ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଲା କଂଗ୍ରେସ: ବିଜେଡି କହିଲା ଭୁଲ କରିଛନ୍ତି ନୂଆ ସରକାର, କ୍ଷମା ମାଗନ୍ତୁ - Privilege Notice against cm

author img

By ETV Bharat Odisha Team

Published : Jul 29, 2024, 12:47 PM IST

Updated : Jul 29, 2024, 4:24 PM IST

Odisha assembly budget session: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଲା କଂଗ୍ରେସ । ଦଳୀୟ ବିଧାୟକ ତାରା ବାହିନୀପତି ଆଣିଲେ ନୋଟିସ୍‌ । ଶାସକ ଦଳ ମଧ୍ୟ ତାରାଙ୍କ ବିରୋଧରେ ଆଣିଲା ସମାନ ନୋଟିସ୍‌ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଲା କଂଗ୍ରେସ
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଲା କଂଗ୍ରେସ (ETV Bharat Odisha)

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ କଂଗ୍ରେସ ଆଣିଲା ସ୍ବାଧିକାର ଭଙ୍ଗ ନୋଟିସ । ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସେବାରେ 10 ପ୍ରତିଶତ ସଂରକ୍ଷଣ ଘୋଷଣା ମାମଲାରେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି ଏହି ନୋଟିସ ଆଣିଛନ୍ତି । ଗୃହ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ବାହାରେ ଏହି ଘୋଷଣା ଫଳରେ ବିଧାନସଭାର ସ୍ବାଧିକାର ଭାଙ୍ଗିଛି ବୋଲି ତାରା ଅଭିଯୋଗ କରିଛନ୍ତି । ଏହି ନୋଟିସରେ ଆଲୋଚନା ପାଇଁ କଂଗ୍ରେସ ସଦସ୍ୟମାନେ ଅଡି ବସିବା ସହ ନାରାବାଜୀ ମଧ୍ୟ କରିଛନ୍ତି । ତାରାଙ୍କ ନୋଟିସକୁ ବାଚସ୍ପତି ଗ୍ରହଣ କରିଛନ୍ତି ।

କଂଗ୍ରେସ ବିଧାୟକ ତାରା ବାହିନୀପତି (ETV Bharat Odisha)

ନାଟକୀୟ ଭାବେ ଶାସକ ଦଳ ଭାରତୀୟ ଜନତା ପାର୍ଟିର ବିଧାୟକ ଇରାଶିଷ ଆଚାର୍ଯ୍ୟ ମଧ୍ୟ କଂଗ୍ରେସ ବିଧାୟକ ତାରାଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି । ସ୍ବାଧୀକାର ନୋଟିସ ଆଣିବା ପୂର୍ବରୁ ତାରା ଗୃହ ବାହାରେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । ଏହା ମଧ୍ୟ ସ୍ବାଧିକାର ନିୟମକୁ ଉଲ୍ଲଂଘନ କରିଛି ବୋଲି ଇରାଶିଷ ଅଭିଯୋଗ କରିଛନ୍ତି ।

ପ୍ରମିଳା ମଲ୍ଲିକ (ETV Bharat Odisha)

ଗୃହ ଆରମ୍ଭ ହେବା ପରେ ଶୂନ୍ୟକାଳରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି । ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଅଗ୍ନିବୀରଙ୍କ ପାଇଁ ଘୋଷଣାକୁ ସମାଲୋଚନା କରି ତାରା କହିଛନ୍ତି,‘‘ବିଧାନସଭା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଛି । ନୂଆ ପରମ୍ପରା ସୃଷ୍ଟି କରାଯାଇଛି । ଗୃହ ଚାଲିବା ସମୟରେ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଘୋଷଣା କରିବା କେତେଦୂର ଠିକ । ମୁଖ୍ୟମନ୍ତ୍ରୀ ଯେତେବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ଥିଲେ, ସେତେବେଳେ ସେ ମଧ୍ୟ ଦୁଇ ଦୁଇଜଣ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଛନ୍ତି । କିନ୍ତୁ ସେ ନିଜେ ଆଜି କିମିତି ନିୟମ ଭଙ୍ଗ କଲେ । ଗୃହରେ ମୁଖ୍ୟମନ୍ତ୍ରୀ ଘୋଷଣା ନକରି ସଚିବାଳୟରେ ଘୋଷଣା କରିବାର ମାନେ କ’ଣ ? ସେ ଗୃହକୁ ଭୟ କରିଛନ୍ତି । ଗୃହକୁ ବିଶ୍ୱାସ କରିନାହାନ୍ତି । ମର୍ଯ୍ୟାଦା ଭଙ୍ଗ କରିଛନ୍ତି । ତାଙ୍କ ବିରୋଧରେ ମୁଁ ସ୍ୱାଧିକାର ଭଙ୍ଗ ଆଣିଛି । ଆପଣ (ବାଚସ୍ପତି) ରୁଲିଂ ଦିୟନ୍ତୁ । ଏହି ନୋଟିସ୍‌ ପ୍ରିଭିଲେଜ୍ କମିଟିକୁ ଯାଉ ।’’

କ’ଣ କହିଲେ ବିରୋଧୀ ଦଳ ମୁଖ୍ୟ ସଚେତିକା:-

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, "ଗୃହ ଚାଲିଥିବା ବେଳେ ଯାହା ଘୋଷଣା କରିବା କଥା, ତାହା ଗୃହ ମଧ୍ୟରେ ହେବା କଥା । ଗୃହ ବିଭାଗ ,ଅର୍ଥ ବିଭାଗ ଓ ‘ଏଜି’ଙ୍କ ସହ ଆଲୋଚନା କରିଛନ୍ତି କି ? ହାଇକୋର୍ଟର ନିର୍ଦ୍ଦେଶ ଅଛି । ତଥାପି ମୁଖ୍ୟମନ୍ତ୍ରୀ ଭୁଲ କରିଛନ୍ତି । ଆମେ ଚେତେଇ ଦେଉଛୁ, ନୂଆ ସରକାରର ନୂଆ ମୁଖ୍ୟମନ୍ତ୍ରୀ ଗୃହରେ କ୍ଷମା ପ୍ରାର୍ଥନା କରନ୍ତୁ ।"

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଗଣେଶ୍ବରଙ୍କ କଡା ସମାଲୋଚନା :-

ଗୃହ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ବାହାରେ ଘୋଷଣା ସମସ୍ତଙ୍କୁ ଆଘାତ ଦେଇଛି ବୋଲି କହଛି ମୁଖ୍ୟ ବିରୋଧୀ ଦଳ ବିଜେଡି । ବରିଷ୍ଠ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ଗୃହର ମର୍ଯ୍ୟାଦା ରକ୍ଷା କରିବା ସଦସ୍ୟ ଯଦି ଏମିତି କରିବେ କାହାକୁ କହିବା । ଅତ୍ୟନ୍ତ କ୍ଷୋଭ ଏବଂ ପରିତାପର ବିଷୟ ଏ ସରକାର ଘୋଷଣା ଠିକ ହେଉନାହିଁ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗୃହର ନେତା । ସଂସଦୀୟ ଗଣତନ୍ତ୍ରରେ ଯେଉଁ ସାମ୍ବିଧାନିକ ପରମ୍ପରା ରହିଛି, ମୁଖ୍ୟମନ୍ତ୍ରୀ ତାର ବ୍ୟତିକ୍ରମ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 29, 2024, 4:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.