ETV Bharat / state

ଦାଉ ସାଧିଲା ଲଘୁଚାପ, ଅସହାୟ ଅବସ୍ଥାରେ ଦିବ୍ୟାଙ୍ଗ ନନ୍ଦ - Physically Challenged Man Need Help

author img

By ETV Bharat Odisha Team

Published : Jul 29, 2024, 6:45 PM IST

Physically Challenged Nanda Needs Government Help: ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଲା ଚାଳଛପର ମାଟିଘର । ଅସହାୟ ଅବସ୍ଥାରେ 53 ବର୍ଷୀୟ ଦିବ୍ୟାଙ୍ଗ । ଅଧିକ ପଢ଼ନ୍ତୁ

Physically Challenged Nanda Tahani
Physically Challenged Nanda Tahani (ETV Bharat Odisha)

ନୂଆପଡା: ଜନ୍ମବେଳୁ ସେ ଦିବ୍ୟାଙ୍ଗ । ପିଲାଦିନୁ ବାପା-ମାଆ ଏକା କରି ଆରପାରିକୁ ଚାଲିଯାଇଛନ୍ତି । ଗାଁ ଲୋକଙ୍କ ଛେଳି ଚରାଇ ଯାହା ଟଙ୍କା ମିଳେ ସେଥିରେ ଚଳନ୍ତି । ସମ୍ପତ୍ତି କହିଲେ ଝାଟିମାଟିର ଘର ଖଣ୍ଡିଏ । ହେଲେ ଲଘୁଚାପ ବର୍ଷା ସେ ଘର ଖଣ୍ଡକ ବି ବୁଡ଼ାଇଦେଲା । ଲଗାଣ ବର୍ଷାରେ ମାଟି ଛପର ଘର ଧସି ଭାଙ୍ଗିଯାଇଛି । ଏବେ ରହିବାକୁ ମୁଣ୍ଡ ଉପରେ ଚାଳ ନାହିଁ । ଏଭଳି ପରିସ୍ଥିତିରେ ଘର ଖଣ୍ଡିଏ ପାଇଁ ସରକାରଙ୍କ ପାଖରେ ନେହୁରା ହୋଇଛନ୍ତି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମର 53 ବର୍ଷୀୟ ଦିବ୍ୟାଙ୍ଗ ନନ୍ଦ ଟାହାଣୀ ।

ଦାଉ ସାଜିଲା ଲଘୁଚାପ:

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମର 53 ବର୍ଷୀୟ ଅବିବାହିତ ଦିବ୍ୟାଙ୍ଗ ନନ୍ଦ ଟାହାଣୀ । ନନ୍ଦଙ୍କ ବାପା ସ୍ବର୍ଗତ ଦପକୁ ଟାହାଣୀ ଓ ମାଆ ସ୍ୱର୍ଗତ ଝରେ ଟାହାଣୀ ପିଲାଟି ଦିନରୁ ନନ୍ଦକୁ ଏକୁଟିଆ ଛାଡି ଆରପାରିକୁ ଚାଲିଯାଇଛନ୍ତି । ସେହି ଦିନ ଠାରୁ ନେହେନା ଗ୍ରାମ ଟାହାଣୀ ସାହିରେ ଦୁର୍ବିସହ ଜୀବନ ଯାପନ କରୁଛନ୍ତି ଦିବ୍ୟାଙ୍ଗ ନନ୍ଦ । ଗାଁ ସାହି ପଡିଶା ଲୋକଙ୍କ ଛେଳି ଚରାଇବା କାମ କରି ଚଳନ୍ତି ଏହି ଅବିବାହିତ ଦିବ୍ୟାଙ୍ଗ । ହେଲେ ଦୁଃଖୀଙ୍କ ମୁଣ୍ଡ ଉପରେ ପୁଣି ଦୁଃଖ ଅଜାଡ଼ି ଦେଲା ଦଇବ । ମାଟି ଛପର ଘର ଭିତରେ ରୋଷେଇ କରୁଥିବା ବେଳେ ହଠାତ ଘର ଧସି ଭାଙ୍ଗୀ ଗଲା । ଆଉ ଅଳ୍ପକେ ବର୍ତ୍ତିଗଲେ ଦିବ୍ୟାଙ୍ଗ ନନ୍ଦ । ପଡୋଶୀ ନନ୍ଦଙ୍କୁ ଉଦ୍ଧାର କରି ଆଶ୍ରୟ ଦେଇଛନ୍ତି । ଚାଉଳ, ଡାଲି, ଆସବା ପତ୍ର ସବୁ ମାଟିତଳେ ଚାପି ହୋଇ ନଷ୍ଟ ହୋଇଯାଇଛି । ଏବେ ଘର ଖଣ୍ଡିକ ପାଇଁ ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି ଦିବ୍ୟାଙ୍ଗ ନନ୍ଦ ।

କେବେ ମିଳିବ ଦିବ୍ୟାଙ୍ଗ ନନ୍ଦଙ୍କୁ ଘର:

ଦିବ୍ୟାଙ୍ଗ ନନ୍ଦ ଟାହାଣୀଙ୍କ ଦୁଃଖ ଶୁଣିବା ପାଇଁ ଆଗରେ ପଛରେ କେହି ନିଜ ଲୋକ ନାହାନ୍ତି । ପିଲାଟି ଦିନରୁ ବାପା ମାଆଙ୍କୁ ହରାଇ ଦୁଃଖ ଯନ୍ତ୍ରଣାରେ ଚଳୁଛନ୍ତି ନନ୍ଦ । ସରଳ ନିଷ୍ପାପ ମଣିଷ ଟିଏ, ଦିବ୍ୟାଙ୍ଗ କାରଣରୁ ଜୀବନ ସାଥିଟିଏ ମଧ୍ୟ ମିଳିଲା ନାହିଁ । ଯେଉଁଥି ପାଇଁ ଦୀର୍ଘ 53 ବର୍ଷ ହେବ ଅବିବାହିତ ରହିଯାଇଛନ୍ତି । ଘର ଭାଙ୍ଗି ଯିବା ଖବର ପାଇ ଇଟିଭି ଭାରତ ଟିମ ପହଞ୍ଚି ନନ୍ଦଙ୍କ କରୁଣ ଦୃଶ୍ୟକୁ କ୍ୟାମେରାରେ କଏଦ କରିଛି । ପରେ ଖବର ପାଇ ନେହେନା ଗ୍ରାମପଞ୍ଚାୟତ PEO ମଞ୍ଜୁଲତା ମେହେର ପହଞ୍ଚି ଭଙ୍ଗା ଘର ଫଟୋ ଉତ୍ତୋଳନ କରିଛନ୍ତି । ଏନେଇ ଖଡ଼ିଆଳ ବିଡ଼ିଓଙ୍କୁ ରିପୋର୍ଟ ଦେବା ସହ ଆବଶ୍ୟକୀୟ ସହାୟତା ଯୋଗାଇଦେବେ ବୋଲି PEO କହିଛନ୍ତି । ସେପଟେ ନନ୍ଦଙ୍କୁ 7 ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇଦେବା ସହିତ ସ୍ଥାନୀୟ ସ୍କୁଲ ଘରେ ଆଶ୍ରୟ ଦେବାପାଇଁ ଖଡ଼ିଆଳ ବିଡ଼ିଓ ବିରସେନ ବେହେରା ନେହେନା ଗ୍ରାମପଞ୍ଚାୟତ ସରପଞ୍ଚ ଓ PEOଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଖୁବଶୀଘ୍ର ନନ୍ଦଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦିଆଯିବ ବୋଲି କହିଛନ୍ତି ଖଡ଼ିଆଳ ବିଡ଼ିଓ ।

ଏହା ମଧ୍ୟ ପଢ଼ନ୍ତୁ...ରୋଗଶଯ୍ୟାରେ ରବିନ୍ଦ୍ର; ବାପାକୁ ଭଲ କରିବା ପାଇଁ ମା' ସହ ମିଶି ଭିକ୍ଷା ମାଗୁଛି ଝିଅ - Helpless Family Seeks Help

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.