ଭୁବନେଶ୍ବର: ନନ୍ଦନକାନନ ଏବଂ ପଶ୍ଚିମବଙ୍ଗର ଅଲିପୁର ପ୍ରାଣୀ ଉଦ୍ୟାନ ମଧ୍ୟରେ ଜୀବଜନ୍ତୁ ବିନିମୟ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକାରୀ ହୋଇଛି । ଏପଟେ ପଶ୍ଚିମବଙ୍ଗର ଅଲିପୁର ପ୍ରାଣୀ ଉଦ୍ୟାନକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଦେଇଛି ବାଘୁଣୀ ଏବଂ ସିଂହ କିନ୍ତୁ ପଶ୍ଚିମବଙ୍ଗର ଆଲିପୁର ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନ ଆସିଛି ମାଛରଙ୍କା ବିଲେଇ ଏବଂ କୁମ୍ଭୀର ।
![nandanakanan zoo](https://etvbharatimages.akamaized.net/etvbharat/prod-images/27-08-2024/od-bbsr-02-nandanakanan-zoo-animals-exchanged-7206049_27082024165302_2708f_1724757782_783.jpg)
ଅଲିପୁର ପ୍ରାଣୀ ଉଦ୍ୟାନକୁ ଜୀବଜନ୍ତୁ ଦେବ ନନ୍ଦକାନନ ପ୍ରାଣୀ ଉଦ୍ୟାନ
"ଏହି ଜୀବଜନ୍ତୁ ଅଦଳବଦଳ କୁ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପଶ୍ଚିମବଙ୍ଗର ଅଲିପୁର ପ୍ରାଣୀ ଉଦ୍ୟାନକୁ ଜୀବଜନ୍ତୁ ଦେବାକୁ ଯାଉଛି। ଗୋଟିଏ ବାଘୁଣୀ, ସିଂହ ଦୁଇଟି (୧ ସିଂହ + ୧ ସିଂହି), ଦୁଇଟି ହିମାଳୟ ବ୍ଲାକ୍ବେର, ୫ ଟି ହଗ୍ ହରିଣ, ୨ ଟି ହିପ୍ପୋ, ୪ ଟି ଛୋଟ ହରିଣ ହରିଣ, ୪ ବାରସିଂହା ଆଦି ଜୀବଜନ୍ତୁ ପଶ୍ଚିମବଙ୍ଗକୁ ଦିଆଯିବ," ବୋଲି ସୂଚନା ଦେଇଛି ନନ୍ଦନକାନନ କର୍ତ୍ତୃପକ୍ଷ।
![nandanakanan zoo](https://etvbharatimages.akamaized.net/etvbharat/prod-images/27-08-2024/od-bbsr-02-nandanakanan-zoo-animals-exchanged-7206049_27082024165302_2708f_1724757782_407.jpg)
ନନ୍ଦନକାନନଙ୍କୁ ଜୀବଜନ୍ତୁ ଦେବ ଆଲିପୋର ପ୍ରାଣୀ ଉଦ୍ୟାନ
"୨ ଟି ଜିରାଫ୍, ୨ ଟି ମାଛରଙ୍କା ବିଲେଇ, ୬ ଟି ୱାଟର ମନିଟର କୁମ୍ଭୀର, ୮ ଟି ସବୁଜ ଇଗୁଆନା ଆଦି ପ୍ରାଥମିକ ପର୍ଯ୍ୟାୟରେ ଅଦଳ ବଦଳ କରାଯିବାର ବ୍ୟବସ୍ଥା କରାଯାଇଛି। ତେବେ ଆଜି ମଧ୍ୟ ରାତିରେ ବାଘ, ସିଂହ ଏବଂ ହିମାଳୟ କଳା ଭାଲୁ ସ୍ଥାନାନ୍ତର କରାଯିବ ନନ୍ଦନକାନନ ଠାରୁ ଆଲିପୂର ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର କରାଯିବ। ଅବଶିଷ୍ଟ ପଶୁମାନଙ୍କର ଆଦାନପ୍ରଦାନ ଖୁବ୍ ଶୀଘ୍ର କରାଯିବ। ଏହି ଜୀବଜନ୍ତୁ ଅଦଳ ବଦଳ ସହିତ ନନ୍ଦନକାନନର ମୋଟ ପ୍ରଜାତିର ସଂଖ୍ୟା ୧୬୯ରେ ପହଁଚିଛି" ବୋଲି ସୂଚନା ଦେଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ର କତୃପକ୍ଷ।
![nandanakanan zoo](https://etvbharatimages.akamaized.net/etvbharat/prod-images/27-08-2024/od-bbsr-02-nandanakanan-zoo-animals-exchanged-7206049_27082024165302_2708f_1724757782_485.jpg)
ଏହା ବି ପଢନ୍ତୁ- ବଦଳୁଛି ହାତୀ କରିଡ଼ର, ହାତୀଙ୍କ ଚଲାପଥରେ ବାଧକ ସାଜୁଛି ଅନେକ ସମସ୍ୟା - World Elephant Day
ଅନ୍ୟପଟେ ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଞ୍ଚିର ଭଗବାନ୍ ବିର୍ସା ଜିବ ଉଦ୍ୟାନ ମଧ୍ୟରେ ବନ୍ୟଜନ୍ତୁ ବିନିମୟ କାର୍ଯ୍ୟକାରୀ ହୋଇଛି। ନୂଆଦିଲ୍ଲୀ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣର ଅନୁମୋଦନ ଅନୁଯାୟୀ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଞ୍ଚି ଭଗବାନ୍ ବିର୍ସା ଜୀବ ଉଦ୍ୟାନ କିଛି ଜୀବଜନ୍ତୁ ଆସିଛନ୍ତି ତାସାହିତ ରାଞ୍ଚି ରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ମଧ୍ୟ ଜୀବଜନ୍ତୁ ଆସିଛନ୍ତି।
![nandanakanan zoo](https://etvbharatimages.akamaized.net/etvbharat/prod-images/27-08-2024/od-bbsr-02-nandanakanan-zoo-animals-exchanged-7206049_27082024165302_2708f_1724757782_483.jpg)