ETV Bharat / state

ମୋହନ ମାଝୀ ନୂଆ ମୁଖ୍ୟମନ୍ତ୍ରୀ; ସରପଞ୍ଚରୁ ରାଜ୍ୟ ମୁଖିଆ; କେମିତି ଥିଲା ଯାତ୍ରା - New CM OF Odisha - NEW CM OF ODISHA

NEW CM OF ODISHA: ଆଦିବାସୀ ନେତା ମୋହନ ମାଝୀ ହେବାକୁ ଯାଉଛନ୍ତି ଓଡ଼ିଶାର 15ତମ ମୁଖ୍ୟମନ୍ତ୍ରୀ । ସରପଞ୍ଚରୁ ରାଜନୀତି କ୍ୟାରିଅର ଆରମ୍ଭ କରିଥିବା ମୋହନ ଏବେ ହେବେ ରାଜ୍ୟ ମୁଖିଆ । କେମିତି ଥିଲା ଯାତ୍ରା ? ଜାଣନ୍ତୁ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ

MOHAN MAJHI NEW CM OF ODISHA
MOHAN MAJHI NEW CM OF ODISHA (ETV Bharat Odisha)
author img

By ETV Bharat Odisha Team

Published : Jun 11, 2024, 7:22 PM IST

Updated : Jun 11, 2024, 7:48 PM IST

ଭୁବନେଶ୍ବର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ସସପେନ୍ସ ଉପରୁ ଉଠିଛି ପରଦା । ଓଡ଼ିଶାକୁ ମିଳିଛି ନୂଆ ସିଏମ । ରାଜ୍ୟରେ ବିଜେପି ପ୍ରଥମ ଥର ସରକାର ଗଢିବାକୁ ଯାଉଥିବା ବେଳେ ଆଦିବାସୀ ନେତା ତଥା କେନ୍ଦୁଝର 4ଥରର ବିଧାୟକ ମୋହନ ମାଝୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସରପଞ୍ଚରୁ ରାଜ୍ୟ ମୁଖିଆ ହେବାକୁ ଯାଉଛନ୍ତି ମୋହନ। ସମିତି ସଭ୍ୟ ଭାବେ ସେ ପ୍ରଥମେ ନିର୍ବାଚନ ଲଢିଥିବା ବେଳେ ପରାଜିତ ହୋଇଥିଲେ । ଧିରେ ଧିରେ ଗୋଟିଏ ପରେ ଗୋଟିଏ ପାହାଚ ଚଢି ସରପଞ୍ଚରୁ ସେ ସିଏମ ହୋଇଛନ୍ତି । ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ଭାବେ ସେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି ।

ରାଜନୈତିକ କ୍ୟାରିଅର:

ସରପଞ୍ଚରୁ ସିଏମ୍‌:- ଆଦିବାସୀ ନେତା ମୋହନ ଚରଣ ମାଝୀ ପ୍ରଥମେ ସମିତି ସଭ୍ୟ ଭାବେ ନିର୍ବାଚନ ଲଢିଥିଲେ । କିନ୍ତୁ ପରାଜିତ ହୋଇଥିଲେ । ଏହାପରେ ସରପଞ୍ଚରୁ ଆରମ୍ଭ କରିଥିଲେ ରାଜନୈତିକ ଯାତ୍ରା । 1997 ମସିହାରୁ 2000 ମସିହା ପର୍ଯ୍ୟନ୍ତ ସେ ସରପଞ୍ଚ ଭାବେ ନିଜ ଅଞ୍ଚଳ ପାଇଁ କାର୍ଯ୍ୟ କରିଥିଲେ । ପ୍ରାରମ୍ଭିକ ଜୀବନରୁ ନିଷ୍ଠାପର ଭାବରେ ସେ ନିଜକୁ ଜନତାଙ୍କ ସେବାରେ ନିୟୋଜିତ କରିଥିଲେ । ଆଦିବାସୀ ସମ୍ପ୍ରଦାୟରୁ ଆସୁଥିବା ମୋହନ ପ୍ରଥମେ ଶିଶୁ ମନ୍ଦିରରେ ଗୁରୁଜୀ ଭାବେ ପିଲାଙ୍କୁ ପାଠ ପଢାଉଥିଲେ ।

କେମିତି ଥିଲା ଓଡ଼ିଶା ନୂଆ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ କ୍ୟାରିଅର
କେମିତି ଥିଲା ଓଡ଼ିଶା ନୂଆ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ କ୍ୟାରିଅର (ETV Bharat Odisha)

2000 ମସିହାରେ ପ୍ରଥମ ଥର ବିଧାୟକ:- ମୋହନ ମାଝୀ 2000 ମସିହାରେ କେନ୍ଦୁଝର ଆସନରୁ ନିର୍ବାଚନ ଲଢି ବିଜେପି ବିଧାୟକ ଭାବେ ବିଧାନସଭାରେ ପହଞ୍ଚିଥିଲେ । ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ଜଗଦିଶ ନାଏକଙ୍କୁ ପ୍ରାୟ 22 ହଜାର 163ଟି ଭୋଟରେ ହରାଇଥିଲେ । 2000 ମସିହାରୁ 2004 ପର୍ଯ୍ୟନ୍ତ ସେ ବିଧାୟକ ଭାବେ ଦାୟିତ୍ବ ତୁଲାଇଥିଲେ । ଏହାପରେ 2004 ମସିହାରେ ଲଗାତାର ଦ୍ବିତୀୟ ଥର ସେ କେନ୍ଦୁଝରରୁ ବିଧାୟକ ହୋଇଥିଲେ । ଏହି ନିର୍ବାଚନରେ ସେ ନିକଟତମ ପ୍ରତିଦ୍ବନ୍ଦ୍ବୀ ମାଧବ ସରଦାରଙ୍କୁ ପ୍ରାୟ 11ହଜାରରୁ ଊର୍ଦ୍ଧ୍ବ ଭୋଟରେ ପରାସ୍ତ କରିଥିଲେ । ଏହାପରେ ସେ 2004ରୁ 2009 ଯାଏଁ ବିଧାୟକ ଭାବେ କାର୍ଯ୍ୟ କରିଥିଲେ ।

2009 ଓ 2014 ନିର୍ବାଚନରେ ପରାଜୟ:- 2009ରେ ହ୍ୟାଟ୍ରିକ ଲକ୍ଷ୍ୟରେ ପୁଣି କେନ୍ଦୁଝର ବିଧାନସଭା ଆସନରୁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ମୋହନ । କିନ୍ତୁ ମିଳିନଥିଲା ସଫଳତା । ନିକଟତମ ପ୍ରତିଦ୍ବନ୍ଦ୍ବୀ ବାଜିମାତ୍‌ କରିଥିଲେ । 2009ରେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ଶୁଭମ ନାଏକଙ୍କଠାରୁ ହାରିଥିଲେ । ସେହିପରି 2014ରେ ବିଜେଡି ପ୍ରାର୍ଥୀ ଅଭିରାମ ନାଏକଙ୍କଠାରୁ 8676 ଭୋଟରେ ପରାଜୟ ବରଣ କରିଥିଲେ । ୨୦୧୪ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୭,୨୮୩ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ ।

2019 ଓ 2024 ନିର୍ବାଚନରେ ଲଗାତାର ବିଜୟ:- ୨୦୧୯ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ତାପରେ ସେ ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ପାଇଥିଲେ ।

ବ୍ୟକ୍ତିଗତ ଜୀବନ:-

1972 ମସିହାରେ କେନ୍ଦୁଝର ରାଇକଳାରେ ଏକ ସାନ୍ତାଳୀ ପରିବାରରେ ଜନ୍ମ ନେଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ମୋହନ ମାଝୀ । ପାଠପଢା ଶେଷ କରିବା ପରେ ଚାକିରି ଅନୁସନ୍ଧାନରେ ସେ ଶିଶୁ ମନ୍ଦିରର ଗୁରୁଜୀ ଭାବେ ପିଲାଙ୍କୁ ପାଠ ପଢାଇଥିଲେ । ଶିକ୍ଷକତା ଛାଡ଼ିବା ପରେ ସେ ରାଜନୀତିରେ ପାଦ ଥାପିଥିଲେ । ପ୍ରଥମେ ସମିତି ସଭ୍ୟ ଭାବେ ଛିଡ଼ା ହୋଇଥିଲେ, ହେଲେ ପରାଜିତ ହୋଇଥିଲେ । ଏହାପରେ ସରପଞ୍ଚ ପାଇଁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । 2000ମସିହାରେ ବିଧାୟକ ହେବା ପରେ 2004 ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତାଙ୍କର 2ଟି ସନ୍ତାନ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 11, 2024, 7:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.