ETV Bharat / state

ନେତାଜୀଙ୍କ ନିଖୋଜ ନେଇ ପୁଣି ପ୍ରଶ୍ନ କଲେ ପରିବାର, ରହସ୍ୟ ଉନ୍ମୋଚନ କରିବାକୁ ନିବେଦନ

author img

By ETV Bharat Odisha Team

Published : Jan 23, 2024, 9:44 PM IST

Netaji Jayanti: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀରେ ପୁଣି ଉଠିଲା ନେତାଜୀଙ୍କ ନିଖୋଜ ରହସ୍ୟ । ନେତାଜୀଙ୍କ ପରିବାର ଲୋକେ ଆଜି ନେତାଜୀଙ୍କୁ ଶ୍ରଦ୍ଧାଞଳି ଦେବା ସହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନେତାଜୀଙ୍କ ନିଖୋଜ ରହସ୍ୟ ଉନ୍ମୋଚନ ପାଇଁ ପୁଣିଥରେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି । ଅଧିକ ପଢ଼ନ୍ତୁ

ନେତାଜୀଙ୍କ ନିଖୋଜ ନେଇ ପୁଣି ପ୍ରଶ୍ନ କଲେ ପରିବାର

କଟକ: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ଜୟନ୍ତୀରେ ପୁଣି ଉଠିଲା ନେତାଜୀଙ୍କ ଅନ୍ତର୍ଦ୍ଧାନ ରହସ୍ୟ । ନେତାଜୀଙ୍କ ପରିବାର ଲୋକେ ଆଜି କଟକରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ପହଞ୍ଚି ନେତାଜୀଙ୍କୁ ଶ୍ରଦ୍ଧାଞଳି ଦେବା ସହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନେତାଜୀଙ୍କ ନିଖୋଜ ରହସ୍ୟ ଉନ୍ମୋଚନ ପାଇଁ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ନେତାଜୀ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କଥାରେ ଆଦୌ ସତ୍ୟତା ନାହିଁ । ସେପଟେ ଆଜି କଟକରେ ନେତାଜୀଙ୍କ ଜନ୍ମସ୍ଥାନରେ ପର୍ଯ୍ୟଟନ ମନ୍ତ୍ରୀ ପହଞ୍ଚି ଜାତୀୟ ପତାକା ଉତ୍ତୋଳନ କରିବା ସହ ଜନ୍ମସ୍ଥଳୀକୁ ନୂଆ ରୂପ ଦେବା କାମ ଖୁବଶୀଘ୍ର ସରିବ ବୋଲି ସ୍ପଷ୍ଟ କରିଛନ୍ତି ।

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଜୟନ୍ତୀ ପାଇଁ ଉତ୍ସବମୁଖର କଟକର ଜାନକୀନାଥ ଭବନ । କଟକ ଓଡିଆ ବଜାରର ଏହି ପୁଣ୍ୟତମ ଭବନରେ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମହାନ ସ୍ବତନ୍ତ୍ରତା ସେନାନୀ ସୁଭାଷ ଚନ୍ଦ୍ର ବୋଷ । ଆଜି ତାଙ୍କର ୧୨୭ ତମ ଜୟନ୍ତୀରେ ପୁଣି ନେତାଜୀ ନିଖୋଜ ରହସ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନେତାଜୀଙ୍କ ପରିବାର । ନେତାଜୀଙ୍କ ବଡ ଭାଇଙ୍କ ନାତି ଚିତ୍ରପ୍ରିୟ ବୋଷ ଆଜି ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ପହଞ୍ଚି ଶ୍ରଦ୍ଧାଞଳି ଅର୍ପଣ କରିବା ସହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନେତାଜୀଙ୍କ ନିଖୋଜ ରହସ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ନେତାଜୀଙ୍କ ନାତି କହିଛନ୍ତି, "ବିମାନ ଦୁର୍ଘଟଣାରେ ନେତାଜୀଙ୍କର ମୃତ୍ୟୁ ହୋଇଥିବା ଯୁକ୍ତିରେ କୌଣସି ସତ୍ୟତା ନାହିଁ ।" ତେଣୁ ପ୍ରଧାନମନ୍ତ୍ରୀ ନେତାଜୀ ନିଖୋଜ ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ଚେଷ୍ଟା କରିବାକୁ ପୁଣିଥରେ ନିବେଦନ କରିଛନ୍ତି ଚିତ୍ରପ୍ରିୟ ବୋଷ ।

ଏହା ମଧ୍ୟ ପଢ଼ନ୍ତୁ...ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ତ୍ରିରଙ୍ଗା ଯାତ୍ରା

ନେତାଜୀ ଜୟନ୍ତୀ ଅବସରରେ ଆଜି ସକାଳୁ କଟକ ତଥା ରାଜ୍ୟର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓଡିଆ ବଜାରରେ ଥିବା ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ନେତାଜୀ ଜନ୍ମସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଆଜିକୁ ପ୍ରାୟ ଶହେ ବର୍ଷ ତଳେ କଟକର ଏହି ସ୍ଥାନରୁ ଜଣେ ଯୁବକ ବାହାରି ବ୍ରିଟିଶ ଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିବା ଓ ସେଥିରେ ଅନେକାଂଶରେ ସଫଳ ହେବା ଏ ମାଟିର "ବୀରତ୍ବର ଗାଥାକୁ ପ୍ରମାଣିତ କରେ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ମେୟର ସୁବାସ ସିଂହ କହିଛନ୍ତି, "ନେତାଜୀ ସଂଗ୍ରହାଳୟକୁ ଆକୃଷ୍ଟ କରିବା ପାଇଁ ୩୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏହାର କାର୍ଯ୍ୟ ଚାଲିଛି । ଆସନ୍ତା ମାର୍ଚ୍ଚ ୩୦ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ।"

ପ୍ରତ୍ୟକ ବର୍ଷ ଏହି ଦିନରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ପତାକା ଉତ୍ତୋଳନ କରିଥାନ୍ତି । ମାତ୍ର ଚଳିତବର୍ଷ ମୁଖ୍ୟମନ୍ତ୍ରୀ ଯୋଗ ଦେଇନଥିଲେ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ନେତାଜୀ ଜନ୍ମସ୍ଥାନ ସଂଗ୍ରାହଳୟ, ପୁରୁଣା ଜେଲ ଓ ଗଙ୍ଗା ମନ୍ଦିର ପୋଖରୀକୁ ମିଶାଇ ଚାଲିଥିବା ପ୍ରକଳ୍ପ କାମ ଖୁବଶୀଘ୍ର ଶେଷ କରି ଏହି ସ୍ଥାନକୁ ଏକ ବଡ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରୟାସ ଚଳାଇଛନ୍ତି ବୋଲି ମେୟର ସୁବାସ ସିଂ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.