ETV Bharat / state

ରଥଯାତ୍ରା ବେଳେ ପୁରୀ ବଡ଼ଦାଣ୍ଡରେ ବ୍ୟବସାୟିକ ଷ୍ଟଲ ମନା, ହାଇକୋର୍ଟରେ ସତ୍ୟପାଠ ଦାଖଲ - Puri Rath Yatra 2024

author img

By ETV Bharat Odisha Team

Published : Jul 3, 2024, 5:51 PM IST

NO commercial stalls will be at Bada Danda: ରଥଯାତ୍ରା ବେଳେ ପୁରୀ ବଡ଼ଦାଣ୍ଡରେ ନିର୍ମାଣ ହେବନି ବ୍ୟବସାୟିକ ଷ୍ଟଲ । ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ପୁରୀ ପୌରପାଳିକା । ଅଧିକ ପଢନ୍ତୁ

ରଥଯାତ୍ରା ବେଳେ ପୁରୀ ବଡ଼ଦାଣ୍ଡରେ ବ୍ୟବସାୟିକ ଷ୍ଟଲ ମନା
ରଥଯାତ୍ରା ବେଳେ ପୁରୀ ବଡ଼ଦାଣ୍ଡରେ ବ୍ୟବସାୟିକ ଷ୍ଟଲ ମନା (ETV Bharat Odisha)

କଟକ: ରଥଯାତ୍ରା ବେଳେ ପୁରୀ ବଡଦାଣ୍ଡରେ ବ୍ୟବସାୟ ଷ୍ଟଲ ଲଗାଇବା ମନା । ଏନେଇ ପୁରୀ ପୌରପାଳିକା ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି । କେବଳ ଜନହିତକାରୀ ଷ୍ଟଲଗୁଡିକ ଅସ୍ଥାୟୀ ଭାବରେ ନିର୍ମାଣ କରାଯିବ ବୋଲି ସତ୍ୟପାଠରେ ଦାଖଲ କରିଛି ପୌରପାଳିକା । ରଥଯାତ୍ରା ବେଳେ ବଡ଼ଦାଣ୍ଡରେପୌରପାଳିକା ପକ୍ଷରୁ ନିୟମ ଖିଲାପ କରି ଅସ୍ଥାୟୀ ଷ୍ଟଲ ନିର୍ମାଣ ପ୍ରସଙ୍ଗରେ ଦାୟର ମାମଲାରେ ହାଇକୋର୍ଟ ଜବାବ ତଲବ କରିଥିଲେ । ଏନେଇ ସତ୍ୟପାଠ ଦାଖଲ ପାଇଁ ପୁରୀ ପୌରପାଳିକାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ରଜତ କୁମାର ସାହୁଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ ।

ରଥଯାତ୍ରା ବେଳେ ପୁରୀ ବଡ଼ଦାଣ୍ଡରେ ବ୍ୟବସାୟିକ ଷ୍ଟଲ ମନା, ହାଇକୋର୍ଟରେ ସତ୍ୟପାଠ ଦାଖଲ (ETV Bharat Odisha)

ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ବାର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଅଢେଇ କିଲୋମିଟର ବଡ଼ଦାଣ୍ଡକୁ ୨୦୨୨ରେ ମସିହାରେ ଜାତୀୟ ରାଜପଥ ଭାବେ ଘୋଷଣା କରାଯାଇଥିଲା । ଅତୀତରେ ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ବ୍ୟବସାୟୀଙ୍କୁ ଅସ୍ଥାୟୀ ଦୋକାନ ପାଇଁ ଅନୁମତି ଦିଆଯିବାକୁ ନେଇ ବିବାଦ ଦେଖାଦେଇଥିଲା । ଏନେଇ ୨୦୧୬ରେ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ଜାତୀୟ ରାଜପଥ ଘୋଷଣା କରାଯାଇଥିବା ବଡ଼ଦାଣ୍ଡରେ କୌଣସି ଭେଣ୍ଡିଂ ଜୋନ୍ ବା ଦୋକାନ ପାଇଁ ଅନୁମତି ଦିଆଯାଉନାହିଁ ବୋଲି ସେତେ‌ବେଳେ ପୁରୀ ପୌରପାଳିକା ତରଫରୁ ହାଇକୋର୍ଟରେ ଦର୍ଶାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା; ସମସ୍ତଙ୍କ ସହଯୋଗ କାମନା କଲେ, ୨ଦିନ ଛୁଟି ବଢାଇଲେ - Rath Yatra 2024

ଜାତୀୟ ରାଜପଥ ଘୋଷଣା କରାଯାଇଥିବା ଅଞ୍ଚଳରେ ବ୍ୟବସାୟ ପାଇଁ କାହାକୁ ଲାଇସେନ୍ସ ଦିଆଯିବ ନାହିଁ ଓ କୌଣସି ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା କରାଯିବ ନାହିଁ ବୋଲି ପୁରୀ ପୌରପାଳିକା ପକ୍ଷରୁ ହାଇକୋର୍ଟରେ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଚଳିତ ବର୍ଷ ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ପୁରୀ ପୌରପାଳିକା କେତେକ ଅସ୍ଥାୟୀ ଷ୍ଟଲ ନିର୍ମାଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ନିକଟରୁ ଅନୁମତି ଲୋଡ଼ିଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି ବଡ଼ଦାଣ୍ଡରେ ଷ୍ଟଲ ନିର୍ମାଣ ପାଇଁ ପୌରପାଳିକା ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ଦର୍ଶାଇ ହାଇକୋର୍ଟରେ ଏହି ମାମଲା ଦାୟର ‌କରାଯାଇଥିଲା ।

ଏହି ମାମଲାର ଶୁଣାଣି ବେଳେ ପୁରୀ ପୌରପାଳିକା ପକ୍ଷରୁ ଅଭିଯୋଗକୁ ଅସ୍ବୀକାର କରାଯାଇଥିଲା । ପୌରପାଳିକା ତରଫରୁ ଦର୍ଶାଯାଇଥିଲା ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ବଡ଼ଦାଣ୍ଡର ଜାତୀୟ ରାଜପଥ ଉପରେ କୌଣସି ସ୍ଥାୟୀ ବା ଅସ୍ଥାୟୀ ନିର୍ମାଣ କରାଯାଉନାହିଁ । ବଡ଼ଦାଣ୍ଡ ପାର୍ଶ୍ବବର୍ତ୍ତୀ ସ୍ଥାନରେ ଜନସାଧାରଣଙ୍କ ସୁବିଧା ପାଇଁ ତଥା ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଗ୍ନିଶମ, ଆଇନସେବା, ଖାଦ୍ୟ ଓ ଜଳ ବଣ୍ଟନ, ଫାଷ୍ଟଏଡ୍ ଓ ଅନ୍ୟ ଜନସେବା ସଂପର୍କିତ ଷ୍ଟଲ କରିବା ପାଇଁ ଯୋଜନା ରହିଛି ।

ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଓ ଜାତୀୟ ରାଜପଥ ପ୍ରାଧିକରଣ ଅନୁମତିରେ ସବୁ କାର୍ଯ୍ୟ କରାଯାଉଛି ବୋଲି ପୁରୀ ପୌରପାଳିକା ଦର୍ଶାଇଛି । ହାଇକୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତିକୁ ଶୁଣିବା ପରେ ଏହି ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବାକୁ ପୌରପାଳିକାକୁ ନିର୍ଦ୍ଦେଶ ଦେଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.