ୍ୟପଟେ ଏନେଇ ଏସସିବି ସୁପରିଟେଣ୍ଡେଣ୍ଟ ପ୍ରଫେସର ଡ଼ା. ସୁଧାଂଶୁ ଶେଖର ମିଶ୍ର ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ସମ୍ପୂର୍ଣ୍ଣ ଭାବେ ଏହି ଅଭିଯୋଗ ମିଥ୍ୟା । ମେଡିକାଲରେ ଆହତଙ୍କୁ କେବେ ବି ଅବହେଳା କରାଯାଇନାହିଁ । ସମସ୍ତ ପ୍ରକାରର ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି ।

ପ୍ରକାଶ ଯୋଗ୍ୟ, ଗତକାଲି ଭଦ୍ରକରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରଞ୍ଜମାଳା ପଞ୍ଚାୟତର ଖପୁରିଆ ଛକ ନିକଟରେ ଗତକାଲି ବିଜେଡ଼ିର କିଛି କର୍ମୀ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ସହ 20 ଜଣ ସାଥି ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.