ETV Bharat / state

ପ୍ରତିଶୋଧ ନେଲା ଦାଦା, ଅପହରଣ ପରେ ପୁତୁରାକୁ ହତ୍ୟା - titlagarh murder case - TITLAGARH MURDER CASE

TITLAGARH MURDER CASE: ରକ୍ତମୁଖା ହେଲା ସମ୍ପର୍କୀୟ ଦାଦା । ଗଞ୍ଜେଇ କାରବାର ପ୍ରଘଟ ହେବା ପରେ ପ୍ରତିଶୋଧ ନେଲା ଦାଦା । ନାବାଳକ ପୁତୁରାକୁ ଅପହରଣ ପରେ ହତ୍ୟା କଲା ଦାଦା । ଅଧିକ ପଢନ୍ତୁ

ପ୍ରତିଶୋଧ ନେଲା ଦାଦା ,ଅପହରଣ ପରେ ପୁତୁରାକୁ ହତ୍ୟା

author img

By ETV Bharat Odisha Team

Published : Apr 20, 2024, 5:23 PM IST

ପ୍ରତିଶୋଧ ନେଲା ଦାଦା ,ଅପହରଣ ପରେ ପୁତୁରାକୁ ହତ୍ୟା

ବଲାଙ୍ଗୀର: ଟଙ୍କା ପାଇଁ ପୁତୁରାକୁ ପ୍ରଥମେ ଅପହରଣ ପରେ ହତ୍ୟା କଲା ଦାଦା । ଅଭିଯୁକ୍ତ ଦାଦାକୁ ଗିରଫ କଲା ପୋଲିସ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ ବେଲପଡ଼ା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏହି ଗ୍ରାମର କାମନିଧି ବାଗ୍ ଗତ 14 ତାରିଖରେ ତାଙ୍କ ନାବାଳକ ପୁଅ ରେହାନ ବାଗ୍ ନିଖୋଜ ଥିବାର ଟିଟିଲାଗଡ ଥାନାରେ ଅଭିଯୋଗ କରିଥିଲେ । ଅପହରଣକାରୀ ଅଢେଇ ଲକ୍ଷ ଟଙ୍କା ଦେଲେ ତାକୁ ଛାଡିବ ବୋଲି ଦେଇଥିବା ଦୁଇଟି ଚିଠି ମଧ୍ୟ ପୋଲିସକୁ ଦେଇଥିଲେ ।

ପୋଲିସ ଏହି ମାମଲାକୁ ଗୁରୁତର ସହ ନେଇ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରିଥିଲା । ସେହି ଗାଁର ରୋହନ୍ ବାଗ୍ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲା । ତେବେ ପୋଲିସ ତଦନ୍ତ ସମୟରେ ସେ ହିଁ ହତ୍ୟାକାରୀ ବୋଲି ଜାଣିବାକୁ ପାଇଥିଲା । ସେହିପରି ଅଭିଯୁକ୍ତ ନିଜେ ପୋଲିସ ଆଗରେ ଏସବୁ ଘଟଣା ଘଟାଇଥିବାର ସ୍ବୀକାର କରିଥିଲା । ପୋଲିସ ଆଜି(ଶନିବାର) ଦିନ ତାକୁ ନେଇ ଘଟଣାସ୍ଥଳରେ ସିନ ରିକ୍ରିଏସନ କରିବା ସହ ଗିରଫ କରିଥିଲା । ମୃତ ନାବାଳକ ରେହାନ ବାଗାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ବ୍ୟକ୍ତି ସମ୍ପୃକ୍ତ ନାବାଳକର ରେହାନ୍ ବାଗଙ୍କ ସମ୍ପର୍କୀୟ ଦାଦା ଅଟେ ।

ସେ ଗଞ୍ଜେଇ କାରବାରରେ ଲିପ୍ତ ଥିବାବେଳେ ତାଙ୍କ ପୁଅ କୌଣସି ପ୍ରକାରରେ ତାହା ଜାଣି ପାରିଥିଲା । ପରେ ଗଞ୍ଜେଇ କାରବାର କଥା ପ୍ରଘଟ ହେବା ସହ ତାର କିଛି ଗଞ୍ଜେଇ ପୋଲିସ୍ ଜବତ କରିଥିଲା ବୋଲି ସମ୍ପୃକ୍ତ ଦାଦା ରୋହନ ବାଗ ସନ୍ଦେହ କରିଥିଲା । ଗତ 14 ତାରିଖରେ ରେହାନ ଘରୁ ଶୌଚ୍ଚ ପାଇଁ ଯାଇ ସେଠୁ ନିଖୋଜ ହୋଇଥିଲା । ଏହାରି ମଧ୍ୟରେ ଅପହରଣକାରୀ ତାଙ୍କୁ ଦୁଇଟି ଚିଠି ଦେଇଥିଲା । ଯେଉଁଥିରେ ଅଢେଇ ଲକ୍ଷ ଟଙ୍କା ନ ଦେଲେ ତାକୁ ହତ୍ୟା କରିବା ବୋଲି ଉଲ୍ଲେଖ ଥିଲା ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....କେନ୍ଦ୍ରାପଡାରେ ଜଘନ୍ୟ ହତ୍ୟାକାଣ୍ଡ, ଛୁରୀ ଭୁସି ଯୁବକଙ୍କୁ ହତ୍ୟା - Kendrapara Crime

ସେହିପରି ଟିଟିଲାଗଡ ପୋଲିସ୍ ଏସଡିପିଓ ଅଙ୍କିତା କୁମ୍ଭାର କହିଛନ୍ତି ଯେ, 14 ତାରିଖ ଏହାର ଅଭିଯୋଗ ଆସିଥିଲା । ଟିଟିଲାଗଡ ଥାନାରେ 166ରେ ଆଇପିସି 363ରେ ମାମଲାରେ ରୁଜୁ ହୋଇଥିଲା । ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ଵତନ୍ତ୍ର ପୋଲିସ୍ ଟିମ୍ ଏହାର ତଦନ୍ତ କରିଥିବାବେଳେ ଗାଁର ରୋହନ ବାଗକୁ ଅଟକ ରଖି ଅଧିକ ତଦନ୍ତ ଜାରି ରହିଥିଲା । ତେବେ ହାତ ଲେଖା ବିଶେଷଜ୍ଞ ଓ ଆଇଟି ତଥା ସାଇଣ୍ଟିଫିକ ତଥ୍ୟ ସାହାଯ୍ୟରେ ଏହି ଅପହରଣ ଓ ହତ୍ୟାକଣ୍ଡର ପର୍ଦ୍ଦାଫାସ ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.