ETV Bharat / state

ନୀତି ଆୟୋଗ କେନ୍ଦ୍ରୀୟ ପ୍ରଭାରୀଙ୍କ କଳାହାଣ୍ଡି ଗସ୍ତ, ବିଭିନ୍ନ ଯୋଜନାର କଲେ ସମୀକ୍ଷା - ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ

NITI Aayog Central Prabhari Officer visit Kalahandi: କେନ୍ଦ୍ର ସରକାରଙ୍କ ଜାତୀୟ ନିଯୁକ୍ତି ସଂସ୍ଥା ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା । ଅଧିକ ପଢନ୍ତୁ

Niti Ayoga Member visit Kalahandi
Niti Ayoga Member visit Kalahandi
author img

By ETV Bharat Odisha Team

Published : Feb 13, 2024, 10:55 AM IST

ଭବାନୀପାଟଣା: ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ ତଥା କେନ୍ଦ୍ର ସରକାରଙ୍କ ଜାତୀୟ ନିଯୁକ୍ତି ସଂସ୍ଥା ସଚିବ ସଞ୍ଜୀବ କୁମାର ମିଶ୍ର ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି । ଗସ୍ତର ଦ୍ୱିତୀୟ ଦିନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ସି ଡ଼ି ଓ ଜିଲ୍ଲା ପରିଷଦ ମଧୁଛନ୍ଦା ସାହୁ, ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ତେବେ କଳାହାଣ୍ଡି ଗସ୍ତର ପ୍ରଥମ ଦିନରେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ ଥୁଆମୁଳଆ ରାମପୁର ଅଞ୍ଚଳର ମା' ଗୃହ, ବାଇକ ଆମ୍ବୁଲାନ୍ସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ, ବାଳିସରା ଟେରାକୋଟା କାମ, କାନିଗୁମା କଫି ବଗିଚା, ଗୋପାଳପୁର ଏସଏସଡି ବାଳିକା ବିଦ୍ୟାଳୟ, ମିଶନ ଶକ୍ତି କ୍ୟାଫେ ଆଦି ପରିଦର୍ଶନ କରି ସମୀକ୍ଷା କରିଥିଲେ । ସେହିପରି ସୋମବାର ଦ୍ୱିତୀୟ ଦିନରେ ସେ କଲମପୁର ବ୍ଲକରେ ବଙ୍କାପଲାର ଅଙ୍ଗନବାଡି କେନ୍ଦ୍ର, ଛତୁଚାଷ, କଦଳିଚୁଆଁ ଓ ଶାଗବାରିର ହାଇବ୍ରିଡ ଟମାଟୋ ଓ କଦଳୀ ଚାଷ, ଧନପୁର ଅଚ୍ୟୁତାନନ୍ଦ ୫ଟି ହାଇସ୍କୁଲ, ବନ୍ଧକନା ପ୍ରାଥମିକ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଆଦି ପରିଦର୍ଶନ କରିଥିଲେ । ଏହି ସମୟରେ ତାଙ୍କ ସହିତ ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କଳାହାଣ୍ଡି, ଥୁଆମୁଳା ରାମପୁର ବିଡିଓ ଗସ୍ତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- 5T ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ହେଲେ ସାମିଲ

ଏହା ମଧ୍ୟ ପଢନ୍ତୁ- ସମ୍ବଲପୁରକୁ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଗସ୍ତ, 11ରେ କେନ୍ଦୁପତ୍ର କର୍ମଚାରୀ ସଂଘର ସମାବେଶରେ ଦେବେ ଯୋଗ

ଏହାପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାରେ ସ୍ଵାସ୍ଥ୍ୟ ବିଭାଗର ଉନ୍ନତି ଯଥା ସ୍ଵାସ୍ଥ୍ୟକେନ୍ଦ୍ରରେ ପ୍ରସବ, ଟୀକାକରଣ, ଶିଶୁ ମୃତ୍ୟୁହାର, ମାତୃ ମୃତ୍ୟୁହାର, ଅଙ୍ଗନବାଡ଼ି କେନ୍ଦ୍ର, ପୋଷଣ, ଶିକ୍ଷା ବିଭାଗରେ ପ୍ରାଥମିକ ଶିକ୍ଷା, ଡ୍ରପ ଆଉଟ୍ ହାର, ଜିଲ୍ଲା ପ୍ରଶାସନ ଦ୍ୱାରା "ପଢିବାକୁ ଶିଖିବା: ଶିଖିବାକୁ ପଢ଼ିବା, ସ୍କୁଲ୍ ଡାକୁଛେ ଆ, କୃଷି ବିଭାଗରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, କୃଷି ଋଣର ଅଗ୍ରଗତି, ଧାନ ଓ କପାର ଉତ୍ପାଦନ, ଭିତ୍ତିଭୂମିରେ ଗ୍ରାମାଞ୍ଚଳରେ ଗୃହମାନଙ୍କରେ ଶୌଚାଳୟ, ବିଦ୍ୟୁତକରଣ,ରାସ୍ତା, ଜନସେବା କେନ୍ଦ୍ର ଆଦିର ସମୀକ୍ଷା କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.