ETV Bharat / state

ଶକ୍ତି ଦେଖାଇଲେ ସୁରେଶ, ପ୍ରଥମ ଦିନରେ ଭରିଲେ ନାମାଙ୍କନ - Suresh Pujari file nomination

author img

By ETV Bharat Odisha Team

Published : Apr 26, 2024, 8:17 PM IST

SURESH PUJARI FILE NOMINATION: ବ୍ରଜରାଜନଗର ସରଗରମ ରାଜନୀତି । ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ହେବ କଡା ଫାଇଟ୍ । ପ୍ରଥମ ଦିନରେ ପ୍ରଥମ କରି ନାମାଙ୍କନ ପତ୍ର ଦାଖଲ କଲେ ସୁରେଶ ପୂଜାରୀ । ଅଧିକ ପଢନ୍ତୁ

ଶକ୍ତି ଦେଖାଇଲେ ସୁରେଶ, ପ୍ରଥମ ଦିନରେ ଭରିଲେ ନାମାଙ୍କନ ପତ୍ର

ଝାରସୁଗୁଡ଼ା: ପ୍ରାର୍ଥୀପତ୍ର ଦାଖଲ କଲେ ସୁରେଶ ପୂଜାରୀ । ଆଜି ଶୁକ୍ରବାର ଦିନ ନିର୍ବାଚନ ଆୟୋଗ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଆସନ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ଅବସରରେ ବରଗଡ଼ ସାଂସଦ ତଥା ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ ଆଜି ପ୍ରଥମ ଦିନରେ ପ୍ରଥମ କରି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରିଟର୍ଣ୍ଣଂ ଅଧିକାରୀ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ନିକଟରେ ସୁରେଶ ପତ୍ର ଦାଖଲ କରିଛନ୍ତି ।

ବ୍ରଜରାଜନଗର ବିଧାନସଭା ଆସନରେ ଏଥର ତ୍ରିମୁଖୀ ଲଢ଼େଇ ହେବ ବୋଲି ଅନୁମାନ କରାଯାଇଛି । ବିଜେପି, ବିଜେଡି ଓ କଂଗ୍ରେସ ତିନି ପ୍ରମୁଖ ଦଳ ପକ୍ଷରୁ ତିନି ଜଣ ପ୍ରଭାବଶାଳୀ ନେତାଙ୍କୁ ଏଠାରେ ପ୍ରାର୍ଥୀ କରିଛି । ବିଜେପି ସାଂସଦ ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ଶାସକ ଦଳ ସ୍ଥାନୀୟ ବିଧାୟକ ଅଳକା ମହାନ୍ତିଙ୍କୁ ପୁନର୍ବାର ପ୍ରାର୍ଥୀ କରିଛି । ଅନ୍ୟପଟେ କଂଗ୍ରେସ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ନିର୍ବାଚନ ମୈଦାନରେ ଓହ୍ଲାଇଛି ।

ଏହି ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ନିର୍ବାଚନୀ ପ୍ରଚାର ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏପରି କି ବ୍ରଜରାଜନଗର ବିଧାନସଭା କ୍ଷେତ୍ରରେ ବେଲପାହାଡ଼ ପୌର ନଗରପାଳ ନିମାଇଁ ଚରଣ (ବୁଲୁ) ପଣ୍ଡା, ବିଶ୍ଵନାଥ ନାୟକ, ବିରଞ୍ଚି ସାହୁ, ଆଦିତ୍ୟ ପ୍ରଧାନ ପ୍ରମୁଖ ଅନେକ ପ୍ରଭାବଶାଳୀ ବ୍ୟକ୍ତି ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ଦଳୀୟରେ ମଧ୍ୟ ଛିଡ଼ା ହୋଇପାରନ୍ତି ବୋଲି ସାଧାରଣରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ମଧ୍ୟ ପଢନ୍ତୁ ....ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ପ୍ରଦୀପ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କୁ କଲେ କଟାକ୍ଷ - LOK SABHA ELECTION 2024

ପ୍ରକାଶ ଯୋଗ୍ୟ ଯେ, ବ୍ରଜରାଜନଗର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ତିନିଟି ଦଳରେ ଟିକଟ ପାଇନଥିବା ଆଶାୟୀ ନେତା ଓ ସେମାନଙ୍କ ସମର୍ଥକ କର୍ମୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସେମାନେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରୁ ଦୂରେଇ ରହୁଥିବା ଦେଖିବାକୁ ମିଳୁଛି । ଏବେ ରାଜନୀତି ସରଗରମ ହେବା ସହ ଚା' ଖଟି ,ରାସ୍ତାଘାଟ ଯେଉଁଠି ଦେଖିଲେ ଖାଲି ନିର୍ବାଚନ ଚର୍ଚ୍ଚା । ଏପରିକି ଏଥର ସ୍ଥାନୀୟ ନେତାଙ୍କୁ ହିଁ ଭୋଟ ଦେବାକୁ ମଧ୍ୟ ବୁଦ୍ଧିଜୀବୀ ମହଲରେ ବେଶ୍ ଚର୍ଚ୍ଚା ହେଉଛି । ସେପଟେ ବିଭିନ୍ନ ଦଳର କେତେକ ବରିଷ୍ଠ ନେତା ଟିକଟ ନପାଇ ଦଳ ଡିଆଁ ପର୍ବରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ,ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.