ETV Bharat / state

ବଲାଙ୍ଗୀରରେ 650 ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ - Bhima Bhoi Medical College

New Teaching Hospital: ବଲାଙ୍ଗୀରବାସୀଙ୍କ ପାଇଁ ଖୁସି ଖବର । ଭୀମ ଭୋଇ ମେଡ଼ିକାଲ କେଲଜରେ 305କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ନୂଆ ଟିଚିଙ୍ଗ ହସ୍ପିଟାଲ ଉଦଘାଟିତ । ଅଧିକ ପଢନ୍ତୁ

ବଲାଙ୍ଗୀରରେ 650 ଶଯ୍ୟା ବିଶିଷ୍ଟ ଟିଚିଙ୍ଗ ହସ୍ପିଟାଲ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Mar 2, 2024, 9:33 PM IST

ବଲାଙ୍ଗୀରରେ 650 ଶଯ୍ୟା ବିଶିଷ୍ଟ ଟିଚିଙ୍ଗ ହସ୍ପିଟାଲ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ଜିଲ୍ଲାବାସୀଙ୍କ ପୂରଣ ହେଲା ଦୀର୍ଘ ଦିନର ସ୍ବାପ୍ନ । ଭୀମ ଭୋଇ ମେଡ଼ିକାଲ କେଲଜରେ 650 ଶଯ୍ୟା ବିଶିଷ୍ଟ ନୂଆ ଟିଚିଙ୍ଗ ହସ୍ପିଟାଲ ଉଦଘାଟିତ । ଆଜି(ଶନିବାର) ଦିନ ଭିଡ଼ିଓକନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ହସ୍ପିଟାଲକୁ ଉଦଘାଟନ କରିଛନ୍ତି ।ଏଥିରେ 305 କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ହୋଇଥିବା ବେଳେ 2ଟି ନୂଆ ବିଭାଗ ଖୋଲିବା ସହ ଉନ୍ନତ ମାନର ଚିକିତ୍ସା ସୁବିଧା ପାଇବେ ସାଧାରଣ ଲୋକେ । ଏହାସହ 100 ଶଯ୍ୟା ବଶିଷ୍ଟ କ୍ୟାନସର ରିସର୍ଚ୍ଚ ହସ୍ପିଟାଲର ମଧ୍ୟ ଉଦଘାଟନ ହୋଇଛି ।

ଭୀମ ଭୋଇ ମେଡ଼ିକାଲ କେଲଜରେ ପୁଣି ଯୋଡ଼ି ହୋଇଛି 650 ଶଯ୍ୟା ବିଶିଷ୍ଟ ନୂଆ ଟିଚିଙ୍ଗ ହସ୍ପିଟାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଭର୍ଚ୍ଚୁଆଲ ମୋଡ଼ରେ ଲୋକାର୍ପଣ କରିଥିଲେ । ଉନ୍ନତ ମାନର ଚିକିତ୍ସା ସୁବିଧା ସହ ଡାକ୍ତରଙ୍କ ପାଠ ପଢା ପାଇଁ ହେବ ବେଶ ସହାୟକ । ସ୍ୱତନ୍ତ୍ର ଟିଚିଙ୍ଗ ସହ ଆଧୁନିକ ଯନ୍ତ୍ରପାତି ସୁବିଧା ଥିବା ପାଞ୍ଚ ମହଲା ବିଶିଷ୍ଠ ଏହି ହସ୍ପିଟାଲ ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ବେଶ ସହାୟକ ହେବ ।

ବଲାଙ୍ଗୀରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଧାୟକ ନରସିଂହ ମିଶ୍ର, ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କାଲିକେଶ ନାରାୟଣ ସିଂହ ଦେଓ, ମନ୍ତ୍ରୀ ଟୁକୁନି ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକି ସାହୁ, ପୋୖରଧ୍ୟାକ୍ଷା ଲିକା ସାହୁ ଓ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ବିବିଏମସିଏଚ ମେଡ଼ିକାଲ କଲେଜ ପାଇଁ ପୂର୍ବରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବ୍ୟବହାର କରା ଯାଉଥିଲା । ହେଲେ ଏବେ କଲେଜର ସ୍ୱତନ୍ତ୍ର ଟିଚିଙ୍ଗ ହସ୍ପିଟାଲ କାର୍ଯ୍ୟ କ୍ଷମ ହେବ ।

ଏହା ମଧ୍ୟ ପଢନ୍ତୁ .....ବଢ଼ିଲା କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାରିଶ୍ରମିକ, 7 ହଜାରରୁ ହେଲା 10 ହଜାର

ଏହା ମଧ୍ୟ ପଢନ୍ତୁ....ଐତିହାସିକ ମହାରାଣୀ ସାଗରର ହେବ ପୁନରୁଦ୍ଧାର, 110 SHGକୁ ମିଳିଲା କାର୍ଯ୍ୟାଦେଶ

ଏହା ପାଞ୍ଚ ମହଲା ବିଶିଷ୍ଠ ଥିବାବେଳେ ପାଞ୍ଚ ଏକର ପରିଧିରେ ନିର୍ମିତ ହୋଇଛି । ଏଥିରୁ ବହୁ ନୂତନ ଦକ୍ଷ ଡାକ୍ତର ବାହାରି ବାହାରିବେ ବୋଲି ଆଶା କରାଯାଇଛି । ସେହିପରି ଏଥିରେ 20ଟି ବିଭାଗ କାର୍ଯ୍ୟ କରିବ । ଏହା ବାଦେ 100 ଶଯ୍ୟା ବଶିଷ୍ଟ କ୍ୟାନସର ରିସର୍ଚ୍ଚ ହସ୍ପିଟାଲ ମଧ୍ୟ ରହିଛି । ବଲାଙ୍ଗୀର ଜିଲ୍ଲର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଜିଲ୍ଲାବାସୀ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.