ETV Bharat / state

ସମ୍ବଲପୁରରେ ନୂଆ-ଓ ଛାତ୍ର ବୃତ୍ତି ବିତରଣ; ଯୋଗଦେଲେ 5T ଅଧ୍ୟକ୍ଷ ପାଣ୍ଡିଆନ

author img

By ETV Bharat Odisha Team

Published : Feb 26, 2024, 10:04 PM IST

NUA O Scholarships Distribute: ଆଜି ସମ୍ବଲପୁର ସହର ମନ୍ଦଲିଆ ପଡ଼ିଆରେ ନୂଆ-ଓ ସ୍କଲାରସିପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗ ଦେଇଥିଲେ। ସେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ନୂଆ-ଓ ବୃତ୍ତି ଅନୁମୋଦନ ଆଦେଶ ବଣ୍ଟନ କରିଥିଲେ। ଅଧିକ ପଢନ୍ତୁ

5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ
5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ
ସମ୍ବଲପୁରରେ ନୂଆ ଓ ଛାତ୍ର ବୃତ୍ତି ବିତ୍ତରଣ; ଯୋଗ ଦେଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ

ସମ୍ବଲପୁର: ଆଜି ସମ୍ବଲପୁର ସହର ମନ୍ଦଲିଆ ପଡ଼ିଆରେ ନୂଆ-ଓ ସ୍କଲାରସିପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗ ଦେଇଥିଲେ। ସେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ନୂଆ-ଓ ବୃତ୍ତିର ଉଦଘାଟନ କରିବା ସହ ଅନୁମୋଦନ ଆଦେଶ ବଣ୍ଟନ କରିଥିଲେ। ଏହି ସ୍କଲାରସିପ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଯେଉଁମାନଙ୍କର ପିତାମାତା ବେସରକାରୀ କର୍ମଚାରୀ ଅଟନ୍ତି କିମ୍ବା ଯେଉଁ ଅଭିଭାବକମାନେ ଟ୍ୟାକ୍ସ ଦିଅନ୍ତି ନାହିଁ ସେମାନଙ୍କ ଉଦ୍ଦେଶ୍ୟରେ ଦିଆଯାଉଛି । ଝିଅ ଙ୍କ ପାଇଁ ୧୦ ହଜାର ଓ ପୁଅଙ୍କ ପାଇଁ ୯ ହଜାର ଟଙ୍କା ଛାତ୍ରବୃତ୍ତି ରାଶି ରହିଛି।

  • " class="align-text-top noRightClick twitterSection" data="">

ଏନେଇ 5ଟି ଅଧ୍ୟକ୍ଷ କହିଥିଲେ ଛାତ୍ରବୃତ୍ତି ବଣ୍ଟନ ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମାର୍ଚ୍ଚ ୫ ତାରିଖରେ ମ୍ୟାଜିକ କାର୍ଡର ଶୁଭାରମ୍ଭ କରାଯିବ l ମୁଖ୍ୟତଃ ଏହି ନବୀନ ଓଡ଼ିଶା ମ୍ୟାଜିକ କାର୍ଡ, ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ପାଇବେ l ଏହି କାର୍ଡରେ ୱାଇଫାଇ ଆକସେସ,ବହି କିଣିବାରେ ରିହାତି ସୁବିଧା, ଯାତ୍ରାରେ ରିହାତି (ବସ୍/ଟ୍ରେନ୍), ଅନଲାଇନ କ୍ଲାସରୁମ ସୁବିଧା,ଅନଲାଇନ କ୍ୟାରିୟର କାଉନସେଲିଂ, ଫୋନ ପାଇଁ ରିଚାର୍ଜ କରିବାର ବ୍ୟବସ୍ଥା ରହିବ l ଯଦି କୌଣସି ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରନ୍ତି ତେବେ ସେମାନେ ଏହି କାର୍ଡକୁ ସିଲଭର କାର୍ଡରେ ଅପଗ୍ରେଡ କରି ପାରିବେ। ପରେ ଗୋଲ୍ଡେନ ଏବଂ ତା'ପରେ ପ୍ଲାଟିନମ କାର୍ଡରେ ଅପଗ୍ରେଡ କରି ପାରିବେ l ଏହା ଦ୍ବାରା ଛାତ୍ରଛାତ୍ରୀ ସେମାନଙ୍କ ଅଧ୍ୟୟନ ଖର୍ଚ୍ଚ ପରିଚାଳନା କରିପାରିବେ ।

ଅଧିକ ପଢନ୍ତୁ- ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି: ମିଳିବ ୧୦ ହଜାର, ଅଗଷ୍ଟ ୧୫ରେ 'ମ୍ୟାଜିକ କାର୍ଡ'

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ସମୃଦ୍ଧି କାମନା କରିଛନ୍ତି। ଆର୍ଥିକ ଅନଟନ କାରଣରୁ ଉଚ୍ଚ ଶିକ୍ଷାରେ କୌଣସି ଛାତ୍ରଛାତ୍ରୀ ପଛରେ ରହିବା ଉଚିତ ନୁହେଁ ବୋଲି ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏହି ନୂଆ-ଓ ସ୍କଲାରସିପ ମାଧ୍ୟମରେ ବହୁ ଛାତ୍ରଛାତ୍ରୀଙ୍କ ସ୍ବପ୍ନ ପୂରଣ ହେବ। ଏହି ସ୍କଲାରସିପ କାର୍ଯ୍ୟକ୍ରମ ଜରିଆରେ ୧୩ ହଜାର ୪୨୩ ଜଣ ଛାତ୍ରଛାତ୍ରୀ ୧୩.୫ କୋଟି ଟଙ୍କା ପାଇଛନ୍ତି ବୋଲି ସୂଚନା ଦିଆଯାଇଛି l ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜ: ୧୦୪୩ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ୧ କୋଟି ୫୫ ଲକ୍ଷ ଟଙ୍କା, ଭୀମ ଭୋଇ ଡିଗ୍ରୀ କଲେଜ ମହୁଲପାଲିର ୭୨୪ ଜଣ ଯୋଗ୍ୟ ଛାତ୍ରଛାତ୍ରୀ ଙ୍କୁ 71 ଲକ୍ଷ ଟଙ୍କା, ବୁର୍ଲା ଏନଏସି ଡିଗ୍ରୀ କଲେଜର ୫୩୭ ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ 53 ଲକ୍ଷ ଟଙ୍କା, ଡ. ଜେ.କେ ସାହୁ ଡିଗ୍ରୀ କଲେଜ ପରମାଣପୁରର ୪୦୫ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ 41 ଲକ୍ଷ ଟଙ୍କା,ପିଏମଆଇଏଏସଇ ସମ୍ବଲପୁରର ମୋଟ ୮୪ ଜଣ ଯୋଗ୍ୟ ଛାତ୍ରଛାତ୍ରୀ ଙ୍କୁ ୮ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଛି l ସେହିପରି ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ୨୩୬୪ ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସଂଖ୍ୟା ୨.୩୫ କୋଟି ଟଙ୍କା, ଗୋକୁଳ ପାର୍ବତୀ ଗ୍ରାମୀଣ ଡିଗ୍ରୀ କଲେଜ କୁନ୍ତରା କଲେଜର ମୋଟ ୨୫୭ ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ୨୬ ଲକ୍ଷ ଟଙ୍କା, ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ୧୬୫୭ ଯୋଗ୍ୟ ଛାତ୍ରଛାତ୍ରୀ ଙ୍କୁ ୧ କୋଟି ୭୧ ଲକ୍ଷ ଟଙ୍କା ର ମଞ୍ଜୁରୀ ମିଳିଛି l

ଏହି ଅର୍ଥକୁ ବୁଦ୍ଧିମତ୍ତାର ସହ ପାଠପଢ଼ା ଓ କ୍ରୀଡ଼ାରେ ବ୍ୟବହାର କରିବାକୁ ଭି.କେ ପାଣ୍ଡିଆନ କହିଥିଲେ। ଆଜିର କାର୍ଯ୍ୟକ୍ରମରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରୁ ୮୦୦, ହୀରାକୁଦ ଡ଼ିଗ୍ରୀ କଲେଜ ରୁ ୩୦୦, ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜରୁ ୫୦୦, ବୁର୍ଲା ଏନଏସି ଡିଗ୍ରୀ କଲେଜରୁ ୩୦୦, ସମ୍ବଲପୁର ବିଶ୍ବବିଦ୍ୟାଳୟ ବୁର୍ଲାରୁ ୫୦୦, ସରକାରୀ ମହିଳା ମହାବିଦ୍ୟାଳୟରୁ ୮୦୦, ପିଏମଆଇଏଏସଇ ସମ୍ବଲପୁରରୁ ୬୦, ଦୁତିକା ସାହୁ ଡିଗ୍ରୀ କଲେଜରୁ ୫୦ ଜଣ ଛାତ୍ରଛାତ୍ରୀ, ଡ. ଜେକେ ସାହୁ ଡିଗ୍ରୀ କଲେଜ ପରମାଣପୁରରୁ ୨୦୦, ଧମାସ୍ଥିତ ମା' ଝଡ଼େଶ୍ବରୀ ଡିଗ୍ରୀ କଲେଜରୁ ୨୦୦, ଗୋକୁଳ ପାର୍ବତୀ ଗ୍ରାମୀଣ ଡିଗ୍ରୀ କଲେଜ କୁନ୍ତରାରୁ ୫୦, କୁଚିଣ୍ଡା ଡିଗ୍ରୀ କଲେଜରୁ ୨୦୦, ଜମନକିରା ଡିଗ୍ରୀ କଲେଜରୁ ୧୦୦, ଟ୍ରଷ୍ଟ ଫଣ୍ଡ ଡିଗ୍ରୀ କଲେଜରୁ ୫୦, କେସେଇବାହାଲସ୍ଥିତ ବାସୁଦେବ ଗୋଦାବାରୀ ଡିଗ୍ରୀ କଲେଜରୁ ୨୦୦, ଭୀମ ଭୋଇ ଡିଗ୍ରୀ କଲେଜ ମହୁଲପାଲିରୁ ୩୦୦ ଛାତ୍ରଛାତ୍ରୀ ଓ ସାରସ୍ବତ ମହାବିଦ୍ୟାଳୟରୁ ୨୦୦ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.