ETV Bharat / state

ଉତ୍ସବମୁଖର ଶ୍ରୀକ୍ଷେତ୍ର: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନନ୍ଦୋତ୍ସବ ନୀତି - JANMASTAMI IN PURI - JANMASTAMI IN PURI

Janmastami and Nanda ustav in Puri: ଗତକାଲି କୃଷ୍ଣ ଜନ୍ମନୀତି ପରେ ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ନନ୍ଦୋତ୍ସବ । ଶ୍ରଦ୍ଧାଳୁଙ୍କ ଭିଡ । ପ୍ରଶାସନ ଓ ପୋଲିସର ବ୍ୟାପକ ବ୍ୟବସ୍ଥା । ଅଧିକ ପଢନ୍ତୁ

ଉତ୍ସବମୁଖର ଶ୍ରୀକ୍ଷେତ୍ର: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନନ୍ଦୋତ୍ସବ ନୀତି
ଉତ୍ସବମୁଖର ଶ୍ରୀକ୍ଷେତ୍ର: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନନ୍ଦୋତ୍ସବ ନୀତି (ETV Bharat Odisha)
author img

By ETV Bharat Odisha Team

Published : Aug 27, 2024, 10:23 AM IST

ପୁରୀ: ଗତକାଲି ପ୍ରଭୁ ଶ୍ରୀକୃଷ୍ଣ ଧରାବତାରଣ କରିବା ପରେ ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ ନୀତି ପାଳିତ ହେଉଛି । ମଙ୍ଗଳ ଆଳତି ନୀତି ସରିବା ପରେ ମହାଜନ ସେବାୟତ ରାମକୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ଏବଂ ଦକ୍ଷିଣ ଘରୁ ମଦନମୋହନ ମଧ୍ୟ ଆସି ଦୋଳିରେ ବିଜେ ହୋଇଛନ୍ତି । ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହୋଇଛି । ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାର ଘରୁ ଦେବୀ ଦୁର୍ଗାଙ୍କୁ ପତିମହାପାତ୍ର ବିଜେ କରାଇ ଆଣିବେ । ଶ୍ରୀମନ୍ଦିର ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠବାଡିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।‌ ପରମ୍ପରା ଅନୁସାରେ, ଭିତରଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିଆସି ସ୍ନାନମଣ୍ତପ ଉପର ଅବସ୍ଥାନ କରିବେ । ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବାର ବିଧି ରହିଛି ।

Nandotsava rituals (ETV Bharat Odisha)
  • ଗତକାଲି ଥିଲା କୃଷ୍ଣଜନ୍ମ ନୀତି:-

ସେହିପରି ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠମାନଙ୍କରେ ନନ୍ଦୋତ୍ସବ ବେଶ୍ ଧୁମଧାମରେ ପାଳନ କରାଯାଉଛି । ଗତକାଲି ଶ୍ରୀକୃଷ୍ଣ ଜନ୍ମୋତ୍ସବରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଆଜି ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତମାନେ ଆତ୍ମବିଭୋର ଓ ଭାବବିହ୍ବଳ ହୋଇଛନ୍ତି । ତେବେ ଆଜି ନନ୍ଦୋତ୍ସବ ନୀତି ପାଳନ ହେଉଥିବା ବେଳେ ଆସନ୍ତା ଦିନମାନଙ୍କରେ ବନଭୋଜି ବେଶ, କୋଳିବିକା ନୀତି, ବକାସୁର, ଅର୍ଘାସୁର ଭଳି ସବୁ ଅସୁର ବଧ ନୀତି ପାଳନ ହେବାର ବିଧି ରହିଛି । ସେହିପରି କାଳୀୟଦଳନ ନୀତି ବେଶଠାରୁ କୃଷ୍ଣ-ବଳରାମ ବେଶ, ବସ୍ତ୍ରହରଣ, ମଥୁରା ହାଟ ଓ କଂସ ବଧ ନୀତି ଆଦି ପାଳନ ହେବ ବୋଲି କହିଛନ୍ତି ସେବାୟତ ।

ଏହା ମଧ୍ୟ ପଢନ୍ତୁ :- ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ପୁରପଲ୍ଲୀ, ବିଭିନ୍ନ ମନ୍ଦିରରେ ଧୁମଧାମରେ ପାଳନ ହେଉଛି ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି - Janmashtami 2024

  • ପ୍ରଶାସନ ପକ୍ଷରୁ ବ୍ୟାପାକ ବ୍ୟବସ୍ଥା
  • ଗତକାଲି ପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରିଥିବା ବେଳେ କଂସ ବଧ ପର୍ଯ୍ୟନ୍ତ ସମସ୍ତ ନୀତି ଶ୍ରୀମନ୍ଦିରରେ ପାଳନ ହେବାର ପରମ୍ପରା ରହିଛି । ଏହି ନୀତି ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.