ETV Bharat / state

ଆମେରିକାର ଭର୍ଜିନିଆରେ ଉତ୍କଳ ଦିବସ ପାଳିତ; 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତରେ କମ୍ପିଲା ବିଦେଶ - Utkal Divas 2024 - UTKAL DIVAS 2024

Utkal Divas celebration in America: ଆମେରିକାର ଭର୍ଜିନିଆରେ ପାଳନ ହେଲା ଉତ୍କଳ ଦିବସ । 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତରେ କମ୍ପିଲା ବିଦେଶ । ଅଧିକ ପଢନ୍ତୁ

Utkal Divas celebration in America
Utkal Divas celebration in America
author img

By ETV Bharat Odisha Team

Published : Apr 6, 2024, 8:13 PM IST

Updated : Apr 6, 2024, 9:12 PM IST

ଆମେରିକାର ଭର୍ଜିନିଆରେ ଉତ୍କଳ ଦିବସ ପାଳିତ; 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତରେ କମ୍ପିଲା ବିଦେଶ

ହାଇଦ୍ରାବାଦ: ଓଡିଆ ଜାତିର ଅସ୍ମିତା ଓ ଗୌରବର ଦିବସ ଉତ୍କଳ ଦିବସ । ଏହି ପବିତ୍ର ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ଆମେରିକାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନେ ହର୍ଷୋଲ୍ଲାସର ସହ ପାଳନ କରିଛନ୍ତି । ଏଠାରେ ବସବାସ କରୁଥିବା ପ୍ରାୟ ୫୦ରୁ ଊର୍ଦ୍ଧ୍ବ ପରିବାର ଭର୍ଜିନିଆର ରିଚମଣ୍ଡରେ ଏକତ୍ରିତ ହୋଇ ଆଡମ୍ବର ସହକାରେ ଉତ୍କଳ ଦିବସକୁ ପାଳନ କରିଛି ।

ଓଡ଼ିଆ ଭାରି ବଢ଼ିଆ । ଆମ ଭାଷା ଭାରୀ ମିଠା । ଓଡ଼ିଶାରୁ ଯେତେ ଦୂରେ ଥିଲେ ମଧ୍ୟ ଆମ ମନ ଓଡ଼ିଆ । ଆମ ପ୍ରାଣ ଓଡ଼ିଆ । ସୁଦୂରରେ ଥିଲେ ବି ଓଡି଼ଶା ମାଟି, ପାଣି ଓ ପବନର ବାସ୍ନାକୁ କେବେ ଭୁଲି ପାରନି ଜଣେ ଖାଣ୍ଟି ଓଡ଼ିଆ । ଆମ ସଂସ୍କୃତି ଏବଂ ପରମ୍ପରାକୁ ନେଇ ଆମେ ସବୁବେଳେ ଗର୍ବିତ । ଯେତେଦୂରରେ ଥିହେ ବି ଓଡ଼ିଆ ସଂସ୍କୃତି ଓ ପରମ୍ପରରା ଛାପ ସମସ୍ତଙ୍କ ମଧ୍ୟରେ ବାରି ହୋଇପଡେ । ଯାହାର ଉଦାହରଣ ଦେଖିବାକୁ ମିଳିଛି ସୁଦୂର ଆମେରିକାରେ । ଆମେରିକାର ଭର୍ଜିନିଆରେ ପାଳିତ ହୋଇଛି ଉତ୍କଳ ଉତ୍ସବ ।

ଆମେରିକାର ଭର୍ଜିନିଆରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ସ୍ଥାନୀୟ ରିଚମଣ୍ଡରେ ପାଳିତ ହୋଇଛି ଉତ୍କଳ ଉତ୍ସବ ବା ଓଡ଼ିଆ ନବବର୍ଷ । ପ୍ରବାସୀ ଓଡ଼ିଆ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଓଡ଼ିଶୀ ନୃତ୍ୟ, କୁନି କୁନି କଳାକାରଙ୍କ ଦ୍ବାରା ସାମୁହିକ ଗୀତ ଓ ନୃତ୍ୟ ପରିବେଷେଣ ସାଙ୍ଗକୁ ଦେଶୀୟ ନୃତ୍ୟରେ ଝୁମିଥିଲା ଭର୍ଜିନିଆ ସହର । ଓଡ଼ିଆମାନେ ଏହାର ଭରପୂର ଉପଭୋଗ କରିଛନ୍ତି । ଭର୍ଜିନିଆ ଓ ନିକଟବର୍ତ୍ତୀ ସହରର ପ୍ରାୟ ୫୦ରୁ ଅଧିକ ଓଡ଼ିଆ ପରିବାର ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ଏହା ବି ପଢନ୍ତୁ- ମସ୍କୋରେ ଓଡି଼ଶା ବାସ୍ନା, ପ୍ରବାସୀ ଓଡ଼ିଆ ସଙ୍ଗଠନ ପକ୍ଷରୁ ପାଳିତ ହେଲା ଉତ୍କଳ ଦିବସ

ମହିଳା ଓ ପୁରୁଷ ମନେ ନୂଆ ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ପରିବେଷଣ କରିଥିଲେ । ଏହା ସହ କୁନି କୁନି ପାଲାଙ୍କୁ ଉତ୍କଳ ଦିବସର ମହନୀୟତା ସମ୍ପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଓଡିଆ କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ସଂସ୍କୃତିକୁ ନେଇ ପିଲାମାନଙ୍କ ମଧ୍ୟରେ ଚିତ୍ରକଳା, ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏଥିରେ ପରିବାରର ପ୍ରତ୍ୟେକ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଖୁସି ମନେଇବା ସହ ପରସ୍ପରକୁ ସ୍ନେହ ଶୁଭେଚ୍ଛା ଜଣାଇଛନ୍ତି । ପରେ ଅଂଶଗ୍ରହଣକାରୀଙ୍କୁ ପୁରସ୍କୃତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 6, 2024, 9:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.