ETV Bharat / state

ବିରାଟ ପଟୁଆର ସହ ଆସି ନାମାଙ୍କନ ଭରିଲେ ନିହାର ରଞ୍ଜନ - nihar ranjan files nomination - NIHAR RANJAN FILES NOMINATION

NIHAR RANJAN FILES NOMINATION: ଲୋଇସିଂହା ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ନିହାର ରଞ୍ଜନ ବେହେରା । ସେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ପୁଅ ହୋଇଥିବା ବେଳେ ଏଥର ପ୍ରଥମ କରି ପ୍ରତିଦ୍ବନ୍ଦିତା କରୁଛନ୍ତି । ଅଧିକ ପଢନ୍ତୁ

ବିରାଟ ପଟୁଆର ସହ ଆସି ନାମାଙ୍କନ ଭରିଲେ ନିହାର ରଞ୍ଜନ
ବିରାଟ ପଟୁଆର ସହ ଆସି ନାମାଙ୍କନ ଭରିଲେ ନିହାର ରଞ୍ଜନ (ETV BHARAT ODISHA)
author img

By ETV Bharat Odisha Team

Published : May 3, 2024, 6:17 PM IST

ବିରାଟ ପଟୁଆର ସହ ଆସି ନାମାଙ୍କନ ଭରିଲେ ନିହାର ରଞ୍ଜନ (ETV BHARAT ODISHA)

ବଲାଙ୍ଗୀର: ଲୋଇସିଂହା ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାର ରଞ୍ଜନ ବେହେରା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିଜ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ଆସି ସେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ତାଙ୍କ ସହ ପତ୍ନୀ ଓ ବାପା ଯୋଗେନ୍ଦ୍ର ବେହେରା ଉପସ୍ଥିତ ଥିଲେ ।

ବଲାଙ୍ଗୀର ପି ଆର୍ ହାଇସ୍କୁଲ ପଡ଼ିଆରୁ ସେ ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ରାଲିରେ ବାହାରିଥିଲେ । ଯେଉଁଥିରେ ତାଙ୍କ ପତ୍ନୀ ଏ ପ୍ରିୟଦର୍ଶିନୀ, ବାପା ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୁଇନ୍ତଳା ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନ, ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ ପଟେଲ ପ୍ରମୁଖ ସାମିଲ ହୋଇଥିଲେ । ସେମାନେ ସହର ମଧ୍ୟରେ ଶୋଭାଯାତ୍ରା କରି ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟଳୟ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ତେବେ ଲୋଇସିଂହାରେ ଏଥର ତାଙ୍କ ବିରୋଧରେ ବିଜେପି ଦଳରୁ ମୁକେଶ ମହାଲିଙ୍ଗ ପ୍ରାର୍ଥୀ ହୋଇଛନ୍ତି । ମୁକେଶ ମହାଲିଙ୍ଗ ବର୍ତ୍ତମାନ ଲୋଇସିଂହା ବିଧାୟକ ଥିବାବେଳେ ଏଥର ନିର୍ବାଚନରେ ଏକ ତରଫା ବିଜେଡିର ବିଜୟ ନିଶ୍ଚିତ ବୋଲି ନିହାର ରଞ୍ଜନ ବେହେରା କହିଛନ୍ତି । ତେବେ ବିଗତ ସାତ ବର୍ଷା ହେବ ସେ ଦଳ ପାଇଁ ଲୋଇସିଂହାରେ ଦିନ ରାତି କାର୍ଯ୍ୟ କରିଥିଲେ । ଏହିପରି ଦଳକୁ ଏଠି ସେ ମଜବୁତ୍ କରିଥିବା ବେଳେ ଏଥର ସେ ଟିକଟ ପାଇଥିବା କହିଛନ୍ତି । ନବୀନଙ୍କ ବିକାଶ ଧାରାକୁ ଲୋକ ଗ୍ରହଣ କରିଛନ୍ତି ଓ ତା ପାଇଁ ସେ ବହୁମତ ପାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ବିରାଟ୍ ଶୋଭାଯାତ୍ରାରେ ଆସି ନାମାନଙ୍କ ଭରିଲେ ଦୁର୍ଗା - DURGA PRASAD PADHI FILES NOMINATION

ତେବେ ତାଙ୍କ ପତ୍ନୀ ଏ ପ୍ରିୟଦର୍ଶିନୀ ଯିଏ କି ସୋନପୁର ଜିଲ୍ଲା ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମନାଭ ବେହେରାଙ୍କ ଝିଅ ଅଟନ୍ତି । ଏବଂ ତାଙ୍କର ଶ୍ଵଶୁର ଯୋଗେନ୍ଦ୍ର ବେହେରା ପୂର୍ବତନମନ୍ତ୍ରୀ ଥିଲେ । ଏବେ ତାଙ୍କ ସ୍ଵାମୀ ରାଜନୀତିକୁ ଆସି ପ୍ରଥମ ଥର ନିର୍ବାଚନ ଲଢ଼ିବେ ବୋଲି ପ୍ରିୟଦର୍ଶିନୀ କହିଛନ୍ତି । ସେ ଦୀର୍ଘ ସାତ ବର୍ଷ ହେବ ଲୋକଙ୍କ ସେବା ପାଇଁ ଦିନ ରାତି ଏକ କରୁଥିବାବେଳେ ଲୋକେ ତାଙ୍କୁ ଭଲରେ ଜାଣିଛନ୍ତି । ଯାହା ପାଇଁ ଏଥର ନିର୍ବାଚନରେ ସେ ସଫଲ ହେବେ ବୋଲି ପ୍ରିୟଦର୍ଶିନୀ ଆଶାବାଦୀ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.