ETV Bharat / state

ବଦଳିଛି ସରକାର, ପଡିବ କି ଚାଲିଥିବା ଶିଳ୍ପ ଉପରେ ପ୍ରଭାବ ? - Future of industry in Odisha

author img

By ETV Bharat Odisha Team

Published : Jun 11, 2024, 4:33 PM IST

Future of Industries in Odisha: ଓଡ଼ିଶାରେ ବଦଳିଛି ସରକାର । ଚାଲିଥିବା ଶିଳ୍ପ ଉପରେ ପଡ଼ିବ କି ପ୍ରଭାବ ? ଶୁଣନ୍ତୁ କଣ କହିଲେ ବରିଷ୍ଠ ସାମ୍ବାଦିକ

Senior Journalist Akshay Sahoo
Senior Journalist Akshay Sahoo (ETV Bharat Odisha)

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ସରକାର ବିଗତ କିଛି ବର୍ଷ ମଧ୍ୟରେ ଅନେକ ଶିଳ୍ପାନୁଷ୍ଠାନ ସହ ଚୁକ୍ତି ସ୍ବାକ୍ଷର କରିଛନ୍ତି । ସେହିପରି ଉଚ୍ଚସ୍ତରୀୟ କମିଟି ଓ ସିଙ୍ଗିଲ ୱିଣ୍ଡୋ କମିଟିରେ ଅନେକ ଶିଳ୍ପ ମଞ୍ଜୁରୀ ମିଳିଛି । ମେକ୍‌ ଇନ୍‌ ଓଡ଼ିଶା ଜରିଆରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଲାଗି ଆବେଦନ ଆସିଥିବା ବିଜେଡି ସରକାର ପକ୍ଷରୁ କୁହାଯାଇଥିଲା । ଏହାରି ଭିତରେ ବଦଳିଛି ବିଜେଡି ସରକାର । ବିଜେପି ସରକାର ଶପଥ ନେବାକୁ ଯାଉଛି । ରାଜ୍ୟରେ ଚାଲିଥିବା ଶିଳ୍ପ ପ୍ରତିଷ୍ଠା ଓ ଚୁକ୍ତି ହୋଇଥିବା ଶିଳ୍ପର ଭାଗ୍ୟକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି ।

Future of industry in Odisha (ETV Bharat Odisha)

ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ବରେ ଓଡ଼ିଶା ସରକାରଙ୍କ ଏକ ପ୍ରତିନିଧି ଦଳ ଜାପାନ ଗସ୍ତ କରିଥିଲେ । ଜାପାନରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନର ମୁଖ୍ୟଙ୍କ ସହ ଏହି ଟିମ ଆଲୋଚନା କରିଥିଲେ । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଲାଗି ଆହ୍ବାନ କରିଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟରେ ମେକ ଇନ ଓଡ଼ିଶା ଆୟୋଜିତ ହୋଇଥିଲା । ଓଡ଼ିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ । କଲ୍ୟାଣି ଷ୍ଟିଲ ସହ ରାଜ୍ୟ ସରକାର କରିଥିଲେ ଚୁକ୍ତି । ସେହିପରି କଟକରେ ପ୍ରସ୍ତୁତ ହେବ ଇଭି ଓ ବ୍ୟାଟେରୀ । ଏଥିପାଇଁ ରାଜ୍ୟ ସରକାର ଓ ଜେଏସଡବ୍ଲୁ ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଥିଲା ।

ରାୟଗଡ଼ାରେ ଆଲୁମିନା ରିଫାଇନାରି ପ୍ଲାଣ୍ଟ ପାଇଁ ଓଏମସି ଓ ହିଣ୍ଡାଲ୍କୋ ମଧ୍ୟରେ ଚୁକ୍ତି ହୋଇଛି । ଏମିତି ଅନେକ ପ୍ରକଳ୍ପ ଲାଗି ଚୁକ୍ତି ସ୍ବାକ୍ଷର ହୋଇଛି । ହେଲେ ଏହି ଶିଳ୍ପ ପ୍ରତିଷ୍ଠା ହେବ ନା ନାହିଁ । ଶିଳ୍ପ ପ୍ରତିଷ୍ଠା ଲାଗି ବିଭିନ୍ନ ପ୍ରକ୍ରିୟା ଆଗକୁ ବଢିଛି ନା ନାହିଁ । ତାହା ନେଇ ଅନେକ ଆଶଙ୍କା ସୃଷ୍ଟି ହୋଇଛି ।

ଏହା ବି ପଢନ୍ତୁ- ଘୋଷଣା ହୋଇନି ମୁଖ୍ୟମନ୍ତ୍ରୀ ଚେହେରା, ଚର୍ଚ୍ଚାରେ ମନ୍ତ୍ରିମଣ୍ତଳରେ କିଏ ପାଇବ ସ୍ଥାନ

ଏ ନେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, "ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଲାଗି ସରକାର ଅନେକ ଶିଳ୍ପ ଅନୁଷ୍ଠାନ ସହ ଚୁକ୍ତି ସ୍ବାକ୍ଷର କରନ୍ତି । କିନ୍ତୁ ରୂପାୟନ ବହୁତ କମ ରହିଥାଏ । ଅନେକ ସମୟରେ ଚୁକ୍ତି ସ୍ବାକ୍ଷର ହୁଏ । କିନ୍ତୁ ଶିଳ୍ପ ପ୍ରତିଷ୍ଠା ପ୍ରକ୍ରିୟା ଆଗକୁ ବଢେ ନାହିଁ । ମେମୋରେଣ୍ଡମ ଅଫ ଏଗ୍ରିମେଣ୍ଟରୁ କାର୍ଯ୍ୟ ଅଟକିଯାଏ । ଯେଉଁ ଶିଳ୍ପ ଅନୁଷ୍ଠାନ ପୁଞ୍ଜି ନିବେଶ ଲାଗି ଆସୁଛନ୍ତି, ତାଙ୍କୁ ସହଯୋଗ ମିଳୁନାହିଁ । ସରକାରଙ୍କ ପକ୍ଷରୁ ଅଧିକାରୀମାନେ ଏହି ସହଯୋଗ ମିଳିନାହିଁ । ତେଣୁ ସେମାନେ ପଳାଉଛନ୍ତି । ଚୁକ୍ତି ତା' ଜାଗାରେ ରହିଯାଉଛି । ଶେଷରେ ଏହା ବାତିଲ ହୋଇଯାଉଛି । କାର୍ଯ୍ୟକ୍ଷମ ହୋଇପାରୁନାହିଁ । ପୋସ୍କୋ ଭଳି ପ୍ରକଳ୍ପ ଓଡିଶାରୁ ପଳେଇଛନ୍ତି ।"

ନିର୍ବାଚନ ପୂର୍ବରୁ କିଛି ବଡ଼ ପୁଞ୍ଜିପତିଙ୍କୁ ଡାକି ଆଣି ଅନେକ ଘୋଷଣା ହୋଇଛି । ଏଇଠି, ସେଇଠି ଅନେକ ପ୍ରକଳ୍ପ ଲାଗି ଘୋଷଣା କରାଯାଇଛି । ପ୍ରକୃତରେ ଶିଳ୍ପ ହେଲା କି ନହେଲା ଲୋକେ ଜାଣିପାରନ୍ତି ନାହିଁ । ଅନେକ ଶିଳ୍ପ ପ୍ରକଳ୍ପ ହୁଏନାହିଁ ମଧ୍ୟ । ଘୋଷଣା ହୋଇଥିବା ଅନେକ ପ୍ରକଳ୍ପ ବିଭିନ୍ନ କାରଣରୁ ହୋଇପାରିବ ନାହିଁ । କିନ୍ତୁ ନବୀନଙ୍କ ନେତୃତ୍ବରେ ବିଜେଡି ସରକାର ସ୍ପଷ୍ଟ ଭାବେ କୁହନ୍ତି ନାହିଁ । ନୂଆ ସରକାର ରାଜ୍ୟର ଶିଳ୍ପ ବାବଦରେ ସତ କଥା ଲୋକଙ୍କୁ ଜଣେଇବା ଦରକାର । ଯେଉଁ ପ୍ରକଳ୍ପ ସମ୍ଭବ ସେହି ପ୍ରକଳ୍ପ କରିବାର ଆବଶ୍ୟକତା ରହିଛି । ଏହା ସହ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦରକାର ।

ରାଜ୍ୟରେ ଚାଲିଥିବା ପ୍ରକଳ୍ପ ଉପରେ ସେମିତି କୌଣସି ପ୍ରଭାବ ପଡିବ ନାହିଁ । ଆଶା ରହିଛି ଏହା ଭଲ ଭାବରେ ଚାଲିବ । କାରଣ ନରେନ୍ଦ୍ର ମୋଦି ସରକାର କୃଷି ପରି ଶିଳ୍ପ କ୍ଷେତ୍ରକୁ ଗୁରୁତ୍ବ ଦିଅନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦି ଏହାକୁ ଘୋଷଣା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.