ETV Bharat / state

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଖୁବଶୀଘ୍ର ନୂଆ ମଦ ନୀତି, ବେଆଇନ ମଦ କାରବାରରେ ଲାଗିବ ରୋକ୍, ବନ୍ଦ ହେବ ଡ୍ୟାନ୍ସ ବାର - New Excise Policy Of Odisha

author img

By ETV Bharat Odisha Team

Published : Aug 23, 2024, 2:31 PM IST

Updated : Aug 24, 2024, 7:11 AM IST

Odisha New Excise Policy Very Soon: ରାଜ୍ୟରେ ଖୁବଶୀଘ୍ର ଆସିବ ନୂଆ ଏକ୍ସାଇଜ ପଲିସି । ବେଆଇନ ମଦ କାରବାର ଉପରେ ଲାଗିବ ରୋକ । ବନ୍ଦ ହେବ ଡ୍ୟାନ୍ସ ବାର । ଖୁବଶୀଘ୍ର ଅରମ୍ଭ ହେବ ନିଶା ନିବାରଣ ଅଭିଯାନ । ଅଧିକ ପଢନ୍ତୁ

New excise Policy
New excise Policy (Etv Bharat Odisha)

ଭୁବନେଶ୍ବର: ରାଜ୍ୟରେ ଖୁବ ଶୀଘ୍ର ଆସିବ ନୂଆ ଏକସାଇଜ୍ ପଲିସି ବା ନୂଆ ମଦ ନୀତି । ଆଜି ବିଧାନସଭାରେ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗଞ୍ଜାମ ଜିଲ୍ଲା ଚିକିଟି ବିଷାକ୍ତ ମଦ ପିଇ ୨ ଜଣଙ୍କର ମୃତ୍ୟୁ ଘଟଣା ପରେ, ବିଧାନସଭାରେ ତୁମ୍ବି ତୁଫାନ କରିଛନ୍ତି ବିରୋଧୀ ବିଜେଡି ଏବଂ କଂଗ୍ରେସ । ବିରୋଧୀଙ୍କ ହଙ୍ଗାମା ଓ ହଟ୍ଟଗୋଳ ପରେ, ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ମଦ କାରବାର ଏବଂ ଡ୍ୟାନ୍ସ ବାରକୁ ନେଇ ଗ୍ରହଣ କରିଛନ୍ତି ବଡ଼ ପଦକ୍ଷେପ ।

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି (ETV Bharat Odisha)
ବେଆଇନ ମଦ କାରବାର ଉପରେ ଲାଗିବ ରୋକ: ବିଧାନସଭା ଉତ୍ତର ରଖି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି , " ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର । ବେଆଇନ ମଦ କାରବାର ଉପରେ ଲାଗିବ ରୋକ । ଖୁବଶୀଘ୍ର ଆରମ୍ଭ ହେବ ନିଶା ନିବାରଣ ଅଭିଯାନ । ସ୍କୁଲ ଓ କଲେଜଠାରୁ ନିର୍ଦ୍ଦିଷ୍ଟ ଦୂରତାରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ । ଚୋରା ମଦ ବିକ୍ରି କରୁଥିବା ବ୍ୟକ୍ତି ହେଉଛନ୍ତି ଅପରାଧୀ। ସେମାନେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବୋଲି ପ୍ରମାଣ ଅଛି । ଆମେ ପ୍ରତିଶ୍ରୁତି ଦେଇଛୁ, ବେଆଇନ ମଦ କାରବାର ସମ୍ପୂର୍ଣ ବନ୍ଦ ହେବ ।"ନିଶା ନିବାରଣ ସଚେତନତା ଆରମ୍ଭ ହେବ: ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିଶା ନିବାରଣର ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ସେ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ । ଠୋସ ପଦକ୍ଷେପ ନେବା ପ୍ରକ୍ରିୟା ଆରମ୍ଭ କରିଛୁ । ଗଂଜାମ ଘଟଣାର ପୁନରବୃତ୍ତି ନହେଉ ସେ ନେଇ ଆମେ ସଜାଗ ରହିବୁ ।ଏହା ସହ ଏହାକୁ ଗୁରୁତ୍ୱ ଦେବା ଆରମ୍ଭ କରିଛୁ । ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି, " ଅବକାରୀ ପଲିସି କଥା ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହୁଥିଲେ ଏବଂ ରାଜନୈତିକ କଥା ଉଠାଉଥିଲେ । ପୂର୍ବତନ ସରକାର ସମୟରେ ଯାହା ହୋଇଥିଲା ପାପ ଧୋଇଲା କାର୍ଯ୍ୟ ଏବେ ଆରମ୍ଭ ହୋଇଛି । ସ୍କୁଲ, ମଠ ଓ ମନ୍ଦିର ସମ୍ମୁଖରେ ମଦ ଦୋଳନ ଖୋଲିବା ପାଇଁ ନିୟମ ଅଣଦେଖା କରିଥିଲେ ତତ୍କାଳୀନ ସରକାର । ବେଆଇନ ମଦକୁ ପ୍ରଶୟ ଦେବାରେ ଯେଉଁ ଭୂମିକା ବିଜେଡି ସରକାର ନେଇଥିଲେ ତାକୁ ଆମେ ଭାଙ୍ଗିବୁ । ଭିସେରା ଆସିଲା ପରେ ସ୍ପଷ୍ଟ ହେବ। ନୂଆ ଏକସାଇଜ ପଲିସି ଖୁବଶୀଘ୍ର ଆସିବ "ବେଆଇନ ମଦ କାରବାର ବନ୍ଦ କରିବି: ବିଜେଡି ବିଧାୟକଙ୍କ କଥା ଉଠାଇ ସେ କହିଛନ୍ତି ଯେ, ଏହି ବିଭାଗର କଥା କହୁଥିଲେ ବିଜେଡି ସଦସ୍ୟ । ମୁଖ୍ୟମନ୍ତ୍ରୀ ମୋତେ ଏ ବିଭାଗର ଦାଇତ୍ୱ ଦେଇଛନ୍ତି । ମୁଁ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି । ବେଆଇନ ମଦ କାରବାର ବନ୍ଦ କରିବି । ବର୍ତ୍ତମାନ ସୁଦ୍ଧା 267 ଗିରଫ ହୋଇଛନ୍ତି ଏବଂ42 ଜଣଙ୍କୁ ନୋଟିସ କରାଯାଇଛି। ପୂର୍ବ ସରକାର ଅତୀତରେ ଯେଉଁ ପଦକ୍ଷେପ ନେଇଛନ୍ତି ବୋଲି କହୁଥିଲେ ,ଆଜି ପର୍ଯ୍ୟନ୍ତ ବେହେରା ଏବଂ ନାଇଡୁ କମିଶନ ରିପୋର୍ଟ ସାର୍ବଜନୀନ କରାଯାଇନାହିଁ। ଓଡିଶା ପ୍ରଦେଶରେ ଡ୍ୟାନ୍ସ ବାରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 24, 2024, 7:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.