ETV Bharat / state

ସୁବର୍ଣ୍ଣପୁରରେ ଦମ ଦେଖାଇଲା ନବ ନିର୍ମାଣ କୃଷକ ସଙ୍ଗଠନ, ଘୋଷଣା କଲା ବିଧାୟକ ପ୍ରାର୍ଥୀ - Naba Nirman Farmer Union

Naba Nirman Farmer Union: ନବ ନିର୍ମାଣ କୃଷକ ସଙ୍ଗଠନର ସଭାନେତ୍ରୀ ସୋନାଲି ବିଶିଙ୍କ ନେତୃତ୍ବରେ ବିଶାଳ ଚାଷୀ ଶୋଭାଯାତ୍ରା ଅନୁଷ୍ଠିତ । ଶହ ଶହ ଚାଷୀ ନିଜ ନିଜ ଟ୍ରାକ୍ଟର ସହିତ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଏହି ଅବସରରେ ସୋନାଲି ବିଶିଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ସଙ୍ଗଠନ ଘୋଷଣା କରିଛି । ଅଧିକ ପଢନ୍ତୁ

Naba Nirman Farmer Union
Naba Nirman Farmer Union
author img

By ETV Bharat Odisha Team

Published : Mar 10, 2024, 3:33 PM IST

Naba Nirman Farmer Union

ସୁବର୍ଣ୍ଣପୁର: ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିଶାଳ ଚାଷୀ ଶୋଭାଯାତ୍ରା ଅନୁଷ୍ଠିତ । ସଂଗଠନର ସଭାନେତ୍ରୀ ସୋନାଲି ବିଶିଙ୍କ ନେତୃତ୍ବରେ ଶହ ଶହ ଚାଷୀ ନିଜ ନିଜ ଟ୍ରାକ୍ଟର ସହିତ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ସହରର ରୟାଲ ପଡିଆଠାରେ ଚାଷୀମାନେ ଏକତ୍ରିତ ହୋଇ ବିରାଟ ପଟୁଆରରେ ଟ୍ରାକ୍ଟର ,ମୋଟର ସାଇକେଲ ସହିତ ସହର ପରିକ୍ରମା କରିଥିଲେ। ତେବେ ଚାଷୀଙ୍କ ସ୍ବାର୍ଥକୁ ରାଜ୍ୟ ସରକାର ଅଣଦେଖା କରୁଥିବାବେଳେ ଚାଷୀଙ୍କ 10 ଦଫା ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି । ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଚାଷୀଙ୍କ ଅର୍ଥନୈତିକ ଉନ୍ନତି ହୋଇ ପାରି ନ ଥିବା ଚାଷୀମାନେ ଅଭିଯୋଗ କରି ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏଥିସହ ଆଗାମୀ ବିଧାନସଭା ନିର୍ବାଚନରେ ସଂଗଠନର ସଭାନେତ୍ରୀ ସୋନାଲି ବିଶି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେବେ ବୋଲି ରାଜ୍ୟ ନେତୃବର୍ଗ ଘୋଷଣା କରିଛନ୍ତି ।

ତେବେ ଚାଷୀର ଉତ୍ପାଦିତ ଦ୍ରବ୍ୟ ସରକାର ଉଚିତ ମୂଲ୍ୟରେ ଓ ଠିକ ସମୟରେ କ୍ରୟ କରୁ ନ ଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି । ଫସଲ ଅମଳର ଅନେକ ଦିନ ପରେ ମଣ୍ଡି ଖୋଳୁଥିବା ବେଳେ ଚାଷୀର ସମସ୍ତ ଉତ୍ପାଦିତ ଦ୍ରଵ୍ୟ କ୍ରୟ କରାଯାଉନାହିଁ । କ୍ରୟ କେନ୍ଦ୍ର ଗୁଡ଼ିକର ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯାଉନାହିଁ । ସେହିପରି କ୍ରୟ କେନ୍ଦ୍ର ଗୁଡିକରେ ଚାଷୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ ନାହିଁ । ପ୍ରଶାସନର ଅସାଧୁ କର୍ମଚାରୀ, ମିଲର, ଦଲାଲ ଓ ଲୋଭୀ ରାଜନୈତିକ ନେତାମାନଙ୍କ ମିଳିତ ଚକ୍ରାନ୍ତ ଯୋଗୁଁ ଚାଷୀ ସବୁ ସମୟରେ ପେଷି ହେଉଛି । ବନ୍ୟା ,ବାତ୍ୟା ଓ ମରୁଡ଼ିରୁ ରକ୍ଷା କରି ଚାଷୀ ଯାହାବି ଅମଳ କରୁଛି ତାହା ବିକ୍ରି କରିବା ପାଇଁ ସୁଯୋଗ ପାଉନାହିଁ । ପଡୋଶୀ ଛତିଶଗଡ଼ ସରକାର ଧାନ କ୍ୱିଣ୍ଟାଲ ପିଛା 1000 ଟଙ୍କା ବୋନସ ଦେଉଥିବା ବେଳେ ରାଜ୍ୟ ସରକାର ଓଲଟା ଜୋର ଜୁଲୁମ କରି ରାଜସ୍ବ ଓ ଜଳକର ଆଦାୟ କରୁଥିବା ଚାଷୀ ଅଭିଯୋଗ କରିଛି ।

ଏହା ମଧ୍ୟ ପଢନ୍ତୁ- ଜଗତସିଂହପୁରରେ କୃଷକ ସଂକଳ୍ପ ସମାବେଶ ଅନୁଷ୍ଠିତ

ସେହିପରି କୃଷି ଓ କୃଷକର ଉନ୍ନତି ପାଇଁ ସରକାର ଡିଣ୍ଡିମ ପିଟୁଥିବା ବେଳେ ଦିନକୁ ଦିନ ରାସାୟନିକ ସାର, କୀଟନାଶକ ଔଷଧ ,ବିହନ,ଡିଜେଲ ଦର, କୃଷି ଯନ୍ତ୍ରପାତି ଦର ଆଦି ବୃଦ୍ଧି ପାଉଛି । ଚାଷୀଙ୍କୁ ରିହାତି ମୂଲ୍ୟରେ ଆବଶ୍ୟକ କୃଷି ଉପକରଣ ଓ କୃଷି ସାମଗ୍ରୀ ଯୋଗାଇ ଦେବା ପାଇଁ ଚାଷୀ ବର୍ଷର ଅଧିକାଂଶ ସମୟରେ ରାଜରାସ୍ତାକୁ ଆସୁଛି । ସେହିପରି ଜିଲ୍ଲାର ଦୁଇ ଗୋଟି ବ୍ଳକ ବିନିକା ଓ ଡୁଙ୍ଗୁରିପାଲିକୁ ବାଦ ଦେଲେ ବାକି ୪ଟି ବ୍ଳକର ଅଧିକାଂଶ ଜମିରେ ଚାଷ ବର୍ଷା ଉପରେ ନିର୍ଭର କରୁଛି । ଉଠା ଜଳସେଚନ ବିଭାଗ ,କ୍ଷୁଦ୍ର ଜଳସେଚନ ବିଭାଗ, ତେଲ ଜଳସେଚନ ବିଭାଗ ତଥା ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ଆଦି ମନମୁଖୀ କାର୍ଯ୍ୟ ପାଇଁ ଚାଷୀ ନିଜ ଜମିକୁ ଜଳସେଚିତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । ହେଲେ ସରକାର ଚାଷୀଙ୍କ ଗୁହାରି ଶୁଣି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି ଅଭିଯୋଗ ଆସୁଛି ।

ତେଣୁ ଆଗାମୀ ବିଧାନସଭା ନିର୍ବାଚନରେ ଚାଷୀ ସରକାର ଗଠନ କରିବାକୁ ଏଥର ଚାଷୀମାନେ ନିଜେ ନିଜର ପ୍ରତିନିଧିତ୍ବ ପାଇଁ ସଜବାଜ ହୋଇଛନ୍ତି ଓ ବିଜୟ ସୁନିଶ୍ଚିତ ବୋଲି ଦାବି କରିଛି ଚାଷୀ ସଂଗଠନ । ଆଗାମୀ ବିଧାନସଭା ନିର୍ବାଚନରେ ସୋନାଲି ବିଶି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେବେ ବୋଲି ରାଜ୍ୟ ନେତୃବର୍ଗ ଆଜି ଘୋଷଣା କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.