ETV Bharat / state

ମର୍ଯ୍ୟାଦା ସମ୍ପନ୍ନ ସମ୍ବଲପୁରର କିଏ ହେବେ ପରବର୍ତ୍ତୀ ବିଧାୟକ; ସବୁ ଦଳର ପ୍ରାର୍ଥୀ ଅସ୍ପଷ୍ଟ - ସମ୍ବଲପୁର ବିଧାନସଭା ଆସନ

Sambalpur Assembly Seat: ପାଖେଇ ଆସୁଛି ଗଣତନ୍ତ୍ରର ମହାପର୍ବ । ଖୁବଶୀଘ୍ର ବାଜିବ ସାଧାରଣ ନିର୍ବାଚନ ବିଗୁଲ । ଏହା ପୂର୍ବରୁ ଉପକୂଳରୁ ଉପାନ୍ତ, ଗାଁରୁ ସହର ସବୁଠି ନିର୍ବାଚନ ମାହୋଲ । ପ୍ରସ୍ତୁତ ହେଉଛି ରଣନୀତି । ଚାଲିଛି ହାର ଜିତର ହିସାବ କିତାବ । କିଏ ଜିତିବେ କିଏ ହାରିବେ ? ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି କାହାର ହେବ ସମ୍ବଲପୁର? କାହାକୁ ବାଛିବେ ଜନତା? କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ ?

sambalpur seat
sambalpur seat
author img

By ETV Bharat Odisha Team

Published : Feb 24, 2024, 8:18 PM IST

ମର୍ଯ୍ୟାଦା ସମ୍ପନ୍ନ ସମ୍ବଲପୁରର କିଏ ହେବେ ପରବର୍ତ୍ତୀ ବିଧାୟକ; ସବୁ ଦଳର ପ୍ରାର୍ଥୀ ଅସ୍ପଷ୍ଟ

ସମ୍ବଲପୁର: ପାଖେଇ ଆସୁଛି ଗଣତନ୍ତ୍ରର ମହାପର୍ବ । ଖୁବଶୀଘ୍ର ବାଜିବ ସାଧାରଣ ନିର୍ବାଚନ ବିଗୁଲ । ଏହା ପୂର୍ବରୁ ଉପକୂଳରୁ ଉପାନ୍ତ, ଗାଁରୁ ସହର ସବୁଠି ନିର୍ବାଚନ ମାହୋଲ । ପ୍ରସ୍ତୁତ ହେଉଛି ରଣନୀତି । ତିଆରି ହେଉଛି ଲଢେଇ ମୈଦାନ । ଚାଲିଛି ହାର ଜିତର ହିସାବ କିତାବ। କିଏ ଜିତିବେ କିଏ ହାରିବେ? କେଉଁଠି ଲଢିବେ କେଉଁ ଯୋଦ୍ଧା, ଉତ୍ତର ଦକ୍ଷିଣ ପୂର୍ବ-ପଶ୍ଚିମ ସାରା ରାଜ୍ୟରେ ରାଜନୈତିକ ଦଳଙ୍କ ଜାରି ରହିଛି ଗୋଟିଚାଳନା। ଏପରି ସ୍ଥିତିରେ ରାଜ୍ୟ ରାଜନୀତିର ଏକ ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନ ସମ୍ବଲପୁରରେ ପଡିଛି ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଆଖି । ଏହି ଆସନକୁ ହାତେଇବା ପାଇଁ ସବୁ ଶକ୍ତି ଲଗାଉଛନ୍ତି ତିନି ଦଳ। ହେଲେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାହା ଅସ୍ପଷ୍ଟ ରହିଛି । କାରଣ ସମ୍ବଲପୁର ଆସନର ପ୍ରଭାବ ଜିଲ୍ଲାର ଅନ୍ୟ ଆସନ ଉପରେ ପଡିବା ସହ ଲୋକସଭା ଆସନ ଉପରେ ପଡିଥାଏ। ସମ୍ବଲପୁର ଆସନ ଭାରତୀୟ ଜନତା ପାର୍ଟିର ଗଡ ଭାବେ ପରିଣତ ହୋଇଥିବା ବେଳେ ସମୟ ଅନୁସାରେ ଶକ୍ତିବୃଦ୍ଧି କରିଚାଲିଛି ଶାସକ ବିଜେଡି । କଂଗ୍ରେସ ମଧ୍ୟ ଅସ୍ତିତ୍ବ ବଞ୍ଚାଇ ମୈଦାନରେ ରହିଛି । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି କାହାର ହେବ ସମ୍ବଲପୁର? କାହାକୁ ବାଛିବେ ଜନତା? କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ?

ଅଧିକ ପଢନ୍ତୁ- ସରଗରମ ବୀରମିତ୍ରପୁର ରାଜନୀତି, ରିପିଟ୍‌ କରିବ ବିଜେପି ନା ନୂଆମୁହଁ ଖୋଜିବେ ଭୋଟର ?

ଦୁଇ ଦଶନ୍ଧୀର ସ୍ଥିତି:- ବର୍ତ୍ତମାନ ସମ୍ବଲପୁରର ବିଧାୟକ ଅଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜେପିର ଫାୟାରବ୍ରାଣ୍ଡ ନେତା ଜୟ ନାରାୟଣ ମିଶ୍ର l ଜୟ 2000, 2004, 2009 ଲଗାତାର ବିଜୟୀ ହୋଇ ବିଧାନସଭା ଆସିଥିଲେ । ବିଜେଡି ବିଜେପିର ମେଣ୍ଟ ସରକାରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ହେଲେ 2014 ବିଧାନସଭା ନିର୍ବାଚନରେ ସମ୍ବଲପୁର ଭୋଟର ପରିବର୍ତ୍ତନ କରିଥିଲେ । ଜୟ ପରାଜିତ ହେବା ସହ ପ୍ରଥମ ଥର ସମ୍ବଲପୁରରେ ବିଜୟୀ ହୋଇଥିଲା ବିଜେଡି । ବିଜେଡି ପ୍ରାର୍ଥୀନୀ ଜଣାଶୁଣା ଡା. ରାସେଶ୍ବରୀ ପାଣିଗ୍ରାହୀ ବିଜୟୀ ହୋଇଥିଲେ । ପ୍ରଥମ ଥର ବିଧାୟିକା ହୋଇଥିଲେ ବି ରାସେଶ୍ବରୀ ବହୁ ବିକାଶ ମୂଳକ କାମ କରିଥିଲେ । ଏହାସତ୍ବେ 2019 ନିର୍ବାଚନରେ ଆସନ ବଜାୟ ରଖିପାରିନଥିଲା ବିଜେଡି । ପୂର୍ବ ଭୁଲକୁ ସୁଧାରି 2019ରେ ପୁଣି ଥରେ ବିଜୟୀ ହୋଇଥିଲେ ଭେଟେରାନ ଜୟ ନାରାୟଣ ମିଶ୍ର । ପରବର୍ତ୍ତୀ ସମୟରେ ବିରୋଧୀ ଦଳ ନେତ ମଧ୍ୟ ହୋଇ ନିଜର ପ୍ରଭାବ ବିସ୍ତାର କରିପାରିଛନ୍ତି ।

କିଏ ହେବେ ବିଜେପି ପ୍ରାର୍ଥୀ:- ଖୁବଶୀଘ୍ର ସପ୍ତଦଶ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିବ। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଜାରି ରହିଛି । ରାଜନୈତିକ ଦଳ ମାନେ ମଧ୍ୟ କ୍ଷେତ୍ର ପ୍ରସ୍ତୁତିରେ ଲାଗିଛନ୍ତି । ବିଜେପିର ଗଡ ଥିବା ସମ୍ବଲପୁରରେ କିଏ ହେବେ ପରବର୍ତ୍ତୀ ଦଳୀୟ ପ୍ରାର୍ଥୀ ତାହାକୁ ନେଇ ବଢିଚାଲିଛି କଳ୍ପନା ଜଳ୍ପନା। କାରଣ ଟାଣୁଆ ନେତା ବର୍ତ୍ତମାନର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଅସୁସ୍ଥତା । ଜୟ ଦୀର୍ଘଦିନ ହେବ ଅସୁସ୍ଥ ଅଛନ୍ତି । ଫଳରେ ନିଜ ବିଧାନସଭା କ୍ଷେତ୍ରକୁ ମଧ୍ୟ କିଛି ସମୟ ହେଲା ଆସିନାହାଁନ୍ତି । ଯାହାକୁ ନେଇ ନିର୍ବାଚନରେ ପ୍ରାର୍ଥୀ ହେବେ କି ନାହିଁ ସ୍ପଷ୍ଟ ହେଉନାହିଁ । ଜୟ ଯଦି ପ୍ରାର୍ଥୀ ନହୁଅନ୍ତି ତେବେ ଦଳୀୟ ପ୍ରାର୍ଥୀ ହେବେ କିଏ? ଜୟ ନାରାୟଣ ଜିଲ୍ଲାର ଅଦ୍ଵିତୀୟ ବିଜେପି ନେତା ହୋଇଥିବା ବେଳେ ତାଙ୍କ ସଂଗଠନ ମଧ୍ୟ ସୁଦୃଢ ରହିଛି । ଜୟ ନାରାୟଣଙ୍କ ସାଙ୍ଗଠନିକ ଦକ୍ଷତା ଏତେ ସୁଦୃଢ ରହିଛି ଯେ ତାଙ୍କ ବିନା ଦଳ ସମ୍ବଲପୁର ବିଧାନସଭା କି ଲୋକସଭା ଆସନ ଜିତିବା କଷ୍ଟକର ବ୍ୟାପାର ହୋଇପାରେ ବୋଲି ରାଜନୀତି ସମୀକ୍ଷକ ଆକଳନ କରୁଛନ୍ତି । ଏପରି ସ୍ଥିତିରେ ଜୟଙ୍କୁ ଛାଡି ଦଳ କୌଣସି ନିଷ୍ପତି ନେଇ ପାରୁନାହିଁ l ତଥାପି ଯଦି ଜୟ ପ୍ରାର୍ଥୀ ନହୁଅନ୍ତି ତାଙ୍କ ସହମତିରେ ଦଳ କାହାକୁ ପ୍ରାର୍ଥୀ କରିପାରେ । ଜୟଙ୍କ ବ୍ୟତୀତ ଟିକେଟ ଦୌଡରେ ଥିବା ଅନ୍ୟ ସାମ୍ଭାବ୍ୟ ନେତା ମାନଙ୍କ ମଧ୍ୟରେ ରହିଛନ୍ତି ବରିଷ୍ଠ ନେତା ଦାମୋଦର କର, ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ , ସମୀର ରଞ୍ଜନ ବାବୁ, ଅନୀଲ ବେହେରା, ବଜରଙ୍ଗ ଦଳ ଯୁବନେତା ସୁଧୀର ବହିଦାର, ଯୁବ ନେତା ମାନସ ବକ୍ସି ପ୍ରମୁଖ । ଅନ୍ୟପଟେ ଜୟ ନାରାୟଣ ମିଶ୍ରଙ୍କ ପରିବାରରୁ ତାଙ୍କ ଝିଅ ଶୁଭଶ୍ରୀ ମିଶ୍ରଙ୍କୁ ମଧ୍ୟ ଦଳ ସୁଯୋଗ ଦେଇପାରେ । ଏବେ ଅପେକ୍ଷା କିଏହେଉଛନ୍ତି ବିଜେପିର ଯୋଦ୍ଧା।

ଅଧିକ ପଢନ୍ତୁ- ରେଢାଖୋଲ ବିଧାନସଭା ଆସନ; ଏଥର ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରିବେ କି ଦଳ ?

ବିଜେଡିରୁ କିଏ:- ସେହିପରି ପ୍ରଥମ ଥର 2014 ରେ ସମ୍ବଲପୁରରେ ବିଜୟୀ ହୋଇଥିବା ବିଜେଡି ସମ୍ବଲପୁର ଦଖଲ ପାଇଁ ପୁରା ବ୍ୟଗ୍ର ରହିଛି । ଏଥିପାଇଁ ଦଳ ରାତି ଦିନ ଏକ କରି ମୈଦାନ ପ୍ରସ୍ତୁତ କରୁଛି । ଦଳ ବିକାଶକୁ ପ୍ରମୁଖ ମୁଦ୍ଦା କରି ନିର୍ବାଚନକୁ ଯିବାକୁ ଥିବା ବେଳେ ଶାସକ ଦଳରୁ ମଧ୍ୟ ପ୍ରାର୍ଥୀ କିଏ ହେବେ ଅସ୍ପଷ୍ଟ ରହିଛି । ବିଜେଡିରୁ ଗତ ଥର ପ୍ରାର୍ଥୀ ହୋଇଥିବା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିବା କୁହାଯାଉଛି । ଫଳରେ ବିଜେଡି ରାସେଶ୍ବରୀଙ୍କ ବିକଳ୍ପ ସନ୍ଧାନରେ ଅଛି । ଯଦି ଦଳ ରାସେଶ୍ବରୀଙ୍କୁ ପ୍ରାର୍ଥୀ ନକରେ କିଏ ହେବେ ଦଳୀୟ ପ୍ରାର୍ଥୀ? ଦଳୀୟ ଟିକେଟ ଦୌଡରେ ଆଗରେ ରହିଛନ୍ତି ଜିଲ୍ଲା ବିଜେଡି ସଭାପତି ତଥା ରେଢାଖୋଲ ବିଧାୟକ ରୋହିତ ପୂଜାରୀ । କଂଗ୍ରେସ ଛାଡି ବିଜେଡି ରୋହିତ ଆସିବା ପରଠାରୁ ସମ୍ବଲପୁରରେ ଦଳର ଉତଥାନ ଆରମ୍ଭ ହୋଇଛି । ଯାହାକୁ ନେଇ ରୋହିତ ସମ୍ବଲପୁରରୁ ଲଢିବା ପାଇଁ ମଧ୍ୟ ଆଶାୟୀ ଅଛନ୍ତି । ଏହାସହ ଲୋକସଭା ଟିକେଟ ଉପରେ ଆଖି ପକାଇବା ସହ ରେଢାଖୋଲକୁ ବି ବିକଳ୍ପ ଭାବେ ରଖିଛନ୍ତି । ଏହାବାଦ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ରାଜ୍ୟ ମୁଖପାତ୍ର ସଞ୍ଜୟ ବାବୁଙ୍କ ନାଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ରହିଛି l ସିଦ୍ଧାର୍ଥ ଦାସ ପୂର୍ବତନ ଜିଲ୍ଲା ସଭାପତି ହେବା ସହ ଜଣେ ବରିଷ୍ଠ ନେତା ହୋଇଥିବା ବେଳେ ସଞ୍ଜୟ ବାବୁଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଦଳକୁ ସହାୟକ ହୋଇପାରେ । ଏତତ ବ୍ୟତୀତ ଯଦି ଦଳ ମହିଳାବର୍ଗରୁ ପ୍ରାର୍ଥୀ ଦେବାକୁ ଚିନ୍ତା କରେ ଆଗରେ ରହିଛନ୍ତି ସାମାଜିକ ସୁରକ୍ଷା କଲ୍ୟାଣ ବୋର୍ଡର ସଦସ୍ୟା ଚନ୍ଦ୍ରଲେଖା ବହିଦାର । ଚନ୍ଦ୍ରଲେଖା 2019-2022 ବିଜେଡି ମହିଳା ଶାଖାର ରାଜ୍ୟ ସମ୍ପାଦିକା ଥିଲେ। ଏହାସହ ରେଢାଖୋଲ ବିଧାନସଭା କ୍ଷେତ୍ରରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ । ଏପରିକି ପଞ୍ଚାୟତ ନିର୍ବାଚନରେ ମଧ୍ୟ ବଲାଙ୍ଗୀର ଓ କୁଚିଣ୍ଡା ଅଞ୍ଚଳରେ ଦଳପାଇଁ କାମ କରିଛନ୍ତି ।

କଂଗ୍ରେସ ଟିକେଟ ପାଇବ କିଏ:- ସମ୍ବଲପୁର ବିଧାନସଭା ଆସନରେ ମୁଖ୍ୟତଃ ବିଜେପି ବିଜେଡି ମଧ୍ୟରେ ଫାଇଟ ହୋଇଥାଏ। ହେଲେ ଅଶୀ ଦଶକରେ କଂଗ୍ରେସର ଗଡ ଥିଲା ସମ୍ବଲପୁର । ନିଜର ପୂର୍ବ ଗୌରବ ଫେରି ପାଇବା ପାଇଁ କଂଗ୍ରେସ ସଂଘର୍ଷ ଜାରି ରଖିଛି । ଲୋକଙ୍କ ସମସ୍ୟାକୁ ନେଇ ସ୍ବର ଉତ୍ତୋଳନ କରିବା ସହ ସହରରେ ସଂଗଠନର ଶକ୍ତିବୃଦ୍ଧି ହୋଇଥିବା ଦଳୀୟ ଜିଲ୍ଲା ସଭାପତି ଦାବି କରୁଛନ୍ତି । ହେଲେ ପ୍ରାର୍ଥୀ କିଏ ହେଲେ ତାହା ସ୍ପଷ୍ଟ କରିନାହାଁନ୍ତି । କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ରହିଛନ୍ତି ସୁରେଶ୍ବର ମିଶ୍ର, ଯୁବ ନେତା ଦୁଲାଲ ଚନ୍ଦ୍ର ପ୍ରଧାନ, ଯୁବ ନେତା ଅମିତ ଗୁରୁ ଓ ଜିତେନ୍ଦ୍ର ପ୍ରଧାନ l ସୁରେଶ୍ବର ମିଶ୍ର ପୂର୍ବତନ ଜିଲ୍ଲା ସଭାପତି ହୋଇଥିବା ବେଳେ ସେ ପୂର୍ବରୁ କଂଗ୍ରେସର ପ୍ରାର୍ଥୀ ହୋଇ ସାରିଛନ୍ତି l ଦୁଲାଲ ଚନ୍ଦ୍ର ପ୍ରଧାନ ମୂଳରୁ କଂଗ୍ରେସ ଦଳ ସହ ଜଡିତ ଥିବା ବେଳେ ବର୍ତ୍ତମାନ ସେ ଜିଲ୍ଲା କ୍ରୀଡା ସଂଘର ଉପସଭାପତି ଅଛନ୍ତି । ଏହାସହ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି l ଅନ୍ୟପଟେ ଜିତେନ୍ଦ୍ର ପ୍ରଧାନ ଓ ଅମିତ ଗୁରୁ ଦଳର ଯୁବ ନେତା ହୋଇଥିବାରୁ ଟିକେଟ ଆଶାୟୀ ଅଛନ୍ତି ।

ବିଜେପିର ସାମ୍ଭାବ୍ୟ ମୁଦ୍ଦା:- ଆଗାମୀ ନିର୍ବାଚନକୁ ନେଇ ପ୍ରାର୍ଥୀତ୍ବକୁ ନେଇ କୌଣସି ନିର୍ଣ୍ଣୟ ହୋଇନଥିଲେ ମଧ୍ୟ ଜିଲ୍ଲା ସଭାପତି ଗିରିଶ ପଟେଲ କହିଛନ୍ତି ‘‘ସମ୍ବଲପୁର ମହାନଗର ନିଗମରେ ଦୀର୍ଘ ବର୍ଷ ହେବ ନିର୍ବାଚନ ନହେବା, ସମ୍ବଲପୁରରେ ବାବୁରାଜ, ଗରିବ ଲୋକଙ୍କ କାମ ନହେବା, ଭ୍ରଷ୍ଟାଚାର, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ସ୍ବେରେଜ କାମରେ ଅବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ରୂପାୟନରେ ଅବ୍ୟବସ୍ଥା ଆଦି ପ୍ରସଙ୍ଗକୁ ବିଜେପି ମୁଦ୍ଦା କରିବ’’ । ଏହାସହ କେନ୍ଦ୍ର ସରକାରଙ୍କ ସଫଳତା ଓ ମୋଦି ଗ୍ୟାରେଣ୍ଟି ନେଇ ନିର୍ବାଚନକୁ ଯିବ ଦଳ ।

ଅଧିକ ପଢନ୍ତୁ- 2024 ଫାଇଟ୍: କାହାର ହେବ ଜୟଦେବ ବିଧାନସଭା ? ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକାରେ ଅନେକ ଆଶାୟୀ

ବିଜେଡିର ସାମ୍ଭାବ୍ୟ ମୁ୍ଦ୍ଦା:- ସମ୍ବଲପୁର ଦଖଲ ଲକ୍ଷ୍ୟରେ ଥିବା ବିଜେଡି ପ୍ରାର୍ଥୀ ସ୍ଥିର ହୋଇନଥିଲେ ବି ମୁଦ୍ଦା ସ୍ଥିର କରିସାରିଛି । ଦଳୀୟ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ କହିଛନ୍ତି, ‘‘ଏଥର ନିର୍ବାଚନରେ ବିଜେଡି ବିକାଶକୁ ମୁଦ୍ଦା କରିବ l ସମଲେଇ ଯୋଜନା ଦ୍ବାରା ସମଲେଶ୍ବରୀ ମନ୍ଦିରର ରୂପାନ୍ତରୀକରଣ, ଭୀମସାର ମେଡିକାଲ ପାଇଁ 1000 କୋଟିର ପାଣ୍ଠି ମଞ୍ଜୁରୀ, ଭିଏସଏସ ଷ୍ଟାଡିୟମ ଉନ୍ନତିକରଣ ପାଇଁ 350 କୋଟି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାବାଦ ପ୍ରତ୍ୟେକ ସମ୍ପ୍ରଦାୟର ଧର୍ମପୀଠ ପାଇଁ ଆର୍ଥିକ ସହାୟତା, କଲ୍ୟାଣ ମଣ୍ଡପ ନିର୍ମାଣ, ରାଜ୍ୟ ସରକାରଙ୍କ ବିଭିନ୍ନ ଗରିବ ଜନ କଲ୍ୟାଣକାରୀ ଯୋଜନାକୁ ମୁଦ୍ଦା କରିବ ଦଳ । ’’

କଂଗ୍ରେସର ସାମ୍ଭାବ୍ୟ ମୁଦ୍ଦା:- ବିଜେଡି ବିଜେପିର ଲଢେଇ ମଧ୍ୟରେ ନିଜର ଉପସ୍ଥିତି ଜାହିର କରୁଥିବା କଂଗ୍ରେସ ମଧ୍ୟ ସମ୍ବଲପୁର ସଦର ସମେତ ଅନ୍ୟ ତିନୋଟି ଆସନ ଓ ଲୋକସଭା ଆସନ ଦଖଲ କରିବାକୁ ଦମ୍ଭୋକ୍ତି ଦେଖାଇଛନ୍ତି ଜିଲ୍ଲା ସଭାପତି ଜୟ ଶଙ୍କର ମିଶ୍ର । ସେ କହିଛନ୍ତି ଆଗାମୀ ନିର୍ବାଚନରେ କଂଗ୍ରେସର ମୁକାବିଲା ବିଜେପି ଓ ବିଜେଡିର କଳା ଟଙ୍କା ସହ ହେବ l ସମ୍ବଲପୁର ରେ ରାସ୍ତା ଘାଟର ସମସ୍ୟା ରହିଛି l କୌଣସି ମନ୍ଦିରର ଉନ୍ନତିକରଣ କାରି ଦେଲେ ବିକାଶ ହୁଏନାହିଁ l ରାଜ୍ୟ ସରକାର କେବଳ ବିକାଶର ଡିଣ୍ଡିମ ପିଟୁଛନ୍ତି l ଯଦି କୌଣସି ବିକାଶ କରିଛନ୍ତି ତାର ଶ୍ବେତ ପତ୍ର ଜାରି କରନ୍ତୁ l ସମ୍ବଲପୁରରେ ହୋଇଥିବା MCL, ରେଳ ଡିଭିଜନ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସବୁ କଂଗ୍ରେସ କରିଛି l ଏଥିପାଇଁ ଏହାର ଜବାବ ସାଧରଣ ଜନତା ଦେବେ । ଆଗାମୀ ନିର୍ବାଚନରେ କଂଗ୍ରେସ ସମ୍ବଲପୁର ଲୋକସଭା ସିଟ ସହ ଏହା ଅଧୀନରେ ଥିବା ସବୁ 7 ଟି ଯାକ ବିଧାନସଭା ସିଟ ଜିତିବ ।

2009 ନିର୍ବାଚନ ଫଳାଫଳ:- ଗତ 2009 ବିଧାନସଭା ନିର୍ବାଚନରେ ସମ୍ବଲପୁର ଆସନରୁ ବିଜେପିର ଜୟନାରାୟଣ ମିଶ୍ର କଂଗ୍ରେସର ସୁରେଶ୍ବର ମିଶ୍ରଙ୍କ ମଧ୍ୟରେ ଲଢେଇ ହୋଇଥିଲା । ଜୟ ନାରାୟଣ ସୁରେଶ୍ବରଙ୍କୁ 7010 ଖଣ୍ଡ ଭୋଟରେ ପରାଜିତ କରିଥିଲେ l ଏହି ନିର୍ବାଚନ ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର 34 ହଜାର 110 ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ 27 ହଜାର 100 ଭୋଟ ପାଇଥିଲେ। NCP ପ୍ରାର୍ଥୀ ହୋଇଥିବା ସିଦ୍ଧାର୍ଥ ଦାସ 10 ହଜାର 105 ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

2014 ନିର୍ବାଚନ ଫଳାଫଳ:- ଗତ 2014 ନିର୍ବାଚନରେ କିନ୍ତୁ ବଦଳି ଯାଇଥିଲା ସ୍ଥିତି । ବିଜେଡି ପ୍ରାର୍ଥୀନୀ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ 9 ହଜାର 958 ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କୁ ପରାଜିତ କରିଥିଲେ l 2014ରେ ସମ୍ବଲପୁର ଆସନରୁ କୌଣସି ବିଜେଡି ପ୍ରାର୍ଥୀ ପ୍ରଥମ ଥର ବିଜୟୀ ହୋଇଥିଲେ l ଏହି ନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରାସେଶ୍ବରୀ ପାଣିଗ୍ରାହୀ 48 ହଜାର 362 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର 38 ହଜାର 408 ଖଣ୍ଡ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ । କଂଗ୍ରେସ ପ୍ରାର୍ଥୀ ସୁରେଶ୍ବର ମିଶ୍ର 19 ହଜାର 20 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ l

ଅଧିକ ପଢନ୍ତୁ- ସରିଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ; ଫଟୋ ଉଠାଇଲେ ବିଧାୟକ

2019 ନିର୍ବାଚନ ଫଳାଫଳା:- 2019 ନିର୍ବାଚନରେ ପୁଣି ଥରେ ବାଜି ମାରିଥିଲେ ବିଜେପିର ଜୟନାରାୟଣ ମିଶ୍ର । ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ 4 ହଜାର 380 ଭୋଟରେ ବିଜେଡିର ରାସେଶ୍ବରୀଙ୍କୁ ପରାଜିତ କରିଥିଲେ l ଏହି ନିର୍ବାଚନରେ ବିଜେପିର ଜୟ ନାରାୟଣ ମିଶ୍ର 57 ହଜାର 349 ଟି ଭୋଟ ପାଇଥିବା ବେଳେ ବିଜେଡିର ରାସେଶ୍ବରୀ ପାଣିଗ୍ରାହୀ 52 ହଜାର 969 ଖଣ୍ଡ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ଡାକ୍ତର ପ୍ରଫେସର ଅଶ୍ବିନୀ ପୂଜାହାରୀ 11 ହାଜର 652 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ l

ସମ୍ବଲପୁର ବିଧାନସଭା ଅବସ୍ଥିତି:- ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ l ସମ୍ବଲପୁର ସହର ସମେତ ବୁର୍ଲା ଓ ହୀରାକୁଦ ସହରକୁ ନେଇ ଗଠିତ ହୋଇଛି l 1951 ମସିହାରେ ଏହା ଗଠନ ହୋଇଥିଲା l ଏହା ଏକ ଅଣ ସଂରକ୍ଷିତ ଆସନ । ଏହି ବିଧାନସଭା କ୍ଷେତ୍ରରେ 2 ଲକ୍ଷ 9 ହଜାର 924 ମତଦାତା ଅଛନ୍ତି l ସମ୍ବଲପୁର ସହର ପଶ୍ଚିମ ଓଡିଶାର ରାଜନୈତିକ, ପ୍ରଶାସନିକ, ଅର୍ଥନୈତିକ, ଶିକ୍ଷାଗତ ପ୍ରାଣକେନ୍ଦ୍ର ଅଟେ l ଏହି ନିର୍ବାଚନ ମଣ୍ଡଳୀରେ ଇଷ୍ଟଦେବୀ ସମଲେଶ୍ବରୀ ମନ୍ଦିର, ଐତିହାସିକ ହୀରାକୁଦ ଡ୍ୟାମ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ଭୀମସାର ମେଡିକାଲ କଲେଜ, ଭିସୁଟ ଇଞ୍ଜିନିୟରିଂ ବିଶ୍ଵବିଦ୍ୟାଳୟ, ରାଜ୍ୟ ମୁକ୍ତ ବିଶ୍ବ ବିଦ୍ୟାଳୟ ସମେତ ବହୁ ପର୍ଯ୍ୟଟନ ସ୍ଥଳୀ ରହିଛି l ଗମନାଗମନ ସୁବିଧା ପାଇଁ ମଧ୍ୟ ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ଏହା ପ୍ରମୁଖ ସ୍ଥାନ l ତେଣୁ ରାଜ୍ୟ ରାଜନୀତିରେ ସମ୍ବଲପୁର ଆସନର ବେଶ ଗୁରୁତ୍ବ ରହିଆସିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.