ETV Bharat / state

ଛାତ୍ରଛାତ୍ରୀ ଦେଲେ ଉଚିତ ଶିକ୍ଷା ! କାଦୁଅ ରାସ୍ତାରେ ଚାଲିଲେ ତହସିଲଦାର ଓ ବିଡିଓ - BDO WALKED IN MUDDY ROAD - BDO WALKED IN MUDDY ROAD

Tahsildar and BDO walked on muddy road : ଅଭିଯୋଗ ପରେ ଶୁଣୁନଥିଲା ପ୍ରଶାସନ । ରାସ୍ତାରୋକ କଲେ ଛାତ୍ରଛାତ୍ରୀ । କାଦୁଅ ରାସ୍ତାରେ ଚାଲି ଚାଲି ସ୍କୁଲ ପରିଦର୍ଶନ ତହସିଲଦାର ଓ BDO । ଅଧିକ ପଢନ୍ତୁ

ଛାତ୍ରଛାତ୍ରୀ ଦେଲେ ଉଚିତ ଶିକ୍ଷା ! କାଦୁଅ ରାସ୍ତାରେ ଚାଲିଲେ ତହସିଲଦାର ଓ ବିଡିଓ
ଛାତ୍ରଛାତ୍ରୀ ଦେଲେ ଉଚିତ ଶିକ୍ଷା ! କାଦୁଅ ରାସ୍ତାରେ ଚାଲିଲେ ତହସିଲଦାର ଓ ବିଡିଓ (ETV Bharat Odisha)
author img

By ETV Bharat Odisha Team

Published : Aug 6, 2024, 5:18 PM IST

କଟକ: ସ୍କୁଲକୁ ନଥିଲା ପକ୍କା ରାସ୍ତା । ପାଣି କାଦୁଅରେ ପଶି ସ୍କୁଲ ଯାଉଥିଲେ ଛାତ୍ରଛାତ୍ରୀ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣୁନଥିଲା ପ୍ରଶାସନ । ଫଳରେ ଛାତ୍ରଛାତ୍ରୀ ରାସ୍ତା ଅବରୋଧ କଲେ । ସମସ୍ୟାର ସମାଧାନ ପାଇଁ ପହଞ୍ଚିଥିବା ତହସିଲଦାର ତୁଷାରଜ୍ୟୋତି ରଞ୍ଜନ ଏବଂ ବିଡିଓ ଧର୍ମରଞ୍ଜନ ପଣ୍ଡାଙ୍କୁ ସେହି ରାସ୍ତାରେ ପାଣି କାଦୁଅରେ ଚଲାଇ ଚଲାଇ ସ୍କୁଲ ପର୍ଯ୍ୟନ୍ତ ନେଲେ । କଟକ ବାରଙ୍ଗ ଥାନା ଅନ୍ତର୍ଗତ ଫୁଲପୋଖରୀର ଅଞ୍ଚଳର ଏହି ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଉଭୟ ଅଧିକାରୀ ପିଲାଙ୍କ ସହ ପାଣି କାଦୁଅରେ ପଶି ସ୍କୁଲ ନିକଟରେ ପହଞ୍ଚିବା ଓ ଖୁବଶୀଘ୍ର ସମସ୍ୟାର ସମାଧାନ ହେବା ନେଇ ପ୍ରତିଶ୍ରୁତି ଦେବାର ଭିଡିଓ ଏବେ ଭାଇରାଲ ହେଉଛି ।

ଛାତ୍ରଛାତ୍ରୀ ଦେଲେ ଉଚିତ ଶିକ୍ଷା ! କାଦୁଅ ରାସ୍ତାରେ ଚାଲିଲେ ଓ ତହସିଲଦାର ଓ BDO (ETV Bharat Odisha)

ସୂଚନା ଅନୁସାରେ, ଫୁଲ ପୋଖରୀ ଉଚ୍ଚ ବିଦ୍ୟାଳୟକୁ ପକ୍କା ରାସ୍ତା ଖଣ୍ଡେ ନାହିଁ । ବର୍ଷା ଦିନେ ନାହିଁନଥିବା ଅବସ୍ଥା । ସ୍କୁଲ ଯିବା ମଧ୍ୟ ସମ୍ଭବପର ନୁହେଁ । ପାଣି କାଦୁଅରେ ପଶି ପିଲାଏଁ ସ୍କୁଲ ଯାଉଛନ୍ତି । ପୂର୍ବରୁ ଏ ସମ୍ପର୍କରେ ପ୍ରଶାସନକୁ ଏକାଧିକ ଥର ଅଭିଯୋଗ ମଧ୍ୟ କରାଯାଇଛି । ହେଲେ କୌଣସି ତତ୍ପରତା ପ୍ରକାଶ ନପାଇବାରୁ ଆଜି ପିଲାମାନେ ବାରଙ୍ଗ ତ୍ରିଶୁଳିଆ ରାସ୍ତା ଅବରୋଧ କରିଥିଲେ । ପ୍ରାୟ 2ଶହରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲରେ ତାଲା ପକାଇ ରାସ୍ତା ଅବରୋଧ କରିଥିଲେ । ହାତରେ ପ୍ଲାକକାର୍ଡ ଧରି ପ୍ରଶାସନ ବିରୋଧରେ ନାରାବାଜୀ କରିଥିଲେ ।

ଛାତ୍ରଛାତ୍ରୀ ଦେଲେ ଉଚିତ ଶିକ୍ଷା ! କାଦୁଅ ରାସ୍ତାରେ ଚାଲିଲେ ତହସିଲଦାର ଓ ବିଡିଓ
ଛାତ୍ରଛାତ୍ରୀ ଦେଲେ ଉଚିତ ଶିକ୍ଷା ! କାଦୁଅ ରାସ୍ତାରେ ଚାଲିଲେ ତହସିଲଦାର ଓ ବିଡିଓ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ପାଠପଢ଼ା ବେଳେ ସ୍କୁଲରେ ବଜ୍ରପାତ: 7 ଛାତ୍ରଛାତ୍ରୀ ହସ୍ପିଟାଲରେ ଭର୍ତ୍ତି - Lightning strike

ଫଳରେ ବାରଙ୍ଗ-ତ୍ରୀଶୁଳିଆ ରାସ୍ତାର ଉଭୟ ପଟେ ଶତାଧିକ ଗାଡ଼ି ଅଟକି ରହିଥିଲା । ଯାତାୟତ ବାଧାପ୍ରାପ୍ତ ଖବର ପାଇ ସ୍ଥାନୀୟ ତହସିଲଦାର ତୁଷାରଜ୍ୟୋତି ରଞ୍ଜନ, ବିଡ଼ିଓ ଧର୍ମରଞ୍ଜନ ପଣ୍ଡା ଓ 4-ନମ୍ବର ଜୋନ ଏସିପି ଉମାକାନ୍ତ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ । ପିଲାମାନଙ୍କ ସହ ଏହି ଅଧିକାରୀମାନେ ପାଣି ଭିତରରେ ପଶି ଚାଲି ଚାଲି ସ୍କୁଲ ପର୍ଯ୍ୟନ୍ତ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ଗ୍ରାମର ମୁରବୀମାନଙ୍କ ସହ ଅଧିକାରୀମାନେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଲୋଚନା କରିବା ସହ ସମାଧାନ ପ୍ରତିଶ୍ରୁତି ଦେଇ ଫେରିଥିଲେ । ଅଭିଯୋଗ ପରେ ମଧ୍ୟ ପ୍ରଶାସନର ଏପରି ସ୍ଥାଣୁତା ଓ ପିଲାଙ୍କ ରାସ୍ତାରୋକରେ ଅଧିକାରୀ ହଟ୍ଟହଟ୍ଟା ହେବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ତହସିଲଦାର ଓ ବିଡିଓ ସ୍ଥିତି ସମୀକ୍ଷା କରିଥିବାରୁ ଖୁବଶୀଘ୍ର ରାସ୍ତାର ସ୍ଥିତି ବଦଳିବ ବୋଲି ଗ୍ରାମବାସୀ ଆଶା କରୁଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.