ETV Bharat / state

NIRF Ranking 2024;  IIT ମାଡ୍ରାସ ନମ୍ବର ୱାନ, ଟପ୍ ହଣ୍ଟ୍ରେଡରେ ଓଡ଼ିଶାରୁ ୩, ନିରାଶ କଲେ ସରକାରୀ ଶିକ୍ଷାନୁଷ୍ଠାନ - NIRF Ranking 2024

author img

By ETV Bharat Odisha Team

Published : Aug 13, 2024, 9:25 AM IST

Updated : Aug 13, 2024, 10:04 AM IST

Top 100 higher educational institutions in the country: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ । ଓଭରାଲ ରାଙ୍କିଂର ଟପ୍‌-୧୦୦ରେ ଓଡ଼ିଶାର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ । ରାଜ୍ୟର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ଭିତରେ ‘ସୋଆ’ ଆଗରେ । ଅଧିକ ପଢନ୍ତୁ

India Rankings 2024
India Rankings 2024 (ETV Bharat Odisha)

ଭୁବନେଶ୍ବର: ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ପୁଣିଥରେ ଆଇଆଇଟି ମାଡ୍ରାସ ବିବେଚିତ ହୋଇଛି । ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗତକାଲି (ସୋମବାର) ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମୱର୍କ (ଏନଆଇଆର୍‌ଏଫ୍‌) -୨୦୨୪ ଘୋଷଣା କରାଯାଇଛି ।

*ଶ୍ରେଷ୍ଠ ୧୦୦ରେ ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ନାହିଁ*
ଉଭୟ ସାମଗ୍ରିକ (ଓଭରଅଲ୍‌) ଏବଂ ଇଞ୍ଜିନିୟରିଂ ବର୍ଗରେ ଆଇଆଇଟି ମାଡ୍ରାସ ୧ ନମ୍ବରରେ ରହିଛି । ଆଇଆଇଟି ମାଡ୍ରାସ କ୍ରମାଗତ ଭାବେ ଷଷ୍ଠ ଥର ପାଇଁ ସାମଗ୍ରିକ ଏବଂ ଅଷ୍ଟମ ଥର ପାଇଁ ଇଞ୍ଜିନିୟରିଂ କ୍ଷେତ୍ରରେ ଏନଆଇଆର୍‌ଏଫ୍ ମାନ୍ୟତାରେ ଶୀର୍ଷରେ ରହିଛି। ସେହିଭଳି ଭାବରେ ଦ୍ୱିତୀୟ ସ୍ଥାନରେ ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ, ତୃତୀୟ ସ୍ଥାନରେ ଆଇଆଇଟି ବମ୍ବେ, ଚତୁର୍ଥ ସ୍ଥାନରେ ଆଇଆଇଟି ଦିଲ୍ଲୀ ରହିଛି। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଦଶମ ସ୍ଥାନରେ ରହିଛି । ତେବେ ଶ୍ରେଷ୍ଠ ୧୦୦ ସାମଗ୍ରିକ ବର୍ଗରେ ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ସ୍ଥାନ ପାଇ ନ ଥିବା ଦେଖାଯାଇଛି ବୋଲି ଏନଆଇଆର୍‌ଏଫ୍‌ ରାକିଂ ପ୍ରକାଶ କରିଛି।

ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ
ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ (ETV Bharat Odisha)

ଏହା ବି ପଢନ୍ତୁ- ଯୁକ୍ତ ଦୁଇ ପାଇଁ ଦୂରକୁ ଯିବେନି ଛାତ୍ରଛାତ୍ରୀ; ରାଜ୍ୟରେ ଆହୁରି ସ୍କୁଲ ହେବ ଅପଗ୍ରେଡ - Secondary Schools upgradation

*ଟପ୍ ୧୦୦ ରେ କେଉଁ ଓଡ଼ିଶାର ଶିକ୍ଷାନୁଷ୍ଠାନ ରହିଛି*
ଟପ୍ ୧୦୦ ସାମଗ୍ରିକ ଶିକ୍ଷାନୁଷ୍ଠାନ ରାକିଂରେ ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ୨୪ ତମ ସ୍ଥାନରେ ଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ୨୮ ତମ ଓ ଏନ୍‌ଆଇଟି ରାଉରକେଲା ୩୪ ତମ ସ୍ଥାନରେ ରହିଛି ।

*ଶ୍ରେଷ୍ଠ ବିଶ୍ଵବିଦ୍ୟାଳୟରେ ନାହିଁ ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ*
ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବର୍ଗରେ ବେଙ୍ଗାଲୁରୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ ୧ ନମ୍ବରରେ ଥିବା ବେଳେ ଜେଏନୟୁ ଦ୍ୱିତୀୟ ନମ୍ବରରେ ରହିଛି । ବିଶ୍ୱବିଦ୍ୟାଳୟ ବର୍ଗର ୩ୟ ସ୍ଥାନରେ କ୍ରମାଗତ ତୃତୀୟ ଥର ପାଇଁ ଜାମିଆ ମିଲିଆ ଇସଲାମିଆ ରହିଛି । ବିଶ୍ୱବିଦ୍ୟାଳୟ ବର୍ଗରେ ବି ଶ୍ରେଷ୍ଠ ୧୦୦ ଭିତରେ ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ସ୍ଥାନ ପାଇ ନାହିଁ । ଏଥିରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ୧୪ ଏବଂ କିଟ୍ ବିଶ୍ୱବିଦ୍ୟାଳୟ ୧୫ତମ ସ୍ଥାନରେ ରହିଛନ୍ତି ବୋଲି ଏନଆଇଆର୍‌ଏଫ୍‌ ରାକିଂରେ ପ୍ରକାଶ ପାଇଛି।

*ଷ୍ଟେଟ୍ ପବ୍ଲିକ ୟୁନିଭରସିଟିରେ ୪୨ ରାଂକରେ ଉତ୍କଳ*
ଷ୍ଟେଟ୍ ପବ୍ଲିକ ୟୁନିଭରସିଟି କ୍ୟାଟାଗୋରୀରେ ଚେତ୍ତାଇ ସ୍ଥିତ ଆତ୍ତା ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ଥିବା ବେଳେ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟ ୪୨ତମ ସ୍ଥାନରେ ରହିଛି । ସେହିଭଳି ଦେଶର ଶ୍ରେଷ୍ଠ ୧୦୦ କଲେଜ ଭିତରେ ଓଡ଼ିଶାର ଗୋଟିଏ ବି କଲେଜ ସ୍ଥାନ ପାଇନାହିଁ ବୋଲି ଏନଆଇଆର୍‌ଏଫ୍‌ ରେ ପ୍ରକାଶ ପାଇଛି।

*ଗବେଷଣା ଶିକ୍ଷାନୁଷ୍ଠାନରେ ଓଡ଼ିଶାର ସ୍ଥାନ*
ଅନ୍ୟପଟେ ଗବେଷଣା ଶିକ୍ଷାନୁଷ୍ଠାନ ବର୍ଗରେ ବେଙ୍ଗାଲୁରୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ ୧ ନମ୍ବରରେ ଥିବା ବେଳେ ଓଡ଼ିଶାର ଏନ୍‌ଆଇଟି ରାଉରକେଲା ୩୦, କିଟ୍ ୪୬, ଶିକ୍ଷା ଓ ଅନୁସନ୍ଧାନ ୫୦ତମ ସ୍ଥାନରେ ରହିଛନ୍ତି ରହିଥିବା ବେଳେ ଇଞ୍ଜିନିୟରିଂ ଭର୍ଗରେ ଆଇଆଇଟି ମାଡ୍ରାସ ପ୍ରଥମରେ ଥିବା ବେଳେ ଓଡ଼ିଶାର ଏନ୍‌ଆଇଟି ରାଉରକେଲା ୧୯, ଶିକ୍ଷା ଓ ଅନୁସନ୍ଧାନ ୨୬, କିଟ୍ ୩୭, ଆଇଆଇଟି ଭୁବନେଶ୍ୱର ୫୪ ଏବଂ ସି.ଭି. ରମଣ ଗ୍ଲୋବାଲ ବିଶବ୍ୱିଦ୍ୟାଳୟ ୯୬ତମ ସ୍ଥାନରେ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ବର୍ଗରେ ପ୍ରଥମଥର ପାଇଁ ଶ୍ରେଷ୍ଠ ୧୦ ଶିକ୍ଷାନୁଷ୍ଠାନ ଭିତରେ ଆଇଆଇଟି ବାରାଣସୀ ସ୍ଥାନ ପାଇଛି । ଏହି ଶିକ୍ଷାନୁଷ୍ଠାନ ଇଞ୍ଜିନିୟରିଂ ବର୍ଗ ରାଙ୍କିଙ୍ଗର ୧୦ ନମ୍ବର ସ୍ଥାନରେ ରହିଛି । ସେହିପରି ଶ୍ରେଷ୍ଠ ୧୦୦ ମ୍ୟାନେଜମେ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାର ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ୪୩ତମ ସ୍ଥାନରେ ଥିବା ବେଳେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେ ସମ୍ବଲପୁର ୫୦, ଭୁବନେଶ୍ୱରର ଇ ରନ୍ୟାସନାଲ ମ୍ୟାନେଜମେ ଇନ୍‌ଷ୍ଟିଚ୍ୟୁଟ୍ ୬୧, ଶିକ୍ଷା ଓ ଅନୁସନ୍ଧାନ ୬୨ ଏବଂ କିଟ୍ ୬୭ତମ ସ୍ଥାନରେ ରହିଛି ବୋଲି ଏନଆଇଆର୍‌ଏଫ୍‌ ପ୍ରକାଶ ପାଇଛି।

*ଶ୍ରେଷ୍ଠ ଫାର୍ମାମୀ ଶିକ୍ଷାନୁଷ୍ଠାନ*
ସେପଟେ ଫାର୍ମାମୀ ଶିକ୍ଷାନୁଷ୍ଠାନ ବର୍ଗରେ ଶ୍ରେଷ୍ଠ ୧୦ ଭିତରେ ଓଡ଼ିଶାର କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ପାଇ ନ ଥିବା ଦେଖାଯାଇଛି । ତେବେ ଶ୍ରେଷ୍ଠ ୧୦ ଆର୍କିଟେକ୍‌ଚର ଆଣ୍ଡ ପ୍ଲାନିଙ୍ଗ ଶିକ୍ଷାନୁଷ୍ଠାନ ଭିତରେ ଏନ୍‌ଆଇଟି ରାଉରକେଲା ନବମ ସ୍ଥାନରେ ରହିଛି । ଏହାର ଶ୍ରେଷ୍ଠ ୪୦ ଶିକ୍ଷାନୁଷ୍ଠାନ ତାଲିକା ପ୍ରକାଶ ପାଇଛି । କିନ୍ତୁ ଏଥିରେ ଓଡ଼ିଶାର ଆଉ କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହିଁ ଅନ୍ୟପଟେ ଆଇନ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ ନବମ ସ୍ଥାନରେ ଥିବା ବେଳେ କିଟ୍ ୧୧, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ୨୬ତମ ସ୍ଥାନରେ ରହିଛନ୍ତି ବୋଲି ଏନଆଇଆର୍‌ଏଫ୍‌ ରାକିଂରେ ପ୍ରକାଶ ପାଇଛି।

*ଶ୍ରେଷ୍ଠ ଡାକ୍ତରୀ କଲେଜରେ ଭୁବନେଶ୍ଵର ଏମ୍ସ*
ସେହିଭଳି ଶ୍ରେଷ୍ଠ ୫୦ ଡାକ୍ତରୀ କଲେଜ ଭିତରେ ଏମ୍‌ସ ଦିଲ୍ଲୀ ପ୍ରଥମ ସ୍ଥାନରେ ଥିବା ବେଳେ ଓଡ଼ିଶାର ଏମ୍‌ସ ଭୁବନେଶ୍ୱର ୧୫, ଶିକ୍ଷା ଓ ଅନୁସନ୍ଧାନ ୨୧, କିଟ୍ ୨୫ତମ ସ୍ଥାନରେ ରହିଛି । ସେହିଭଳି ଶ୍ରେଷ୍ଠ ୪୦ ଡେଣ୍ଟାଲ ଇନ୍‌ଷ୍ଟିଚ୍ୟୁଟ୍ ଭିତରେ ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ ନବମ ସ୍ଥାନରେ ଥିବା ବେଳେ କିଟ୍ ୨୨ତମ ସ୍ଥାନରେ ରହିଛି । ଏଗ୍ରିକଲ୍‌ଚର ଆଣ୍ଡ ଆଲାଏଡ୍ ସେକ୍ଟର ବର୍ଗରେ ଶ୍ରେଷ୍ଠ ୪୦ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ୧୫ତମ ସ୍ଥାନ ହାସଲ କରିଛି ବୋଲି ଏନଆଇଆର୍‌ଏଫ୍‌ ରାନଙ୍କିଂ ପ୍ରକାଶ କରିଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 13, 2024, 10:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.