ETV Bharat / state

ନବରଙ୍ଗପୁର ଟାଉନ ବାଇପାସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

author img

By ETV Bharat Odisha Team

Published : Feb 15, 2024, 11:05 PM IST

28 NH Project: ଓଡ଼ିଶାରେ 28ଟି ଜାତୀୟ ରାଜପଥ ମଧ୍ୟରେ ୨୬ ନମ୍ବର ଜାତୀୟ ରାଜମାର୍ଗରେ ନବରଙ୍ଗପୁର ଟାଉନ ବାଇପାସ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଅଧିକ ପଢ଼ନ୍ତୁ,

ନବରଙ୍ଗପୁର ଟାଉନ ବାଇପାସ ପାଇଁ ସ୍ଥାପନ ହେଲା ଭିତ୍ତିପ୍ରସ୍ତର

ନବରଙ୍ଗପୁର: ଆଜି ଓଡ଼ିଶାରେ 28ଟି ଜାତୀୟ ରାଜପଥ (NH) ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏହାର ଉଦଘାଟନ କରିଛନ୍ତି । 6,600 କୋଟି ଟଙ୍କା ମୂଲ୍ୟ ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଯାଉଛି ଏହି ଜାତୀୟ ରାଜପଥମାନ । ଯେଉଁଥିରେ ନବରଙ୍ଗପୁର ଟାଉନ ବାଇପାସ ରାସ୍ତା ମଧ୍ୟ ସାମିଲ ରହିଛି ।

ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ୨୬ ନମ୍ବର ଜାତୀୟ ରାଜମାର୍ଗରେ ନବରଙ୍ଗପୁର ଟାଉନ ବାଇପାସ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରି ଆଜି ଆଭାସୀ ଜରିଆରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ନବରଙ୍ଗପୁର ବାଇପାସ ରାସ୍ତା ମୋଟ ୯.୧୨୪ କି.ମି. ଥିବା ବେଳେ ଏଥି ପାଇଁ ମୋଟ 168.95 ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହି ରାସ୍ତା ନବରଙ୍ଗପୁର ସହର ଉପକଣ୍ଠରେ ଥିବା ଇନ୍ଦ୍ରାବତୀ ନଦୀ ନିକଟ ଡାଇଭଟା ଗ୍ରାମରୁ ସହର ଶେଷ ମୁଣ୍ଡରେ ଥିବା ପାତ୍ର ମୁଣ୍ଡା ଠାରେ ଶେଷ ହେବ । ବର୍ତ୍ତମାନ ଏହି ରାସ୍ତା ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲୁ ରହିଛି।

ଏହା ମଧ୍ୟ ପଢ଼ନ୍ତୁ.... ବଢିଲା ୧୦୮ ଆମ୍ବୁଲାନ୍ସ ଷ୍ଟାଫଙ୍କ ପ୍ରୋତ୍ସାହନ ରାଶି, ଡ୍ରାଇଭର ଓ ଟେକ୍ନିସିଆନଙ୍କୁ ମାସିକ ୫ହଜାର

ନବରଙ୍ଗପୁର ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ପ୍ରଶସ୍ତି କରଣରେ ଏହି ବାଇପାସ ରାସ୍ତା ବେଶ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି । ଏନେଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈରୀ ମାଝୀ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ,‘‘ପୂର୍ବ ଭାତର ବିକାଶ ପାଇଁ ସର୍ବଦା କେନ୍ଦ୍ର ସରକାର ପ୍ରତିବଦ୍ଧ ହୋଇ ରହିଛନ୍ତି। ଏହି କ୍ରମରେ ଉନ୍ନତ ଗମନାଗମନ ସୁବିଧା ପାଇଁ ଜାତୀୟ ରାଜମାର୍ଗର ବିକାଶ ପାଇଁ ଅଭିଭକ୍ତ କୋରାପୁଟ ଜିଲ୍ଲାର 4 ଟି ଜିଲ୍ଲାରେ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଯାହାକି ସ୍ବାଗତଯୋଗ୍ୟ ପଦକ୍ଷେପ । ’’ଜିଲ୍ଲା ବିଜେପି ସଦସ୍ୟ ଦେବଦାସ ମହାକୁଡ କେନ୍ଦ୍ର ସରକାରଙ୍କ ଅର୍ଥ ଅନୁଦାନରେ ଏହି ନୂତନ ବାଇପାସ ରାସ୍ତା ନିର୍ମାଣ ହେଲେ ନବରଙ୍ଗପୁର ଜିଲ୍ଲା ବାସୀ ବିଶେଷ ରୂପେ ଉପକୃତ ହେବେ ବୋଲି ପ୍ରକାଶ କରିବା ସହ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ଅନ୍ୟପକ୍ଷେ ନବରଙ୍ଗପୁର ଜିଲ୍ଲାର ଜନ ସାଧାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.