ETV Bharat / state

ରାଜନୀତିରେ ‘ନବୀନ’ ଷ୍ଟାଇଲ୍; ଆକଳନକୁ ଭୁଲ ପ୍ରମାଣିତ କଲେ, ଫ୍ରଣ୍ଟଫୁଟ୍‌ରେ ଲଢେଇ ସନ୍ଦେଶ ଦେଲେ - lop Naveen style of politics

LOP Naveen Patnaik style of politics: ପୁଣି ସମସ୍ତଙ୍କୁ ଚକମା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚର୍ଚ୍ଚା ଏବଂ ଆକଳନକୁ ଭୁଲ ସାବ୍ୟସ୍ତ କଲେ । ବିଜେଡିର ବଡ ପରାଜୟ ପରେ ଓଡିଶା ଛାଡିବା ଚର୍ଚ୍ଚାକୁ ଚର୍ଚ୍ଚାରେ ରଖି ବିରୋଧୀ ଦଳ ନେତା ହେଲେ । ଅନ୍ୟ କାହାକୁ ନୁହେଁ ବରଂ ପ୍ରଣ୍ଟଫୁଟରେ ନିଜେ ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 24, 2024, 11:46 AM IST

Updated : Jul 24, 2024, 12:52 PM IST

Naveen style of politics
Naveen style of politics (Etv Bharat Odisha)

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଚର୍ଚ୍ଚା ହେଉଥିଲା ନିର୍ବାଚନରେ ହାରିଲେ ନବୀନ ପଟ୍ଟନାୟକ ରାଜନୀତି ଓ ଓଡିଶା ଛାଡ଼ିଦେବେ । ନିର୍ବାଚନରେ ପରାଜୟ ପରେ ବିରୋଧୀ ଦଳ ଆସନରେ ବସିଲା ବିଜେଡି । ତେବେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡିର ନେତା ନବୀନ ହେବେନାହିଁ । ନବୀନ ବିରୋଧୀ ଦଳ ନେତା ନହୋଇ ଦଳରେ ଆଉ କାହାକୁ ବାଟ ଛାଡିବେ । ନବୀନଙ୍କୁ ନେଇ ଏମିତି ଅନେକ ଚର୍ଚ୍ଚା ଓ ଆକଳନ ହୋଇଥିଲା । କିନ୍ତୁ ନବୀନ ରାଜନୀତି କିମ୍ବା ଓଡିଶା ଛାଡିବେନାହିଁ । ସକ୍ରିୟ ରାଜନୀତିରେ ରହିବେ ଓ ଶାସକ ଦଳ ସହ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି । ବିରୋଧୀ ଦଳର ନେତା ଭାବେ ନବୀନ କାର୍ଯ୍ୟ ଆରମ୍ଭ କରିଛନ୍ତି । ବିଧାନସଭାର ପ୍ରଥମ ଦିନରୁ ଏହା ସେ ସ୍ପଷ୍ଟ କରିଛନ୍ତି ।

LOP Naveen Patnaik style of politics (ETV Bharat Odisha)

ନବୀନ ପଟ୍ଟନାୟକ ଓଡିଶା ତଥା ଜାତୀୟ ରାଜନୀତିର ଜଣେ ଜଣାଶୁଣା ରାଜନୈତିକ ନାଁ । ବିଜୁ ବାବୁଙ୍କ ପୁଅ ଭାବେ ନବୀନ ରାଜନୀତିରେ ପ୍ରବେଶ କରିଥିଲେ ସତ । କିନ୍ତୁ ରାଜନୀତିରେ ସେ ନିଜର ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛନ୍ତି । କେବଳ ପରିଚୟ ନୁହେଁ ନିର୍ବାଚନୀ ରାଜନୀତିରେ ମଧ୍ୟ ସେ ବେଶ ସଫଳ । 1997ରୁ ରାଜନୀତିରେ ପ୍ରବେଶ କରିଥିବା ନବୀନ ଲଗାତାର 5 ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଗତ ସାଧାରଣ ନିର୍ବାଚନରେ ଦଳର ବଡ଼ ବିପର୍ଯ୍ୟୟ ତାଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ କରିଛି । କିନ୍ତୁ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ରେକର୍ଡ ତାଲିକାରେ ସେ ଦେଶରେ ଦ୍ଵିତୀୟରେ ରହିଛନ୍ତି । ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ଅପ୍ରତ୍ୟାଶିତ ଭାବେ ରାଜନୀତିରେ ପ୍ରବେଶ କରିଥିଲେ ନବୀନ ।

ପ୍ରଥମ ପରୀକ୍ଷାରେ ଆସ୍କା ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ି ବିଜୟ ହୋଇଥିଲେ ନବୀନ । ଏହା ସହ ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ରାଜ୍ୟରେ ବିଜେପି ନେତୃତ୍ୱରେ ବିଜୁ ଜନତା ଦଳ 2000ରେ ଗଠନ ହୋଇଥିଲା । ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ । ସେବେଠାରୁ 2024 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ ନବୀନ । 2000ରୁ 2004, 2004ରୁ 2009 ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟ ସରକାର କରିଥିଲା ବିଜେଡି । ମେଣ୍ଟ ଭାଙ୍ଗିବା ପରେ 2009, 2014, 2019 ଏକାକୀ ନିର୍ବାଚନ ଲଢ଼ି ବିଜୟ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ । କିନ୍ତୁ 2024ନିର୍ବାଚନରେ ବିଫଳ ହୋଇଛନ୍ତି ନବୀନ । ଫଳରେ ନବୀନ ସରକାର ଗଡ଼ିଛି । ବିଭିନ୍ନ ସମୟରେ ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଚର୍ଚ୍ଚା ହେଉଥିବାରୁ ପରାଜୟ ପରେ ସେ ରାଜନୀତି ଛାଡିଦେବେ ବୋଲି ଚର୍ଚ୍ଚା ହେଉଥିଲା । ଏମିତିକି ସେ ଓଡିଶା ଛାଡିଦେବେ ବୋଲି କୁହାଯାଉଥିଲା । ବିଜେଡି ବିରୋଧୀ ଦଳରେ ବସିବା ପରେ ବିରୋଧୀ ଦଳ ନେତା ନବୀନ ହେବେନାହିଁ ବୋଲି ଆକଳନ କରାଯାଉଥିଲା ।

ଏହା ବି ପଢନ୍ତୁ- ନବୀନ ପଟ୍ଟନାୟକଙ୍କ ଗିରଫ ଦାବି କଲେ ମନ୍ତ୍ରୀ ମହାଲିଙ୍ଗ, ପ୍ରବଳ ବିରୋଧ କଲା ବିଜେଡି - Demand for arrest of LoP Naveen

ଦଳର ଅନ୍ୟ କାହାକୁ ଏହି ଦାଇତ୍ୱ ଦିଆଯିବ ବୋଲି ଆକଳନ ହେଉଥିଲା । କିନ୍ତୁ ନବୀନ ଏ ସବୁ ଆକଳନକୁ ଭୁଲ ପ୍ରମାଣିତ କରିଛନ୍ତି । ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, "ବିରୋଧୀ ଦଳ ଭାବେ ବିଜେଡି ଓଡିଶାରେ ସଶକ୍ତ ସ୍ଥିତିରେ ଅଛି । ଯେତେ ତିକ୍ତ ହେଲେ ବି ଏହାକୁ ସ୍ୱୀକାର କରିବାକୁ ପଡିବ । ରାଜ୍ୟରେ ବିଜେପି ଓ କଂଗ୍ରେସ ବହୁ ବର୍ଷ ଧରି ବିରୋଧୀ ଆସନରେ ବସିଥିଲେ । କିନ୍ତୁ ସେମାନେ ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ଥିଲେ । ବିଭିନ୍ନ କାରଣରୁ ସେମାନେ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରୁନଥିଲେ । ଏପର୍ଯ୍ୟନ୍ତ ମଧ୍ୟ ସଠିକ ଭାବେ ଗ୍ରହଣୀୟ ହୋଇପାରିନାହାନ୍ତି । ବିଜେପି ସରକାରକୁ ଆସିଥିଲେ ମଧ୍ୟ ଗ୍ରହଣୀୟ ହୋଇନାହିଁ । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ୱଙ୍କ ଓଡ଼ିଆ ଅସ୍ମିତା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ମୁଦ୍ଦା କଲେ ତାହାର ଫାଇଦା ଓଡିଶା ବିଜେପିକୁ ମିଳିଛି । କମ ଆସନ ସହ ବିରୋଧୀ ଦଳ ହୋଇଥିବା ବିଜେଡିର ଭୋଟ ହାର ଶାସକ ଦଳ ବିଜେପି ଠାରୁ ଅଧିକ ରହିଛି । ଏହାକୁ ବିଚାର କଲେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ରାଜ୍ୟରେ ବିଲୋପ ହୋଇନାହିଁ ।" ସେ ପୁଣି କହିଛନ୍ତି ଯେ, ଦାଇତ୍ୱବାନ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିବା ଉପରେ ନବୀନ ମନୋନିବେଶ କରିଛନ୍ତି ।

ଏପଟେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, "ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯେମିତି ଥିଲା ସେମିତି ଅଛି । ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ କାହାଣୀ କୁହାଯାଏ । ନବୀନଙ୍କୁ ପ୍ୟାରୀମୋହନ ମହାପାତ୍ର ଓ ଭିକେ ପାଣ୍ଡିଆନ ନିୟନ୍ତ୍ରଣ କରୁଥିଲେ ବୋଲି ଲୋକେ କୁହନ୍ତି । କିନ୍ତୁ ଯେଉଁମାନେ ନବୀନଙ୍କୁ ନିକଟରୁ ଦେଖିଛନ୍ତି ସେମାନେ ଏତିକି କହିପାରିବେ ଯେ ତାଙ୍କ ବିନା ଅନୁମତିରେ ପତ୍ର ହଲେନାହିଁ । ସେ ହିଁ ଚୂଡାନ୍ତ ନିଷ୍ପତ୍ତି ନିଅନ୍ତି । ନବୀନଙ୍କ ରାଜନୀତିକୁ ବୁଝିବା ସହଜ ନୁହେଁ । ନବୀନ ଯାହାକୁ ଷ୍ଟ୍ରାଇକ କରନ୍ତି, ସେ ଲୋକ ଉଠିପାରେ ନାହିଁ । ସବୁବେଳେ ସବୁ ଗୋଟି ସଫଳ ହୁଏନାହିଁ । ଗତ ନିର୍ବାଚନ ଉଦାହରଣ । କିନ୍ତୁ ନବୀନ ସବୁକିଛି ନିୟନ୍ତ୍ରଣରେ ରଖିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 24, 2024, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.