ETV Bharat / state

ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି: 15ରେ ନାମାଙ୍କନ ଦାଖଲ ଶେଷ, ୨୭ରେ ଭୋଟ୍ - ରାଜ୍ୟସଭା ନିର୍ବାଚନ

Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା 15 ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ୨୭ରେ ଭୋଟ୍ ଗ୍ରହଣ । ପଢନ୍ତୁ

ରାଜ୍ୟସଭା ନିର୍ବାଚନ
Rajya Sabha Election
author img

By ETV Bharat Odisha Team

Published : Feb 8, 2024, 11:02 AM IST

Updated : Feb 8, 2024, 11:42 AM IST

ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ନମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । ଫେବୃଆରୀ 15ରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି । 16 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । 20 ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । 27 ତାରିଖ ସକାଳ 9ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ । 5ଟାରୁ ଭୋଟ ଗଣତି ଆରମ୍ଭ ହେବ । ଓଡ଼ିଶାର 3ଟି ଆସନ ପାଇଁ ହେବ ନିର୍ବାଚନ । ରାଜ୍ୟସଭା ସାଂସଦ ତଥା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିଜେଡି ସାଂସଦ ଅମର ପଟ୍ଟନାୟକ ଏବଂ ପ୍ରଶାନ୍ତ ନନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ, ଏହି ନିର୍ବାଚନ ହେବ । ଫେବୃଆରୀ 27ରେ 15ଟି ରାଜ୍ୟର 56 ରାଜ୍ୟସଭା ଆସନରେ ନିର୍ବାଚନ ହେବ ।

ଏହା ମଧ୍ୟ ପଢନ୍ତୁ- ଫେବୃଆରୀ 27ରେ ରାଜ୍ୟସଭା ନିର୍ବାଚନ: ଓଡ଼ିଶାରୁ 3 ଆସନ, ସରୁଛି ଅଶ୍ବିନୀ-ଅମର-ପ୍ରଶାନ୍ତଙ୍କ କାର୍ଯ୍ୟକାଳ

ଓଡିଶା ସମେତ 15ଟି ରାଜ୍ୟର 56ଟି ଆସନରେ ହେବ ରାଜ୍ୟସଭା ନିର୍ବାଚନ । ଏନେଇ ଜାନୁଆରୀ 29 ତାରିଖରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ । 13ଟି ରାଜ୍ୟରେ ଏପ୍ରିଲ 2 ତାରିଖ ଓ 2ଟି ରାଜ୍ୟରେ ଏପ୍ରିଲ 3 ତାରିଖରେ ସରିବ ପୂର୍ବରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲା ନେତାଙ୍କ କାର୍ଯ୍ୟକାଳ । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ । ରାଜ୍ୟରେ ଖାଲି ପଡୁଥିବା ତିନି ଆସନ ପାଇଁ ହେବ ନିର୍ବାଚନ । ଅଶ୍ବିନୀ ବୈଷ୍ଣବ, ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦଙ୍କର କାର୍ଯ୍ୟକାଳ ଏପ୍ରିଲ 3ରେ ସରିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ- ଏପ୍ରିଲ ୧୬ରେ ହେବ କି ଲୋକସଭା ନିର୍ବାଚନ ? ଜବାବ ରଖିଲେ ଦିଲ୍ଲୀ CEO

ଏହା ମଧ୍ୟ ପଢନ୍ତୁ- ରାଜ୍ୟସଭା ନିର୍ବାଚନ; ଜାତୀୟ ସମନ୍ୱୟ ଓ ଆଞ୍ଚଳିକ ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେଇପାରନ୍ତି ନବୀନ !

କେଉଁ ରାଜ୍ୟରେ କେତେ ଆସନ ? : ଓଡିଶାରେ 3, ଆନ୍ଧ୍ରପ୍ରଦେଶରେ 3 , କର୍ଣ୍ଣାଟକରେ 4, ମଧ୍ୟପ୍ରଦେଶରେ 5, ଉତ୍ତରାଖଣ୍ଡରେ 1, ତେଲେଙ୍ଗାନାରେ 3,ବିହାରରେ 6, ଛତିଶଗଡରେ 1, ଗୁଜୁରାଟରେ 4, ହରିଯାଣାରେ 1, ହିମାଚଳ ପ୍ରଦେଶରେ 1, ଉତ୍ତରପ୍ରଦେଶେର 10, ପଶ୍ଚିମବଙ୍ଗରେ 5 ରାଜସ୍ଥାନରେ 3 ଆସନ ପାଇଁ ହେବ ନିର୍ବାଚନ ।

Last Updated : Feb 8, 2024, 11:42 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.