ETV Bharat / state

ସବୁଠୁ ଧନୀ ଦିଲ୍ଲୀପ ରାୟ, ୩୪୮ ଜଣଙ୍କ ନାଁରେ ଅପରାଧିକ ମାମଲା - ADR analysis of all phases

author img

By ETV Bharat Odisha Team

Published : May 27, 2024, 5:17 PM IST

ADR Analysis of All Phases: ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠର ବିଶ୍ଳେଷଣକୁ ନେଇ ପ୍ରକାଶ ପାଇଛି ଏଡିଆର ରିପୋର୍ଟ । ଚଳିତ ନିର୍ବାଚନରେ ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କିଏ ସବୁଠୁ ଧନୀ, କେତେ ଜଣ ଅପରାଧୀ ଓ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣନ୍ତୁ ।

ADR Report
ADR Report (ETV Bharat Odisha)

ଭୁବନେଶ୍ବର: ୪ଟି ପର୍ଯ୍ୟାୟର ନିର୍ବାଚନର ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠର ବିଶ୍ଳେଷଣକୁ ନେଇ ପ୍ରକାଶ ପାଇଛି ଏଡିଆର ରିପୋର୍ଟ । ଓଡ଼ିଶାର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧ ହଜାର ୨୮୫ ଜଣ ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧ ହଜାର ୨୮୩ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ADR ଓ ଓଡ଼ିଶା ଇଲେକ୍ସନ ୱାଚ୍ । ଏହାସହ ଚଳିତ ନିର୍ବାଚନରେ ୧୪% ବା ୧୭୮ ଜଣ ମହିଳା ପ୍ରାର୍ଥୀ ହୋଇଛନ୍ତି ।

ADR Report (ETV Bharat Odisha)
ADR Report
ADR Report (ETV Bharat Odisha)

ଅପରାଧିକ ମାମଲା: ବିଶ୍ଳେଷଣ ହୋଇଥିବା ୧ ହଜାର ୨୮୩ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୩୪୮ ଜଣଙ୍କ ନାମରେ ରହିଛି ଅପରାଧିକ ମାମଲା । ୨୯୨ ଜଣଙ୍କ ନାଁରେ ଅଛି ଗୁରୁତର ଅପରାଧ ମାମଲା । ଚଳିତ ଥର ୬୬ ଜଣ ପ୍ରାର୍ଥୀଙ୍କ ନାମରେ ମହିଳା ବିରୋଧୀ ମାମଲା ରହିଛି । ୪ ଜଣ ପ୍ରାର୍ଥୀ ଦୁଷ୍କର୍ମ ଅଭିଯୁକ୍ତ ରହିଛନ୍ତି । ୧୦ ଜଣଙ୍କ ନାଁରେ ହତ୍ୟା ମାମଲା ଥିବାବେଳେ ୭୦ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରହିଛି ।

ADR Report
ADR Report (ETV Bharat Odisha)

କୋଟିପତି ପ୍ରାର୍ଥୀ: ସେହିପରି ଚଳିତ ଥର ନିର୍ବାଚନରେ ୩୨% ଅର୍ଥାତ୍ ୪୧୨ ଜଣ ବିଧାୟକ ପ୍ରାର୍ଥୀ କୋଟିପତି । ସୁନ୍ଦରଗଡ଼ ରାଉରକେଲା BJP ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ହେଉଛନ୍ତି ରାଜ୍ୟର ସବୁଠୁ ଧନୀ ବିଧାୟକ ପ୍ରାର୍ଥୀ । ତାଙ୍କ ସମ୍ପତ୍ତି ପରିମାଣ ୩୧୩ କୋଟି ୫୩ ଲକ୍ଷ ଟଙ୍କା । ଦ୍ଵିତୀୟରେ ଅଛନ୍ତି, କେନ୍ଦୁଝର ଚମ୍ପୁଆର BJD ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ । ତାଙ୍କ ସମ୍ପତ୍ତି ମୂଲ୍ୟ ୨୨୭ କୋଟି ୬୭ ଲକ୍ଷ ଟଙ୍କା । ୧୩୫ କୋଟି ୧୭ ଲକ୍ଷ ଟଙ୍କା ସମ୍ପତ୍ତି ସହ ବାଲେଶ୍ଵର ବସ୍ତା ବିଧାୟକ ପ୍ରାର୍ଥୀ ସୁବାସିନୀ ଜେନା ତୃତୀୟ ଧନୀ ବିଧାୟକ ପ୍ରାର୍ଥୀ ।

ADR Report
ADR Report (ADR)

ସମ୍ପତ୍ତି ନଥିବା ପ୍ରାର୍ଥୀ: ସେହିପରି ୫ ଜଣ ବିଧାୟକ ପ୍ରାର୍ଥୀଙ୍କ ପାଖରେ ନାହିଁ କୌଣସି ସମ୍ପତ୍ତି ନାହିଁ । ସେମାନଙ୍କର ସମ୍ପତ୍ତି ପରିମାଣ ଶୂନ।

ADR Report
ADR Report (ADR)

ଶିକ୍ଷାଗତ ଯୋଗ୍ୟତା: ସେହିପରି ଶିକ୍ଷାଗତ ଯୋଗ୍ୟତା ଆଧାରରେ ଚଳିତ ଥର ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ୨୧୧ ଜଣ ଦଶମ ପାସ କରିଛନ୍ତି । ୨୦୩ ଜଣ ଦ୍ଵାଦଶ ପାସ କରିଥିବାବେଳେ ୨୭୨ ଜଣ ସ୍ନାତକ, ୧୮ ଜଣ ଡକ୍ଟରେଟ୍ ପ୍ରାର୍ଥୀ ଅଛନ୍ତି । ୧୦୪ ଜଣ ଅଷ୍ଟମ ପାସ କରିଥିବାବେଳେ ୪୮ ଜଣ ପଞ୍ଚମ ପାସ । ସେହିପରି ବିଧାୟକ ହୋଇ ପୁଣି ଥରେ ବିଧାୟକ ପାଇଁ ଛିଡା ହୋଇଥିବା ପ୍ରାର୍ଥୀଙ୍କ ସମ୍ପତ୍ତିକୁ ନେଇ ବିଶ୍ଳେଷଣ କରାଯାଇଥିବାବେଳେ ଚୌଦ୍ଵାର-କଟକ BJD ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ଵାଳଙ୍କ ସମ୍ପତ୍ତି ପରିମାଣ ସର୍ବାଧିକ ୨୩.୩୮ ଗୁଣା ବଢ଼ିଛି । ୨୦୧୯ରେ ତାଙ୍କର ସମ୍ପତ୍ତି ଥିଲା ୨୦ ଲକ୍ଷ ଟଙ୍କା, ଏବେ ୪ କୋଟି ୮୩ ଲକ୍ଷ । ଏହାପଛକୁ ସାରଦା ନାୟକଙ୍କ ସମ୍ପତ୍ତି ପରିମାଣ ୮ ଗୁଣା ବଢ଼ିଛି । ୧୩ ଲକ୍ଷ ୩୦ ହଜାର ଟଙ୍କା ଥିବାବେଳେ ଏବେ ୧ କୋଟି ୭ ଲକ୍ଷ ଟଙ୍କା ।

ବୟସ୍କ ପ୍ରାର୍ଥୀ: ସେହିପରି ଚଳିତ ନିର୍ବାଚନରେ ୪ ଜଣ ବିଧାୟକ ପ୍ରାର୍ଥୀଙ୍କ ବୟସ ୮୦ ବର୍ଷରୁ ଅଧିକ । କେନ୍ଦୁଝର ପାଟଣା କଂଗ୍ରେସ ପ୍ରାର୍ଥୀ ହୃଷିକେଶ ନାୟକ ସବୁଠୁ ବୟସ୍କ ପ୍ରାର୍ଥୀ, ତାଙ୍କ ବୟସ ୮୩ ବର୍ଷ । ନିରଞ୍ଜନ ପଟ୍ଟନାୟକ ୮୧ ବର୍ଷ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ବଦ୍ରି ନାରାୟଣ ପାତ୍ରଙ୍କ ବୟସ ୮୦ ବର୍ଷ । ଅପରପକ୍ଷେ ୭ ଜଣ ପ୍ରାର୍ଥୀଙ୍କ ବୟସ ୨୫ ବର୍ଷ, ଅର୍ଥାତ୍ ଯୋଗ୍ୟତା ହାସଲ ମାତ୍ରେ ପ୍ରାର୍ଥୀ ହୋଇଛନ୍ତି ।

ଏହା ବି ପଢନ୍ତୁ...ଚତୁର୍ଥ ପର୍ଯ୍ୟାୟରେ କେତେ କୋଟିପତି ପ୍ରାର୍ଥୀ ? ସ୍କୁଲ ହତା ମାଡ଼ି ନାହାନ୍ତି ୩ ପ୍ରାର୍ଥୀ, ମୈଦାନରେ ବୟସ୍କ ଯୋଦ୍ଧା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.