ETV Bharat / state

ପଶ୍ଚିମବଙ୍ଗରେ ଅଟକ ଶତାଧିକ ଓଡ଼ିଆ ଫେରିଲେ, ପୋଲିସ ଓ ପ୍ରଶାସନର ଉଦ୍ୟମରେ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ - DETAINED ODIA PEOPLE RETURNED

author img

By ETV Bharat Odisha Team

Published : Aug 13, 2024, 11:03 PM IST

Updated : Aug 14, 2024, 10:23 AM IST

Odia people detained in West Bengal Returned : ପଶ୍ଚିମବଙ୍ଗରେ ଅଟକ ରହିଥିବା ୧୫୫ ଜଣ ଓଡ଼ିଆ ଶେଷରେ ଫେରିଛନ୍ତି । ଓଡ଼ିଶା ପୋଲିସ ଏବଂ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟା ଫଳରେ, ଓଡ଼ିଶା ନାଗରିକମାନଙ୍କୁ ଉଦ୍ଧାର କରାଯାଇଛି । କଣ ଥିଲା ପୂରା ଘଟଣା, ସେମାନଙ୍କୁ କିଏ ଏବଂ କାହିଁକି ରଖିଥିଲେ ଅଟକ ଆସନ୍ତୁ ଜାଣିବା...

Odia people detained in West Bengal Returned
Odia people detained in West Bengal Returned (ETV Bharat Odisha)

ବାଲେଶ୍ବର: ପଶ୍ଚିମବଙ୍ଗରେ ଓଡ଼ିଆଙ୍କୁ ଅଟକ । ବାଲେଶ୍ବର ଏବଂ ମୟୂରଭଞ୍ଜରୁ ପ୍ରାୟ ୧୫୫ ଜଣ ଲୋକ ପଶ୍ଚିମବଙ୍ଗ ଅଞ୍ଚଳକୁ କବିରାଜି ଚିକିତ୍ସା ନେବାପାଇଁ ଯାଇଥିବା ବେଳେ ସେମାନଙ୍କୁ ଅଟକ ରଖି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଘଟଣା ଏବଂ ଓଡ଼ିିଶାରେ ବଙ୍ଗଳା ଭାଷାଭାଷୀ ଲୋକଙ୍କୁ ମାରପିଟ ଅଭିଯୋଗ ପରେ, ଓଡ଼ିଶାର ଶତାଧିକ ଲୋକଙ୍ପକୁ ପଶ୍ଚିମବଙ୍ଗରେ ଅଟକ ରଖାଯାଇଥିଲା । ଓଡ଼ିଶା ପୋଲିସ ଏବଂ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ କରିବା ସହ ସେମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣାଯାଇଛି ।

ପଶ୍ଚିମବଙ୍ଗରେ ଅଟକ ଶତାଧିକ ଓଡ଼ିଆ ଫେରିଲେ (ETV Bharat Odisha)

ଓଡ଼ିଶା ଫେରିଲେ ପଶ୍ଚିମବଙ୍ଗରେ ଅଟକ ଥିବା ଶତାଧିକ ଓଡ଼ିଆ:

ଓଡିଶା ଫେରିଲେ ପଶ୍ଚିମବଙ୍ଗ ରେ ଅଟକ ଥିବା 155 ଓଡିଆ । ଓଡ଼ିଶାରୁ ପଶ୍ଚିମବଙ୍ଗ ଅଞ୍ଚଳର ମେଦନାପୁର ପଞ୍ଚୁଖଡିକା ଅଞ୍ଚଳରେ ଜୈନିକ କବିରାଜଙ୍କ ପାଖକୁ ଏମାନେ ଯାଇଥିଲେ । ଏମାନେ ଓଡିଶାର ଲୋକ ଜାଣିପାରି ଗ୍ରାମବାସୀ ସ୍ଥାନୀୟ ବାସିନ୍ଦା ମାରଣାସ୍ତ୍ର ଧରି ସେମାନଙ୍କୁ ଅଟକ ରଖିଥିଲେ। ଏ ବାବଦରେ ଅଟକଥିବା ଲୋକେ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେବାପରେ ତତ୍ପର ପ୍ରକାଶ କରିଥିଲା ପ୍ରଶାସନ । ଦୁଇଟି ବସ, ତିନୋଟି ବୋଲେରୋ ଓ ଗୋଟିଏ କାରରେ ନୀଳଗିରି, ମିତ୍ରପୁର, କଲ୍ୟାଣି ଏବଂ ମୟୂରଭଞ୍ଜ ବିଷୋଇ ଅଞ୍ଚଳର ଲୋକେ ଚିକିତ୍ସା ପାଇଁ ଯାଇଥିଲେ । ଓଡିଶା ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଜଣାଇବା ପରେ ସେମାନଙ୍କୁ ସେଠାରୁ ପଶ୍ଚିମବଙ୍ଗ ପୋଲିସ ଦ୍ୱାରା ଉଦ୍ଧାର କରାଯାଇ ଗତକାଲି(ମଙ୍ଗଳବାର) ରାତି ପ୍ରାୟ ଗୋଟାଏ ସମୟରେ ଓଡିଶା ସୀମା ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଆଣି ପହଞ୍ଚାଇଥିଲେ । ପରେ ଜଳେଶ୍ବର ପୋଲିସ ସେମାନଙ୍କୁ ପାଣି, ଖାଦ୍ୟ ଦେବା ସହ ଜଳେଶ୍ବର ପୋଲିସ ସୁରକ୍ଷା ଭିତରେ ଓଡ଼ିଶାରେ ଆଣି ଛାଡିଛନ୍ତି ।

କବିରାଜି ଚିକିତ୍ସା ପାଇଁ ଯାଇ ଫସିଥିଲେ:-

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ମୟୂରଭଞ୍ଜ ଜିଲ୍ଲାରୁ 150ରୁ ଅଧିକ ଲୋକ ପଶ୍ଚିମବଙ୍ଗ କେଶପୁର ଅଞ୍ଚଳରେ ଥିବା ଜଣେ ବାବାଙ୍କ ପାଖକୁ କବିରାଜି ଚିକିତ୍ସା ପାଇଁ ଯାଇଥିଲେ । ମାତ୍ର ସେଠାରେ ଏହି ଲୋକମାନଙ୍କ ଉପରେ ଅତ୍ୟାଚାର କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ସମ୍ପର୍କରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଜାଣିବା ପରେ ନିଜେ ହସ୍ତକ୍ଷେପ କରିବା ସହ ପୋଲିସ ପ୍ରଶାସନର ସହାୟତାରେ ଓଡ଼ିଆ ଲୋକମାନଙ୍କୁ ଏକ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଥିଲା ।

'ଓଡିଶାରେ ସେମାନଙ୍କ ଲୋକଙ୍କୁ ହଇରାଣ କରୁଥିବାରୁ ଅଟକାଇଥିଲେ'

ବାଲେଶ୍ବର ଲୋକସଭା ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, "ପ୍ରାୟ ଦେଢ଼ଶହରୁ ଅଧିକ ଲୋକ, 4ରୁ 5ଟି ବସ, ତିନୋଟି ବୋଲେରୋ, ଦୁଇ ତିନୋଟି କାରରେ ସେଠାକୁ ଯାଇଛନ୍ତି । ପ୍ରତି ସପ୍ତାହରେ ପ୍ରାୟ ଏମିତି ଲୋକମାନେ ସେଠାକୁ ଯାଆନ୍ତି । ହେଲେ ଦୁଇଦିନ ତଳେ ଯାଇଥିବା ଲୋକମାନଙ୍କୁ ପଶ୍ଚିମବଙ୍ଗରେ କିଛି ଭିନ୍ନ ସମ୍ପ୍ରଦାୟର ଲୋକମାନେ ଓଡ଼ିଆମାନଙ୍କୁ ଅଟକାଇଥିଲେ । ମୋତେ ଲାଗୁଛି ଏହି ଘଟଣାଟି ବାଂଲାଦେଶ ଘଟଣା ସହିତ ସମ୍ପର୍କ ଅଛି ଏବଂ ସେମାନଙ୍କୁ ଅଟକାଇ ଓଡ଼ିଶାରେ ସେମାନଙ୍କ ଲୋକଙ୍କୁ ହଇରାଣ କରୁଥିବାରୁ ଅଟକାଇଛନ୍ତି । ଯଦି ଓଡ଼ିଶାରେ କେହି ବ୍ୟକ୍ତି ପଶ୍ଚିମବଙ୍ଗ ଲୋକଙ୍କୁ ଅଟକାଇଛନ୍ତି ତେବେ କୁହନ୍ତୁ ସେମାନଙ୍କ ନାଁରେ ମଧ୍ୟ କେସ କରାଯିବ । "

ଫେରାଇ ଆଣିବାକୁ ସାଂସଦଙ୍କ ଉଦ୍ୟମ:-

ସାଂସଦ କହିଛନ୍ତି, "ଆମ ଏସପି ଓ ଜିଲ୍ଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲି, ଡିଜିଙ୍କ ସହ କଥା ହେଲି । ସକାଳ ଠାରୁ ଆମର ଏ ପ୍ରକ୍ରିୟା ଚାଲିଛି । ପଶ୍ଚିମବଙ୍ଗର ଡିଜିଙ୍କ ସହ ଓଡ଼ିଶା ପ୍ରଶାସନ କଥା ହୋଇ ସାରିଲାଣି । ସେଠି ବର୍ତ୍ତମାନ ଏମାନଙ୍କୁ ପୋଲିସର ସୁରକ୍ଷା ବଳୟକୁ ଅଣାଯାଇଛି । ଗୋଟେ ଗାଁରେ ଥିବା କିଛି ଲୋକଙ୍କୁ ଅଣାଯାଇ ପାରି ନଥିଲା, ଆମ ପଟୁ ଚାପ ସୃଷ୍ଟି ପରେ ସେମାନଙ୍କୁ ତତ୍କାଳ ଅଣାଯାଇ ଏକ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଥିଲା । "

'ଓଡ଼ିଆ ଲୋକଙ୍କୁ ମାରପିଟ କରିଛନ୍ତି'

ସାଂସଦଙ୍କ କହିବାନୁସାରେ, "ପୋଲିସ ଯେତେବେଳେ ପହଞ୍ଚିନଥିଲେ ଓଡ଼ିଆମାନେ ଭୋକ ଉପାସରେ ଥିଲେ । ଆତଙ୍କବାଦୀମାନେ ବାହାରେ ତାଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କ ବସର କାଚ ଭାଙ୍ଗିବା ସହ କିଛି ଲୋକଙ୍କୁ ମାରପିଟ କରିଥିଲେ । "

'ହସ୍ତକ୍ଷେପ କରନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ'

ସାଂସଦ ପ୍ରତାପ କହିଛନ୍ତି, " ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଁ କହିବାକୁ ଚାହେଁ ସେ ଏଥିରେ ନିଜେ ହସ୍ତକ୍ଷେପ କରନ୍ତୁ ଏବଂ ଏପରି ଆତଙ୍କବାଦ ଦ୍ବାରା କୌଣସି ସମାଧାନ ହୋଇ ପାରିବ ନି। ସେ ସେଠି ଆଳୁ ବନ୍ଦ କରିବେ, ଓଡ଼ିଆ ଲୋକଙ୍କୁ ମାରିବେ ତା ହେଲେ ସେସବୁର ପ୍ରତିଫଳନ ମଧ୍ୟ ଏଠି ହେବ । ମୁଁ ଚାହୁଁନି ଆମର ବଙ୍ଗାଳି ଭାଇ ଭଉଣୀମାନେ ଅସୁବିଧାରେ ପଡ଼ନ୍ତୁ ।"

'ଓଡ଼ିଆ-ବଙ୍ଗାଳୀ ଭାଇ ଭଉଣୀ, ଭାଇଚାର ବଜାୟ ରଖନ୍ତୁ'

ପଶ୍ଚିମବଙ୍ଗ ଓ ଓଡ଼ିଶାର ଲୋକେ ପରସ୍ପର ସହିତ ଭାଇଚାରା ବଜାୟ ରଖିବାକୁ ସାଂସଦ ଅପିଲ୍‌ କରିଛନ୍ତି । ଏ ନେଇ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, " ବଙ୍ଗାଳୀ ଲୋକେ ଆମ ସହ ବର୍ଷ ବର୍ଷ ଧରି ଆମ ସହ ଭାଇଚାରାରେ, ଶାନ୍ତିରେ ମିଶିକି ଅଛନ୍ତି । ଆମେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ସବୁ ମିଶିକି ଅଛୁ, ଓଡ଼ିଆ, ବିହାରୀ, ବଙ୍ଗାଳି, ତାମିଲ, ପଞ୍ଜାବୀ ସମସ୍ତେ ଶାନ୍ତିରେ ଅଛୁ । ଆମ ଶାନ୍ତିକୁ ନଷ୍ଟ କରିବା ଉଚିତ ନୁହେଁ । ଓଡ଼ିଶାର ସମସ୍ତ ଭାଇ ଭଉଣୀମାନଙ୍କୁ ମୋର ନିବେଦନ ସେମାନେ ସମସ୍ତେ ଏ ଶାନ୍ତି ବଜାୟ ରଖନ୍ତୁ, ଏ ଭାଇଚାରା ବଜାୟ ରଖନ୍ତୁ । ଆମେ ଦାୟିତ୍ବ ନେଉଛୁ ସେମାନଙ୍କ ଭାଇମାନଙ୍କୁ ସୁରକ୍ଷିତ ଆମେ ଆଣି ଘରେ ପହଞ୍ଚାଇବୁ । କେହି ପ୍ରତିକ୍ରିୟାଶୀଳ ହେବା ଉଚିତ ନୁହେଁ । ବଙ୍ଗଳାରେ ଓଡ଼ିଶା ଲୋକ ରହିବେ, ଓଡ଼ିଶାରେ ବଙ୍ଗାଳି ଲୋକ ରହିବେ । ଆମ ସମ୍ବିଧାନ ଓ ଗଣତନ୍ତ୍ର ବିରୋଧରେ ଯେଉଁମାନେ ଯିବେ, ଯେଉଁମାନେ ଶାନ୍ତି ଭଙ୍ଗ କରିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ, ସେ ଓଡ଼ିଶାର ହେଉ କି ବଙ୍ଗଳାର ହେଉ । "

ଏହା ବି ପଢନ୍ତୁ- ଓଡିଶାରେ ‘ବାଂଲାଦେଶୀ’ ଟେନସନ୍: ବାସୁଦେବପୁରରେ 6 ସନ୍ଦିଗ୍ଧ, ଜଗତସିଂହପୁରରେ ବଙ୍ଗୀୟ ଶ୍ରମିକଙ୍କୁ ମାଡ଼ !

ଏହା ବି ପଢନ୍ତୁ- ରାଜ୍ୟରେ ବାଂଲାଦେଶୀ କହି ବଙ୍ଗ ନାଗରିକଙ୍କୁ ଆକ୍ରମଣ ! ନିନ୍ଦନୀୟ କହିଲେ ବିରୋଧୀ

ଇଟିଭି ଭାରତ, ବାଲେଶ୍ବର

Last Updated : Aug 14, 2024, 10:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.