ETV Bharat / state

ଜାତୀୟ ଆୟଭିଭିକ ମେଧାବୃରି ପରୀକ୍ଷା: ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ, କ’ଣ ରହିଛି ଯୋଗ୍ୟତା - NMMS Scholarship Application

author img

By ETV Bharat Odisha Team

Published : Aug 4, 2024, 2:08 PM IST

NMMS Scholarship Application form: ଜାତୀୟ ଆୟଭିଭିକ ମେଧାବୃତ୍ତି ପରୀକ୍ଷା ପାଇଁ ଆସିଲା ଆବେଦନ ଫର୍ମ । କେଉଁମାନେ କରିପାରିବେ ଆବେଦନ ।କଣ ରହିବ ଯୋଗ୍ୟତା ଓ କେବେ ପରୀକ୍ଷା । ଜାଣନ୍ତୁ ପୁରା ଖବର...

ଜାତୀୟ ଆୟଭିଭିକ ମେଧାବୃରି ପରୀକ୍ଷା
ଜାତୀୟ ଆୟଭିଭିକ ମେଧାବୃରି ପରୀକ୍ଷା (ETV Bharat Odisha)

ଭୁବନେଶ୍ୱର: ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା (NMMS)ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କେଉଁମାନେ ଏହି ବୃତ୍ତି ପାଇବା ପାଇଁ ଆବେଦନ କରିପାରିବେ ଓ ସେମାନଙ୍କ ଯୋଗ୍ୟତା କ’ଣ ରହିବା ଆବଶ୍ୟକ ଜାଣନ୍ତୁ । ୨୦୨୪-୨୦୨୫ ଶିକ୍ଷା ବର୍ଷରେ ୩ହଜାର ୩୧୪ଟି ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପାଇଁ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଅଣ-ଆବାସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି । ଚଳିତ ବର୍ଷ ଡିସେମ୍ବର ପହିଲାରୁ (ପ୍ରଥମ ରବିବାର) ଦିନ ନିର୍ଦ୍ଧାରିତ ସମୟ ସୂଚୀ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନଏମଏମଏସ) ପକ୍ଷରୁ ସୂଚନା ଦିଆଯାଇଛି ।

NMMS Scholarship
NMMS Scholarship (ETV Bharat Odisha)
କେବେ ହେବ ପରୀକ୍ଷା:

୨୦୨୪ -୨୦୨୫ ବର୍ଷ ପାଇଁ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ" ବୋଲି ସୂଚନା ଦେଇଛି ଏନଏମଏମଏସ । ଏହି ପରୀକ୍ଷା ଡିସେମ୍ବର ୦୧ ତାରିଖରେ ହେବ ।
ପରୀକ୍ଷା ଦେୟ:
ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ କୌଣସି ଦେୟ ଦେବାକୁ ପଢିବ ନାହିଁ । କିନ୍ତୁ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ଯିବା ଆସିବା ଖର୍ଜ ନିଜେ ବହନ କରିବେ ।

ପରୀକ୍ଷା ଦେବା ପାଇଁ ସର୍ବନିମ୍ନ ଯୋଗ୍ୟତା:-
ଏନଏମଏମଏସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, "ଜାତୀୟ ଆୟଭିତ୍ତିକ ମେଧା ବୃତ୍ତି ପରୀକ୍ଷା ଦେବା ପାଇଁ ସାଧାରଣ/ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଆର୍ଥିକ ଅନଗ୍ରସର ପ୍ରାର୍ଥୀ (General and SEBC Category) ଗତ ସପ୍ତମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସର୍ବନିମ୍ନ ୫୫ ପ୍ରତିଶତ ନମ୍ବର ରଖି ଅଷ୍ଟମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଏହା ସହିତ ସଂରକ୍ଷିତ ବର୍ଗ (SC ,ST and PH) ପାଇଁ ଏଥିରେ ୫ ପ୍ରତିଶତ କୋହଳ କରାଯିବ । ପ୍ରାର୍ଥୀ ୨୦୨୪ -୨୦୨୫ ଶିକ୍ଷା ବର୍ଷରେ ସରକାରୀ/ସରକାରୀ ଅନୁଦାନ ପ୍ରାପ୍ତ ଅଣ ଆବାସିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଆବଶ୍ୟକ । ପ୍ରାର୍ଥୀ ପିତାମାତାଙ୍କ ବାର୍ଷିକ ଆୟ ତିନି ଲକ୍ଷ ପଚାଶ ହଜାର ଟଙ୍କାରୁ ଅଧିକ ହୋଇନଥିବ।"

NMMS Scholarship
NMMS Scholarship (ETV Bharat Odisha)
ଏହି ବୃତ୍ତି ପାଇବା ପାଇଁ କେଉଁମାନେ ଯୋଗ୍ୟ ନୁହନ୍ତି

ଏହି ବୃତ୍ତି ପାଇବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ଜବାହାରଲାଲ ନବୋଦୟ ବିଦ୍ୟାଳୟ, ସୈନିକ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ଯୋଗ୍ୟ ନୁହନ୍ତି । ସେହିପରି ସରକାରୀ ଆବାସିକ ବିଦ୍ୟାଳୟ, ଅନୁସୂଚିତ ଜାତି/ଜନଜାତି ଉନ୍ନୟନ ବିଭାଗ ଅଧିନସ୍ଥ ଆବାସିକ ବିଦ୍ୟାଳୟ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଇତ୍ୟାଦି ଯେଉଁଠାରେ ଛାତ୍ରଛାତ୍ରୀଙ୍କର ଖର୍ଚ୍ଚ ରାଜ୍ୟ ସରକାର କିମ୍ବା କେନ୍ଦ୍ରସରକାର ବହନ କରୁଥିବେ, ସେଭଳି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଏହି ଯୋଜନା ଅଧୀନରେ ବୃତ୍ତି ପାଇବା ପାଇଁ ଯୋଗ୍ୟ ହେବେ ନାହିଁ । ବୋଲି ବିଜ୍ଞପ୍ତି ପ୍ରକାଶ କରିଛି ଏନଏମଏମଏସ।

NMMS Scholarship
NMMS Scholarship (ETV Bharat Odisha)

ଏହାମଧ୍ୟ ପଢନ୍ତୁ..କେବେ ପ୍ରକାଶ ପାଇବ ପିଜି ମେଧା ତାଲିକା ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ - Common PG Entrance Test

କେଉଁମାନେ ବୃତ୍ତି ପାଇବା ପାଇଁ ପରୀକ୍ଷା ଦେଇପାରିବେ:
ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ହଷ୍ଟେଲର ସୁବିଧା ଅଛି । କିନ୍ତୁ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ନାହିଁ । ତେଣୁ ଯେଉଁ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ ସୁବିଧା ମିଳୁନାହିଁ, ସେମାନେ NMMS ପରୀକ୍ଷା ଦେଇପାରିବେ । ଏହି କ୍ଷେତ୍ରରେ ଆଶାୟୀଙ୍କୁ ଆବାସିକ ବିଦ୍ୟାଳୟରେ ଅଧ୍ୟୟନ କରୁଛି କିନ୍ତୁ କୌଣସି ହଷ୍ଟେଲରେ ଦିଆଯାଉଥିବା ସୁବିଧା ସୁଯୋଗ ଉପଭୋଗ କରୁନାହିଁ ବୋଲି ପ୍ରମାଣପତ୍ର ଦାଖଲ କରିବେ।

NMMS Scholarship
NMMS Scholarship (ETV Bharat Odisha)
ଓଡିଶା ପାଇଁ ବୃତ୍ତି ସଂଖ୍ୟା:ସମୁଦାୟ ୩,୩୧୪ ଟି ବୃତ୍ତି ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରେ ଆବଣ୍ଟନ କରାଯିବ । ପ୍ରତ୍ୟେକ ଜିଲ୍ଲା ପାଇଁ ଅନୁସୂଚିତ ଜାତି, ଜନଜାତି, ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ (SEBC) ଓ ଶାରୀରିକ ଭିନ୍ନକ୍ଷମ ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି। ଯଦି କୌଣସି ପ୍ରାର୍ଥୀ ସାମାଜିକ ବର୍ଗ ଆଧାରରେ ଜିଲ୍ଲା କୋଟା ଅନୁଯାୟୀ ଉପଲବ୍ଧ ହେଉ ନାହିଁ, ତେବେ ରାଜ୍ୟ ଭିତ୍ତିକ ମେଧା ତାଲିକା ପ୍ରସ୍ତୁତ କରାଯାଇଥାଏ ବୋଲି କହିଛି ଏନଏମଏମଏସ । ପରୀକ୍ଷା ନିମନ୍ତେ ପାଠ୍ୟ ବିଷୟ:

ଏହି ପରୀକ୍ଷା ପାଇଁ କୌଣସି ନିର୍ଦ୍ଦିଷ୍ଟ ପାଠ୍ୟ ବିଷୟ ନାହିଁ । ତେବେ ପ୍ରଶ୍ନଗୁଡିକ ୭ମ ଓ ୮ମ ଶ୍ରେଣୀର ପାଠ୍ୟ ବିଷୟକୁ ନେଇ ଆସିପାରେ । ଏହି ପରୀକ୍ଷା ଦୁଇଟି ପତ୍ର (PAPER) ବିଶିଷ୍ଟ ହେବ। ପରୀକ୍ଷଣ ପ୍ରଥମ ପତ୍ରରେ ମାନସିକ ଦକ୍ଷତା (MAT) ଟେଷ୍ଟ ହେବ । ଏହି ପତ୍ରରେ ବହୁ ବିକଳ୍ପ ଉତ୍ତର ବିଶିଷ୍ଟ (Multiple choice) ୯୦ଟି ପ୍ରଶ୍ନ ରହିବ। ଏଗୁଡିକ ମାନସିକ ଦକ୍ଷତାର ଯଥା ଯୁକ୍ତି (Reasoning), ସାଦୃଶ୍ୟ (Analogy), ଶ୍ରେଣୀ ବିଭାଗ (Classification), ସାଙ୍ଖିକ କ୍ରମ (Numerical series), ଢାଞ୍ଚା ଉପଲବ୍ଧି (Pattern Perception), ଲୁକ୍କାୟିତ ଚିତ୍ର (Hidden figure) ଇତ୍ୟାଦି ଉପରେ ପର୍ଯ୍ୟବେଶିତ ହେବ ପ୍ରଶ୍ନ ପତ୍ର । ଏହି ସମସ୍ତ ପରୀକ୍ଷା ୯୦ ମିନିଟରେ ଉତ୍ତର ଦେବାକୁ ହେବ । ଦ୍ୱିତୀୟ ପତ୍ରରେ ବିଷୟ ଗତ ଦକ୍ଷତା (Scholastic Aptitude Test) ଦେବାକୁ ପଡିବ । ଏହି ବିଭାଗରେ ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ଇତିହାସ, ଭୂଗୋଳ, ରାଜନୀତି ବିଜ୍ଞାନ ଓ ଅର୍ଥନୀତି ଇତ୍ୟାଦି ବିଷୟରୁ ୯୦ଟି ବହୁ ବିକଳ୍ପ ପ୍ରଶ୍ନ ପଡିବ। ଏଗୁଡିକୁ ୯୦ ମିନିଟରେ ଉତ୍ତର ଦେବାକୁ ହେବ ।

NMMS Scholarship
NMMS Scholarship (ETV Bharat Odisha)
ଚୟନ ପ୍ରକ୍ରିୟା:ଏହି ପରୀକ୍ଷାରେ ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ପ୍ରଥମ ପତ୍ର (MAT) ଓ ଦ୍ୱିତୀୟ ପତ୍ର (SAT)ରେ ମିଶି ଅତିକମରେ ୪୦ ପ୍ରତିଶତ ନମ୍ୱର ରଖିବାକୁ ପଡିବ । ତେବେ ସଂରକ୍ଷିତ ବର୍ଗ ପ୍ରାର୍ଥୀମାନଙ୍କ ପାଇଁ ଉଭୟ ପତ୍ରରେ ଅତିକମରେ ୩୨ ପ୍ରତିଶତ ନମ୍ବର ରଖିବାକୁ ହେବ । ଉଭୟ ପତ୍ରରେ ରଖିଥିବା ମୋଟ ନମ୍ବରକୁ ନେଇ ପ୍ରାର୍ଥୀମାନଙ୍କର ମେଧା ତାଲିକା ପ୍ରସ୍ତୁତ କରାଯିବ । ସମାନ ମାର୍କ ରଖିଥିବା ପ୍ରାର୍ଥୀମାନଙ୍କୁ ଚୟନ କରିବା ବେଳେ MAT ମାର୍କ ଓ ପ୍ରାର୍ଥୀଙ୍କ ବୟସକୁ ଗୁରୁତ୍ବ ଦିଆଯାଇଥାଏ ବୋଲି କହିଛନ୍ତି ଏନଏମଏମଏସ ।
NMMS Scholarship
NMMS Scholarship (ETV Bharat Odisha)
କିପରି କରିବେ ଆବେଦନ: ଏନଏମଏମଏସର ସୂଚନା ଅନୁଯାୟୀ ମେଧାବୃତ୍ତି ପାଇଁ ଆବେଦନ କରିବାକୁ ଚାହୁଁଥିଲେ 1. ୱେବସାଇଟ https://nmms.odisha.gov.in/ www.scertodisha.nic.inକୁ log in କରନ୍ତୁ2 . ଅନଲାଇନରେ ଆବେଦନ ଫର୍ମ ପୂରଣ କରନ୍ତୁ

3 . ପ୍ରଥମେ ଅବେଦନକାରୀଙ୍କୁ ଅନଲାଇନରେ ନିଜର ନାମ ରେଜିଷ୍ଟ୍ରେସନ୍ କରନ୍ତୁ
4 . ରେଜିଷ୍ଟ୍ରେସନ୍ ପରେ ଲଗଇନ୍ ଆଇଡି ଓ ପାସୱାର୍ଡ ତିଆରି ହେବ । ଏହି ଆଧାରରେ ପିଲାମାନେ ଲଗଇନ୍ କରି ନିଜର ସମସ୍ତ ତଥ୍ୟ ପୂରଣ କରିବା ସହ ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ୍ କରିବେ ।
5 . ଫର୍ମ ପୂରଣ କରି ସାରିବା ପରେ ସବମିଟ ଅପସନକୁ ଚୟନ କରିବେ।
6 . ଏହାପରେ ଡାଉନଲୋଡ୍ ହୋଇଥିବା ଫର୍ମ ସହ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଦାଖଲ କରିବେ । ଏହାପରେ ପ୍ରଧାନଶିକ୍ଷକ ସମସ୍ତ ଡକ୍ୟୁମେଣ୍ଟକୁ ତଦାରଖ କରି ଅନଲାଇନ୍ ମାଧ୍ଯମରେ (ଜିଲ୍ଲା ଶିକ୍ଷା ଅଧିକାରୀ) DEOଙ୍କୁ ଫର୍ମ ଦାଖଲ କରିବେ ।

ଆବଶ୍ୟକ ପ୍ରମାଣ ପତ୍ର:

ଛାତ୍ରଛାତ୍ରୀ ଆବଶ୍ୟକୀୟ ପ୍ରମାଣପତ୍ର ସହିତ ଆବେଦନ ପତ୍ର ଦାଖଲ କରିବେ । ଅନୁସୂଚିତ ଜାତି ଓ ଜନଜାତି (SC/ST) ଏବଂ ସାମାଜିକ ଶିକ୍ଷା କ୍ଷେତ୍ରରେ ଅଣଗ୍ରସର ବର୍ଗର (SEBC) ପ୍ରାର୍ଥୀମାନଙ୍କର ଜାତିଗତ ପ୍ରମାଣପତ୍ର ରାଜସ୍ବ ଅଧିକାରୀଙ୍କ ଠାରୁ ପ୍ରାପ୍ତ ହୋଇଥିବ । ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କର ପ୍ରମାଣପତ୍ର ଜିଲ୍ଲା ମେଡିକାଲ ବୋର୍ଡ ଦ୍ବାରା ପ୍ରାପ୍ତ ହେବା ଆବଶ୍ୟକ । ଛାତ୍ରଛାତ୍ରୀମାନଙ୍କ ପିତାମାତାଙ୍କର ଆୟର ପ୍ରମାଣପତ୍ର (ଏହି ବର୍ଷର) ରାଜସ୍ବ ଅଧିକାରୀଙ୍କ ଠାରୁ ପ୍ରାପ୍ତ ହୋଇଥିବ । ଆୟ ପ୍ରମାଣପତ୍ର ନଥିବା ସ୍ଥଳେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ (NFSA) / ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS) ସମ୍ୱନ୍ଧୀୟ ପ୍ରମାଣପତ୍ର ସଂଲଗ୍ନ କରିପାରିବେ । ଏହି କାର୍ଡ କେବଳ ଛାତ୍ରଛାତ୍ରୀଙ୍କର ବାପା କିମ୍ବା ମାଙ୍କ ନାମରେ ଥିବା ଆବଶ୍ୟକ । ନଚେତ ଏହା ଗ୍ରହଣ ଯୋଗ୍ୟ ହେବ ନାହିଁ ବୋଲି ଏନଏମଏମଏସ ପକ୍ଷରୁ ସୂଚନା ଦିଆଯାଇଛି ।

ପରୀକ୍ଷା କେନ୍ଦ୍ର:
ଏହି ପରୀକ୍ଷା ଜିଲ୍ଲା କିମ୍ବା ସବ୍‌ ଡିଭିଜନ ସଦର ମହକୁମା ଓ ମୁଖ୍ୟ ସହର/ନଗରରେ ଥିବା ସରକାରୀ ମହାବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ମାନଙ୍କରେ ଅନୁଷ୍ଠିତ ହେବ ।

ବୃତ୍ତି ପରିମାଣ ଓ ଅବଧି:
ଏନଏମଏମଏସ ପକ୍ଷରୁ ନିର୍ଦ୍ଦେଶ ଅନୁଯାୟୀ, ମନୋନୀତ ପ୍ରାର୍ଥୀମାନେ ବୃତ୍ତି ପରିସରଭୁକ୍ତ ଅନୁଷ୍ଠାନରେ ପାଠପଢାର ସନ୍ତୋଷଜନକ ଅଗ୍ରଗତି ଆଧାରରେ ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାସିକ ୧୦୦୦ ଟଙ୍କା ହିସାବରେ ଚାରି ବର୍ଷ ପାଇଁ ବୃତ୍ତି ପାଇପାରିବେ । ବୃତ୍ତି ପାଇବା ପାଇଁ ଛାତ୍ରଛାତ୍ରୀ ସଫଳତାର ସହ ଅଷ୍ଟମ ଶ୍ରେଣୀରୁ ୯ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବେ । ଡିପ୍ଲୋମା ବା ସାର୍ଟିଫିକେଟ କୋର୍ସ କରୁଥିବା ପିଲାମାନେ ଏହି ବୃତ୍ତି ପାଇବାକୁ ଯୋଗ୍ୟ ହେବେ ନାହିଁ । ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃତ୍ତି ପାଇବା ପାଇଁ ଛାତ୍ରଛାତ୍ରୀମାନେ ନବମରୁ ଦଶମକୁ ଏବଂ ଏକାଦଶରୁ ଦ୍ବାଦଶ ଶ୍ରେଣୀକୁ ସଫଳତାର ସହ ପ୍ରଥମ ଥରରେ ପାସ କରିଥିବେ ।
ଅନ୍ୟପଟେ ଛାତ୍ରଛାତ୍ରୀମାନେ ୧୦ମ ଶ୍ରେଣୀରେ ବୃତ୍ତି ପାଇବା ପାଇଁ ୬୦ ପ୍ରତିଶତ ନମ୍ବର (ସାଧାରଣ ବର୍ଗ) ରଖିଥିବା ଆବଶ୍ୟକ। ସଂରକ୍ଷିତ ବର୍ଗ (SC, ST and PH) ପାଇଁ ଏଥିରେ ୫ ପ୍ରତିଶତ କୋହଳ କରାଯାଇଅଛି । ଛାତ୍ରଛାତ୍ରୀମାନେ ବୃତ୍ତି ପାଇବା ପାଇଁ ପ୍ରତି ବର୍ଷ National Scholarship Portal (NSP) ରେ ନିଜର ଦରଖାସ୍ତ ଦାଖଲ କରିବେ ନଚେତ ବୃତ୍ତି ପାଇବାରୁ ବଞ୍ଚିତ ହେବେ ବୋଲି ସୂଚନା ଦେଇଛନ୍ତି ଏନଏମଏମଏସ ।

ପରୀକ୍ଷା ପାଇଁ ବିଶେଷ ସୂଚନା:
1. ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଅନଲାଇନ୍ ଆବେଦନର ଫର୍ମ ପୂରଣ ଓ ଏହାର ପ୍ରିଣ୍ଟଆଉଟକୁ ପ୍ରଧାନ ଶିକ୍ଷକଙ୍କ ନିକଟରେ ଦାଖଲ କରିବେ । ଅଗଷ୍ଟ 1 ତାରିଖ ଠାରୁ 31 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
2. ପ୍ରଧାନ ଶିକ୍ଷକଙ୍କ ଦସ୍ତଖତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ସେପ୍ଟେମ୍ବର 8 ତାରିଖ ମଧ୍ୟରେ ଦାଖଲ କରିବେ।
3. ଶିକ୍ଷା ଅଧିକାରୀଙ୍କ ଦ୍ବାରା ଅନଲାଇନ୍ Validationର ଶେଷ ତାରିଖ ସେପ୍ଟେମ୍ବର 25 ତାରିଖ ।
4. 27 ନଭେମ୍ବରରୁ ଡିସେମ୍ବର 1 ତାରିଖ ମଧ୍ୟରେ (Admit card) ଡାଉନଲୋଡ୍
5. ଡିସେମ୍ବର 1 ତାରିଖରେ ପରୀକ୍ଷା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.