ETV Bharat / state

ରାଜ୍ୟରେ ସରକାର ଗଢିବ ବିଜେପି, ପୁରୁଣା ଯୋଜନାକୁ ନେଇ ଦ୍ବନ୍ଦ୍ବରେ ଲୋକେ - People Worried About Old Government schemes

author img

By ETV Bharat Odisha Team

Published : Jun 8, 2024, 5:00 PM IST

People Worried About Old Government Schemes: ରାଜ୍ୟରେ ନୂଆ ସରକାର ଗଠନ କରିବାକୁ ଯାଉଛି ବିଜେପି । ପୁରୁଣା ସରକାର ଲାଗୁ କରିଥିବା ଯୋଜାନକୁ ନେଇ ଦ୍ବନ୍ଦ୍ବରେ ଲୋକେ । ଅଧିକ ପଢନ୍ତୁ

PEOPLE WORRIED ABOUT OLD GOVERNMENT SCHEMES
PEOPLE WORRIED ABOUT OLD GOVERNMENT SCHEMES (ETV BHARAT ODISHA)

ବଲାଙ୍ଗୀର: ରାଜ୍ୟରେ ନିର୍ବାଚନ ଫଳାଫଳ ଆସିବା ପରେ ବଦଳିଛି ସରକାର । ବିଜେଡି ଦୁର୍ଗକୁ ଭାଙ୍ଗି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ବିଜେପି । ସରକାର ପରିବର୍ତ୍ତନ ହୋଇଥିବା ବେଳେ ପୁରୁଣା ଲୋକାଭିମୁଖୀ ଯୋଜନାକୁ ନେଇ ଏବେ ଦ୍ବନ୍ଦରେ ଲୋକେ । ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା ଯୋଜନା ବନ୍ଦ ହେବ ନି ତ ? ଆଗ ପରି ମିଳିବ ତ ସୁବିଧା ? ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ । ବଲାଙ୍ଗୀରର କିଛି ହିତାଧିକାରୀ ବୁଦ୍ଧିଜୀବୀ ଓ ନେତା ଏହାକୁ ନେଇ ନିଜ ମତ ରଖିଛନ୍ତି ।

ଓଡ଼ିଶାର ପୂର୍ବ ବିଜେଡି ସରକାର ଦ୍ବାରା ଚାଲିଥିବା ଏକାଧିକ ଯୋଜନାର ଭବିଷ୍ୟତକୁ ନେଇ ଚିନ୍ତାରେ ଲୋକେ । ଯେଉଁଥିରେ ବିଶେଷ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ବସ ଯୋଜନା, ମମତା ଯୋଜନା, ଆହାର ଯୋଜନା ଓ ମିଶନ ଶକ୍ତି ଯୋଜନା ବେଶ ସଫଳ ହୋଇଥିଲା । କୋଟି କୋଟି ହିତାଧିକାରୀ ଏଥିରେ ଲାଭ ପାଉଥିଲେ । ମମତା ଯୋଜନାରେ ମହିଳା ଗର୍ଭ ରହିବା ଦିନଠାରୁ ଶିଶୁ ଜନ୍ମ ହେବା ପରେ ମଧ୍ୟ ଆର୍ଥିକ ଓ ଅନ୍ୟାନ୍ୟ ସାହାଯ୍ୟ ପାଉ ଥିଲେ । ସେହିପରି ଲକ୍ଷ୍ମୀ ବସ ଦ୍ଵାରା ମାତ୍ର ପାଞ୍ଚ ଟଙ୍କାରେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାର ସୁବିଧା ମିଳୁଥିଲା ।

ସମାନ ଭାବରେ ମିଶନ ଶକ୍ତି ଦ୍ଵାରା ଲକ୍ଷାଧିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଉପକୃତ ହୋଇ ମହିଳା ନିଜ ଗୋଡ଼ରେ ଛିଡ଼ା ହେବାର ସୁଯୋଗ ପାଇଥିଲେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡରେ ଲୋକେ ରାଜ୍ୟ ଓ ରାଜ୍ୟ ବାହାରେ ଚିକିତ୍ସା ସୁବିଧା ପାଇ ଅନେକ ରୋଗୀ ଉପକୃତ ହୋଇଥିଲେ । 5 ଟଙ୍କିଆ ଆହାର ଯୋଜନାରେ ଲୋକେ ସବୁ ସହର ମଧ୍ୟରେ ସୁବିଧାରେ ଦୁଇ ମୁଠା ଖାଇବାକୁ ପାଉଥିଲେ । ଏସବୁ ଯୋଜନା ଆଗକୁ କଣ ହେବ ତାକୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି ଲୋକେ । କାରଣ ବିଜେଡି ହାରିବା ପରଠୁ ବଲାଙ୍ଗୀରରେ ଲକ୍ଷ୍ମୀ ବସ ସେବା ବନ୍ଦ ହୋଇଛି । ସେହିପରି ଆଗକୁ ଆହାର ଯୋଜନା ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହ ଅନ୍ୟ ଯୋଜନା ମାନ ମଧ୍ୟ ବନ୍ଦ ହେବ ବୋଲି ଲୋକେ ଆଶଙ୍କା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ବଦଳିଲା ସରକାର: ପୁରୁଣା ଯୋଜନାର ଭବିଷ୍ୟତ କଣ ? ଆଶଙ୍କାରେ ଲୋକେ - People Worried About Old Government Plans

ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ ଏସବୁ ଯୋଜନା ଦ୍ବାରା କୋଟି କୋଟି ଲୋକ ଉପକୃତ ହେଉଥିଲେ । ଆଗକୁ ଯଦି ଏସବୁ ଯୋଜନା ବନ୍ଦ ହୁଏ ତେବେ ଲୋକେ ହଇରାଣ ହେବେ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି । ସେହିପରି ଏ ସବୁ ଜନ କଲ୍ୟାଣ ଯୋଜନା ନୂଆ ସରକାର ବନ୍ଦ କରନ୍ତୁ ନାହିଁ ବୋଲି ଦାବି ହୋଇଛି । ସେହିପରି ପୂର୍ବ ସରକାର ଭଳି ଏହି ସରକାର ମଧ୍ୟ ନୂଆ ଜନ କଲ୍ୟାଣ ଯୋଜନା ଆଣନ୍ତୁ ବୋଲି ଦାବି ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.