ETV Bharat / state

Odisha Assembly: ବିଧାନସଭାରେ ଗୃହ ବିଭାଗର ଶ୍ବେତପତ୍ର ଉପସ୍ଥାପିତ, ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ - BJP Govt stops Nua O programme

author img

By ETV Bharat Odisha Team

Published : Aug 30, 2024, 1:24 PM IST

Updated : Aug 30, 2024, 8:36 PM IST

Odisha assembly budget session second phase updates: ଆଜି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ନବମ ଦିନ । ଗୃହ ପ୍ରଶ୍ନକାଳରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚୀତ ଜନଜାତି ଭଳି ବିଭାଗର ଆଲୋଚନା ଜାରି । ଏପଟେ ୭ ମାସରେ ବନ୍ଦ ହେଲା ନୂଆ-ଓ; ସରକାର ଆଣିବେ ନୂଆ ଯୋଜନା, ବିଜେଡିର ସ୍ୱାଗତ । ଗୃହରେ ଶ୍ବେତପତ୍ର ଜାରି ହୋଇଛି । ଅଧିକ ପଢନ୍ତୁ

Odisha Assembly
Odisha Assembly (ETV Bharat Odisha)

ଭୁବନେଶ୍ବର: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ନବମ ଦିନରେ ଗୃହରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ଖୁବଶୀଘ୍ର ବିଶ୍ଵବିଦ୍ୟାଳୟ ଗୁଡିକରେ ଅଧ୍ୟାପକ ନିଯୁକ୍ତ ହେବେ । ଖୁବଶୀଘ୍ର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ହେବେ । ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବରୁ ଅଧ୍ୟାପକ ନିଯୁକ୍ତି ପାଇଁ ବିଶ୍ୱବିଦ୍ୟାଳୟ ଆଇନ 2020 ସଂଶୋଧନ କରାଯାଇ OPSC ଦ୍ୱାରା ନିଯୁକ୍ତି ଦିଆଯାଉଛି । ଯାହା ଦ୍ୱାରା ୟୁଜିସି ଗାଇଡ଼ଲାଇନ ପରିପନ୍ଥୀ ଥିଲା । ୟୁଜିସିକୁ ଗାଇଡ଼ଲାଇନ ଅନୁସାରେ ବିଶ୍ଵବିଦ୍ୟାଳୟରେ କମିଟି ଗଠନ କରି ଅଧ୍ୟାପକ ନିଯୁକ୍ତି ଦେବା କଥା । କିଭଳି ଭାବେ ବିଶ୍ଵବିଦ୍ୟାଳୟ ଦ୍ୱାରା ଅଧ୍ୟାପକ ନିଯୁକ୍ତି ଦିଆଯିବ, ସେଥିପାଇଁ ଆଇନ ସଂଶୋଧନ କରିବା ସହ ୟୁଜିସିକୁ ପ୍ରସ୍ତାବ ଦିଆଯିବ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି । ବର୍ତମାନ ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟରେ 1187 ଅଧ୍ୟାପକ ପଦବୀ ଖାଲି ପଡିଛି । ଏହାକୁ ପୂରଣ କରିବାକୁ ଗୃହରେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

୭ ମାସରେ ବନ୍ଦ ହେଲା ନୂଆ-ଓ, ବିଜେଡିର ସ୍ୱାଗତ (ETV Bharat Odisha)
  • ପୁଣି ସଂଶୋଧନ ହେବ ୨୦୨୦ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ୍
  • ଗୃହରେ ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର
  • 'ପୁରୁଣା ଢାଞ୍ଚାକୁ ଫେରିବୁ, ସିନେଟ୍ ବ୍ୟବସ୍ଥା ରହିବ'
  • 'ନିଯୁକ୍ତି କ୍ଷମତା ବିଶ୍ବବିଦ୍ୟାଳୟଗୁଡ଼ିକୁ ଦିଆଯିବ, ବିଚାର ଚାଲିଛି'
  • ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ରତା ବଜାୟ ରହିବ କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ
Odisha Assembly
Odisha Assembly (ETV Bharat Odisha)

ରାଜ୍ୟ ସରକାରଙ୍କ ଅଧୀନରେ 43 ଟି ବିଶ୍ୱବିଦ୍ୟାଳୟ ରହିଛି । ଉଚ୍ଚଶିକ୍ଷା ବିଭାଗ ଅଧୀନରେ 18 ସରକାରୀ ଓ 7 ଘରୋଇ ସମେତ 25 ବିଶ୍ଵବିଦ୍ୟାଳୟ ଅଛି । ଦକ୍ଷତା ବିକାଶ ବିଭାଗ ଅଧୀନରେ 3 ସରକାରୀ ଓ 5 ଘରୋଇକୁ ମିଶାଇ 8, ଗୋଟେ କୃଷି ବିଶ୍ଵବିଦ୍ୟାଳୟ, 3ଟି ସ୍ୱାସ୍ଥ୍ୟ ବିଶ୍ଵବିଦ୍ୟାଳୟ, ୟୁଜିସି ଅଧୀନରେ 3 ଘରୋଇ ବିଶ୍ଵବିଦ୍ୟାଳୟ, କେନ୍ଦ୍ର ସରକାରଙ୍କ ଗୋଟେ ସେଣ୍ଟ୍ରାଲ ବିଶ୍ୱବିଦ୍ୟାଳୟ, ଓଡ଼ିଆ ଭାଷା ବିଭାଗ ଅଧୀନରେ ଗୋଟେ ଓଡ଼ିଆ ବିଶ୍ୱବିଦ୍ୟାଳୟ ରହିଛି । ବିଶ୍ଵବିଦ୍ୟାଳୟରେ କୁଲପତିଙ୍କ କାର୍ଯ୍ୟକାଳ 4 ବର୍ଷ ଅଛି । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା 11 ବିଶ୍ୱବିଦ୍ୟାଳୟରେ କୁଳପତି ଅଛନ୍ତି । କେନ୍ଦୁଝର ଧରଣୀଧର ଓ ବିକ୍ରମ ଦେବ ଜୟପୁର ବିଶ୍ୱବିଦ୍ୟାଳୟ OSD ଜରିଆରେ ଚାଲିଛି । କାରଣ କୁଳାଧିପତି କୁଳପତି ଚୟନ କରନ୍ତି । କୁଳପତି ଚୟନ ନ ହେବା ଯାଏଁ OSD ଜରିଆରେ କାର୍ଯ୍ୟ ଚଳାଇବାକୁ କୁଳାଧିପତିଙ୍କ ନିର୍ଦେଶ ରହିଛି । ୟୁଜିସି ମାନ୍ୟତାକୁ ନେଇ ଖଲିକୋଟ ବିଶ୍ଵବିଦ୍ୟାଳୟର ଅନେକ କଥା ଉଠିଲା । ତେଣୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଖଲିକୋଟ ବିଶ୍ଵବିଦ୍ୟାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ବାରିପଦା ବିଶ୍ଵବିଦ୍ୟାଳୟର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି । 2014 ଆଇନ ଅନୁସାରେ ଚାଲିଥିବା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ 26.6.2027 ରେ ସରିବ. ସେହିପରି ଓଡ଼ିଆ ବିଶ୍ଵବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ 31.8.2025 ରେ ସରିବାକୁ ଯାଉଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

ନୂଆଓ କାର୍ଯ୍ୟକ୍ରମରେ ମିଳିବନି ଟଙ୍କା (ETV Bharat Odisha)

ଚଳିତ ବର୍ଷ ରାଜ୍ୟରେ ଶିକ୍ଷକ rationalization ହେବ-

ଚଳିତ ବର୍ଷ ଶିକ୍ଷକ Rationalization ହେବ ବୋଲି ଗୃହରେ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । RTE 2009 ଆଧାରରେ 30ରୁ 35 ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଜଣେ ଶିକ୍ଷକ ନିଯୁକ୍ତି ଦିଆଯାଉଛି ।

ରାଜ୍ୟରେ ସ୍କୁଲରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-

ଅନୁପାତ ହାରରେ ଉଦବେଗଜନକ ସ୍ଥିତି ରହି ଆସିଛି । କୋଉଁଠି ଛାତ୍ରଛାତ୍ରୀ ଅଧିକ ଥିବାବେଳେ ଶିକ୍ଷକ କମ । ଶିକ୍ଷକ ଛାତ୍ରଛାତ୍ରୀ ଅନୁପାତରେ ଶୃଙ୍ଖଳା ଆଣିବାକୁ rationalization ସହାୟକ ହେବ। ରାଜ୍ଯର 5,699 ସ୍କୁଲ ( 4,183 ପ୍ରାଥମିକ ଏବଂ 1,516 ଉଚ୍ଚ ପ୍ରାଥମିକ)ରେ ଶିକ୍ଷକ ଅଧିକ ପିଲା କମ । ଏହି କ୍ଷେତ୍ରରେ ଜିଲ୍ଲା ଶିକ୍ଷା କମିଟି ଶିକ୍ଷକଙ୍କ ବଦଳି ନେଇ ନିଷ୍ପତ୍ତି ନେବେ । ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ।

ବିଶ୍ବବିଦ୍ୟାଳୟରେ ପୁଣି ଥରେ ସିନେଟ୍ ସ୍ଥାପନ ହୋଇପାରେ-

ବିଶ୍ଵବିଦ୍ୟାଳୟରେ ପୁଣି ଥରେ ସିନେଟ ସ୍ଥାପନ ପାଇଁ ବିଚାରବିମର୍ଶ କରୁଛନ୍ତି ରାଜ୍ୟ ସରକାର । ଗୃହରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । 2020 ରେ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଜରିଆରେ ଏହା ଭଙ୍ଗା ଯାଇଥିଲା । ସେନେଟରେ 100 ଜଣ ସଦସ୍ୟ ରହୁଥିଲେ । ସେମାନେ ବିଶ୍ୱବିଦ୍ୟାଳୟକୁ ପରାମର୍ଶ ଦେଉଥିଲେ । ଯାହା ସିଣ୍ଡିକେଟ କାର୍ଯ୍ୟକାରୀ କରୁଥିଲା । 100 ଜଣ ସଦସ୍ୟଙ୍କ ମଧ୍ୟରୁ 36 ପଦପଦବୀ ବା ଏକ୍ସ ଅଫିସିଓ, କୃଷି-ଦକ୍ଷତା ବିକାଶ-ଉଚ୍ଚଶିକ୍ଷା ବିଭାଗର ତିନି ନିର୍ଦେଶକ, ଆଡ଼ଭୋକେଟ ଜେନେରାଲ ବା ତାଙ୍କ ପ୍ରତିନିଧି, 60 ଅବସରପ୍ରାପ୍ତ ଶିକ୍ଷାବିତ, 3 ବିଧାୟକ, 4 ଛାତ୍ର ନେତା, ସମ୍ପୃକ୍ତ ବିଶ୍ଵବିଦ୍ୟାଳୟର 13 ଗ୍ରାଜୁଏଟ ସିନେଟର ସଦସ୍ୟ ରହୁଥିଲେ ।

ବନ୍ଦ ହେଲା ‘ନୂଆ ଓ’ କାର୍ଯ୍ୟକ୍ରମ-

ବିଜେପି ସରକାର ବିଜେଡି ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମକୁ ବନ୍ଦ କରିଛି । ତେବେ ୟୁଜି ଏବଂ ପିିଜି ପାଲିଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା କଥା ବିଚାରବିମର୍ଶ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ରାଜ୍ୟରେ ୩୫ ବଡ ବଡ ଶିଳ୍ପାନୁଷ୍ଠାନ ବନ୍ଦ-

ରାଜ୍ୟରେ ଶିଳ୍ପାୟନର ବିକଳ ଚିତ୍ର । ବର୍ତ୍ତମାନ ରାଜ୍ୟରେ ବନ୍ଦ ପଡିଛି ୩୫ରୁ ଅଧିକ ବଡ ବଡ ଶିଳ୍ପ । କେନ୍ଦୁଝର ଜିଲ୍ଲାରେ ୭, କଟକରେ ୬, ଅନୁଗୋଳ ଏବଂ ଯାଜପୁର, ମୟୂରଭଞ୍ଜ, ବାଲେଶ୍ବରରେ ୩ଟି ଲେଖାଏଁ ଶିଳ୍ପ ପ୍ରତିଷ୍ଟାନ ଠପ ହୋଇଛି ବୋଲି ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ।

ରାଜ୍ୟର କମୁଛି ଆଇଟିଆଇ ଓ ଡିପ୍ଲୋମା ଇଞ୍ଜିନିୟରିଂ ଚାହିଦା-

ଡ଼ିଗ୍ରୀ ହାସଲ ପରେ ମିଳୁନି ଚାକିରୀ । ରାଜ୍ୟରେ ୩୪ ହଜାର ୧୮ ଜଣ ଆଇଟିଆଇ, ୪୩ ହଜାର ୪୬୩ ଜଣ ଡିପ୍ଲୋମା ପଢି ଚାକିରି ଅପେକ୍ଷାରେ ଅଛନ୍ତି । ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବ ସାହୁ ଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କ ଲିଖିତ ଉତ୍ତର ।

କଟକକୁ ଶ୍ରୀହୀନ କରିବାର ପ୍ରୟାସ ଚାଲିଛି-

ସୁରୁଖୁରୁରେ ଚାଲିଛି ଗୃହ । ଶୂନ୍ୟକାଳରେ ଅବକାରୀ କମିଶନର ଅଫିସକୁ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରଣ ନେଇ ପ୍ରଶ୍ନ ଉଠାଇଲେ ବିଧାୟିକା ସୋଫିଆ ଫିର୍ଦ୍ଦୌସ । କଟକକୁ ଶ୍ରୀହୀନ କରିବାର ପ୍ରୟାସ ଚାଲିଥିବା ପ୍ରସଙ୍ଗ ଉଠାଇଲେ କଟକ ବାରବାଟୀ ବିଧାୟିକା ।

ବିଗତ ସରକାର କଟକକୁ ଶ୍ରୀହୀନ କରିବାକୁ ପ୍ରୟାସ କରିଥିଲେ, ଏବେ ତାହା ଜାରି ରହିଛି । ଅବକାରୀ କମିଶନର ଅଫିସକୁ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଉଛି । ଭୁବନେଶ୍ୱରରେ ଇଡ଼କୋ ଟାୱାରର ଚତୁର୍ଥ ଏବଂ ପଞ୍ଚମ ମହଲାରେ ଭଡା ଘର ନିଆଯାଇଛି । ଭଡା ଘର ପାଇଁ ଚାରି ଲକ୍ଷ ଟଙ୍କା ଭଡା ଦିଆଯାଉଛି, ଏଥିପାଇଁ ସରକାରଙ୍କ ଅନୁମତି ଅଛି କି ବୋଲି ପ୍ରଶ୍ନ କରିଛନ୍ତି କଟକ ବାରବାଟୀ ବିଧାୟିକା । ତତ୍କାଳୀନ ଅବକାରୀ କମିଶନର ଆଶିଷ ସିଂଙ୍କ ସମୟରେ ଏହି ଚକ୍ରାନ୍ତ କରି କାର୍ଯ୍ୟାଳୟ ସ୍ଥାନାନ୍ତର କରିଥିଲେ । ରାତାରାତି ଫାଇଲ ପତ୍ର ସ୍ଥାନାନ୍ତର କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ବିଧାୟିକା ସୋଫିଆ ।

୭ ମାସରେ ବନ୍ଦ ହେଲା ନୂଆ-ଓ; ସରକାର ଆଣିବେ ନୂଆ ଯୋଜନା, ବିଜେଡିର ସ୍ୱାଗତ

ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଏକ ବଡ଼ ଖବର ସାମ୍ନାକୁ ଆସିଛି । ନବୀନ ସରକାରରେ ଆରମ୍ଭ ହୋଇଥିବା ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମକୁ ମୋହନ ସରକାର ବନ୍ଦ କରିଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ନୂଆ-ଓ ପରିବର୍ତ୍ତେ ଫାଇନାନ୍ସ ଆସିଷ୍ଟାଣ୍ଟସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଣ୍ଟେସ ନାଁରେ ନୂଆ ଯୋଜନା ଆସିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ନୂଆ ଯୋଜନା ଚଳିତ ବର୍ଷରୁ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ନୂଆ-ଓ କାର୍ଯ୍ୟକ୍ରମ ବନ୍ଦ ହେବା ଓ ଫାଇନାନ୍ସ ଆସିଷ୍ଟାଣ୍ଟସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଣ୍ଟେସ ନାଁରେ ନୂଆ ଯୋଜନାକୁ ସ୍ୱାଗତ କରିଛି ବିଜୁ ଜନତା ଦଳ ।

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ରାଜ୍ୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଆରମ୍ଭ କରିଥିଲେ । ଫେବ୍ରୁଆରୀ ୨୦ ତାରିଖରେ ନୂଆ-ଓ ଛାତ୍ରବୃତ୍ତି ଘୋଷଣା କରିଥିଲେ ସେତେବେଳେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଯାହା ଦ୍ବାରା ୪.୫ ଲକ୍ଷ ୟୁଜି ଓ ୩୨ ହଜାର ପିଜି ଛାତ୍ରଛାତ୍ରୀ ଉପକୃତ ହୋଇଥିବା ନେଇ ତତ୍କାଳୀନ ସରକାର ସୂଚନା ଦେଇଥିଲେ । ଏଥିପାଇଁ ୩୮୫ କୋଟି ଟଙ୍କା କାମଚଳା ବଜେଟରେ ବ୍ୟୟ ଅଟକଳ କରାଯାଇଥିଲା । ନୂଆ-ଓ ଛାତ୍ରବୃତ୍ତି ଯୋଜନାରେ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ, ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ କଲେଜର ସମସ୍ତ ଯୋଗ୍ୟ ପିଜି ଓ ୟୁଜି ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ମିଳିଥିଲା । ସାଧାରଣ ଓ ଓବିସି ବର୍ଗର ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ମିଳିଥିଲା । ସେହିପରି ଏହି ଯୋଜନାରେ ଏସସି ଏବଂ ଏସଟି ଓ ନିର୍ମାଣ ଶ୍ରମିକ ଛାତ୍ରଙ୍କୁ ୧୦ ହଜାର ଓ ଛାତ୍ରୀଙ୍କୁ ୧୧ ହଜାର ଟଙ୍କା ଲେଖାଏଁ ମିଳିଥିଲା । ଏହା ସହ ସବୁ କଲେଜରେ ନୂଆ-ଓ ଉତ୍ସବ ପାଳନ କରାଯାଇଥିଲା ।

ସେହିପରି ଆଗାମୀ ଦିନରେ ସବୁ ଛାତ୍ରଛାତ୍ରୀଙ୍କ ପାଇଁ ‘ନବୀନ ଓଡ଼ିଶା ମ୍ୟାଜିକ କାର୍ଡ'ର ଶୁଭାରମ୍ଭ କରାଯିବ ବୋଲି ସେତେବେଳେ ପାଣ୍ଡିଆନ ଘୋଷଣା କରିଥିଲେ । ଛାତ୍ରଛାତ୍ରୀଙ୍କ ମତାମତ ମଧ୍ୟ ଲୋଡିଥିଲେ । ଏହା ଏକ ପଏଣ୍ଟ ବ୍ୟବସ୍ଥା ଭିତ୍ତିକ ସ୍ମାର୍ଟ କାର୍ଡ । ଯାହାକି ଯୁବଗୋଷ୍ଠୀଙ୍କୁ ବୌଦ୍ଧିକ ବିକାଶ, ବ୍ୟକ୍ତିତ୍ଵ ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ସଶକ୍ତ କରିବ ବୋଲି ପାଣ୍ଡିଆନ କହିଥିଲେ । ଏହି କାର୍ଡ ସମୃଦ୍ଧିର ପାସପୋର୍ଟ ହେବ ବୋଲି କହିଥିଲେ । ଏପରିକି ଅଗଷ୍ଟ ମାସ ଶେଷ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ନୂଆ-ଓ ମ୍ୟାଜିକ କାର୍ଡ ଥିବ ବୋଲି ସରକାର ଘୋଷଣା କରିଥିଲେ । ତେବେ ଏହି ଯୋଜାନର ୭ ମାସ ପୂରଣ ହୋଇଥିବା ବେଳେ ବର୍ତ୍ତମାନର ମୋହନ ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, "ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ସରକାର କାର୍ଯ୍ୟ ଜାରି ରଖିଛି । ଅଭାବରେ ପଡି ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ପିଲାଙ୍କ ଭବିଷ୍ୟତ ପାଇଁ ଆର୍ଥିକ ସହାୟତା ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷରୁ "ଫାଇନାନ୍ସ ଆସିଷ୍ଟାଣ୍ଟସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଣ୍ଟେସ" ନାମକ ଏକ ଯୋଜନା ସରକାର ପ୍ରଣୟନ କରୁଛନ୍ତି । ଯାହାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲୁ ଅଛି । ଚଳିତ ବର୍ଷରୁ ନୂଆ-ଓ ଛାତ୍ରବୃତ୍ତି ଯୋଜନାର ବଜେଟ ସଂକ୍ରାନ୍ତୀୟ ପ୍ରାବଧାନ ନାହିଁ ।

ଛାତ୍ରଛାତ୍ରୀଙ୍କୁ ନେଇ ରାଜ୍ୟ ସରକାର ନେଇଥିବା ନୂଆ ନିଷ୍ପତ୍ତିକୁ ସ୍ୱାଗତ କରିଛି ବିଜେଡି । ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, "ସରକାରଙ୍କ ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ । ଛାତ୍ରଛାତ୍ରୀଙ୍କୁ ଫାଇନାନ୍ସ ଆସିଷ୍ଟାଣ୍ଟସ ପାଇଁ ଆମେ ବାରମ୍ବାର ଦାବି କରିଥିଲୁ । ନୂଆ ସରକାର ଏଥିପାଇଁ ପ୍ରସ୍ତୁତ ନଥିଲେ । ଛାତ୍ରଛାତ୍ରୀଙ୍କୁ ଓଡିଶା ସରକାର ନୂଆ-ଓ ହେଉ ଅବା ଫାଇନାନ୍ସ ଦିଅନ୍ତୁ ବୋଲି ବିଜେଡିର ଯୁକ୍ତି ଥିଲା । ପୂର୍ବ ସରକାର ଗତବର୍ଷ ନୂଆ-ଓ କାର୍ଯ୍ୟକ୍ରମ ଜରିଆରେ ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନର ସରକାର ସେହି କାର୍ଯ୍ୟକ୍ରମକୁ ଆଗକୁ ନିଅନ୍ତୁ । ବିଜେଡିର ଏହା ପ୍ରମୁଖ ଦାବି ଥିଲା । ନାଁ ପରିବର୍ତ୍ତନ ହେଉ ସମସ୍ୟା କିମ୍ବା ପରବାୟ ନାହିଁ । ବିଜୁ ଛାତ୍ର ଜନତା ଦଳ ନବୀନ ବାବୁଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି ଲଢେଇ ଜାରୀ ରହିବ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଭଲ ହେବା ଦରକାର ।

ଗୃହବିଭାଗର ଶ୍ବେତପତ୍ର ଜାରି:

ପ୍ରକାଶ ପାଇଲା 2023ର ଶ୍ବେତପତ୍ର । ୨୦୨୩ରେ ୨୮୨୬ ଦୁଷ୍କର୍ମ ମଧ୍ୟରୁ ୨୭୬୨ଟି ମାମଲା ସତ୍ୟ ଅଟେ। ବର୍ଷ ଶେଷ ସୁଦ୍ଧା ୧୮୪୭ମାମଲାର ଚାର୍ଜସିଟ୍ ଦାଖଲ ହୋଇଛି। ପୋଲିସ ପକ୍ଷରୁ ୫ଥର ଗୁଳିଚାଳନା ହୋଇଛି। 2023 ମସିହାରେ ରାଜ୍ୟରେ ମୋଟ ୧ ଲକ୍ଷ ୯୯ହଜାର ୯୫୪ ଟି ଧର୍ତବ୍ୟ ଅପରାଧିକ ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୧୩୬୨ ଟି ହତ୍ୟା,୩୭୦ଡକାୟତି,୨୯୬୧ଟି ଲୁଣ୍ଠନ,୬୦୭୧ଟି ସିନ୍ଧିଚୋରୀ,୧୬୮୫୧ଟି ଚୋରି,୬୧୯୬ଟି ପ୍ରତାରଣା,୧୬୫୫ଟି ଦଙ୍ଗା,୨୮୨୬ଟି ଦୁଷ୍କର୍ମ,୧୧୯୯୨ଟି ମଟରଯାନ ଦୁର୍ଘଟଣା,୧୪୯୬୭୦ବିଭିନ୍ନ ମାମଲା ରହିଛି । 2023ରେ ଯୌତୁକ ଜନିତ ହତ୍ୟା 231ଟି ମକଦ୍ଦମା ହୋଇଥିବା ବେଳେ 95ଟିର ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି। ସେହିପରି ଯୌତୁକ ଜନିତ ଆତ୍ମହତ୍ୟା 2023 ରେ 106 ଟି ରୁଜୁ ହୋଇଥିବା ମୋକଦ୍ଦମା ମଧ୍ୟରୁ 82 ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି।

Last Updated : Aug 30, 2024, 8:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.