ETV Bharat / state

ଚାଷୀ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ନବନିର୍ବାଚିତ ଦୁଇ ବିଧାୟକ - Newly Elected Mla Meet District Collector

author img

By ETV Bharat Odisha Team

Published : Jun 9, 2024, 12:09 PM IST

Farmer Problem In Bargarh: ବରଗଡ଼ରେ ଧାନ ମଣ୍ଡି ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ନବନିର୍ବାଚିତ ବିଧାୟକ ଅଶ୍ଵିନୀ ଷଡଙ୍ଗୀ ଓ ନିହାର ରଞ୍ଜନ ମହାନନ୍ଦ । ଚାଷୀଙ୍କ ସମସ୍ୟା ନେଇ ଉଭୟ ଜିଲ୍ଲାପାଳ ଏବଂ ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଯଥାଶୀଘ୍ର ସମସ୍ତ ମଣ୍ଡିରୁ ଚାଷୀଙ୍କ ଧାନ ଉଠାଇବାକୁ ଦାବି କରିଛନ୍ତି । ଅଧିକ ପଢନ୍ତୁ

ଚାଷୀ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ନବନିର୍ବାଚିତ ଦୁଇ ବିଧାୟକ
ଚାଷୀ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ନବନିର୍ବାଚିତ ଦୁଇ ବିଧାୟକ (ETV Bharat Odisha)

ବରଗଡ଼: ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରେ ପୁଣି ଚାଷୀ ଚିନ୍ତା । ରବି ଫସଲ ଶେଷ ହୋଇ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ମଣ୍ଡିରେ ପଡି ରହିଥିବାବେଳେ ଚାଷୀଙ୍କ ଧାନ ବିକ୍ରି ହୋଇପାରୁନାହିଁ । ମଣ୍ଡିରେ ଧାନ ସବୁ ପଡି ଖତ ଖାଉଛି । ଅନ୍ୟପଟେ ମଣ୍ଡିଗୁଡିକରେ ଖୋଲା ଆକାଶ ତଳେ ଧାନ ପଡି ରହିଥିବାବେଳେ ଆଗକୁ ମୌସୁମୀ ବର୍ଷାର ଭୟ ରହିଛି । ହେଲେ ଚାଷୀଙ୍କ ଧାନ ନା ମିଲର୍ସ ଉଠାଉଛନ୍ତି ନା ଏ ଦିଗରେ ଯୋଗାଣ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉଛନ୍ତି । ଏହାରି ମଧ୍ୟରେ ଚାଷୀମାନଙ୍କର ଏପରି ସମସ୍ୟା ଦେଖି ବର୍ତ୍ତମାନ ନବ ନିର୍ବାଚିତ ବିଜେପି ବିଧାୟକମାନେ ବରଗଡ ଜିଲ୍ଲାପାଳ ଏବଂ ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଯଥାଶୀଘ୍ର ସମସ୍ତ ମଣ୍ଡିରୁ ଚାଷୀଙ୍କ ଧାନ ଉଠାଇବାକୁ ଦାବି କରିଛନ୍ତି ।

ବରଗଡ଼ର ନୂତନ ଭାବେ ନିର୍ବାଚିତ ହୋଇଥିବା ବିଜେପି ଦଳର ବିଧାୟକ ଅଶ୍ଵିନୀ ଷଡଙ୍ଗୀ ଓ ଅତାବିରା ବିଜେପି ବିଧାୟକ ନିହାର ରଞ୍ଜନ ମହାନନ୍ଦ ଉଭୟ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ଚାଷୀଙ୍କ ପ୍ରତି ଆଦୌ ଅବହେଳା ନକରିବାକୁ ଚେତାବନୀ ଦେଇଛନ୍ତି । ଏହା ବିଜେଡି ସରକାର ନୁହେଁ ଏଠାରେ ଚାଷୀ ମାରଣା ନୀତି ଚାଲିପାରିବ ନାହିଁ ବୋଲି କହି ଯୋଗାଣ ବିଭାଗ ଅଧିକାରୀଙ୍କୁ ତାଗିତ କରିଛନ୍ତି ଅଶ୍ଵିନୀ ଷଡଙ୍ଗୀ । ସେହିପରି ୬ ଗୋଟି ଦାବି କରି ସମସ୍ତ ଦାବିଗୁଡିକୁ ଶୀଘ୍ର ପୂରଣ କରାଯାଉ ନଚେତ ଅବସ୍ଥା ସାଂଘାତିକ ହେବ ବୋଲି ଚେତାବନୀ ଦେଇଛନ୍ତି ନିହାର ମହାନନ୍ଦ ।

ବରଗଡ ଜିଲ୍ଲାରେ ଧାନ ବିକ୍ରି ସମୟରେ ଚାଷୀଙ୍କ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟାଲଙ୍କ ସହ ଆଲୋଚନା କରିବା ସହିତ ବିଭିନ୍ନ ମାର୍କେଟ ୟାର୍ଡରେ ରହିଥିବା ଅବ୍ୟବସ୍ଥା ଓ ପଡି ରହିଥିବା ଧାନକୁ ଉଠାଯାଉ ନଥିବା ସମସ୍ୟା ଉପରେ ଆଲୋକପାତ କରି ଏହାର ସମାଧାନ ପାଇଁ ବିଭିନ୍ନ ଦିଗରେ ଆଲୋଚନା କରିଛନ୍ତି । ଧାନ ମଣ୍ଡିଗୁଡିକରେ ହେଉଥିବା ଦଲାଲି ବନ୍ଦ କରାଯାଉ, ଧାନ ସଂଗ୍ରହ ସମୟରେ ବିଭିନ୍ନ ଆଲା ଦେଖାଇ ଚାଷୀଙ୍କ ଧାନରେ କରାଯାଉଥିବା କଟନୀଛଟନୀ ବନ୍ଦ କରାଯାଉ ।

ଏଥିସହ ଚାଷୀଙ୍କ ସମସ୍ତ ଧାନ ସିଧାସଳଖ ମିଲକୁ ନଯାଇ ମଣ୍ଡି ଜରିଆରେ ଯାଉ, ଯେଉଁମାନଙ୍କ ଧାନ ବିକ୍ରି ସରିଆସୁଛି ତାଙ୍କୁ ଅଧିକା ସମୟ ଦିଆଯାଉ, ଯେପରି ଅଧିକ ଓ ଶୀଘ୍ର ଧାନ ସଂଗ୍ରହ କରାଯାଇପାରିବ । ମିଲରମାନଙ୍କ ଟାର୍ଗେଟ ବଢାଯାଉ, ମଣ୍ଡିରୁ ଜିରୋ କଟିଂରେ ଧାନ ଉଠାଉ ନାହାନ୍ତି ମିଲରମାନେ, ତେଣୁ ମଣ୍ଡିରୁ ଜିରୋ କଟିଂରେ ଧାନ ଉଠାଯାଉ । ମିଲଗୁଡିକୁ ସରପ୍ରାଇଜ ଭିଜିଟ କରି ବିନା ସ୍ଲିପରେ ଆସିଥିବା ଟ୍ରକ ଓ ମିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ବରଗଡ ଜିଲ୍ଲାପାଳଙ୍କଠାରେ ଏପରି ଅନେକ ଦାବି ରଖିଛନ୍ତି ଉଭୟ ବରଗଡ ଓ ଅତାବିରାର ନବନିର୍ବାଚିତ ବିଧାୟକ ।

ଏହା ମଧ୍ୟ ପଢନ୍ତୁ: ବରଗଡ଼ ବିଧାନସଭା ଆସନ: ବିଜେପି ପ୍ରାର୍ଥୀ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ବିଜୟ

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.