ETV Bharat / state

ସଂରକ୍ଷଣ ଓ ଜାତି ଭିତ୍ତିକ ଜନଗଣନା ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲୁ ; ବିରୋଧୀଙ୍କ ହଙ୍ଗାମା, ଗୃହ ମୁଲତବୀ, ବସିଲା ସର୍ବଦଳୀୟ ବୈଠକ - Assembly session

author img

By ETV Bharat Odisha Team

Published : Aug 27, 2024, 11:18 AM IST

Updated : Aug 27, 2024, 2:17 PM IST

odisha assembly session: ଆଜି ବି ଆରମ୍ଭରୁ ହଙ୍ଗାମା । ସଂରକ୍ଷଣ ଦାବିରେ ତାତିଲେ ବିରୋଧୀ । ପୂର୍ବାହ୍ନ 11.30 ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । ଅଧିକ ପଢନ୍ତୁ

ଆଜି ବି ଆରମ୍ଭରୁ ସଂରକ୍ଷଣ ତାତିରେ କମ୍ପିଲା ଗୃହ, 11.30 ଯାଏ ମୁଲତବୀ
ଆଜି ବି ଆରମ୍ଭରୁ ସଂରକ୍ଷଣ ତାତିରେ କମ୍ପିଲା ଗୃହ, 11.30 ଯାଏ ମୁଲତବୀ (ETV Bharat Odisha)

ଭୁବନେଶ୍ବର: ଆଜି ଗୃହକାର୍ଯ୍ୟ ଆରମ୍ଭରୁ ପୁଣି ଦେଖିବାକୁ ମିଳିଛି ସଂରକ୍ଷଣ ତାତି । ଆଦିବାସୀ ,ଦଳିତ ,ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବି କରି ବିରୋଧୀ ସଦସ୍ୟମାନେ ପ୍ରତିବାଦ କରିଛନ୍ତି । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ହୋହଲ୍ଲା ଓ ନାରାବାଜୀ କରିଥିଲେ । ବାଚସ୍ପତିଙ୍କ ରୁଲିଂ ପରେ ମଧ୍ୟ ବିରୋଧୀ ନାରାବାଜୀ ବନ୍ଦକରିନଥିଲେ । ଫଳରେ ପୂର୍ବାହ୍ନ 11.30 ପର୍ଯ୍ୟନ୍ତ ବାଚସ୍ପତି ସୁରମା ପାଢୀ ମୁଲତବୀ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ 12ଟା 30 ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯିବ ସହ ସର୍ବଦଳୀୟ ବୈଠକ ଆହୁତ କରାଯାଇଛି ।

ସଂରକ୍ଷଣ ତାତିରେ କମ୍ପିଲା ଗୃହ

ସଂରକ୍ଷଣ ଓ ଜାତି ଭିତ୍ତିକ ଜନଗଣନା ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲୁ ; ବିରୋଧୀଙ୍କ ହଙ୍ଗାମା, ଗୃହ 11.30 ଯାଏଁ ମୁଲତବୀ (ETV Bharat Odisha)

ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ନାରାବାଜୀ କରିଥିଲେ । ଜାତିଭିତ୍ତିକ ଜନଗଣନା ଆମର ଦାବି ବୋଲି ସ୍ଲୋଗାନ ଦେଇଥିଲେ । ବିରୋଧୀ କଂଗ୍ରେସ ଏବଂ ବିଜୁ ଜନତା ଦଳର ସଦସ୍ୟମାନେ ନିଜ ସ୍ଥାନରୁ ଉଠି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ତୀବ୍ର ପ୍ରତିବାଦ ଜଣାଇଥିଲେ । ଜାତିଭିତିକି ଜନଗଣନା ଆମର ଦାବି, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସ୍ଲୋଗାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଡାଉନ ଡାଉନ, ମୋହନ ସରକାର ହାଏ ହାଏ ଏଭଳି ସ୍ଲୋଗାନରେ ଗୃହ କମ୍ପିଥିଲା । ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବା ଆମର ଦାବି ଏଭଳି ଦାବି ଉଠାଇ ଉଭୟ କଂଗ୍ରେସ ଏବଂ ବିଜେଡି ସଦସ୍ୟମାନେ ହୋହଲ୍ଲା କରିଥିଲେ ।

ସାଢେ 12ଟା ପର୍ଯ୍ୟନ୍ତ ମୁଲତବୀ

ବାଚସ୍ପତିଙ୍କ ରୁଲିଂ ପରେ ମଧ୍ୟ ଗୃହକାର୍ଯ୍ୟ ସ୍ବାଭାବିକ ନହେବା କାରଣରୁ ପୂର୍ବାହ୍ନ ସାଢେ 11ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । 20 ତାରିଖରୁ ଆରମ୍ଭ ହୋଇଥିବା ବଜେଟ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭରୁ ବିରୋଧୀ ଗୃହ ଚଲାଇ ଦେଉନାହାନ୍ତି । ସଂରକ୍ଷଣ ଓ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ କ୍ରାମାଗତ ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ।

ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ:-

ଗୃହର ଅଚଳାବସ୍ଥା ଦୂର କରିବା ପାଇଁ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଆହୁତ କରିଛନ୍ତି । ବୈଠକ ବିରୋଧୀ ଦଳ ନେତା, କନକ ବର୍ଦ୍ଧନ ସିଂହଦେଓ, ସଂସଦୀୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ,ବରିଷ୍ଠ ବିଜେପି ସଦସ୍ୟ ମିଶ୍ର ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ବୈଠକରେ ସାମିଲ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 27, 2024, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.