ETV Bharat / state

ଆସିଲା ଆଇନ, ଏଥର ସୁରକ୍ଷିତ ରହିବ କି ତାଳ ଗଛ ? - palm tree cutting rules

author img

By ETV Bharat Odisha Team

Published : Jul 1, 2024, 8:09 PM IST

NO CUTTING OF PALM TREES: ଆଉ ମନ ଇଚ୍ଛା କାଟି ପାରିବେନି ତାଳ ଗଛ । ତାଳ ଗଛ କାଟିବାକୁ ହେଲେ ନେବାକୁ ପଡ଼ିବ ବନ ବିଭାଗର ଅନୁମତି । ଅଧିକ ପଢନ୍ତୁ

NO CUTTING OF PALM TREES
NO CUTTING OF PALM TREES (ETV Bharat Odisha)

ଅନୁଗୋଳ: ତାଳ ଗଛର ସୁରକ୍ଷା ପାଇଁ କଟକଣା ଲଗାଇଲେ ରାଜ୍ୟ ସରକାର । ବାହାର ରାଜ୍ୟର ମାଫିଆମାନେ ଯେଉଁଭଳି ଭାବେ ହଜାର ହଜାର ଗଛ କାଟି ନେଉଥିଲେ ତାହାର ପୂର୍ଣ୍ଣଚ୍ଛେଦ ପଡିଛି । ଏଣିକି ଅନ୍ୟ ମୂଲ୍ୟବାନ ଗଛ କାଟିଲେ ଯାହା ସବୁ ଦଣ୍ଡ ବିଧାନ ରହିଛି ତାଳ ଗଛ କାଟିଲେ ମଧ୍ୟ ସେହି ଦଣ୍ଡ ବିଧାନ କାର୍ଯ୍ୟକାରୀ ହେବ । ସରକାରଙ୍କ ଏହି ନୂଆ ନିୟମକୁ ଗାଁ ଗାଁରେ ଲୋକେ କିଭଳି ଜାଣି ପାରିବେ ସେନେଇ ସଚେତନତା ସୃଷ୍ଟି କରୁଛନ୍ତି କେତେକ ସଂଗଠନ ଓ ବନ ବିଭାଗ । ତାଳ ଗଛ ପରିବେଶ ପାଇଁ ବେସ ଉପକାରୀ । ଏହି ଗଛର ବରଡାରେ ଲୋକେ ଘର ଛପର କରନ୍ତି । ଝାଡୁ ତିଆରି ହୁଏ । ଡାଲା ଟୋକେଇ ଆଦି ତିଆରି ହୁଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଭୋଗ ତାଳପତ୍ର ତିଆରି ଛୋଟ ଛୋଟ ଜାଗାରେ ବିକ୍ରି ହୁଏ । ଏହାଛଡା ତାଳ ଗଛରେ ବିଭିନ୍ନ ପ୍ରଜାତିର ଚଢ଼େଇ ଓ ଗୁଣ୍ଡୁଚି ମୂଷା ବସା କରି ରୁହନ୍ତି ।

ପୂର୍ବରୁ ଲୋକେ ଏହି ଗଛକୁ ବିଲ ହୁଡ଼ାରେ ଓ ଘର ଅଗଣାରେ ଲଗାଉ ଥିଲେ । କାରଣ ବଜ୍ରପାତ ହେଲେ ତାଳ ଗଛକୁ ବଜ୍ରାଘାତ ହେଉଥିଲା । ତଳେ ଥିବା ଘର ଓ ବିଲରେ କାମ କରୁଥିବା କୃଷକ ସୁରକ୍ଷିତ ରହୁଥିଲେ । ଦେଖିବାକୁ ଗଲେ ତାଳ ଗଛର ବହୁବିଧ ଉପକରିତା ରହିଛି । କିନ୍ତୁ ଏଭଳି ଗଛ କାଟିବା ଏବଂ ପରିବହନ କରିବା ଉପରେ ବନ ବିଭାଗର କୌଣସି କଟକଣା ନଥିଲା । ଫଳରେ ବାହାର ରାଜ୍ୟର ମାଫିଆମାନେ ଆସି ଶାଗମାଛ ଦରରେ ହଜାର ହଜାର ତାଳ ଗଛ କାଟି ନେଉଥିଲେ । ଦିନେ ଯେଉଁଠି ତାଳ ଗଛ ଭରପୁର ଥିଲା ଆଜି ସେଠାରେ ଖାଲି ଦେଖା ଯାଉଛି । ଏହି ଗଛ ଉପରେ ନିର୍ଭର କରି ଚଳୁଥିବା ଗରିବ ଲୋକଙ୍କର ଜୀବିକା ଯାଇଛି । ବିଭିନ୍ନ ପ୍ରଜାତିର ପକ୍ଷୀ ଓ ଛୋଟ ଯିବମାନଙ୍କ ବାସ ସ୍ଥାନ ହଜି ଯାଇଛି । ପରିବେଶ ଉପରେ ମଧ୍ୟ ଏହାର ଘୋର ପ୍ରଭାବ ପଡୁଛି ।

ଓଡିଶା ସରକାରଙ୍କ ଜଙ୍ଗଲ ସୁରକ୍ଷା ଆଇନ-୧୯୭୨ ଧାରା ୪୫ ଅନୁସାରେ ଜଙ୍ଗଲ ବିଭାଗ ଆବଶ୍ୟକ ଅନୁସାରେ ଜଙ୍ଗଲ ସୁରକ୍ଷା ପାଇଁ ନୂଆ ନିୟମ ପ୍ରଣୟନ କରି ପାରିବ । ସେଥିପାଇଁ ୧୯୮୦ରେ କେତେକ ମୂଲ୍ୟବାନ ଗଛ କାଟିବା ଏବଂ ପରିବହନ କରବା ଉପରେ କଟକଣା ଜାରି କରିଥିଲା । ହେଲେ ସେହି କଟକଣା ଭିତରେ ତାଳ ଗଛ ଅନ୍ତର୍ଭୁକ୍ତ ନଥିଲା । ଫଳରେ ଲୋକ ଅନାୟାସରେ ତାଳ ଗଛ ଗୁଡିକୁ କାଟି ବାହାରକୁ ପରିବହନ କରୁଥିଲେ । ଏହାର ଘୋର ପ୍ରଭାବ ପରିବେଶ ଉପରେ ପଡ଼ିଲା । ସ୍ଥିତିକୁ ଦେଖି ଗତ ୨୦୨୩ ଡିସେମ୍ବର ମାସରେ ବନ ବିଭାଗ ନୂଆ ନିୟମ କରିଛି । ଅନ୍ୟ ମୂଲ୍ୟବାନ ଗଛ କାଟିଲେ ଓ ପରିବହନ କଲେ ଯାହା ସବୁ ଦଣ୍ଡ ବିଧାନ ରହିଛି ତାଳ ଗଛ ପାଇଁ ସେହି ଦଣ୍ଡ ବିଧାନ ପ୍ରଯୁଜ୍ୟ ବୋଲି ନୂଆ ନିୟମରେ ଉଲ୍ଲେଖ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ...ବଜ୍ରପାତ ମୃତ୍ୟୁ ରୋକିବାକୁ ଗାଁରେ ଲାଗିବ ତାଳ ଗଛ, ପ୍ରସ୍ତାବ ଦେଲା OUAT

ଏହି ନିୟମକୁ ଗାଁ ଗାଁରେ ଲୋକଙ୍କୁ ସଚେତନ କରାଯାଉଛି । ଏହାଦ୍ୱାରା ତାଳ ଗଛର ସୁରକ୍ଷା ହୋଇ ପାରିବ ବୋଲି ବନ ବିଭାଗ ଓ ପରିବେଶବିତ ଆଶା ପ୍ରକଟ କରିଛନ୍ତି । ବର୍ତ୍ତମାନ ଯେଉଁଭଳି ଭାବେ ପରିବେଶର ସନ୍ତୁଳନ ବିଗିଡି ଯାଇଛି । ତାହାର ସମାଧାନ ପାଇଁ ପ୍ରତ୍ୟକଟି ଗଛ ମୂଲ୍ୟବାନ । ତେଣୁ ସରକାର ତାଳ ଗଛ ସୁରକ୍ଷା ପାଇଁ ନେଇ ଥିବା ପଦକ୍ଷେପ ନିଶ୍ଚିତ ଭାବେ ଉପଯୋଗୀ ହୋଇ ପାରିବ ବୋଲି କହିଛନ୍ତି ପରିବେଶବିତ୍ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.