ETV Bharat / state

'ପାହାଡ଼ ବଞ୍ଚିଲେ ଆଦିବାସୀ ବଞ୍ଚିବ, ଆଦିବାସୀ ବଞ୍ଚିଲେ ବିଶ୍ୱ ବଞ୍ଚିବ'

Workshop On Climate Change: ପରିବେଶ ସୁରକ୍ଷା ବିଷୟରେ ସରକାର ଦୋମୁହାଁ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ଆଣିଲେ କୋରାପୁଟ ସାଂସଦ । କୋରାପୁଟରେ ଆୟୋଜିତ ହୋଇଛି 'ପୂର୍ବ ଘାଟ ପର୍ବତମାଳାରେ ଜଳବାୟୁ ପରିବର୍ତ୍ତନ' ଶୀର୍ଷକ ଜାତୀୟ କର୍ମଶାଳା । ଅଧିକ ପଢନ୍ତୁ

ଜଳବାୟୁ ପରିବର୍ତ୍ତନ କର୍ମଶାଳା: ' ପାହାଡ଼ ବଞ୍ଚିଲେ ଆଦିବାସୀ ବଞ୍ଚିବ ଓ ଆଦିବାସୀ ବଞ୍ଚିଲେ ବିଶ୍ୱ ବଞ୍ଚିବ '

author img

By ETV Bharat Odisha Team

Published : Jan 21, 2024, 3:04 PM IST

ଜଳବାୟୁ ପରିବର୍ତ୍ତନ କର୍ମଶାଳା: ' ପାହାଡ଼ ବଞ୍ଚିଲେ ଆଦିବାସୀ ବଞ୍ଚିବ ଓ ଆଦିବାସୀ ବଞ୍ଚିଲେ ବିଶ୍ୱ ବଞ୍ଚିବ '

କୋରାପୁଟ: ପୂର୍ବଘାଟ ପର୍ବତମାଳାରେ ପରିବେଶ ସୁରକ୍ଷା ବିଷୟରେ ସରକାର ଦୋମୁହାଁ ନୀତି ଅବଲମ୍ବନ କରୁଥିବା କୋରାପୁଟ ସାଂସଦ ସପ୍ତଗିରି ଉଲାକା ଅଭିଯୋଗ ଆଣିଛନ୍ତି । ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇପାର୍ଶ୍ବ ବୋଲି ମତ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାର୍ବତ୍ୟାଞ୍ଚଳର ପରିବେଶ ଓ ଏଥିରେ ଥିବା ଜନଜୀବନକୁ ଅଣଦେଖା କରି ଯେଉଁ ବିକାଶର ଡିଣ୍ଡିମ ପିଟୁଛନ୍ତି ତାହା ଦ୍ୱାରା ଏହି ଅଞ୍ଚଳ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ତୀବ୍ରତର ହେବ ବୋଲି ସେ କହିଛନ୍ତି ।

ଶନିବାର କୋରାପୁଟରେ ଦିଲ୍ଲୀ ସ୍ଥିତ ନେଚର କେୟାର ଇନିସିଏଟିଭ ଆନୁକୂଲ୍ୟରେ ଆୟୋଜିତ 'ପୂର୍ବ ଘାଟ ପର୍ବତମାଳାରେ ଜଳବାୟୁ ପରିବର୍ତ୍ତନ' ଶୀର୍ଷକ ଜାତୀୟ କର୍ମଶାଳାରେ କୋରାପୁଟ ଅଞ୍ଚଳରେ ସରକାରଙ୍କ ଦ୍ବାରା ବିଭିନ୍ନ ଖଣି ଖନନ ଦ୍ୱାରା ପ୍ରଭାବିତ ହେଉଥିବା ଜନଜୀବନର ସ୍ଥିତିକୁ ନେଇ କୋରାପୁଟ ସଂସଦ ସପ୍ତଗିରି ଉଲାକା ଘୋର ଉଦବେଗ ପ୍ରକାଶ କରିଛନ୍ତି । ଏହାସହ ପରିବେଶ ସୁରକ୍ଷା କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଅନ୍ୟପଟେ ଦିଲ୍ଲୀରୁ ଆସିଥିବା ପରିବେଶବିତ ବିଭୂତି ପତି କହିଛନ୍ତି ଯେ, ଯେଉଁଠି ପାହାଡ଼ ସେହିଠାରେ ଜନଜାତି । ବର୍ତ୍ତମାନ କୋରାପୁଟ ଅଞ୍ଚଳର ପାହାଡ଼ ପର୍ବତରେ ଖଣି ଖନନର ଭୟ ଆଦିବାସୀ ପାଇଁ ଚିନ୍ତାର କାରଣ ସାଜିଛି । ଜିଲ୍ଲାର ଆଦିବାସୀଙ୍କ ଜୀବନ ଯାତ୍ରା ଓ ପର୍ବପର୍ବାଣୀ ସହିତ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ହୋଇରହିଥିବା ଯୋଗୁଁ ପାହାଡ଼ ବଞ୍ଚିଲେ ଆଦିବାସୀ ବଞ୍ଚିବ ଓ ଆଦିବାସୀ ବଞ୍ଚିଲେ ବିଶ୍ୱ ବଞ୍ଚିବ ।

ତେବେ ପାହାଡ଼ ପର୍ବତ ସହିତ କୋରାପୁଟର ଅଧିବାସୀଙ୍କ ପରିଚୟ ଜଡିତ ରହିଛି । ଏଠାକାର ଆଦିବାସୀ ପାହାଡ଼ ପର୍ବତରୁ ବିଭିନ୍ନ ବନଜାତ ଦ୍ରବ୍ୟ ସଂଗ୍ରହ କରୁଛନ୍ତି । ଏହାସହ ପାହାଡ଼ରୁ ଝରି ଆସୁଥିବା ଚିରନ୍ତନି ଝରଣାରୁ ଝରି ଆସୁଥିବା ଜଳକୁ ବ୍ୟବହାର କରି ବିଭିନ୍ନ ଫସଲ ଅମଳ କରିଆସୁଛନ୍ତି । କୋରାପୁଟର ପାହାଡ଼ ସମସ୍ତଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଛି ବୋଲି ଆନ୍ତର୍ଜାତୀୟ ପର୍ବତ ଦିବସ ଅବସରରେ କୋରାପୁଟ ବନ ବିଭାଗର ଆସିଷ୍ଟାଣ୍ଟ କଞ୍ଜରଭେଟର ଶୁଭଦର୍ଶନୀ ମହାନ୍ତି କହିଥିଲେ ।

ପାହାଡ଼ଗୁଡିକରେ ହୋଇଥିବା ଅବକ୍ଷୟକୁ ନିୟନ୍ତ୍ରଣ କରିବା ପାଇଁ ଜଙ୍ଗଲ ବିଭାଗ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଲୋକଙ୍କ ସହଯୋଗରେ ଜୈବ ବିବିଧତାକୁ ସୁରକ୍ଷା ପ୍ରଦାନ କରିହେବ ବୋଲି ଆଶାପୋଷଣ କରିଛନ୍ତି । ଏହି ଦିଗରେ ପାହାଡରେ ଲାଗୁଥିବା ନିଆଁ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ସେ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି ।
ଏହା ମଧ୍ୟ ପଢନ୍ତୁ...୨୦୨୨-୨୩ରେ ଘାତକ ବାୟୁ ପ୍ରଦୂଷକ 'PM 2.5'ର ମାତ୍ରା କେତେ ? ତଥ୍ୟ ପ୍ରକାଶ କଲା CPCB

ଏହି ଅଞ୍ଚଳରେ ବୃକ୍ଷ ଶୂନ୍ୟ ହେବା ସହିତ ବକ୍ସାଇଟରେ ଖଣି ଖନନ ବୃଦ୍ଧି ପାଉଥିବା ଯୋଗୁଁ ପାହାଡ଼ରେ ରହୁଥିବା 425 ପ୍ରକାରର ପକ୍ଷୀ, 155 ପ୍ରକାରର ମାଛ ତଥା ହଜାର ହଜାର ପ୍ରକାରର ଜୀବଜନ୍ତୁଙ୍କୁ ନେଇ କୋରାପୁଟ ତା'ର ସ୍ୱତନ୍ତ୍ର ପରିଚୟ ପାଇଛି । ସେହି ପାହାଡର ଅସ୍ତିତ୍ୱକୁ ନେଇ ଚିନ୍ତା ବଢିବାରେ ଲାଗିଛି । ସାରା ବିଶ୍ବ ଯେତେବେଳେ ଜୈବ ବିବିଧତାକୁ ଗୁରୁତ୍ୱ ଦେବା ପାଇଁ ବାର୍ତ୍ତା ପ୍ରସାର କରୁଛନ୍ତି, ସେତେବେଳେ ଏହି ଅଞ୍ଚଳର ପାହାଡ଼ ପର୍ବତର ଜୈବ ବିବିଧତାକୁ ସମ୍ମାନ ଓ ସୁରକ୍ଷା ଯୋଗାଇ ବିକାଶର ଧାରା ପ୍ରବର୍ତ୍ତନ ହେବା ଦରକାର ବୋଲି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ବିଭାଗ ମୁଖ୍ୟ ଶରତ କୁମାର ପାଲିତା କହିଛନ୍ତି ।

ଏହାସହ ଦେଓମାଳିର ସୁଉଚ୍ଚ ଶୃଙ୍ଗ, ନନ୍ଦପୁର ନିକଟର ପାହାଡ଼ରୁ ଝରି ଆସୁଥିବା ରାଣୀ ଡୁଡୁମା ଜଳପ୍ରପାତ, ମାଛକୁଣ୍ଡ ଜଳପ୍ରପାତ ହେଉ ବା ଗୁପ୍ତେଶ୍ଵରର ପାହାଡ଼ି ଗୁମ୍ଫା ଆନନ୍ଦକୁ ଦୀର୍ଘସ୍ଥାୟୀ କରିବାକୁ ହେଲେ ସେଗୁଡିକର ଆଧାର ଭାବେ ରହିଥିବା ପର୍ବତ ଗୁଡିକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଆଜି ଶପଥ ନେବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ପାଲିତା ଆହ୍ୱାନ ଦେଇଛନ୍ତି ।

କୋରାପୁଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.