ETV Bharat / state

ଭୋଟ ବର୍ଜନ କଲେ ମାତାଗାଡୁ ଗ୍ରାମବାସୀ, ଫେରିଆସିଲେ ପୋଲିଂ ପାର୍ଟି - VILLAGERS BOYCOTT POLL - VILLAGERS BOYCOTT POLL

Villagers Boycott Election: ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରୁ ଫେରି ଆସିଲେ ପୋଲିଂ ପାର୍ଟି । ସମସ୍ୟା ଜର୍ଜରିତ ଅଞ୍ଚଳରେ ବିକାଶ ଆଦୌ ପହଞ୍ଚି ପାରୁନଥିବା ଅଭିଯୋଗ କରି ଭୋଟ ବର୍ଜନ କଲେ ଅଞ୍ଚଳବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ମାତାଗାଡୁ ଗାଁରେ । ଦେଖନ୍ତୁ ପୁରା ରିପୋର୍ଟ

ଭୋଟ ବର୍ଜନ କଲେ ସମସ୍ୟା ଜର୍ଜରିତ ମାତାଗାଡୁ ଗ୍ରାମବାସୀ, ଫେରିଆସିଲେ ପୋଲିଂ ପାର୍ଟି
ଭୋଟ ବର୍ଜନ କଲେ ସମସ୍ୟା ଜର୍ଜରିତ ମାତାଗାଡୁ ଗ୍ରାମବାସୀ, ଫେରିଆସିଲେ ପୋଲିଂ ପାର୍ଟି (ETV Bharat Odisha)
author img

By ETV Bharat Odisha Team

Published : May 21, 2024, 4:57 PM IST

ଭୋଟ ବର୍ଜନ କଲେ ସମସ୍ୟା ଜର୍ଜରିତ ମାତାଗାଡୁ ଗ୍ରାମବାସୀ, ଫେରିଆସିଲେ ପୋଲିଂ ପାର୍ଟି (ETV Bharat Odisha)

ବୌଦ୍ଧ: ଗୋଟିଏ ନିର୍ବାଚନ ଯାଇ ଆଉ ଗୋଟିଏ ନିର୍ବାଚନ ଆସୁଛି କିନ୍ତୁ ପ୍ରତିଶ୍ରୁତି ପୂରଣ ହେଉନାହିଁ । ଫଳରେ ସମସ୍ୟା ଘେରରୁ ମୁକୁଳି ପାରୁନାହିଁ ଜିଲ୍ଲାର ମାତାଗାଡୁ ଗ୍ରାମବାସୀ । ଏହି ଦୁର୍ଗମ ଅଞ୍ଚଳର ଅଧିବାସୀଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବାକୁ ପ୍ରଶାସନ ଫେଲ ମାରିଥିବା ଅଭିଯୋଗରେ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ । ନିର୍ବାଚନର ସମୟ ସରିଲା, କିନ୍ତୁ ଗାଁର କୌଣସି ନାଗରିକ ମତଦାନ କଲେ ନାହିଁ । ଶେଷରେ ପ୍ରଶାସନ ମତଦାତାଙ୍କୁ ବୁଝାଇବାରେ ବିଫଳ ହୋଇ ପୋଲିଂ ପାର୍ଟି ଫେରିଥିଲେ ।

ଭୋଟ ବର୍ଜନ କଲେ ମାତାଗାଡୁ ବାସୀ:- ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା । ତେବେ ମାଓ ଅଧ୍ୟୁଷିତ ଅଞ୍ଚଳରେ ବିଭିନ୍ନ ସମସ୍ୟାର ସମାଧାନ ନହେବାରୁ ଜିଲ୍ଲାର ଏକମାତ୍ର ବୁଥର ମତଦାତା ଭୋଟ ବର୍ଜନ କରିଛନ୍ତି । ଗାଁରେ ଅଞ୍ଚଳର ଅଧିବାସୀଙ୍କ ପାଇଁ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିବା ବେଳେ ରବିବାର ଅପରାହ୍ନରେ ପୋଲିଂ ପାର୍ଟି ଗାଁରେ ପହଞ୍ଚିଥିଲେ । କିନ୍ତୁ ସୋମବାର ଦିନ ଗ୍ରାମବାସୀ ଏକ ବୈଠକରେ ସମସ୍ତଙ୍କ ସହମତି କ୍ରମେ ମତଦାନ କରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ମାତାଗାଡୁ ତଥା ଘାଟି ପାହାଚ ଉପରେ ଥିବା ପ୍ରାୟ ସାତ ଖଣ୍ଡ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ସେମାନେ ମତଦାନରୁ ବିରତ ରହିବେ ବୋଲି ସୂଚନା ଦେଇଛନ୍ତି ।

ଗ୍ରାମବାସୀଙ୍କୁ ବୁଝାଇବାରେ ବିଫଳ ହେଲା ପ୍ରଶାସନ:- ସୂଚନା ମୁତାବକ ମାତାଗାଡୁ ୧୬୪ ନମ୍ବର ବୁଥ ହୋଇଥିବା ବେଳେ ଏଠାରେ ୨୩୫ ଜଣ ଭୋଟର ରହିଛନ୍ତି । ବିଭିନ୍ନ ସମସ୍ୟାକୁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଲେ ଗ୍ରାମବାସୀ । ଏ ସମ୍ପର୍କରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବାରମ୍ୱାର ସେମାନଙ୍କୁ ବୁଝାଇଥିଲେ ସୁଦ୍ଧା ଲୋକେ ଭୋଟ ଦେବାକୁ ମନା କରିଥିଲେ । ସେପଟେ ଜିଲ୍ଲାପାଳ ଜେ. ସୋନାଲ କହିଛନ୍ତି ପୂର୍ବରୁ ବାରମ୍ବାର ଗ୍ରାମବାସୀଙ୍କ ସମସ୍ୟା ବିଶେଷ ଭାବରେ ରାସ୍ତା ସମସ୍ୟାର ସମାଧାନ ପାଇଁ ଆଲୋଚନା କରାଯାଇଛି ଏବଂ ଏହାର ସମାଧାନ ପାଇଁ ଉଦ୍ୟମ ବି ଆରମ୍ଭ କରାଯାଇଛି । ତେବେ ଆଚରଣବିଧି ଲାଗୁ ଥିବାରୁ ରାସ୍ତା ନିର୍ମାଣ ନିର୍ବାଚନ ପରେ ହେବ ସୂଚନା ଦେଇଛନ୍ତି ।

ମାତାଗାଡୁ ଗାଁରେ ଫେଲ ମାରିଛି ସରକାରୀ ଯୋଜନା:- ବୌଦ୍ଧ ଜିଲ୍ଲା ସଦର ବ୍ଲକ ଆମ୍ବଝରୀ ପଞ୍ଚାୟତର ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ ଭାବରେ ପରିଚିତ ମାତାଗାଡୁ ଗାଁ । ଏହି ମାଓ ପ୍ରଭାବିତ ମାତାଗାଡୁ ଗ୍ରାମ ଚତୁର୍ଦ୍ଦିଗକୁ ବଣ ଜଙ୍ଗଲ ଘେରି ରହିଥିବା ବେଳେ ପାହାଡିଆ ଘାଟି ରାସ୍ତା ଅତିକ୍ରମ କରି ଏଠାକୁ ପହଞ୍ଚିବା ପାଇଁ ପଡ଼ିଥାଏ । ଦୁର୍ଗମ ଅଞ୍ଚଳ ହେତୁ ଏଠାରେ ସରକାରୀ ଯୋଜନା ଅପହଞ୍ଚ ହୋଇରହିଛି । ମାଓ ଅଧ୍ୟୁଷିତ ଏହି ଅଞ୍ଚଳକୁ ଯୋଗାଯୋଗ ଭଳି ଆବାସ ଯୋଜନା, ରାସନ, ପାନୀୟଜଳ, ସାମାଜିକ ସୁରକ୍ଷା, ବିଦ୍ୟୁତ, ମହିଳା ଶିଶୁ ବିକାଶ ସବୁକିଛି ଯୋଜନା ଅପହଞ୍ଚ ହୋଇରହିଛି ।

ଏହା ମଧ୍ୟ ପଢନ୍ତୁ: ବିଦ୍ୟାଳୟ ନାହିଁ ତ ଭୋଟ ନାହିଁ, ନାରା ଦେଇ ଭୋଟ ବର୍ଜନ କରିଲେ ଗ୍ରାମବାସୀ

ଏ ସମ୍ପର୍କରେ ଦୀର୍ଘ ବର୍ଷ ହେଲା ଅଞ୍ଚଳବାସୀ ଅଭିଯୋଗ ପରେ ଗତ ଦୁଇ ମାସ ମଧ୍ୟରେ ଅନେକ ପ୍ରଶାସନିକ ଅଧିକାରୀ ଏପରିକି ଖୋଦ ଜିଲ୍ଲାପାଳ ଓ ଏସପି ମାତାଗାଡୁ ଗାଁରେ ପହଞ୍ଚି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ନିଜ ଆଖିରେ ଦେଖିବା ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଇଛି । ସୋମବାର ମାତାଗାଡୁ ଅଞ୍ଚଳବାସୀ ଭୋଟ ବର୍ଜନ କରିଥିଲେ । ଯାହା ପରେ ପୋଲିଂ ପାର୍ଟି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବାପରେ ପୋଲିଂ ପାର୍ଟି ଘାଟି ପାହାଡ ଓହ୍ଲାଇ ଫେରି ଆସିଥିଲେ ।

ବୌଦ୍ଧ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.