ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶିଷ୍ଟ ବ୍ୟକ୍ତି ଓ ସଚିବ; ଜଣାଇଲେ ଶୁଭେଚ୍ଛା - CM Mohan Charan Majhi

author img

By ETV Bharat Odisha Team

Published : Jun 13, 2024, 9:50 PM IST

New CM Of Odisha Mohan Charan Majhi: ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ମୋହନ ମାଝୀଙ୍କୁ ଶୁଭେଚ୍ଛାର ସୁଅ । ମୋହନ ମାଝୀଙ୍କୁ ଭେଟିଛନ୍ତି ବିରୋଧୀ ଦଳର ନେତା ତଥା ଅନ୍ୟାନ ଅଧିକାରୀ, କର୍ମଚାରୀ ଓ ସମର୍ଥକ । ଅଧିକ ପଢ଼ନ୍ତୁ,

Mohan Charan Majhi
Mohan Charan Majhi (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାରେ ଆରମ୍ଭ ହୋଇଛି ବିଜେପି ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ହେବାପରେ ମୋହନଙ୍କ ପାଖକୁ ଛୁଟି ଆସିଛି ଶୁଭେଚ୍ଛାର ସୁଅ । ଦିନିକିଆ ପୁରୀ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଫେରିଛନ୍ତି । ତେବେ ପୁରୀରୁ ଫେରିବା ପରେ ଭୁବନେଶ୍ୱରରେ ମୋହନଙ୍କୁ ବିରୋଧୀ ଦଳର ନେତା ତଥା ଅନ୍ୟାନ ଅଧିକାରୀ, କର୍ମଚାରୀ ଓ ସମର୍ଥକ ଶୁଭେଚ୍ଛା ଜଣାଇଛନ୍ତି ।

Mohan Charan Majhi (ETV Bharat Odisha)

ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆସିବାରେ ଲାଗିଛି ଶୁଭେଚ୍ଛା ବାର୍ତ୍ତା । ପୁରୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ଯିବାର କାର୍ଯ୍ୟକ୍ରମ ଥିଲା । ଲୋକସେବା ଭବନରେ କନିଷ୍ଠ ଅଧିକାରୀଙ୍କ ଦ୍ଵାରା ଆୟୋଜିତ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବାର ଥିଲା, କିନ୍ତୁ କୌଣସି କାରଣରୁ କାର୍ଯ୍ୟକ୍ରମ ରଦ୍ଧ ହୋଇଥିଲା । ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ବଦଳରେ ରାଜ୍ୟ ଅତିଥି ଭବନ ଯାଇଥିଲେ । ଏବେ ରାଜ୍ୟ ଅତିଥୀ ଭବନ ସାଜିଛି ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ । ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମ୍ବର୍ଦ୍ଧନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ବଦ୍ରୀ ନାରାୟଣ ପାତ୍ର, ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସଂସଦୀୟ ବ୍ୟାପାର ତଥା ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥି ଭାତାନନ, ବିଧାନସଭା ସଚିବ ଦାଶରଥି ଶତପଥୀ, ଓ ବିଧାନସଭାର ଅଧିକାରୀ ପ୍ରମୁଖ ବାଚସ୍ପତିଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..କ୍ଷମତାକୁ ଆସୁ ଆସୁ ଆକ୍ସନ ମୋଡରେ ବିଜେପି ସରକାର: ପ୍ରଥମ କ୍ୟାବିନେଟରେ 4 ବଡ ପ୍ରସ୍ତାବକୁ ମୋହର, ଖୋଲିଲା ଶ୍ରୀମନ୍ଦିର 4 ଦ୍ବାର - first cabinet meet of bjp govt

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଘସିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି, "ଜିଲ୍ଲାର ନେତା ମୁଖ୍ୟମନ୍ତ୍ରୀ ହେବା ସୌଭାଗ୍ୟର କଥା । ଆମ ଜିଲ୍ଲାରୁ ଜଣେ ଲୋକ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହା ଗୌରବର ବିଷୟ । ଆମେ ଖୁସି ଅଛୁ । ନିହାତି ଖୁସି ହେବାର କଥା ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜିଲ୍ଲାର ବିକାଶ ଲାଗି ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହୋଇ ପାରିବ । ତେବେ ସେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସୌଜନ୍ୟମୂଳକ ସାକ୍ଷତ ପାଇଁ ଆସିଥିବା କହିଥିଲେ । ସୁଯୋଗ ମିଳିଲେ ଜିଲ୍ଲାର ସମସ୍ୟା କଥା ଆଲୋଚନା ହେବ ବୋଲି ବଦ୍ରି ନାରାୟଣ କହିଛନ୍ତି । ତେବେ ପରିବର୍ତ୍ତନ ପାଇଁ ଲୋକ ସ୍ଥିର କରିଥିବା ବେଳେ ଏହାକୁ ସମସ୍ତେ ଗ୍ରହଣ କରିବାକୁ ବାଧ୍ୟ ବୋଲି ସେ କହିଛନ୍ତି । ଲୋକମତକୁ ସମ୍ମାନ ଦେଇ ସେମାନେ ବିରୋଧୀ ଦଳ ଭାବେ ଭୂମିକା ନିର୍ବାହ କରିବେ ବୋଲି ବଦ୍ରି ନାରାୟଣ କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.