ETV Bharat / state

ଥିଏଟରରେ ଓଡ଼ିଆ ଫିଲ୍ମ ଧମାକା, ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା 'ଦଶମ-ଏଇ ଆମ ପ୍ରେମ କାହାଣୀ'

author img

By ETV Bharat Odisha Team

Published : Jan 20, 2024, 11:44 AM IST

Odia Film Release On Film Friday: ଥିଏଟରରେ ଡବଲ ଧମାକା । ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଦଶମ ଓ ଏଇ ଆମ ପ୍ରେମ କାହାଣୀ' । ଉଭୟ ଫିଲ୍ମର ଏକାଠି ରିଲିଜ ହୋଇଥିବା ବେଳେ ଭିନ୍ନ ଭିନ୍ନ କାହାଣୀର ସ୍ବାଦ ଚାଖିବେ ଦର୍ଶକ । ଏହି ଦୁଇଟି ଫିଲ୍ମ ସମସ୍ତଙ୍କ ବେଶ ମନକୁ ଛୁଇଁବ ବୋଲି କୁହାଯାଉଛି । ଅଧିକ ପଢନ୍ତୁ

Odia Film Release On Film Friday
Odia Film Release On Film Friday
Odia Film Release On Film Friday

କଟକ: ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା 'ଦଶମ ଓ ଏଇ ଆମ ପ୍ରେମ କାହାଣୀ' । ଉଭୟ ଫିଲ୍ମ ଭିନ୍ନ ଭିନ୍ନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ଦର୍ଶକ ବି ସ୍ବାଦ ଚାଖିବେ । ଉଭୟ ଫିଲ୍ମର ଏକାଠି ରିଲିଜ ହୋଇଥିବା ବେଳେ ପ୍ରଥମ ଦିନରେ ଶୋ' ହାଉସଫୁଲ ରହିଛି । ଏହି ଦୁଇଟି ଫିଲ୍ମ ସମସ୍ତଙ୍କ ବେଶ ମନକୁ ଛୁଇଁବ ବୋଲି କୁହାଯାଉଛି ।

'ଏଇ ଆମ ପ୍ରେମ କାହାଣୀ' ବିଷୟରେ କହିବାକୁ ଗଲେ, ଫିଲ୍ମଟି ସମ୍ପୂର୍ଣ୍ଣ ଲଭ ଷ୍ଟୋରି, ପାରିବାରିକ କୁ ନେଇ ନିର୍ମାଣ କରାଯାଇଛି। ସ୍ବର୍ଗତ ମିହିର ଦାସଙ୍କ ଶେଷ ବହୁ ପ୍ରତିକ୍ଷିତ ନୂଆ ଓଡ଼ିଆ ଫିଲ୍ମ “ଏଇ ଆମ ପ୍ରେମ କାହାଣୀ” ଅଟେ । ଉଦୟ ସେଠୀ ଫିଲ୍ମସ ଓ ସନ୍ ମ୍ୟୁଜିକ ର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଥିବା ବେଳେ ଚଳଚ୍ଚିତ୍ରର ନାୟକ ଭୂମିକାରେ ଅଭିଷେକ ରଥ ଏବଂ ନାୟିକା ଚୁଲବୁଲି ଅଛନ୍ତି l ତାଙ୍କ ସହିତ ଅନ୍ୟାନ୍ୟ ଚରିତ୍ର ରେ ଅଶ୍ରୁ୍ମୋଚନ ମହାନ୍ତି, ଶ୍ରୀତମ ଦାସ, ନୀଳମଣି ସାହୁ ଓ ସୁମନ ମହାରଣା ଅଛନ୍ତି l

'ଏଇ ଆମ ପ୍ରେମ କାହାଣୀ'ରେ ଏକାଧାରରେ କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିବା ଆଗ ଧାଡ଼ିର ଗୀତିକାର ତଥା ପ୍ରଯୋଜକ ଶ୍ରୀକାନ୍ତ ଗୌତମ, ସଂପାଦନା ଓ ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ରବିନ୍ଦ୍ର ପ୍ରଧାନ, ପ୍ରଯୋଜକ ଉଦୟ ଶଙ୍କର ସେଠୀ, ସହ ପ୍ରଯୋଜକ ସଞ୍ଜୟ କୁମାର ରାଉତ ରହିଛନ୍ତି। ଏହି ଚଳଚ୍ଚିତ୍ର ର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ରେ ଅଛନ୍ତି ଚନ୍ଦନ କୁମାର l ବର୍ତ୍ତମାନ ର ସୁ-ନାମଧନ୍ୟ ଗାୟକ ହ୍ୟୁମାନ ସାଗର ଏବଂ ଗାୟିକା ଅସୀମା ପଣ୍ଡା ସମସ୍ତ ଗୀତ କଣ୍ଠଦାନ କରିଛନ୍ତି । ତେବେ ଏଇ ଆମ ପ୍ରେମ କାହାଣୀ ବେଶ ଲୋକାଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ ରହିଛନ୍ତି l

ଅନ୍ୟପଟେ ଏଇ ଆମ ପ୍ରେମ କାହାଣୀ କୁ ଟକର ଦେବାକୁ ରିଲିଜ ହୋଇଛି ଫିଲ୍ମ "ଦଶମ"। ୟଙ୍ଗ ଷ୍ଟାଇଲିସ ନିର୍ଦ୍ଦେଶକ ରାଜା ଡ଼ ନିର୍ଦ୍ଦେଶନା ରେ ନିର୍ମାଣ ଏହି ଫିଲ୍ମଟିରେ ଶୈଳେନ୍ଦ୍ର ସହ ଅନେକ କଳାକାର ଅଭିନୟ କରିଛନ୍ତି । ଦଶମ ଶ୍ରେଣୀର ଅନୁଭୂତି ସବୁକୁ ମିଶେଇ ଏହି ଫିଲ୍ମଟି ନିର୍ମାଣ କରାଯାଇଛି। ଫିଲ୍ମଟି ଲୋକଙ୍କୁ ବେଶ୍ ଭଲ ଲାଗିବ ବୋଲି ଆଶା ରଖିଛନ୍ତି ହୋଲ ଟିମ ।

ଏହା ମଧ୍ୟ ପଢନ୍ତୁ: ନୂଆବର୍ଷରେ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର 'ଏଇ ଆମ ପ୍ରେମ କାହାଣୀ'

ଦଶମ ହେଉଛି ପ୍ରଥମ ଓଡ଼ିଆ ମ୍ୟୁଜିକାଲ ସିନେମା । ଯେଉଁଥିରେ ୧୨ଟି ଗୀତ ରହିଛି । ଏଥିରେ ସୁପରଷ୍ଟାର ବାବୁଶାନ୍ ମଧ୍ୟ ଦଶମ ଫିଲ୍ମ ଏକ ପ୍ରମୁଖ ଗୀତରେ ବାବୁଶାନ କଣ୍ଠଦାନ କରିଛନ୍ତି । ଆଉ ଏହି ଗୀତଟି ମଧ୍ୟ ମନଛୁଆଁ ହୋଇଛି । ଏଥିସହ ଫିଲ୍ମରେ ଶୈଳେନ୍ଦ୍ର ସାମନ୍ତରାୟ, ଆକାଶ ହୋତା, ଫନୀ ପ୍ରତିକ, ଅର୍ମାନ ମହାନ୍ତି, ଜଣ୍ଟି, ସିମ୍ରନ, ସୁମନ ପଟ୍ଟନାୟକଙ୍କ ସମେତ ଅଭିଜ୍ଞ ରବି ମିଶ୍ର ଏବଂ ସୁଶାନ୍ତ ଦାସ ମହାପାତ୍ର ପ୍ରମୁଖ ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.