ETV Bharat / state

ଶେଷ ପର୍ଯ୍ୟାୟ ପାଇଁ 7ରୁ ନାମାଙ୍କନ, ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କଲେ ଜିଲ୍ଲାପାଳ - Jagatsinghpur Lok Sabha

author img

By ETV Bharat Odisha Team

Published : May 4, 2024, 10:48 PM IST

JAGATSINGHPUR LOK SABHA:ଜଗତସିଂହପୁର ଲୋକସଭା ଆସନ ପାଇଁ ଆସନ୍ତା 7 ତାରିଖ ଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ 14 ତାରିଖ ଯାଏ ଜାରି ରହିବ । ମେ ୧୫ ତାରିଖରେ ହେବ ଯାଞ୍ଚ । ଅଧିକ ପଢନ୍ତୁ

7 ତାରଖରୁ ଆରମ୍ଭ ହେବ ନାମାଙ୍କନ, ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କଲେ ଜିଲ୍ଲାପାଳ
7 ତାରଖରୁ ଆରମ୍ଭ ହେବ ନାମାଙ୍କନ, ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କଲେ ଜିଲ୍ଲାପାଳ (ETV BHARAT ODISHA)

ଜଗତସିଂହପୁର: ନିର୍ବାଚନ ପାଇଁ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ଜଗତସିଂହପୁର ଲୋକସଭା ଆସନ ପାଇଁ ଆସନ୍ତା 7 ତାରିଖ ଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ 14 ତାରିଖ ଯାଏ ଜାରି ରହିବ । ଏନେଇ ଆଜି(ଶନିବାର) ସନ୍ଧ୍ୟାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅନୁପମ ସାହା ସୂଚନା ଦେଇଛନ୍ତି । ସଦଭାବନା ସଭାଗୃହଠାରେ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ରାଜନୈତିକ ଦଳର ପ୍ରତିନଧିଙ୍କ ସହ ଏନେଇ ଆଲୋଚନା କରାଯାଇଛି । ତେବେ ମେ ୧୫ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବା ସହ ମେ ୧୭ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ବୋଲିି ସୂଚନା ମିଳିଛି ।

ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ୧୬- ଜଗତସିଂହପୁର ଲୋକସଭା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ୧୦୨- ତିର୍ତ୍ତୋଲ (ସଂ) ବିଧାନସଭା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ୧୦୩- ବାଲିକୁଦା- ଏରସମା ବିଧାନସଭା, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ବୀପଙ୍କ ନିମନ୍ତେ ପ୍ରକୋଷ୍ଠରେ ୧୦୧-ପାରାଦ୍ବୀପ ବିଧାନସଭା, ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପ୍ରକୋଷ୍ଠରେ ୧୦୪- ଜଗତସିହପୁର ବିଧାନସଭା ମଣ୍ଡଳୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ଏହାସହ ପ୍ରାର୍ଥୀମାନେ ମେ ୭ ତାରିଖରୁ ନୋମିନେସନ ଫର୍ମ କିଣିପାରିବେ ଏବଂ ଦାଖଲ କରିପାରିବେ । ମେ ୧୧ ଓ ୧୨ ତାରିଖ ଛୁଟି ଦିବସ ରହିଥିବାରୁ ମାତ୍ର ୬ ଦିନ କାର୍ଯ୍ୟ ଦିବସରେ ନୋମିନେସନ ଦାଖଲ କରି ପାରିବେ । ଉକ୍ତ ଦିନ ମାନଙ୍କରେ ପୂର୍ବାହ୍ନ ୧୧ଟା ଠାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ହେବ । ପ୍ରବେଶ ପଥ ଓ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ପ୍ରାର୍ଥୀଙ୍କ ସହିତ ମୋଟ୍ ୫ ଜଣଙ୍କୁ ନୋମିନେସନ୍ କକ୍ଷକୁ ପ୍ରବେଶର ଅନୁମତି ରହିଛି । ସେପଟେ ଏସପି ରାହୁଲ ପି.ଆର କହିଛନ୍ତି ଯେ, ନିୟମ ଅନୁସାରେ ୧୦୦ ମିଟର ଭିତରେ ଗୋଟିଏ ଦଳର ୩ଟି ଗାଡ଼ିକୁ ପ୍ରବେଶ କରିବାକୁ ଦିଆଯିବା । ଜନଗହଳି ସମ୍ଭାବନା ଥିବାରୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସମସ୍ତ ପ୍ରତିନିଧି ମାନଙ୍କୁ ଅନୁରୋଧ ।

ସେପଟେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଜିଲ୍ଲାର ୮୫୪ଟି ସ୍ଥାନରେ ୧୦୫୧ଟି ବୁଥରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପ୍ରକାଶ କରିଥିଲେ । ସେ କହିଛନ୍ତି ଯେ, ପ୍ରତ୍ୟେକ ବୁଥରେ ୨ଟି ଡୋର, ଶୌଚାଳୟ, ପାନୀୟଜଳ, ଭିନ୍ନକ୍ଷମଙ୍କ ନିମନ୍ତେ ହୁଇଲ୍ ଚେୟାର ଓ ରାମ୍ପ ବ୍ୟବସ୍ଥା କରାଯାଇଛି ।୬୦ ପ୍ରତିଶତ ବା ୬୨୮ଟି ବୁଥରେ ୱେବକ୍ୟାଷ୍ଟିଂ ଲାଇଭ ସ୍କ୍ରିନିଙ୍ଗ କରାଯିବ । ସେପଟେ ଏନ୍.ଏସ.ଏସ , ସ୍କାଉଟ୍ସ ଏବଂ ଏନ୍.ସି.ସି ସ୍ବେଛାସେବୀମାନେ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଭୋଟରଙ୍କ ସହାୟତା କରିବେ । ଏତଦ୍ ବ୍ୟତୀତ ଗ୍ରୀଶ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟଜଳ ଓ ଘୋଳ ଦହିର ବ୍ୟବସ୍ଥା କରାଯିବ ।

ଏହା ମଧ୍ୟ ପଢନ୍ତୁ ..... ପ୍ରଥମ ପର୍ଯ୍ୟାୟରେ ଘରୁ ମତଦାନ କରିବେ ୪ ହଜାର ୧୫୮ ମତଦାତା: ସିଇଓ - Vote From Home

ସେହିପରି ପ୍ରାର୍ଥୀମାନେ ନୋମିନେସନ ଦିନକ ପୂର୍ବରୁ ନୂତନ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବେ । ପୋଷ୍ଟର ବ୍ୟାନର ଛପାଇବା ପାଇଁ ସୁବିଧା ଆପ୍ ମାଧ୍ୟମରେ ଆବେଦନ କରିପାରିବେ । ପ୍ରତ୍ୟେକ ବ୍ୟାନର୍, ପୋଷ୍ଟରରେ ପ୍ରିଣ୍ଟର୍ ଓ ପବ୍ଲିସରଙ୍କ ନାମ ଏବଂ କେତେ ସଂଖ୍ୟକ ଛପା ଯାଇଛି ତାର ସଂଖ୍ୟା ଉଲ୍ଲେଖ ରହିବ । ମେ ମାସ ୧୭ ରୁ ୨୦ ତାରିଖ ମଧ୍ୟରେ ଭୋଟର୍ ତାଲିକା ପ୍ରାଥୀମାନଙ୍କୁ ପ୍ରଦାନ କରାଯିବ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସମ୍ବିତ ରାଉତ, ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଡେପୁଟୀ କଲେକ୍ଟର ନିର୍ବାଚନ, ବି.ଜେ.ଡି ,ବି.ଜେ.ପି, ବି.ଏସ୍.ପି , ଆପ୍ ଦଳର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.