ETV Bharat / state

ଭୁବନେଶ୍ୱରରେ ଜାତୀୟ ସବୁଜ ଧାତବ ସମ୍ମିଳନୀ-୨୦୨୪ ଆରମ୍ଭ

author img

By ETV Bharat Odisha Team

Published : Feb 7, 2024, 7:39 AM IST

Updated : Feb 7, 2024, 2:01 PM IST

National Green Metal Conference: ଭୁବନେଶ୍ୱରରେ ଆରମ୍ଭ ହୋଇଛି ଜାତୀୟ ସବୁଜ ଧାତବ ସମ୍ମିଳନୀ 2024 । ସବୁଜ ଧାତବ ଶକ୍ତି ଉତ୍ସର ଉପଯୋଗ କରି ଶୂନ କାର୍ବନ ନିର୍ଗମନ ଉପରେ ଗୁରୁତ୍ୱ ଦେଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

ଜାତୀୟ ସବୁଜ ଧାତବ ସମ୍ମିଳନୀ-୨୦୨୪
ଜାତୀୟ ସବୁଜ ଧାତବ ସମ୍ମିଳନୀ-୨୦୨୪
ଭୁବନେଶ୍ୱରରେ ଜାତୀୟ ସବୁଜ ଧାତବ ସମ୍ମିଳନୀ-୨୦୨୪

ଭୁବନେଶ୍ୱର: ରାଜଧାନୀରେ ଦୁଇ ଦିନିଆ ଜାତୀୟ ସବୁଜ ଧାତବ ସମ୍ମିଳନୀ-୨୦୨୪ ଆରମ୍ଭ ହୋଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ଓ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର (ବିପିଏନ୍ଏସ୍ଆଇ) ମିଳିତ ସହଯୋଗରେ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ସମ୍ମିଳନୀ ଆୟୋଜିତ ହୋଇଛି, ଯାହାର ଥିମ୍ ରହିଛି 'ସବୁଜ ସ୍ଥିରତା ପାଇଁ: ଧାତୁ ପରିସଂସ୍ଥା ସନ୍ତୁଳନ' ବା 'ମେଟାଲ୍ ଇକୋ ସିଷ୍ଟମ୍ ବାଲାନ୍ସିଂ: ଟୁଆର୍ଡସ ଗ୍ରୀନ ସଷ୍ଟେନେବିଲିଟି' । ଏହି ସବୁଜ ଧାତବ ସମ୍ମିଳନୀ ଫେବୃଆରୀ ୬ ଓ ୭ ଦୁଇ ଦିନ ଧରି ଚାଲିବ ଯାହାକି ପରିସଂସ୍ଥା ସନ୍ତୁଳନ କ୍ଷେତ୍ରର ପ୍ରମୁଖ ଭବିଷ୍ୟତ ଉପରେ ରଣନୀତି ପ୍ରସ୍ତୁତ ପାଇଁ ଶିଳ୍ପ ହିତାଧିକାରୀ, ବିଶେଷଜ୍ଞ, ଶିକ୍ଷାବିତ୍, ଅନୁଷ୍ଠାନ ଏବଂ ନୀତି ନିର୍ଣ୍ଣୟକାରୀଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ ।

ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ତଥା ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ପ୍ରଦୀପ କୁମାର ଜେନା ଯୋଗ ଦେଇଛନ୍ତି । ରାଜ୍ୟ ତଥା ଦେଶରେ ଭିତ୍ତିଭୂମିର ବିକାଶ ଓ ଅଭିବୃଦ୍ଧି ପରିପ୍ରେକ୍ଷୀରେ ଧାତବ କ୍ଷେତ୍ର ଉପରେ ନିର୍ଭରଶୀଳତା ବୃଦ୍ଧି ପାଉଛି । ଏହି ପରିପ୍ରେକ୍ଷୀରେ ନିରନ୍ତର ବିକାଶ, ପରିବେଶ ପ୍ରଦୂଷଣ ସମସ୍ୟାକୁ ଦୃଷ୍ଟି ଦେଇ ସବୁଜ ଧାତବ ଶକ୍ତି ଉତ୍ସର ଉପଯୋଗ କରି ଶୂନ କାର୍ବନ ନିର୍ଗମନ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ଶିଳ୍ପଠାରୁ ଆରମ୍ଭ କରି ପରିବେଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

କାର୍ବନ ବିକିରଣ ଜନିତ ପ୍ରଦୂଷଣ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ । ଏଥିଯୋଗୁଁ ମାନବ ସମାଜ ଓ ପରିବେଶ ଉପରେ ପ୍ରଭାବ ପଡୁଛି । ଖଣିଜ କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ସୃଷ୍ଟି ହେଉଥିବା ପ୍ରଦୂଷଣକୁ ରୋକିବା ବା କମାଇବା ପାଇଁ ପଦକ୍ଷେପ ନିଆଯିବା ସଂପର୍କରେ ସମ୍ମିଳନୀରେ ଆଲୋଚନା ହୋଇଛି । ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ କେ. ମୁରୁଗେସନ ସମ୍ମିଳନୀର ଉଦ୍ଦେଶ୍ୟ ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସଂପର୍କରେ ଆଲୋକପାତ କରିଛନ୍ତି । ପ୍ରଥମ ଥର କରି ଏହି ସମ୍ମିଳନୀ ଓଡ଼ିଶାରେ ଅନୁଷ୍ଠିତ ହେଉଛି । ଏଥିରେ ପରିବେଶ, ଶିଳ୍ପ, ଧାତବ ଶିଳ୍ପ, ବିଶେଷଜ୍ଞ, ପ୍ରାଧ୍ୟାପକ, ଶିକ୍ଷାବିତ ଓ ପ୍ରଶାସନିକ ଅଧିକାରୀ ଯୋଗ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଟ୍ରାଭେଲ ବଜାର, ଭାଗ ନେବେ ୧୬ଟି ଦେଶ

ଭାରତ ସରକାରଙ୍କ ଇସ୍ପାତ ବିଭାଗ ଅତିରିକ୍ତ ଶାସନ ସଚିବ ରୁଚିକା ଚୌଧୁରୀ ଗୋଭିଲ, ବିଜୁ ପଟ୍ଟନାୟକ ମେଟାଲ ନ୍ୟାସନାଲ ଷ୍ଟିଲ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରିତମ ଏସ ପୁର୍କାୟସ୍ଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ତଥ୍ୟ ସମ୍ବଳିତ ପ୍ରକାଶିତ ନଲେଜ ପେପର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଆୟୋଜିତ ଏକ ପ୍ରଦର୍ଶନୀକୁ ମୁଖ୍ୟ ଶାସନ ସଚିବ ଉଦଘାଟନ କରିଥିଲେ । ଏହା ସହିତ ପ୍ରଦର୍ଶନୀ ପରିଦର୍ଶନ କରି ଅଂଶଗ୍ରହଣକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ପ୍ରଦର୍ଶନୀରେ ୨୨ଟି ସଂସ୍ଥା ଅଂଶଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମରେ ଭାରତ ସରକାରଙ୍କର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ, ଓଡିଶା ରାଜ୍ୟ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଏବଂ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ, ରାଜ୍ୟ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ବାର୍ତ୍ତା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 7, 2024, 2:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.