ETV Bharat / state

ବିଜେଡି-ବିଜେପି ମେଣ୍ଟ ! ନିଷ୍ପତ୍ତି ହେଲେ ଘୋଷଣା କରାଯିବ: ମନମୋହନ ସାମଲ - BJD BJP Alliance

BJD- BJP Alliance: ପୁଣି ଝୁଲିଲା ମେଣ୍ଟ ଚର୍ଚ୍ଚା । ଯାହା ନିଷ୍ପତ୍ତି ନିଆଯିବ ତାହା ଜଣାଇ ଦିଆଯିବ ବୋଲି ଦିଲ୍ଲୀରୁ ଫେରିବା ପରେ ବିଜେପି ସଭାପତି ମନମୋହନ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 22, 2024, 10:30 AM IST

BJD- BJP Alliance
BJD- BJP Alliance
ବିଜେଡି-ବିଜେପି ମେଣ୍ଟ !

ଭୁବନେଶ୍ୱର: ପୁଣି ଝୁଲିଲା ମେଣ୍ଟ ଚର୍ଚ୍ଚା । ଦିଲ୍ଲୀରୁ ଫେରିବା ପରେ ବିଜେପି ସଭାପତି ମନମୋହନ ସାମଲ ବିଜେଡି- ବିଜେପି ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ଅମିତ ଶାହ ମେଣ୍ଟ ସମ୍ପର୍କରେ ସୂଚନା ଦେଇ ସାରିଛନ୍ତି । ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ । ଯାହା ନିଷ୍ପତ୍ତି ନିଆଯିବ ତାହା ଜଣାଇ ଦିଆଯିବ ବୋଲି କହିଛନ୍ତି ବିଜେପି ସଭାପତି । ସେପଟେ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ନାମ ଖୁବ ଶୀଘ୍ର ଘୋଷଣା ହେବ ବୋଲି କହିଛନ୍ତି ବିଜେପି ସଭାପତି ।

ମନମୋହନ ସାମଲ ମଙ୍ଗଳବାର ଦିନ ଦିଲ୍ଲୀରୁ ଫେରି ବିଜେପି-ବିଜେଡି ମେଣ୍ଟ ପ୍ରସଙ୍ଗରେ ସ୍ପଷ୍ଟ ପ୍ରତିକ୍ରିୟା ରଖିନାହାନ୍ତି । ସେ କହିଛନ୍ତି, " ଅମିତ ଶାହା ପୂର୍ବରୁ ଏନେଇ ସ୍ପଷ୍ଟ କରିଛନ୍ତି । ସେଥିରେ କିଛି ବି ଦ୍ୱନ୍ଦ୍ୱ ନାହିଁ । ଯାହା ନିଷ୍ପତ୍ତି ନିଆଯିବ ଜଣାଇ ଦିଆଯିବ ।"

ଏହାମଧ୍ୟ ପଢନ୍ତୁ.. ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା: ଶାହଙ୍କ ବଡ଼ ବୟାନ, କହିଲେ ଏଯାଏଁ ହୋଇନି ନିଷ୍ପତ୍ତି

ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ସସପେନ୍ସରେ ହଟୁନି ପରଦା । ବିଜେଡି ନେତା ତଥା 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ମେଣ୍ଟ ଚର୍ଚ୍ଚାକୁ ଆହୁରି ତେଜିବାରେ ଲାଗିଛି । ତେବେ ନୂଆଦିଲ୍ଲୀରେ ଏକ ଘରୋଇ ଗଣମାଧ୍ୟମର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ନେତା ତଥା 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମେଣ୍ଟ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିବା ପରେ ଏହି ନିଆଁରେ ଘିଅ ସଦୃଶ୍ୟ ଏହି ଚର୍ଚ୍ଚା ଆହୁରି ଜୋର ଧରିଥିଲା ।

ଗୋଟିଏ ରାଜ୍ୟରେ ଶାସକ ଦଳ ଓ ପ୍ରମୁଖ ବିରୋଧୀ ଦଳ ମଧ୍ୟରେ ମେଣ୍ଟର ଆବଶ୍ୟକତା କଣ ପ୍ରଶ୍ନର ଉତ୍ତରରେ ପାଣ୍ଡିଆନ କହିଥିଲେ ଯେ, ବିଜେଡିକୁ ରାଜ୍ୟରେ ନିର୍ବାଚନ ଜିତିବା ପାଇଁ ମେଣ୍ଟର ଆବଶ୍ୟକତା ନାହିଁ । ସେହିପରି ବିଜେପିକୁ କେନ୍ଦ୍ରରେ ଜିତିବା ପାଇଁ ମଧ୍ୟ ବିଜେଡି ସହ ମେଣ୍ଟର ଆବଶ୍ୟକତା ନାହିଁ । ଉଭୟ ନବୀନ ଓ ମୋଦି ବେଶ ଲୋକପ୍ରିୟ । ଉଭୟ ଭଲ ବନ୍ଧୁ । କିନ୍ତୁ ରାଜନୀତିରୁ ଊର୍ଦ୍ଧ୍ବରେ, ଉଭୟ ଦେଶ ଓ ରାଜ୍ୟର ହିତ ଚାହାନ୍ତି । ତେଣୁ ରାଜ୍ୟର ବୃହତ୍ତର ସ୍ବାର୍ଥ ପାଇଁ ଉଭୟ ଏକାଠି ହୋଇପାରନ୍ତି ବୋଲି କହିବା ପରେ ରାଜ୍ୟ ରାଜନୀତିରେ ମେଣ୍ଟ ଚର୍ଚ୍ଚା ଜୋର ଧରିଥିଲା ।

ଏହାମଧ୍ୟ ପଢନ୍ତୁ.. ପାଣ୍ଡିଆନଙ୍କ ମେଣ୍ଟ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ଼: କଂଗ୍ରେସର ଦାବି 'ସ୍ପଷ୍ଟ କରନ୍ତୁ ନବୀନ', କେନ୍ଦ୍ରୀୟ ୟୁନିଟ ଉପରେ ଛାଡ଼ିଲା ବିଜେପି

ଆଉ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ମେଣ୍ଟକୁ ନେଇ କୌଣସି ସ୍ପଷ୍ଟ ମତ ରଖିନାହାନ୍ତି । ଉଭୟ ଦଳର ମେଣ୍ଟ ପ୍ରସଙ୍ଗରେ ବୟାନ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଉଛି । ତେବେ ଦୀର୍ଘ ଦିନ ଧରି ବିଜେଡି-ବିଜେପି ମେଣ୍ଟ ହେବ ନା ନାହିଁ ସେନେଇ ସସପେନ୍ସ ଲାଗି ରହିଥିବାବେଳେ ଏଯାଏଁ ନିଷ୍କର୍ସ ବାହାରିପାରିନାହିଁ । ମନମୋହନ ସାମଲ ମଧ୍ୟ ଦିଲ୍ଲୀରୁ ଫେରି ଏନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖିନାହାନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.