ETV Bharat / state

ପ୍ରଦୂଷିତ ହେଉଛି ମହାନଦୀ ପାଣି, କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ ପାଇଁ ପରାମର୍ଶ - Mahanadi Idol Immersion

author img

By ETV Bharat Odisha Team

Published : 2 hours ago

Immersion Of Idols In Mahanadi River: ସମ୍ବଲପୁର ମହାନଦୀରେ ମୂର୍ତ୍ତି ବିସର୍ଜନ ନକରି କୃତ୍ରିମ ପୋଖରୀରେ କରିବାକୁ ପରାମର୍ଶ । ନିବେଦନ କଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ।

MAHANADI RIVER
MAHANADI RIVER (ETV BHARAT ODISHA)

ସମ୍ବଲପୁର: ଦିନକୁ ଦିନ ପ୍ରଦୂଷିତ ହେଉଛି ସମ୍ବଲପୁରରେ ମହାନଦୀ ପାଣି । ପାଣି ଏତେ ପ୍ରଦୂଷିତ ଯେ ତାହା ବ୍ୟବହାର ଯୋଗ୍ୟ ନୁହେଁ । ଖରାଦିନରେ ମହାନଗର ର ଅଶୋଧିତ ବର୍ଜ୍ୟ ପାଣି ମିଶୁ ଥିବାରୁ ଏହାକୁ C- କାଟାଗୋରୀ ୱାଟର ଭାବେ ପରିଗଣିତ କରାଯାଏ । ବର୍ତ୍ତମାନ ପାର୍ବଣ ଋତୁ ରହିଥିବାରୁ ଆଗକୁ ଦୁର୍ଗାପୂଜା ଆସୁଛି । ତେଣୁ ମହାନଦୀର ପାଣି କିପରି ଦୂଷିତ ନ ହେବେ ସେନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚିନ୍ତା ବଢିଛି । ଦୁର୍ଗାପୂଜା ପରେ ମହାନଦୀରେ ମୂର୍ତ୍ତି ବିସର୍ଜନ କରିବାକୁ ବାରଣ କରିଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ମହାନଦୀ ନୁହଁ ବରଂ କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ ପାଇଁ ଅପିଲ କରିଛନ୍ତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ସତ୍ୟ ନାରାୟଣ ନନ୍ଦ । ସମ୍ବଲପୁର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବେ ଏନେଇ ମହାନଗର ନିଗମର କମିଶନରଙ୍କୁ ଚିଠି କରି ଏହା ଉପରେ ପଦକ୍ଷେପ ନେବାକୁ କହିଛି ।

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁରରେ ମହାନଦୀ ଜଳ ପାଲଟିଛି ଜହର ! ନଦୀରେ ମିଶୁଛି ସହରର ବର୍ଜ୍ୟବସ୍ତୁ

ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ ପାଇଁ ଅପିଲ:

MAHANADI RIVER (ETV BHARAT ODISHA)

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ସତ୍ୟ ନାରାୟଣ ନନ୍ଦ କହିଛନ୍ତି,"ଭସାଣି ସମୟରେ କିଛି କୃତ୍ରିମ ପୋଖରୀ ତିଆରି କରିବା ପାଇଁ ଆମେ କମିଶନରଙ୍କୁ ଚିଠି କରିଛୁ । ସମ୍ବଲପୁରରେ ୫ ଟି କୃତ୍ରିମ ପୋଖରୀ ପ୍ରସ୍ତୁତ କରିବା ପାଇଁ ଯୋଜନା ଅଛି । ସମ୍ବଲପୁରରେ ୩ ଟି, ହୀରାକୁଦରେ ଗୋଟିଏ ଓ ବୁର୍ଲାରେ ଗୋଟିଏ । ଏହି ୫ ଟି ଅସ୍ଥାୟୀ ପୋଖରୀ ତିଆରି କରାଯିବ । ସେଥିରେ ଆମର ଯେଉଁ ଦୁର୍ଗା ମୂର୍ତ୍ତି ସେହି ଠାରେ ବିସର୍ଜନ କରିବାକୁ ଆମେ ଅପିଲ କରିଛୁ । ମହାନଦୀରେ ଜଳର ପ୍ରବାହ ପୁରାପୁରି ଭାବେ ହୀରାକୁଦ ଡ୍ୟାମ ଉପରେ ନିର୍ଭର କରେ । ଖରା ଦିନେ ହୀରାକୁଦ ଡ୍ୟାମ ବନ୍ଦ ଥିବାରୁ ମହାନଦୀରେ ପ୍ରବାହ ନଥାଏ । ଏହାସହ ଏଥିରେ ସମ୍ବଲପୁର ସହରର ଅଶୋଧିତ ବର୍ଜ୍ୟ ପାଣି ମିଶୁ ଥିବାରୁ ଜଳରେ ଗୁଣବତ୍ତା ହ୍ରାସ ପାଇଥାଏ । ବର୍ଷା ଦିନେ ଜଳରେ ପ୍ରବାହ ଥିବାରୁ ଏଥିରେ ସୁଧାର ଆସେ । ତେବେ ପାର୍ବଣ ଋତୁରେ ମୂର୍ତ୍ତି ବିସର୍ଜନ ରୋକିବା ପାଇଁ ଏହି ପଦକ୍ଷେପ ନିଆ ଯାଇଛି ।

Sambalpur Pollution Control Board
Sambalpur Pollution Control Board (ETV BHARAT ODISHA)
ଏହା ମଧ୍ୟ ପଢନ୍ତୁ-ମହାନଦୀକୁ ଡେଇଁ ନବମ ଶ୍ରେଣୀ ଛାତ୍ରୀ ନିଖୋଜ, ପୋଲିସ ଓ ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ - Student jumped into Mahanadi

ଏନେଇ ସମ୍ବଲପୁର ମହାନଗର ନିଗମର କମିଶନର ବେଦ ଭୂଷଣ କହିଛନ୍ତି, " ଆମର ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର କିଛି ଗାଇଡ଼ ଲାଇନ ଅଛି । ଯେଉଁଥିପାଇଁ କି ଆମର ଟେମ୍ପରାରୀ କିଛି କନଷ୍ଟ୍ରକସନ କରାହେବ, ସେନେଇ ଆଲୋଚନା ହୋଇଛି । ଆଉ ଗୋଟିଏ ସଜେଶନ କରିଛନ୍ତି କମିଟି ମାନେ,ସାଇଟ ଭିଜିଟ ହେଲା ପରେ ଫାଇନାଲ ହେବ । କୃତ୍ରିମ ପୋଖରି କରାଯାଇଛି, ଯାହା ଦାବି ରହିଛି ସେଥି ପାଇଁ ଆଉ ଗୋଟିଏ ହେବ । ''

ପ୍ରଦୂଷିତ ହେଉଛି ମହାନଦୀ ପାଣି:

ସମ୍ବଲପୁର ମହାନଦୀର ପାଣି ଏତେ ପ୍ରଦୂଷିତ ଯେ ତାହା ବ୍ୟବହାର ଯୋଗ୍ୟ ନୁହେଁ । ବିନା ବିଶୋଧନରେ ଏହି ପାଣିକୁ ପିଇବା ତ ଦୂରର କଥା ଛୁଇଁବା ଯୋଗ୍ୟ ନୁହେଁ । ମୁଖ୍ୟତଃ ଖରା ଦିନେ ଏହାର ପ୍ରବାହ ନଥିବା ବେଳେ ପାଣି ଜମି ଯିବା ସହ ଏଥିରେ ମହାନଗରର ଅଶୋଧିତ ବର୍ଜ୍ୟ ପାଣି ମିଶୁ ଥିବାରୁ ଏହାକୁ C-Catagory ୱାଟର ଭାବେ ପରିଗଣିତ କରାଯାଏ । ଏଭଳି ସ୍ଥିତିରେ ବର୍ତ୍ତମାନ ପାର୍ବଣର ଋତୁରେ ମହାନଦୀର ଜଳକୁ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚିନ୍ତା ବଢିଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.