ETV Bharat / state

ବୌଦ୍ଧରେ ଅମାନତ ହରାଇଲା ବିଜେଡି, କାହିଁକି ଭୁଶୁଡିଲା ଦୁର୍ଗ ? - WHY BJD LOST ELECTION

author img

By ETV Bharat Odisha Team

Published : Jun 8, 2024, 8:12 PM IST

BJD LOST IN BOUDH: ଧରାଶାୟୀ ହେଲେ ବିଜେଡିର ହେଭିୱେଟ । ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ବୌଦ୍ଧ ଦୁଇ ବିଧାନସଭା ଆସନକୁ କ୍ଲିନ ସୁଇପ କଲା ବିଜେପି । ଜିଲ୍ଲାରେ ବିଜେଡି ବିପର୍ଯ୍ୟୟର କାରଣ କ'ଣ ? ଅଧିକ ପଢନ୍ତୁ

BJD LOST IN ODISHA
BJD LOST IN ODISHA (ETV Bharat Odisha)

ବୌଦ୍ଧ: କାହିଁକି ଭୁଶୁଡି ଗଲା ବିଜେଡିର ଗଡ଼ । କେଉଁଠି ରହିଲା ଭୁଲ । ପରିଚାଳନା ତ୍ରୁଟି ନା ଜନ ଆକ୍ରୋଶ ନା ଅନ୍ୟ କିଛି । ବିଜେଡିର ବିପର୍ଯ୍ୟୟ ପରେ ବୌଦ୍ଧର ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେଡି ମଧ୍ୟରେ ଚାଲିଛି ସମୀକ୍ଷା । ସେପଟେ ଜିଲ୍ଲାର ଦୁଇ ବିଜୟୀ ବିଧାୟକଙ୍କ ମଧ୍ୟରୁ ଜଣେ ନୂତନ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି । ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ଜିଲ୍ଲାର ଦୁଇଟି ବିଧାନସଭା ଆସନକୁ ବିଜେପି ଅକ୍ତିଆର କରିଛି ।

BJD LOST IN ODISHA (ETV Bharat Odisha)

ଜିଲ୍ଲାର ଦୁଇ ବିଧାନସଭା ଆସନରେ ଚଳିତ ନିର୍ବାଚନରେ ବିଜେଡି ଧରାଶାୟୀ ହୋଇଛି । ସ୍ବତନ୍ତ୍ର ବୈଦ୍ଧ ଜିଲ୍ଲା ଗଠନ ସମୟରୁ ଜିଲ୍ଲାର ଏକମାତ୍ର ନିର୍ବାଚନ ମଣ୍ଡଳୀ ଜନତା ଦଳର ଅକ୍ତିଆରରେ ରହିଥିଲା । ଜନତା ଦଳର ପ୍ରାର୍ଥୀ ଭାବେ ସଚ୍ଚିଦାନନ୍ଦ ଦଲାଲ ଦୁଇ ଦୁଇଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ବେଳେ ୨୦୦୦ ମସିହାରୁ ପ୍ରଥମେ ସ୍ବାଧିନ ଓ ପରେ ବିଜେଡି ଦଳର ପ୍ରାର୍ଥୀ ହୋଇ ପ୍ରଦୀପ କୁମାର ଅମାତ ୫ଥର ବିଧାୟକ ହୋଇଥିଲେ । ଏହାଛଡା ପ୍ରଦୀପ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭଗର ମନ୍ତ୍ରୀ ତଥା ବାଚସ୍ପତି ପଦ ଅଳଙ୍କୃତ କରିଥିଲେ ।

ସେହିପରି କଣ୍ଟାମାଳ ଗତ ୨୦୦୯ ମସିହାରେ ସ୍ବତନ୍ତ୍ର ନିର୍ବାଚନ ମଣ୍ଡଳୀର ମାନ୍ୟତା ପାଇଲା ପରେ ପ୍ରଥମେ ଭଗବାନ କହଁର ବିଧାୟକ ଓ ପରେ ଲଗାତାର ଦୁଇ ଥର ମହୀଧର ରଣା ବିଜେଡି ଦଳର ବିଧାୟକ ହୋଇଥିଲେ । ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀ ବିଜେଡି ଦଳର ଗଡ଼ ହୋଇ ରହିଥିବା ବେଳେ ଚଳିତ ସାଧାରଣ ନିର୍ବାଚନରେ ମୋଦି ଲହରରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ .......‘ବାରମ୍ବାର ସୁଯୋଗ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା, ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା ଦୁର୍ଭାଗ୍ୟଜନକ’

ଚଳିତ ନିର୍ବାଚନରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ମହୀଧର ରଣାଙ୍କୁ ୭ ହଜାର ହଜାରରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ବିଜେପିର ବରିଷ୍ଠ ନେତା ତଥା ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ପରାଜିତ କରିଛନ୍ତି । ବୌଦ୍ଧ ନିର୍ବାଚନ ମଣ୍ଡଳୀର ୫ ଥରର ବିଧାୟକ ତଥା ରାଜ୍ୟ ବିଜେଡି ଦଳର ହେବିଓ୍ବେଟ ନେତା ପ୍ରଦୀପ କୁମାର ଅମାତଙ୍କୁ ବିଜେପିର ଯୁବ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ୨୭୬୫ ଭୋଟରେ ପରାଜିତ କରିଛନ୍ତି । ଯାହାକି ବିଜେଡି ଦଳ ପାଇଁ ଶକ୍ତ ଧକ୍କା ହୋଇଥିବା ବେଳେ କେଉଁ କାରଣରୁ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେଡି ଧରାଶାୟୀ ହେଲା ସେନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି ।

ସେପଟେ ଉଭୟ ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଦୁଇ ବିଜେପି ବିଧାୟକଙ୍କ ମଧ୍ୟରୁ ଜଣେ ନୂତନ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି । ବିଜେଡିର ବିପର୍ଯ୍ୟୟକୁ ନେଇ ରାଜନୀତି ସମୀକ୍ଷକ ମତ ପ୍ରକାଶ କରିଥିବା ବେଳେ ଉଭୟ ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନ ସମାବେଶର ନେତୃତ୍ବ ନେଇଥିବା ବୈଦ୍ଧ ବ୍ଲକ ଅଧ୍ୟକ୍ଷ ନିଜ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.