ETV Bharat / state

ଚିନ୍ତା ବଢାଇଲା ଜଙ୍ଗଲ ନିଆଁ, ବନାଗ୍ନୀରେ ଦେଶରେ ଓଡିଶା ପ୍ରଥମ - FSI REPORT ON FOREST FIRE - FSI REPORT ON FOREST FIRE

Forest Fire In Odisha: ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଆଇ)ର ତଥ୍ୟାନୁସାରେ ଦେଶରେ ଓଡିଶାରେ ସର୍ବାଧିକ ୪୧ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ଚଳିତ ବର୍ଷ ଶନିବାର ସୁଦ୍ଧା ୩୧୮ ଟି ପଏଣ୍ଟ ରେ ନିଆଁ ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ

ରାଜ୍ୟରେ ଜଳୁଛି ଘଞ୍ଚ ଜଙ୍ଗଲ, ସାତ ଦିନ ମଧ୍ୟରେ ଓଡ଼ିଶା ଦେଶରେ ପ୍ରଥମ!

author img

By ETV Bharat Odisha Team

Published : Apr 27, 2024, 10:57 PM IST

ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏପଟେ ଜଙ୍ଗଲ ନିଆଁ ମଧ୍ୟ ବନ ବିଭାଗକୁ ଚିନ୍ତାରେ ପକାଇଛି । ବନ ବିଭାଗ ତ୍ବରିତ ପଦକ୍ଷେପ ଏବଂ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଯୋଗୁଁ ଗତବର୍ଷ ତୁଳନାରେ ରାଜ୍ୟରେ ଜଙ୍ଗଲ ନିଆଁ ଚଳିତ ବର୍ଷ କମ ରହିଛି । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଆଇ)ର ତଥ୍ୟାନୁସାରେ, ସାରା ଦେଶରେ ଶନିବାର ୧୪୦ ଟି ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିଥିବା ବେଳେ ଓଡ଼ିଶାରେ ସର୍ବାଧିକ ୪୧ଟି ସ୍ଥାନରେ ଲାଗିଛି । ସେହିପରି ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିବାରେ ଗତ ୨୦ ତାରିଖରୁ ୭ ଦିନ ମଧ୍ୟରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି ।

ରାଜ୍ୟରେ ଜଳୁଛି ଘଞ୍ଚ ଜଙ୍ଗଲ, ସାତ ଦିନ ମଧ୍ୟରେ ଓଡ଼ିଶା ଦେଶରେ ପ୍ରଥମ!
ରାଜ୍ୟରେ ଜଳୁଛି ଘଞ୍ଚ ଜଙ୍ଗଲ, ସାତ ଦିନ ମଧ୍ୟରେ ଓଡ଼ିଶା ଦେଶରେ ପ୍ରଥମ!

ତେବେ ଗତବର୍ଷ ତୁଳନାରେ ରାଜ୍ୟରେ ଜଙ୍ଗଲ ନିଆଁ କମ୍ ରହିଛି । ଗତବର୍ଷ ଏହି ସମୟରେ ୩୮ ହଜାରରୁ ଉର୍ଦ୍ଧ ସ୍ଥାନରେ ନିଆଁ ଲାଗିଥିବା ବେଳେ ଚଳିତ ବର୍ଷ ୧୬ ହଜାରରୁ ଅଧିକ ସ୍ଥାନରେ ନିଆଁ ଚିହ୍ନଟ ହୋଇଛି । ସେହିଭଳି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ଚଳିତ ବର୍ଷ ଶନିବାର ସୁଦ୍ଧା ୩୧୮ ଟି ପଏଣ୍ଟ ରେ ନିଆଁ ଚିହ୍ନଟ ହୋଇଛି । ଏଫ୍‌ଏସ୍‌ଆଇର ଗତ ୫ବର୍ଷର ତଥ୍ୟକୁ ଦେଖିଲେ ଶିମିଳିପାଳରେ ମଧ୍ୟ କମ୍ ସ୍ଥାନରେ ନିଆଁ ଲାଗିଥିବା ଦେଖାଯାଇଛି ।୨୦୨୦ରେ ଜାନୁଆରୀରୁ ଏପ୍ରିଲ ମାସ ଭିତରେ ୫୯୯ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିବା ବେଳେ ୨୦୨୧ରେ ୨ ହଜାର ୮୬୧, ୨୦୨୨ ରେ ୩୧୯, ୨୦୨୩ରେ ୧ ହଜାର ୪୫୬ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ ହୋଇଛି । ତେବେ ଗତ ଜାନୁଆରୀରୁ ଏପ୍ରିଲ ୨୭ ତାରିଖ ମଧ୍ୟରେ ଶିମିଳିପାଳରେ ୩୧୮ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ... ବର୍ଷା କମେଇଛି ଜଙ୍ଗଲ ନିଆଁ, ତଥାପି ବର୍ତ୍ତମାନ ସୁଦ୍ଧା 8000 ଜାଗାରେ ଜଳୁଛି ଜଙ୍ଗଲ ! - Forest Dept To Tackle Forest Fire

ସୂଚନା ଅନୁସାରେ, ଶିମିଳିପାଳରେ ୩୦୦ ଫାୟାର ସ୍କ୍ବାର୍ଡ ନିୟୋଜିତ ହୋଇଥିବା ବେଳେ ୩୦ ଜଣ ପୂର୍ବତନ କର୍ମଚାରୀ, ଓଡ୍ରାଫର ୫୨ ଜଣ, ୨୨ ଟି ସ୍ବତନ୍ତ୍ର ଗାଡ଼ି, ଫାୟାର ସ୍କ୍ବାର୍ଡ ପାଇଁ ୨୦ ଟି ଗାଡ଼ି, ଫାୟାର ବ୍ଲୋୟର୍ସ ୪୬୦ ଟି ଇତ୍ୟାଦି ଦିଆଯାଇଛି । ସେପଟେ ଜଙ୍ଗଲ ନିଆଁ ୯୦ପ୍ରତିଶତ ମନୁଷ୍ୟକୃତ ହୋଇଛି । ଶିକାର କରିବା ପାଇଁ ହେଉ ବା ମହୁଲ ଆଣିବା ପାଇଁ ଜଙ୍ଗଲରେ ଅଧିକାଂଶ ସ୍ଥାନରେ ନିଆଁ ଲଗାଇଥାନ୍ତି । ଏଭଳି ସ୍ଥଳରେ ସେମାନଙ୍କୁ ଧରିବା ପାଇଁ ମଧ୍ୟ ବନ ବିଭାଗ ଏଥର କଡ଼ା ପଦକ୍ଷେପ ଗ୍ରହଣ କରିଛି । ଏହି ଘଟଣାରେ ୬୦ରୁ ଅଧିକ ଲୋକଙ୍କୁ ବନ ବିଭାଗ ଧରିସାରିଲାଣି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.