ETV Bharat / state

ରାଜରାସ୍ତାରେ ଶିକ୍ଷକ ମହାସଂଘ, ୫ ଦଫା ଦାବିରେ ଗଣଧାରଣା

Odisha Adarsha Vidyalayas Teachers Protest: ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ ବିଶାଳ ସମାବେଶ ଓ ଗଣଧାରଣା । ମହାସଂଘ ପକ୍ଷରୁ ୫ ଗୋଟି ଦାବି ଉପସ୍ଥାପନା କରାଯାଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 18, 2024, 5:20 PM IST

ରାଜରାସ୍ତାରେ ଶିକ୍ଷକ ମହାସଂଘଙ୍କ ଗଣଧାରଣା, ଆଦର୍ଶ ବିଦ୍ୟାଳୟକୁ ନେଇ ରହିଛି ୫ ଦଫା ଦାବି

ଭୁବନେଶ୍ବର: ନାହିଁ ନାହିଁରେ ଚାଲିଛି ଆଦର୍ଶ ବିଦ୍ୟାଳୟ । ଏହାକୁ ନେଇ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମାନଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଏଥି ପାଇଁ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ ଆୟୋଜିତ ହୋଇଛି ଶାନ୍ତିପୂର୍ଣ୍ଣ ବିଶାଳ ସମାବେଶ ଓ ଗଣଧାରଣା । ମହାସଂଘ ପକ୍ଷରୁ ୫ ଗୋଟି ଦାବି ଉପସ୍ଥାପନା କରାଯାଇଛି । ପ୍ରଥମ ଦାବି ସ୍ବରୂପ, ଚାଲୁଥିବା ଗ୍ରେଡେସନ ତାଲିକାରେ ବିଳମ୍ବ ନକରି ସମସ୍ତ ପ୍ରକାରର କର୍ମଚାରୀଙ୍କ ପାଇଁ ୟୁନିଫର୍ମ କ୍ୟାଡ଼ର ନିୟମ ଲାଗୁ କରିବା । ଦ୍ଵିତୀୟରେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପରି ସମାନ ସୁଯୋଗ ଏବଂ ସୁବିଧା ପ୍ରଦାନ କିମ୍ବା ସମସ୍ତ ଆଦର୍ଶ ବିଦ୍ୟାଳୟ ଗୁଡ଼ିକୁ ସରକାରୀ ଭାବରେ ଘୋଷଣା କରିବା । ଯାହା ସିବିଏସଇ ନିୟମ ଅନୁଯାୟୀ, ଆଦର୍ଶ ବିଦ୍ୟାଳୟ ଗୁଡ଼ିକ ସିଧାସଳଖ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ହେବା ପାଇଁ ଲିପିବଦ୍ଧ ହେବ ।

ତୃତୀୟରେ ଏକାଦଶ ଶ୍ରେଣୀ ଓ ଦ୍ବାଦଶ ଶ୍ରେଣୀ ପାଇଁ କଳା ବିଭାଗ ଖୋଲିବା ସହ କ୍ରୀଡା ଶିକ୍ଷକ, କମ୍ପ୍ୟୁଟର ଶିକ୍ଷକ ଏବଂ ମ୍ୟୁଜିକ ଶିକ୍ଷକ ମାନେ ଅନ୍ୟ TGTର ସମାନ ସ୍ତରରେ ଅଛନ୍ତି କିନ୍ତୁ ସେମାନଙ୍କୁ ସମାନ ଦରମା ଦିଆଯାଇନଥାଏ । ତେଣୁ ମହାସଂଘ କହିଛି ଯେ ଏହି ଶିକ୍ଷକ ମାନଙ୍କର ବେତନର ଗ୍ରେଡ଼ ବୃଦ୍ଧି କରିବାକୁ ଦାବି ରଖିଛି । ଏହା ସହ ପଞ୍ଚମ ଦାବି ରହିଛି ଯେ, କନିଷ୍ଠ କିରାଣୀ ମାନଙ୍କର ଚାକିରିକୁ ନିୟମିତ କରାଯାଉ । ସୂଚନା ଅନୁଯାୟୀ, ରାଜ୍ୟରେ ଇଂରାଜୀ ମାଧ୍ୟମ ଶିକ୍ଷାର ବ୍ୟାପକ ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ବ୍ଲକ୍ ଅନୁଯାୟୀ ଏପର୍ଯ୍ୟନ୍ତ ୩୨୦ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଏହି ବିଦ୍ୟାଳୟରେ ପ୍ରଶାସନିକ କାର୍ଯ୍ୟ ପାଇଁ ଜଣେ ଲେଖାଏଁ କନିଷ୍ଠ କିରାଣୀ ତଥା ହିସାବ ରକ୍ଷକ ପଦ ଠିକାରେ ସୃଷ୍ଟି କରାଯାଇଥିବା ବେଳେ ଭୁବନେଶ୍ବର ଉତ୍କର୍ଷ ଆଦର୍ଶ ବିଦ୍ୟାଳୟ ପାଇଁ ଦୁଇଟି, ସର୍ବମୋଟ ୩୨୧ଟି ପଦ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ ... ମୋ ସ୍କୁଲ ଅଭିଯାନକୁ ମିଳିଲା ସମ୍ମାନଜନକ ସ୍କଚ ପୁରସ୍କାର

ଏବେ ସାରା ରାଜ୍ୟରେ ୧୬୦ଜଣ କନିଷ୍ଠ କିରାଣୀ ତଥା ହିସାବ ରକ୍ଷକ କାର୍ଯ୍ୟରତ ଥିଲାବେଳେ ୧୬୧ଟି ପଦ ଖାଲି ପଡ଼ିଛି । ଭଦ୍ରକ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ପୁରୀ ଓ ମାଲକାନଗିରି ଆଦି ୬ ଜିଲ୍ଲାରେ ଆଦୌ କେହି କିରାଣୀ ନାହାଁନ୍ତି । ଏନେଇ ବହୁବାର ଜିଲ୍ଲାପାଳ, ରାଜ୍ୟ ପ୍ରକଳ୍ପ ନିର୍ଦେଶକ, ବିଭାଗୀୟ ସଚିବ, ଅର୍ଥ ସଚିବ, ଶିକ୍ଷା ଉପଦେଷ୍ଟା, ମନ୍ତ୍ରୀ, ୫ଟି ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ନିଖିଳ ଓଡ଼ିଶା କନିଷ୍ଠ କିରାଣି ତଥା ହିସାବ ରକ୍ଷକ ସଂଘ ପକ୍ଷରୁ କୁହାଯାଇଥିଲା । ସେହିପରି ସମାନ କ୍ୟାଡର ବ୍ୟବସ୍ଥା ଲାଗୁ ହେଲେ ଓ ଆଦର୍ଶ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ଦିଆଗଲେ ୪୦୦୦ ଶିକ୍ଷକ ଉପକୃତ ହେବେ ହେବେ ବୋଲି ଶିକ୍ଷକ ମହାସଂଘ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.