ETV Bharat / state

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି: ଆଜିଠାରୁ ନାମାଙ୍କନ, ମେ 20ରେ ଭୋଟ୍ - ODISHA SECOND PHASE NOTIFICATION

author img

By ETV Bharat Odisha Team

Published : Apr 26, 2024, 11:00 AM IST

Updated : Apr 26, 2024, 4:43 PM IST

Odisha Second Phase Lok sabha Election Notification: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡ଼ିଶାରେ ଦ୍ବିତୀୟ ପର୍ଯ୍ଯାୟ ନିର୍ବାଚନରେ 5ଟି ଲୋକସଭା ଏବଂ 35ଟି ବିଧାନସଭା ଆସନରେ ମେ 20 ତାରିଖରେ ଭୋଟ ନିଆଯିବ । ଅଧିକ ପଢନ୍ତୁ

LOK SABHA ELECTION 2024
LOK SABHA ELECTION 2024

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ତେବେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଥିବା ବେଳେ ଆଜିଠାରୁ ଦ୍ବିତୀୟ ପର୍ଯ୍ୟାୟ ନାମାଙ୍କନ ଆରମ୍ଭ ହୋଇଛି । ସେହିପରି ଭାରତରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 8 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 49 ଲୋକସଭା ଆସନ ପାଇଁ ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ବିଜ୍ଞପ୍ତି: ଓଡ଼ିଶାରେ ମେ 13 ତାରିଖରେ ହେବାକୁ ଥିବା ମତଦାନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ଆଜିଠାରୁ ପ୍ରାର୍ଥୀପତ୍ର ଯାଞ୍ଚ ଆରମ୍ଭ ହୋଇଛି । 29 ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ସେହିପରି ଓଡିଶାରେ ଦ୍ବିତୀୟ ପର୍ଯ୍ୟାୟରେ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସିକା ଲୋକସଭା ଆସନ ଏବଂ ଏହାର ଅନ୍ତର୍ଗତ 35ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ମେ 20 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ଆଜିଠାରୁ (26 ଏପ୍ରିଲ) ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ମେ 3 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ମେ 4 ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବା ସହିତ ମେ 6 ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ; ଆଜିଠୁ ନାମାଙ୍କନ ଦାଖଲ - LOK SABHA ELECTION 2024

ପଞ୍ଚମ ପର୍ଯ୍ୟାୟ ବିଜ୍ଞପ୍ତି
ଏପ୍ରିଲ 26ନାମାଙ୍କନ ଦାଖଲ ଆରମ୍ଭ
ମେ 3ନାମାଙ୍କନ ଦାଖଲ ଶେଷ
ମେ 4ନାମାଙ୍କନ ଯାଞ୍ଚ
ମେ 6ନାମାଙ୍କନ ପ୍ରତ୍ୟାହାର

ଓଡ଼ିଶାରେ ଏହି ସବୁ ଆସନ ପାଇଁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ: ମେ' 13, ମେ' 20, ମେ' 25 ଓ ଜୁନ 1 ତାରିଖରେ ଚାରୋଟି ପର୍ଯ୍ୟାୟରେ ଓଡ଼ିଶାରେ ହେବ ଭୋଟ ଗ୍ରହଣ । ଦ୍ବିତୀୟ ପର୍ଯ୍ୟାୟରେ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସିକା ଆସନରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ସମଗ୍ର ଭାରତରେ ଦ୍ବିତୀୟ ପର୍ଯ୍ୟାୟରେ 49 ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ।

5 ଲୋକସଭା ଆସନର ବିଧାନସଭା ସିଟ
Odisha Second Phase Lok sabha Election Notification

ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ମୁଖ୍ୟାଂଶ:

  • ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର, ଓଡିଶା ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଜମ୍ମୁକାଶ୍ମୀର ଏବଂ ଲଦାଖରେ ନିର୍ବାଚନ ହେବ ।
  • ବିହାର: 5 ଆସନ, ଭୋଟିଂ ସମୟ ସକାଳ 7ଟାରୁ ସନ୍ଧ୍ୟା 6ଟା
  • ଝାଡଖଣ୍ଡ: 3ଆସନ, ସକାଳ 7ଟାରୁ ସନ୍ଧ୍ୟା 5ଟା
  • ମହାରାଷ୍ଟ୍ର: 13 ଆସନ, ଭୋଟିଂ ସମୟ ସକାଳ 7ଟାରୁ ସନ୍ଧ୍ୟା 6ଟା
  • ଓଡିଶା: 5 ଲୋକସଭା ଓ 35 ବିଧାନସଭା ଆସନ, ପଦ୍ମପୁରରେ ସକାଳ 7ଟାରୁ 4ଟା ଭୋଟିଂ, ସୁନ୍ଦରଗଡର ବଣାଇରେ ସକାଳ 7ଟାରୁ ସନ୍ଧ୍ୟା 4ଟା ଯାଏଁ ଭୋଟିଂ, ସୁନ୍ଦରଗଡର ଅନ୍ୟ ସମସ୍ତ ସ୍ଥାନରେ ଭୋଟିଂ ସମୟ ସକାଳ 7ଟାରୁ ସନ୍ଧ୍ୟା 6ଟା
  • ଉତ୍ତରପ୍ରଦେଶ: 14 ଆସନ, ଭୋଟିଂ ସମୟ ସକାଳ 7ଟାରୁ ସନ୍ଧ୍ୟା 6ଟା
  • ପଶ୍ଚିମବଙ୍ଗ: 7 ଆସନ, ଭୋଟିଂ ସମୟ ସକାଳ 7ଟାରୁ ସନ୍ଧ୍ୟା 6ଟା
  • ଜମ୍ମୁକାଶ୍ମୀର: 1 ଆସନ, ଭୋଟିଂ ସମୟ ସକାଳ 7ଟାରୁ ସନ୍ଧ୍ୟା 6ଟା
  • ଲଦାଖ: 1 ଆସନ, ଭୋଟିଂ ସମୟ ସକାଳ 7ଟାରୁ ସନ୍ଧ୍ୟା 6ଟା

Last Updated : Apr 26, 2024, 4:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.