ETV Bharat / state

କଟକରେ ପ୍ରଚଣ୍ଡ ରୌଦ୍ରତାପ, ଜଳଛତ୍ର ନାଁରେ ସିଏମସି ପ୍ରହସନ - negligence in water distribution

JALA CHATRA PROBLEM: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ୁଥିବାରୁ ଅଂଶୁଘାତ ଭଳି ସ୍ଥିତି ଉପୁଜିଛି । ରୁଦ୍ରତାପକୁ ଦୃଷ୍ଟିରେ ରଖି କଟକ ସହରରେ ଖୋଲାଯାଇଥିବା ଜଳଛତ୍ର ଗୁଡିକରେ ବ୍ୟାପକ ଅବହେଳା ଦେଖିବାକୁ ମିଳିଛି । କେଉଁଠାରେ ପାଣି ଦେବାକୁ କର୍ମଚାରୀ ନଥିବାବେଳେ ଅନ୍ୟ କେଉଁଠାରେ ଜଳଛତ୍ର ନାଁରେ ଗଡ଼ୁଛି ଫମ୍ପା ମାଠିଆ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 19, 2024, 9:59 PM IST

କଟକରେ ପ୍ରଚଣ୍ଡ ରୁଦ୍ରତାପ, ଜଳଛତ୍ର ନାଁରେ ସିଏମସି ପ୍ରହସନ

କଟକ: ପ୍ରଚଣ୍ଡ ତାତିରେ କଲବଲ୍ ହେଉଛନ୍ତି କଟକ ସହରବାସୀ । ଆକାଶରୁ ନିଆଁ ବୃଷ୍ଟି ହେଲାଭଳି ଅବସ୍ଥା । ଦିନ 10 ଟା ପରେ ଘରୁ ବାହାରିବା ମୁସ୍କିଲ । ଏଭଳି ସ୍ଥିତିରେ ପଥଚାରୀଙ୍କ ପାଇଁ ସହରରେ 10ଟି ସ୍ଥାନରେ ଜଳଛତ୍ର ଖୋଲିଛି ସିଏମସି । ହେଲେ ଏହା କେତେ ଦୂର ସତ । ସିଏମସିର ଏହି ପ୍ରତିକ୍ରିୟାରେ କେତେ ରହିଛି ବାସ୍ତବତା । ତାହା ଏହି ଚିତ୍ର ହିଁ ବୟାନ କରୁଛି । ତେବେ ମିଛ କହୁଛି ସିଏମସି । ଜଳଛତ୍ର ନାଁରେ ଫମ୍ପା ମାଠିଆରେ ଚାଲିଛି ପ୍ରଚାର । କଟକରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହର ଜାରି ରହିଥିଲାବେଳେ ଜଳଛତ୍ର ସଂଖ୍ୟା ବଢିବା ଅପେକ୍ଷା ତାହା ସୀମିତ ହୋଇ ହୋଇ ଯାଉଛି ।

ବାଦାମବାଡ଼ିଠୁ ଆରମ୍ଭ କରି ଲିଙ୍ଗ ରୋଡ଼, ନେତାଜୀ ବସ ଟର୍ମିନାଲ ପୁରିଘାଟ, ଦୋଳମୁଣ୍ଡେଇ ଆଦି ଜନ ଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ କାଁ ଭାଁ ରହିଛି ଜଳଛତ୍ର । ଆଉ ସ୍ଥାନେ ସ୍ଥାନେ ପୁଣି ପଡି ରହିଛି ଫମ୍ପା ମାଠିଆ । ଏପରି କି ଜଳଛତ୍ରରେ ପାଣି ଦେବାକୁ ମଧ୍ୟ କେହି ନାହାନ୍ତି । ସିଏମସି ପୋଷ୍ଟର ମାରି ତାହାର କରୁଛି ପ୍ରଚାର ଏପଟେ ବାଟୋଇଙ୍କ ଅବସ୍ଥାକୁ କିଏ ପଚାରେ । ଅସ୍ତବ୍ୟସ୍ତ ଜନଜୀବନ ମଧ୍ୟରେ ଘରୁ ବାହରିବା ମଧ୍ୟ କଷ୍ଟ ପଡ଼ିଲାଣି ।

ଗତ କିଛିଦିନ ଧରି କଟକରେ ତାପମାତ୍ରା 40 ଡିଗ୍ରୀ ଉପରେ ରହୁଥିବାରୁ ତତଲା କଡେଇରେ ସିଝିଗଲା ଭଳି ପରିସ୍ଥିତି ଉପୁଜିଛି । ଯାହାକୁ ନେଇ କଟକ ସହରରେ ଜଳ ପାଇଁ ଏକ ପ୍ରକାର ସ୍ଥିତି ସଙ୍ଗିନ ହୋଇପଡିଛି । ଯାହାକୁ ନେଇ ସିଏମସିକୁ ଟାର୍ଗେଟ କରିଛନ୍ତି କର୍ପୋରେଟର ଓ କଟକବାସୀ । ଅତି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତାପମାତ୍ରା ବଢ଼ୁଥିବାରୁ ଅଂଶୁଘାତ ଭଳି ସ୍ଥିତି ଉପୁଜିବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ ....ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ମୁକାବିଲା ପାଇଁ ପ୍ରସ୍ତୁତ ସିଏମସି, ଖୋଲୁଛି ଜଳଛତ୍ର - Heat Wave

ଏହାରି ଭିତରେ ସିଏମସିର ଏଭଳି ଯୋଜନା ଯାହା କେବଳ ପ୍ରଚାର ପ୍ରସାରରେ ସୀମିତ ହୋଇଛି । ଯାହାଦ୍ୱାରା ସିଧାସଳଖ ପ୍ରଭାବିତ ହେଉଛନ୍ତି ସାଧାରଣ ଜନତା । କଟକକୁ ପ୍ରତିଦିନ ହଜାର ହଜାର ଲୋକେ ଆସୁଛନ୍ତି । ଯଦି ଏପରି ବ୍ୟବସ୍ଥା କଟକ ମହାନଗର ନିଗମ କରୁଛି । ତାହା କେତେ ଗ୍ରହଣୀୟ ତାହା ଜଳଜଳ ହୋଇ ଦୃଷ୍ଟିଗୋଚର ହେଉଛି । ଅନ୍ୟପଟେ ଏହି ଦିଗରେ ପଦକ୍ଷେପ ନେବା ସହ ଅଧିକରୁ ଅଧିକ ଜଳଛତ୍ର ଖୋଲିବା ନେଇ କହିଥିଲେ ସିଏମସି କମିଶନର । କିନ୍ତୁ ବାସ୍ତବ ଚିତ୍ର ଓଲଟା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.