ETV Bharat / state

ଯାତ୍ରା ପାର୍ଟି ଟ୍ରକ ଦୁର୍ଘଟଣା: ଆହତଙ୍କୁ ଭେଟିଲେ ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀ - mayurbhanj news

Nisha and Rani in Mayurbhanj: ଗୁରୁତରଙ୍କୁ ଭେଟି ସହାୟତା ରାଶି ପ୍ରଦାନ କଲେ ଯାତ୍ରା କଳାକାର ନିଶା ମହାରଣା। ଯାତ୍ରା କଳାକାର ରାଣୀ ପ୍ରିୟଦର୍ଶିନୀ ମଧ୍ୟ ଆହତଙ୍କୁ ଭେଟିଛନ୍ତି। ଅଧିକ ପଢନ୍ତୁ

nisha and rani in mayurbhanj
nisha and rani in mayurbhanj
author img

By ETV Bharat Odisha Team

Published : Jan 26, 2024, 10:44 PM IST

nisha and rani in mayurbhanj

ରାଇରଙ୍ଗପୁର : ଦୁଆରଶୁଣି ଘାଟିରେ ଯାତ୍ରାପାର୍ଟି ଟ୍ରକ ଦୁର୍ଘଟଣାର ଆହତଙ୍କୁ ଭେଟିଲେ ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀ । ରାଣୀ ପଣ୍ଡାଙ୍କ ପରେ ଏହି ଦୁଇ ଯାତ୍ରା କଳାକାର ମଧ୍ୟ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଭେଟିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆସି ଆହତଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ପରେ ଗୁରୁତର ଥିବା ଯାତ୍ରା ପାର୍ଟିର କର୍ମଚାରୀମାନଙ୍କୁ କିଛି କିଛି ସହାୟତା ରାଶି ପ୍ରଦାନ କରିଥିଲେ। ଏଥିସହିତ ଦୁଇ କଳାକାର ଫୋନ ଯୋଗେ ମୃତକଙ୍କ ପରିବାର ସହିତ କଥାବାର୍ତ୍ତା ହୋଇ ପରିବାରଲୋକଙ୍କୁ ସମବେଦନା ଜଣାଇଛନ୍ତି।

ତେବେ ମାନବିକତା ଦୃଷ୍ଟିରୁ ସହାୟତା ରାଶି ସମ୍ପର୍କରେ ନିଶା ମହାରଣା କିଛି କହିବାକୁ ମନା କରି ଦେଇଥିଲେ। ସେପଟେ ଗୁରୁତରଙ୍କ ଚିକିତ୍ସା ପାଇଁ ଯାତ୍ରା ସଂଘ ତରଫରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ରାଣୀ ପ୍ରିୟଦର୍ଶିନୀ। ସୂଚନା ଅନୁସାରେ, ଗତ ବୁଧବାର ଦୁଆରଶୁଣୀ ଘାଟି ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥରେ ଧଉଳି ଗଣନାଟ୍ୟର ଏକ ଲାଇଟ୍ ଓ ସାଉଣ୍ଡ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ମୃତ୍ୟୁବରଣ କରିଥିବାବେଳେ ଆଉ ଜଣେ ବାଙ୍ଗିରିପୋଷି ମେଡିକାଲରେ ମୃତ୍ୟୁବରଣ କରିଥିଲେ। ତେବେ ଦୁଆରଶୁଣୀ ଘାଟିର ଗଡାଣିଆ ରାସ୍ତାରେ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡିଥିଲା। ଫଳରେ ଲାଇଟ୍ ଓ ସାଉଣ୍ଡ ଯନ୍ତ୍ରାଂଶ ଥିବା ବକ୍ସ ଗୁଡିକରେ ଚାପି ହୋଇ ସେମାନଙ୍କ ମୃତ୍ୟୁ ଘଟିଥିଲା। ଏଥି ସହିତ ୯ ଜଣ ଗୁରୁତର ଓ ୨ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଥିଲା।

ଏହା ମଧ୍ୟ ପଢନ୍ତୁ...ଦୁଆରଶୁଣି ଘାଟି ଦୁର୍ଘଟଣା: ମୃତକଙ୍କ ପରିବାରକୁ ରାଣୀ ପଣ୍ଡାଙ୍କ ସହାୟତା

ତେବେ ମୃତ୍ୟୁବରଣ କରିଥିବା ଓ ଗୁରୁତର ଆହତ ଥିବା ସମସ୍ତଙ୍କର ପରିଚୟ ବାଙ୍ଗିରିପୋଷି ଥାନା ପୋଲିସ ପକ୍ଷରୁ ପ୍ରଦାନ କରାଯାଇଥିଲା। ମୃତକମାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ଦୁଇଜଣ, କେନ୍ଦୁଝର ଜିଲ୍ଲାର ଜଣେ , କଟକ ଜିଲ୍ଲାର ଦୁଇ ଜଣ ଓ ଯାଜପୁର ଜିଲ୍ଲାର ଜଣେ ରହିଥିବା ବେଳେ ସମସ୍ତଙ୍କର ମୃତଦେହ ବ୍ୟବଚ୍ଛେଦ ହେବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ। ଅନ୍ୟ ଆହତମାନଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଥିବାବେଳେ ୫ ଜଣ ଏବେ ବି ବାରିପଦା ପିଆରଏମରେ ଚିକିତ୍ସାଧନ ଅଛନ୍ତି । ଅଧିକ ଗୁରୁତର ଥିବା ୨ ଜଣଙ୍କୁ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.