ETV Bharat / state

ବିଧାନସଭା ଅଧିବେଶନ; ଶୂନ୍ୟକାଳରେ ଉଠିଲା ଆଇପିଏସ୍ ନିଲମ୍ବନ ପ୍ରସଙ୍ଗ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କହିଲା କଂଗ୍ରେସ - Odisha Assembly Session

author img

By ETV Bharat Odisha Team

Published : Jul 31, 2024, 1:25 PM IST

Odisha Assembly Session: ବଜେଟ ଅଧିବେଶନର ଅଷ୍ଟମ ଦିନରେ ସ୍ବାଭାବିକ ରହିଛି ଗୃହକାର୍ଯ୍ୟ । ମାଲକାନଗିରିରେ ବର୍ଷା କ୍ଷୟକ୍ଷତି, ଶୀତଳ ଭଣ୍ଡାର, ଚିନିକଳ ଇତ୍ୟାଦି ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ସେପଟେ ଆଇପିଏସ୍ ନିଲମ୍ବନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ପଢନ୍ତୁ ପୁରା ଖବର

ବିଧାନସଭା ଅଧିବେଶନ; ଶୂନ୍ୟକାଳରେ ଉଠିଲା ଆଇପିଏସ୍ ନିଲମ୍ବନ ପ୍ରସଙ୍ଗ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କହିଲା କଂଗ୍ରେସ
ବିଧାନସଭା ଅଧିବେଶନ; ଶୂନ୍ୟକାଳରେ ଉଠିଲା ଆଇପିଏସ୍ ନିଲମ୍ବନ ପ୍ରସଙ୍ଗ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କହିଲା କଂଗ୍ରେସ (ETV Bharat Odisha)

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଆଜି (ବୁଧବାର) ଅଷ୍ଟମ ଦିନରେ ସ୍ବାଭାବିକ ଚାଲିଛି ଗୃହକାର୍ଯ୍ୟ । ପ୍ରଶ୍ନକାଳରେ ମାଲକାନଗିରିରେ ବର୍ଷା କ୍ଷୟକ୍ଷତି, ନକଲି ବିହନ ଯୋଗାଣକାରୀ, ଶୀତଳ ଭଣ୍ଡାର, ଚିନିକଳ ଇତ୍ୟାଦି ଅନେକ ପ୍ରସଙ୍ଗ ଉଠିଛି । ଶୂନ୍ୟକାଳରେ ଆଇପିଏସ୍ ରାଜେଶ ଉତ୍ତମରାଓଙ୍କ ନିଲମ୍ବନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ । ସେହିପରି ଶୀତଳ ଭଣ୍ଡାର, ଚିନିକଳ ପ୍ରସଙ୍ଗରେ ପୂର୍ବ ବିଜେଡି ସରକାରକୁ ସମାଲୋଚନା କରିଛନ୍ତି କୃଷି ମନ୍ତ୍ରୀ ।

ମାଲକାନଗିରିରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ପ୍ରଭାବିତ ଚାଷୀମାନଙ୍କୁ କେବେ କ୍ଷତିପୂରଣ ମିଳିବ ଏନେଇ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲଙ୍କ ପ୍ରଶ୍ନରେ ଗୃହରେ କୃଷିମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, ବର୍ଷାରେ ପ୍ରଭାବିତ ଚାଷ ପାଇଁ କ୍ଷତିପୂରଣ ମିଳିବ । ରାଜସ୍ବ ନିରୀକ୍ଷକଙ୍କ (RI) ରିପୋର୍ଟ ଆଧାରରେ କ୍ଷତିପୂରଣ ଦିଆଯିବ । ଏବେ ଆରଆଇ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ମିଳିବା ପରେ ତୁରନ୍ତ ପଦକ୍ଷେପ ନିଆଯିବ ।

ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନକଲି ବିହନ ଯୋଗାଣକାରୀ ସମ୍ପର୍କିତ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ନକଲି ବିହନ ଯୋଗାଣକାରୀଙ୍କ ଉପରେ କାର୍ଯାନୁଷ୍ଠାନ ହେବ । ସରକାରୀ ସ୍ତରରେ ଚାଷୀଙ୍କୁ ଦିଆଯାଉଥିବା ବିହନ ଯଦି ଗଜା ନହୁଏ କିମ୍ବା ଠିକ୍ ଭାବେ ଫସଲ ନ ଫଳେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ମଧ୍ୟ ପଢନ୍ତୁ: ପ୍ରତି ବ୍ଲକରେ ହେବ ଶୀତଳ ଭଣ୍ଡାର: ଖାଉଟି କଲ୍ୟାଣ ମନ୍ତ୍ରୀ - Cold storage Facilities In Odisha

ରାଜ୍ୟରେ ବନ୍ଦ ଥିବା ଚିନିକଳକୁ ନେଇ ଜଳେଶ୍ଵରର ବିଜେଡ଼ି ବିଧାୟକ ଅଶ୍ଵିନୀ ପାତ୍ର ପ୍ରଶ୍ନ କରିଥିଲେ । ଉତ୍ତରରେ ମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, ୬ଟାରୁ ବର୍ତ୍ତମାନ ରାଜ୍ୟରେ ଦୁଇଟି ଚିନିକଳ କାର୍ଯ୍ୟକ୍ଷମ ରହିଛି । ଏହା ଢେଙ୍କାନାଳ ଓ ଆସ୍କାରେ ଅଛି । ବରଗଡ଼, ବଲାଙ୍ଗୀର, ବଡମ୍ବା ଓ ନୟାଗଡ ଚିନିକଳ କୁପରିଚାଳନା ପାଇଁ ବନ୍ଦ ପଡିଛି । କାହିଁକି କୁପରିଚାଳନା ହେଲା ସେକଥା ଆପଣଙ୍କ ଦଳକୁ ପଚାରନ୍ତୁ ବୋଲି ବିଜେଡି ବିଧାୟକଙ୍କୁ କହିଛନ୍ତି କୃଷି ମନ୍ତ୍ରୀ ।

ଏଥିସହ ଶୀତଳ ଭଣ୍ଡାର ପ୍ରସଙ୍ଗରେ ସେ ତତ୍କାଳୀନ ବିଜେଡି ସରକାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । କୃଷିମନ୍ତ୍ରୀ କହିଛନ୍ତି, ପୂର୍ବତନ ବିଜେଡି ସରକାର ଚିଟଫଣ୍ଡ କମ୍ପାନୀଙ୍କୁ ଶୀତଳ ଭଣ୍ଡାର ଦାୟିତ୍ବ ଦେଇଥିଲା । ଯାହାଦ୍ବାରା ଶୀଳତ ଭଣ୍ଡାର ବୁଡି ଯାଇଛି । ବର୍ତ୍ତମାନ ମୋହନ ସରକାର ୫୮ଟି ଶୀତଳ ଭଣ୍ଡାର କରିବେ ।

ଏହାପରେ ଶୂନ୍ୟକାଳରେ ଆଇପିଏସ ରାଜେଶ ଉତ୍ତରରାଓଙ୍କ ନିଲମ୍ବନ ପ୍ରସଙ୍ଗ ଉଠାଇ ମୋହନ ସରକାରକୁ ଟାର୍ଗେଟ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ସମ୍ପୃକ୍ତ ଆଇପିଏସ ଅଧିକାରୀ ୨୭ ତାରିଖ ରାତିରେ ମହିଳା ଇନ୍ସପେକ୍ଟରଙ୍କ ଘରକୁ ଯାଇଥିଲେ । ସେଠି ତାଙ୍କ ସ୍ଵାମୀଙ୍କ ସହ ବଚସା ହୋଇଥିଲା । ହେଲେ ଘଟଣାରେ ଏବେସୁଦ୍ଧା ଏଫଆଇଆର ରେଜିଷ୍ଟର ହେଲାନାହିଁ । ରାଜ୍ୟ ସରକାର ଘଟଣାକୁ ହାଲୁକା ଭାବେ ନେଉଛନ୍ତି । ଯଦି ଘଟଣାରେ ସତ୍ୟତା ରହିଛି, ତାହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏଥିସହ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଭିଯୋଗ କରିଛି କଂଗ୍ରେସ ।

ସେହିପରି ଏକାମ୍ର ବିଜେପି ବିଧାୟକ ବାବୁ ସିଂ ବିଜେଡିର ଛାୟା କ୍ୟାବିନେଟକୁ ନେଇ କଟାକ୍ଷ କରିଥିଲେ । ସରକାର ବଦଳିଲା ପରେ ବିରୋଧୀଙ୍କ ହାଙ୍ଗଓଭର ଯାଇନି । ଛାୟା କ୍ୟାବିନେଟ କରି ଦାୟିତ୍ବ ଦିଆଯାଇଛି । ଏହି ହାଙ୍ଗଓଭରରୁ ବାହାରିବାକୁ ସେମାନଙ୍କୁ ଆଉ ୬ ମାସ ଦିଆଯାଉ ବୋଲି କଟାକ୍ଷ କରିଥିଲେ ବିଜେପି ବିଧାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.