ETV Bharat / state

ନୂଆ NAC ଘୋଷଣା ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ଏବଂ ବେଆଇନ: ବିଜେପି

author img

By ETV Bharat Odisha Team

Published : Feb 26, 2024, 5:46 PM IST

New NAC Announcement: ରାଜ୍ୟରେ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ। ପଞ୍ଚାୟତକୁ ଭାଙ୍ଗି ଏନଏସି କରିବା ପାଇଁ ଓଡିଶା ମ୍ୟୁନିସିପାଲ ଆଇନ ଅଛି। ହେଲେ ଏଠି ଆଇନ ପାଳନ ହୋଇନାହିଁ । ସରକାର ପଞ୍ଚାୟତ ଅଧିବାସୀଙ୍କ ସହ ଆଲୋଚନା କରିନାହାଁନ୍ତି। ଘୋଷଣା ଯଦି ଆଇନ ଅନୁସାରେ ହୋଇନାହିଁ ତାହେଲେ ଘୋଷଣା ଅସାମ୍ବିଧାନିକ ଏବଂ ଅଗଣତାନ୍ତ୍ରିକ । ଅଧିକ ପଢନ୍ତୁ

ନୂଆ NAC ଘୋଷଣା ଅସାମ୍ବିଧାନିକ ଅଗଣତାନ୍ତ୍ରିକ ବେଆଇନ: ବିଜେପି

ଭୁବନେଶ୍ବର: ରାଜ୍ୟରେ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ। ପଞ୍ଚାୟତକୁ ଭାଙ୍ଗି ଏନଏସି କରିବା ପାଇଁ ଓଡିଶା ମ୍ୟୁନିସିପାଲ ଆଇନ ଅଛି। ରାଜ୍ୟପାଳଙ୍କ ଦ୍ଵାରା ବିଜ୍ଞପ୍ତି କରାଯିବା କଥା । ଆଇନ ପ୍ରକ୍ରିୟାରେ ହେବା କଥା । ସରକାର ପଞ୍ଚାୟତ ଜନସାଧାରଣଙ୍କ ସହ ଆଲୋଚନା କରିନାହାଁନ୍ତି। ଯଦି ଆଇନ ଅନୁସାରେ ହୋଇନାହିଁ ତାହେଲେ ଏନଏସି ଘୋଷଣା ଅସାମ୍ବିଧାନିକ। ରାଜ୍ୟ ସରକାର 35 ଟି ନୂଆ ଏନଏସି ଘୋଷଣାକୁ ନେଇ ଆଜି ଏଭଳି ଢଙ୍ଗରେ ସମାଲୋଚନା କରିଛି ରାଜ୍ୟ ବିଜେପି ।

ଅଧିକ ପଢନ୍ତୁ- ରାଜ୍ୟରେ ୩୪ ନୂଆ NAC ଏବଂ ୫ ନୂଆ ମ୍ୟୁନିସିପାଲିଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ବରିଷ୍ଠ ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, ‘‘ପଞ୍ଚାୟତକୁ ଭାଙ୍ଗି ଏନଏସି କରିବା ପାଇଁ ଓଡିଶା ମ୍ୟୁନିସିପାଲ ଆଇନ ଅଛି। ଘୋଷଣା ପୂର୍ବରୁ ରାଜ୍ୟପାଳଙ୍କ ଦ୍ଵାରା ବିଜ୍ଞପ୍ତି କରାଯିବା କଥା । ଆଇନ ପ୍ରକ୍ରିୟାରେ ନୂଆ ଏନଏସି ଘୋଷଣା ହୋଇନାହିଁ । ସରକାର ପଞ୍ଚାୟତ ଜନସାଧାରଣଙ୍କ ସହ ଆଲୋଚନା କରିନାହାଁନ୍ତି କି ଗ୍ରାମସଭା ହୋଇନାହିଁ। ଯଦି ଆଇନ ଅନୁସାରେ ହୋଇନାହିଁ ତାହେଲେ ଏନଏସି ଘୋଷଣା ଅସାମ୍ବିଧାନିକ।’’ ନିର୍ବାଚନ ପାଇଁ ଏଭଳି ଘୋଷଣା ତରବରିଆ ଭାବେ କରାଯାଇଛି । ଏହା ଘୋଷଣା କରି ଜନସାଧାରଣଙ୍କ ଆଇୱାସ କରାଯାଉଛି। ଏବାବଦରେ ନିର୍ବାଚନ କମିଶନଙ୍କୁ ଜଣାଇବୁ । ନ୍ୟାୟିକ ଲଢେଇ ଲଢିବୁ ।

ସେହିପରି ବିଜେପି ମୁଖପାତ୍ର କହିଛନ୍ତି ଯେ ଗ୍ରାମ ପଞ୍ଚାୟତ ଗୁଡିକୁ ଭାଙ୍ଗି ଏନଏସି କରିବା ପାଇଁ ଓଡ଼ିଶା ମ୍ୟୁନିସିପାଲ ଆଇନରେ ବ୍ୟବସ୍ଥା ରହିଛି । ରାଜ୍ୟପାଳଙ୍କ ଦ୍ଵାରା ବିଜ୍ଞପ୍ତି ଜାରି ହେବା କଥା । ଆଇନର ପ୍ରକ୍ରିୟା ଭିତରେ କରାଯିବା ଉଚିତ । 35ଟି ଏନଏସି ଭିତରେ 150ରୁ 200 ପଞ୍ଚାୟତ ରହିବ । ଏହି ସବୁ ପଞ୍ଚାୟତର ଅଧିବାସୀଙ୍କ ସହ ଆଲୋଚନା ଏବଂ ଜନ ଶୁଣାଣି କରି ସରକାର ବିଜ୍ଞପ୍ତି କରିବା କଥା । ସରକାର ପଞ୍ଚାୟତର ଲୋକ ଏବଂ ଜନ ପ୍ରତିନିଧୀ ମାନଙ୍କ ସହ ଆଲୋଚନା କରି ନାହାନ୍ତି । କିନ୍ତୁ ସରକାର ଯଦି ଏହି ସବୁ ପ୍ରକ୍ରିୟା ଦେଇ ଯାଇନାହାନ୍ତି ,ତେବେ ଏହା ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ଏବଂ ବେଆଇନ ।

ସେହିଭଳି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଆହୁରି କହିଛନ୍ତି ସରକାର ଯଦି ଆଇନ ଅନୁସାରେ କରିଥାନ୍ତେ ତେବେ କେହି ଆପତ୍ତି କରି ନଥାନ୍ତେ । କିନ୍ତୁ ସରକାର ଗ୍ରାମ ପଞ୍ଚାୟତ ଆଇନ ଏବଂ ମ୍ୟୁନିସିପାଲ ଆଇନକୁ ଉଲଂଘନ କରି ଘୋଷଣା କରିଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବେଆଇନ ଏବଂ ଅସାମ୍ବିଧାନିକ ଭାବରେ ଏଭଳି ଭାବେ ସରକାର ଘୋଷଣା କରିବା ଦ୍ବାରା ଲୋକଙ୍କ ଆଇ ୱାସ କରାଯାଉଛି । ଲୋକଙ୍କୁ ଭକୁଆ କରିବା ପାଇଁ ସରକାର ଏଭଳି ତରବରିଆ ଭାବେ ଘୋଷଣା କରିଛନ୍ତି । ସରକାରଙ୍କ ଏହି ନିଷ୍ପତିକୁ ନିନ୍ଦା କରୁଛି ବିଜେପି । ଏ ବାବଦରେ ନିର୍ବାଚନ କମିଶନଙ୍କୁ ଅବଗତ କରାଇବ ଦଳ । ନ୍ୟାୟିକ ଲଢେଇ ଲଢିବ ।

ସୂଚନାଯୋଗ୍ୟ ଯେ ଗତ ଦୁଇ ଦିନ ତଳେ ରାଜ୍ୟ ସରକାର ରାଜ୍ୟର 20 ଜିଲ୍ଲା ପାଇଁ 34ଟି ନୂଆ ଏନଏସି ଘୋଷଣା କରିଥିଲେ। ଗତକାଲି ପୁଣି ଥରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରକୁ ଏନଏସି ଘୋଷଣା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.